ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଅଗରଖଣ୍ଡି ପଞ୍ଚାୟତ ବଡ଼ଗାଁର ଉପେନ୍ଦ୍ର ବରାଡ଼ (୨୩)।

ସୂଚନାନୁଯାୟୀ, ଉପେନ୍ଦ୍ର ନିଜ ୟାମାହା ଏଫ୍‌ଜେଡ୍‌ ବାଇକ୍‌ (ଓଡି-୨୦-ସି-୮୪୫୯) ଯୋଗେ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ପାରଳାଖେମୁଣ୍ଡିରୁ ନୂଆଗଡ଼ ଅଭିମୁଖେ ଯାଉଥିବା ଆଳୁ-ପିଆଜ ବୋଝେଇ ଏକ ମିନିଟ୍ରକ୍‌ ସହ ତାଙ୍କ ବାଇକ୍‌ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଉପେନ୍ଦ୍ର ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଉପେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ଗୁରାଣ୍ଡା ଥାନାଧିକାରୀ ଅଶ୍ୱିନୀ କୁମାର ଭିତରିଆଙ୍କ ତତ୍ତ୍ୱାବଧାନରେ ଏଏସ୍‌ଆଇ ରାମକୃଷ୍ଣ ପାଣିଗ୍ରାହୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୋଲିସ ଦୁର୍ଘଟଣାଗ୍ରସ୍ତ ମିନିଟ୍ରକ୍‌ ଓ ବାଇକ୍‌କୁ ଜବତ କରିଛି। ଏନେଇ ଗୁରାଣ୍ଡା ଥାନାରେ ମାମଲା ନଂ. ୧୭୩/୨୬ ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

ବିଇଓ ଅଫିସ ଆଗରେ ଶିକ୍ଷକଙ୍କ ଗଣଧାରଣା: କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର ପରେ…

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ ଶିକ୍ଷକ ସଂଘର କାର୍ଯ୍ୟକର୍ତ୍ତାଙ୍କୁ ଜାରି କରିଥିବା କାରଣ ଦର୍ଶାଅ ନୋଟିସ…

ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ, କଲେଜରେ ପଶି ଅଧ୍ୟାପିକାଙ୍କୁ ଅସଦାଚରଣ କଲେ….

କେନ୍ଦ୍ରାପଡା,୭।୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅଧୀନ ଏକ କେଲଜ ଅଧ୍ୟାପିକାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଅଭିଭାବକ କଲେଜରେ ପଶି ତାଙ୍କୁ…

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?