ଆରମ୍ଭରୁ ରାସ୍ତାକାମ ବନ୍ଦ କରିଦେଲେ ଗ୍ରାମବାସୀ

କୋରୁକୋଣ୍ଡା,୯ା୮(ଡି.ଏନ୍‌.ଏ.):ରାଜ୍ୟ ଓ କେନ୍ଦ୍ର ସରକାର ଗମନାଗମନର ସୁବିଧା ପାଇଁ ପକ୍କାରାସ୍ତା ନିର୍ମାଣରେ ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନ ଏବଂ ଠିକାଦରଙ୍କ ମିଳିତ ଦୁର୍ନୀତି ଯୋଗୁ ରାସ୍ତାକାମ ନିମ୍ନମାନର ହେବା ସହ କମ୍‌ ଦିନରେ ନଷ୍ଟ ହେଉଛି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଞ୍ଚାୟତର ପରମିଲା ପଦର ଗ୍ରାମରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ନିମ୍ନମାନର ରାସ୍ତାକାମ ଯୋଗୁ ଗ୍ରାମବାସୀ ରାସ୍ତାକାମ ବନ୍ଦ କରିଛନ୍ତି।
ପରମିଲା ପଦର ଛକଠାରୁ ଏମ୍‌ଭି-୫୨ ଗ୍ରାମଦେଇ ସୋର୍ଲୋକୋଣ୍ଡା ପର୍ଯ୍ୟନ୍ତ ୩.୯୭ କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ)ରେ ପକ୍କାରାସ୍ତା କରିବା ନିମନ୍ତେ ୧୭୬.୪୩ ଲକ୍ଷ ବ୍ୟୟ ଅଟକଳରେ ଅଗଷ୍ଟ ୨ ରେ ମାଲକାନଗିରି ଡିଆର୍‌ଡିଏ ପକ୍ଷରୁ ତରଫରୁ ଏସ୍‌. ପ୍ରଭାକର ନାମକ ଠିକାଦାରଙ୍କୁ କାମ ହସ୍ତାନ୍ତର କରଯାଇଥିଲା। କାମ ଆରମ୍ଭ ହୋଇ ରାସ୍ତାରେ ମେଟାଲ ପକାଇ ରୋଲର ସାହାଯ୍ୟରେ ସମତୁଲ କରାଯାଉଥିଲା। ଏହି ସମୟରେ କ୍ରଶର ମେଟାଲ ବଦଳରେ ହାତ ଭଙ୍ଗା ମେଟାଲରେ ଉକ୍ତ ରାସ୍ତାକାମ ହେଉଥିଲା। ରୋଲର ଦ୍ୱାରା ସମତୁଲ ସମୟରେ ମେଟାଲ ଗୁଣ୍ଡ ହେଉଥିବା ଦେଖି ଏମ୍‌ଭି-୫୨ ଗ୍ରାମର ଲେକେ ବିରୋଧ କରିଥିଲେ। ସରକାରଙ୍କ ନିୟମ ଅନୁସାରେ କାମ ହେଉ ନ ଥିବାରୁ ଗ୍ରାମବାସୀ କାମ ବନ୍ଦ କରିବା ସହ ଏହାର ପ୍ରତିବାଦ କରିଥିଲେ। ଏ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ରାସ୍ତାକାମକୁ ସ୍ଥଗିତ ରଖି ରାସ୍ତାରେ ପଡ଼ିଥିବା ହାତଭଙ୍ଗା ମେଟାଲ ମେଟାଲକୁ ଉଠାଇବା କାମ ଆରମ୍ଭ ହୋଇଥିଲା। ତେବେ ରାସ୍ତାକାମ ଆରମ୍ଭରୁ ଅନିୟମିତତା ଦେଖାଦେଇଛି। ଏବେ ମଧ୍ୟ ରାସ୍ତାକାମ ପାଇଁ ପଡ଼ିଥିବା କ୍ରଶର ମେଟାଲରେ ଗୁଣ୍ଡ ଅଧିକ ଥିବା ଗ୍ରାମର ନୀତିଶ ବିଶ୍ବାସ, ଯୋଗେନ୍ଦ୍ର ସେନ, ପ୍ରେମାନନ୍ଦ ମଣ୍ଡଳ, ଅରବେନ୍ଦୁ ସେନ, ଦେବେନ୍ଦ୍ର ସେନ, ଇନ୍ଦ୍ର ପଡିଆମି ପ୍ରମୁଖ ଅଭିଯୋଗ କରିଛନ୍ତି। ଆଗକୁ କାମରେ ଅନିୟମିତତା ହେଲେ ଘୋର ବିରୋଧ କରାଯିବ ବୋଲି ସେମାନେ କହିଛନ୍ତି। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମଣିକ କୁମ୍ଭାରଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ପରେ ଠିକାଦାରଙ୍କୁ ତାଗିଦ କରାଯାଇଛି। କ୍ରଶର ମେଟାଲ ବ୍ୟବହାର ପାଇଁ କୁହାଯାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri