ଆରମ୍ଭରୁ ରାସ୍ତାକାମ ବନ୍ଦ କରିଦେଲେ ଗ୍ରାମବାସୀ

କୋରୁକୋଣ୍ଡା,୯ା୮(ଡି.ଏନ୍‌.ଏ.):ରାଜ୍ୟ ଓ କେନ୍ଦ୍ର ସରକାର ଗମନାଗମନର ସୁବିଧା ପାଇଁ ପକ୍କାରାସ୍ତା ନିର୍ମାଣରେ ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନ ଏବଂ ଠିକାଦରଙ୍କ ମିଳିତ ଦୁର୍ନୀତି ଯୋଗୁ ରାସ୍ତାକାମ ନିମ୍ନମାନର ହେବା ସହ କମ୍‌ ଦିନରେ ନଷ୍ଟ ହେଉଛି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୋଟ୍ରେଲ ପଞ୍ଚାୟତର ପରମିଲା ପଦର ଗ୍ରାମରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ନିମ୍ନମାନର ରାସ୍ତାକାମ ଯୋଗୁ ଗ୍ରାମବାସୀ ରାସ୍ତାକାମ ବନ୍ଦ କରିଛନ୍ତି।
ପରମିଲା ପଦର ଛକଠାରୁ ଏମ୍‌ଭି-୫୨ ଗ୍ରାମଦେଇ ସୋର୍ଲୋକୋଣ୍ଡା ପର୍ଯ୍ୟନ୍ତ ୩.୯୭ କିମି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ)ରେ ପକ୍କାରାସ୍ତା କରିବା ନିମନ୍ତେ ୧୭୬.୪୩ ଲକ୍ଷ ବ୍ୟୟ ଅଟକଳରେ ଅଗଷ୍ଟ ୨ ରେ ମାଲକାନଗିରି ଡିଆର୍‌ଡିଏ ପକ୍ଷରୁ ତରଫରୁ ଏସ୍‌. ପ୍ରଭାକର ନାମକ ଠିକାଦାରଙ୍କୁ କାମ ହସ୍ତାନ୍ତର କରଯାଇଥିଲା। କାମ ଆରମ୍ଭ ହୋଇ ରାସ୍ତାରେ ମେଟାଲ ପକାଇ ରୋଲର ସାହାଯ୍ୟରେ ସମତୁଲ କରାଯାଉଥିଲା। ଏହି ସମୟରେ କ୍ରଶର ମେଟାଲ ବଦଳରେ ହାତ ଭଙ୍ଗା ମେଟାଲରେ ଉକ୍ତ ରାସ୍ତାକାମ ହେଉଥିଲା। ରୋଲର ଦ୍ୱାରା ସମତୁଲ ସମୟରେ ମେଟାଲ ଗୁଣ୍ଡ ହେଉଥିବା ଦେଖି ଏମ୍‌ଭି-୫୨ ଗ୍ରାମର ଲେକେ ବିରୋଧ କରିଥିଲେ। ସରକାରଙ୍କ ନିୟମ ଅନୁସାରେ କାମ ହେଉ ନ ଥିବାରୁ ଗ୍ରାମବାସୀ କାମ ବନ୍ଦ କରିବା ସହ ଏହାର ପ୍ରତିବାଦ କରିଥିଲେ। ଏ ନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିବା ପରେ ରାସ୍ତାକାମକୁ ସ୍ଥଗିତ ରଖି ରାସ୍ତାରେ ପଡ଼ିଥିବା ହାତଭଙ୍ଗା ମେଟାଲ ମେଟାଲକୁ ଉଠାଇବା କାମ ଆରମ୍ଭ ହୋଇଥିଲା। ତେବେ ରାସ୍ତାକାମ ଆରମ୍ଭରୁ ଅନିୟମିତତା ଦେଖାଦେଇଛି। ଏବେ ମଧ୍ୟ ରାସ୍ତାକାମ ପାଇଁ ପଡ଼ିଥିବା କ୍ରଶର ମେଟାଲରେ ଗୁଣ୍ଡ ଅଧିକ ଥିବା ଗ୍ରାମର ନୀତିଶ ବିଶ୍ବାସ, ଯୋଗେନ୍ଦ୍ର ସେନ, ପ୍ରେମାନନ୍ଦ ମଣ୍ଡଳ, ଅରବେନ୍ଦୁ ସେନ, ଦେବେନ୍ଦ୍ର ସେନ, ଇନ୍ଦ୍ର ପଡିଆମି ପ୍ରମୁଖ ଅଭିଯୋଗ କରିଛନ୍ତି। ଆଗକୁ କାମରେ ଅନିୟମିତତା ହେଲେ ଘୋର ବିରୋଧ କରାଯିବ ବୋଲି ସେମାନେ କହିଛନ୍ତି। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ମଣିକ କୁମ୍ଭାରଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବା ପରେ ଠିକାଦାରଙ୍କୁ ତାଗିଦ କରାଯାଇଛି। କ୍ରଶର ମେଟାଲ ବ୍ୟବହାର ପାଇଁ କୁହାଯାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?