କ’ଣ କରିପାରିବ ତାଇଓ୍ବାନ

ତାଇପେଇ, ୯ା୮: ସମ୍ପ୍ରତି ଚାଇନା-ତାଇଓ୍ବାନ ମଧ୍ୟରେ ଯୁଦ୍ଧଭଳି ସ୍ଥିତି ଉପୁଜିଥିବାବେଳେ ବେଜିଂ ଏହି ଦ୍ୱୀପରାଷ୍ଟ୍ରକୁ ଆକ୍ରମଣ କରିବା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ତାଇଓ୍ବାନ ଏହାର ୩ ସେନାକୁ ହାଇ ଆଲର୍ଟରେ ରଖିଛି। ରାଜଧାନୀ ତାଇପେଇ ସମେତ ଅନେକ ସହରରେ ଲୋକଙ୍କୁ ଯୁଦ୍ଧ କଳା ତାଲିମ ଦିଆଯାଉଛି। ବିଶେଷଜ୍ଞଙ୍କ ମତରେ ଚାଇନା ତାଇଓ୍ବାନ ଉପରେ ଆକ୍ରମଣ କଲେ ପ୍ରାୟ ୨୦ ଲକ୍ଷ ସକ୍ରିୟ ସୈନ୍ୟ ଆବଶ୍ୟକ ପଡ଼ିପାରେ। ଆକଳନ ଅନୁସାରେ ବେଜିଂ ନିକଟରେ ଏବେ ୨୦ ଲକ୍ଷ ସକ୍ରିୟ ସୈନ୍ୟ ରହିଛନ୍ତି। ତେଣୁ ଗୋଟିଏ ଯୁଦ୍ଧରେ ଚାଇନା ଏହାର ସମସ୍ତ ଆକ୍ଟିଭ୍‌ ସୈନ୍ୟଙ୍କୁ ମୁତୟନ କରିବାକୁ ଚାହିଁବ ନାହିଁ। କାରଣ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ମସ୍କୋର ସମ୍ପୂର୍ଣ୍ଣ ୟୁକ୍ରେନ୍‌ ଦଖଲ ସ୍ବପ୍ନ ଏକପ୍ରକାର ବିଫଳ ହୋଇସାରିଛି। ବିଶାଳ ଚାଇନା ସୈନ୍ୟଙ୍କ ତୁଳନାରେ ତାଇଓ୍ବାନର ସାମରିକ ଶକ୍ତି ବେଶ୍‌ ଛୋଟ। ସଦ୍ୟ ଆକଳନ ଅନୁସାରେ ଏହି ଦ୍ୱୀପ ରାଷ୍ଟ୍ରର ସକ୍ରିୟ ସୈନ୍ୟଙ୍କ ସଂଖ୍ୟା ମାତ୍ର ୧ ଲକ୍ଷ ୭୦ ହଜାର। ଯୁଦ୍ଧ ହେଲେ ଚାଇନାରେ ଆଉ ୬୦ କୋଟି ଲୋକ ସେନାରେ ଯୋଗ ଦେଇପାରିବେ। ହେଲେ ତାଇଓ୍ବାନ ମାତ୍ର ୧୦ ଲକ୍ଷ ଲୋକଙ୍କୁ ସେନାରେ ଭର୍ତ୍ତି କରାଇପାରିବ। ୨୦୦୮ରେ ଆମେରିକା ନାଭାଲ ଓ୍ବାର କଲେଜର ରିସର୍ଚ୍ଚ ପ୍ରଫେସରଙ୍କ ଦ୍ୱାରା ପ୍ରସ୍ତାବିତ ‘ପୋର୍‌କ୍ୟୁପାଇନ୍‌ ଡକ୍ଟରିନ୍‌’ ରଣନୀତି ତାଇଓ୍ବାନ ବାଛିପାରେ। ଏହା ଏପରି ଏକ ରଣନୀତି ଯେଉଁଠାରେ ସାମ୍‌ନାବାଲାଠାରୁ ଦୁର୍ବଳ ରାଷ୍ଟ୍ର ହେବାକୁ ଥିବା କ୍ଷୟକ୍ଷତି ରୋକିବା ପାଇଁ ପ୍ରସ୍ତୁତ କରିବା ସହ କମ୍‌ ସାମରିକ ବଳରେ ଶତ୍ରୁ ଦେଶକୁ ରୋକିପାରିବ। ଏଥିରେ ଛୋଟ ଦେଶ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିପାରିବ। ନିଜ ଗୋଇନ୍ଦାବିଭାଗକୁ ଶକ୍ତିଶାଳୀ କରିବା ସହ ସୁରକ୍ଷାବଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୁନିଶ୍ଚିତ କରିବା ଏହି ବ୍ୟବସ୍ଥାର ପ୍ରଥମ ପର୍ଯ୍ୟାୟ। ଆମେରିକାରୁ ଆସିଥିବା ଅତ୍ୟାଧୁନିକ ବାୟୁସେନା ବିମାନ ଯୋଗେ ସମୁଦ୍ରରେ ଚାଇନା ସେନାକୁ ତାଇଓ୍ବାନ ଟାର୍ଗେଟ କରିପାରିବ। ଏହାବାଦ୍‌ ତାଇଓ୍ବାନ ନିଜ ଭୌଗୋଳିକ ସ୍ଥିତି ଏବଂ ଜନସଂଖ୍ୟାକୁ ଦେଶ ସୁରକ୍ଷାରେ ଉପଯୋଗ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri