ବିଦ୍ୟାଳୟ ପାଚେରି ନିର୍ମାଣରେ ଛାତ୍ରଙ୍କୁ ଲଗାଇଥିଲେ ଶିକ୍ଷକ, ଭିଡିଓ ହେଲା ଭାଇରାଲ

ମାଥିଲି/ମାଲକାନଗିରି, ୨୮ା୮(ଡି.ଏନ୍‌.ଏ.): କେନ୍ଦ୍ର ଏବଂ ରାଜ୍ୟ ସରକାର ଛାତ୍ରୀଛାତ୍ରଙ୍କ ଶିକ୍ଷାର ଉନ୍ନତି ସହ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ପାଇଁ ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତିି। ପିଲାମାନଙ୍କ ପାଇଁ ନୂତନ ବିଦ୍ୟାଳୟ ଗୃହ ନିର୍ମାଣଠାରୁ ଆରମ୍ଭକରି ବିଦ୍ୟାଳୟରେ ଶୁଦ୍ଧ ପାନୀୟ ଜଳ, ପାଠ୍ୟ ପୁସ୍ତକ ଉପକରଣ, ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ପ୍ରତି ଗୁରୁତ୍ୱ ଦେଉଛନ୍ତି। ମାତ୍ର ଅନେକ ବିଦ୍ୟାଳୟରେ ଶିକ୍ଷାଦାନ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଉଛି। ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଅଭିଯୋଗ ହେଉଛି। ମାଲକାନଗିରି ଜିଲାର ଏକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟର ଭାଙ୍ଗି ଯାଇଥିବା ପାଚେରି ନିର୍ମାଣରେ ନିୟୋଜିତ କରାଯାଇଥିବା ଦେଖିବାକୁ ମିଳିଛି। ମାଥିଲି ବ୍ଲକ ଟେମୁରୁପାଲ୍ଲୀ ପଞ୍ଚାୟତ କଂସାରିପୁଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟଣା ଦେଖିବାକୁ ମିଳିଛି। କୋମଳମତି ଛାତ୍ରମାନେ ବିଦ୍ୟାଳୟର ଭାଙ୍ଗିଯାଇଥିବା ଏକ ପାଚେରିକୁ ଇଟା ଦ୍ୱାରା ଯୋଡେଇ କରୁଥିବାର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଏବେ ଗଣମାଧ୍ୟମରେ ଘୂରି ବୁଲୁଛି। ଛାତ୍ରମାନଙ୍କୁ କାମରେ ଲଗାଇବା ଶିଶୁ ଶ୍ରମିକ ଆଇନକୁ ଉଲ୍ଲଂଘନ କରୁଥିବା ବେଳେ ଏହା ଆଇନ ବିରୋଧୀ କାର୍ଯ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏହି ଭିଡିଓ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ବେହେରାଙ୍କୁ ପଚାରିବାରୁ ସେ ଭିଡିଓଟିକୁ ଦେଖି ଏହା ତାଙ୍କ ବିଦ୍ୟାଳୟର ବୋଲି ସ୍ବୀକାର କରିଥିଲେ। ତେବେ ଏହି କାର୍ଯ୍ୟ କିଛି ମାସ ତଳେ ହୋଇଥିଲା। କେହି ଜଣେ ବ୍ୟକ୍ତି ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ଛାତ୍ରମାନଙ୍କୁ ଲଗାଇ ଭିଡିଓ କରିଥିବା ସେ କହିଥିଲେ। ପ୍ରକାଶ ଯେ, ୧୯୫୮ରେ ନିର୍ମିତ ଏହି ବିଦ୍ୟାଳୟରେ ୨୬୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ନୂତନ ଶ୍ରେଣୀଗୃହ ନ ଥିବାରୁ ଅର୍ଦ୍ଧଭଗ୍ନ ଏକ ଆଜବେଷ୍ଟସ୍‌ ଶ୍ରେଣୀ ଗୃହରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ପାଠପଢ଼ା ଚାଲିଛି। ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପାଇଁ ରନ୍ଧନ ଗ୍ୟାସ୍‌ ଯୋଗାଇବା ବ୍ୟବସ୍ଥା ଥିବାବେଳେ ଏଠାରେ ବର୍ଷ ତମାମ ଜାଳେଣି କାଠରେ ରୋଷେୟୀ ହେଉଛି। ସେହିପରି ଶୁଦ୍ଧ ପାନୀୟ ଜଳ ପିଇବା ପାଇଁ ଫିଲ୍‌ଟର ଥିଲେ ମଧ୍ୟ ପାଣି ସଂଯୋଗ ହୋଇ ନ ଥିବାରୁ ଛାତ୍ରୀଛାତ୍ରମାନେ ନଳକୂପ ପାଣି ପିଉଛନ୍ତି। ବିଦ୍ୟାଳୟରେ ଛାତ୍ରମାନଙ୍କୁ ପାଚେରି ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯିବା ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ମାନସ ଜେନାଙ୍କୁ ପଚାରିବାରୁ ଏପରି ଘଟଣା ତାଙ୍କ ଦୃଷ୍ଟିକୁ ଆସିନାହିଁ। ତେବେ ମାଥିଲି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ସେ କହିବେ। ଯଦି ଏହି ଘଟଣା ସତ୍ୟ ହୋଇଥିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?