ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ ବଲାଙ୍ଗୀର ଗୋଲାବାରୁଦ କାରଖାନାରେ ରହୁଥିବା ସ୍ୱାମୀ ସ୍ତ୍ରୀ ସଂନ୍ଧ୍ୟା ସମୟରେ ଏକ ସ୍କୁଟିରେ ବଲାଙ୍ଗୀରରୁ ସଇଁତଳା ଯାଉଥିଲେ । ଏହି ସମୟରେ ଏକ ଟ୍ରକ ସହ ସ୍କୁଟି ମୁହାଁ ମୁଁହି ଧକ୍କା ହୋଇଥଲା । ଫଳରେ ସ୍କୁଟିରେ ବସିଥିବା ମହିଳା ଜଣକ ଟ୍ରକ ଚକାତଳକୁ ଆସିଯାଇଥିଲେ । ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକ ହେଉଛନ୍ତି ନମିତା ଗୌଡ଼ । ତାଙ୍କ ସ୍ୱାମୀ ମନୋଜ ଗୌଡ଼ ଗୁରୁତର ହୋଇଥିବା ଜଣାପଡିଛି ।
ଦୁହେଁ ଗୋଳାବାରୁଦ କାରଖାନା ବଡ଼ମାଲକୁ ଯାଉ ଥିବା ସମୟରେ ରତାଖଣ୍ଡି ଛକରେ ଦୁର୍ଘଟଣା ଘଟିଥିଲା । ସ୍ୱାମୀ ମନୋଜ ଗୁରୁତର ହୋଇ ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସ୍ଥାନୀୟଲୋକେ ଦୁର୍ଘଟଣାକୁ ନେଇ ରାସ୍ତା ରୋକ୍ କରିଛନ୍ତି ।
ବଲାଙ୍ଗୀର ସଦର ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ବୁଝାସୁଝା କରୁଥିବା ଜଣାପଡିଛି । ବଲାଙ୍ଗୀର ଜିଲାରେ ଦିନକୁ ଦିନ ଦୁର୍ଘଟଣା ବଢୁଥିବା ବେଳେ ଜିଲା ପ୍ରଶାସନ କି ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଯାହା ଫଳରେ ସାଧାରଣ ଜନତାଙ୍କ ମୂଲ୍ୟବାନ ଜୀବନ ହାନି ହେଉଥିବା ଅଭିଯୋଗ ହୋଇଛି ।

