ସମସ୍ୟା ଘେରରେ ପୋଲସରା ଉପଡାକଘର

ପୋଲସରା,୨୮।୮(ଡି.ଏନ୍‌.ଏ.): ପୋଲସରା ସହରରେ ପ୍ରମୁଖ ଉପଡାକଘର ଭାବେ ମାନ୍ୟତା ପାଇଥିବା ଡାକଘରଟି ଆଜି ବହୁ ସମସ୍ୟା ମଧ୍ୟରେ ଛନ୍ଦି ହୋଇଥିବା ଦେଖିବାକୁ ମିଳିଛି। ପୋଲସରାର ଉଭୟ ବ୍ଲକ ଓ ଏନ୍‌ଏସିର ୨ ଲକ୍ଷରୁ ଊଦ୍ଧର୍‌ବ ଜନସାଧାରଣ ଏହି ବହୁ ପୁରାତନ ଉପଡାକଘର ଉପରେ ନିର୍ଭର କରିଥାନ୍ତି। ଏହାଦ୍ୱାରା ଦଶନ୍ଧି ଦଶନ୍ଧି ଧରି ଜନସାଧାରଣଙ୍କ ସେବାକୁ ପ୍ରାଧାନ୍ୟ ଦିଆଯାଉଥିଲା। ହେଲେ ଆଜିକୁ ପ୍ରାୟ ୭ ବର୍ଷ ଧରି ପୋଲସରାର ଏହି ଉପଡାକଘରେ ସ୍ଥାୟୀ ପୋଷ୍ଟ ମାଷ୍ଟର ଓ ଅଭିଜ୍ଞ କର୍ମଚାରୀ ନାହାନ୍ତି। ଫଳରେ ଦୂରଦୂରାନ୍ତରୁ ଉପଡାକଘର ଉପରେ ନିର୍ଭର କରି ଆସୁଥିବା ବହୁ ଗ୍ରାହକ ଏବଂ ଜମାକାରୀ ନିରାଶ ହେଉଛନ୍ତି। ଏପରି କି ୨୦୧୫ରୁ କମ୍‌ସଂଖ୍ୟକ କର୍ମଚାରୀଙ୍କୁ ନେଇ ଯେନତେନ ପ୍ରକାରେ ପୋଲସରା ପ୍ରମୁଖ ଉପଡାକଘର ଚାଲୁ ରହିଛି। ଯାହା ସରକାରଙ୍କ ଯୋଜନା ସମ୍ପର୍କିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇପାରୁ ନ ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଗ୍ରାହକ ଓ ଜମାକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ସ୍ଥାପନ କରିବାକୁ ନେଇ ପୋଲସରା ଉପଡାକଘରେ ଦକ୍ଷ ଅଭିଜ୍ଞ କର୍ମଠ କର୍ମଚାରୀ ନିଯୁକ୍ତ ଥିଲେ ଏବଂ କିଛିମାତ୍ରାରେ ଜନସାଧାରଣଙ୍କ କାର୍ଯ୍ୟକୁ ସହଜ ଏବଂ ସଫଳ କରିପାରୁଥିଲେ। ସମୟାନୁକ୍ରମେ ସେହି ଦକ୍ଷତାସମ୍ପନ୍ନ କର୍ମଚାରୀଙ୍କୁ ଡେପୁଟେଶନ ମାଧ୍ୟମରେ ସୁମଣ୍ଡଳ ଡାକଘରକୁ ପଠାଗଲା। ଆଉ ତାଙ୍କ ସ୍ଥାନରେ ଛତ୍ରପୁରରୁ ଡେପୁଟେଶନରୁ ଅନ୍ୟ ଜଣେ କର୍ମଚାରୀଙ୍କୁ ଅଣାଗଲା। କିନ୍ତୁ ପ୍ରତ୍ୟେକ ଦିନ ଲୋକଙ୍କ ସମସ୍ୟା ହ୍ରାସ ହେବା ବଦଳରେ ବୃଦ୍ଧି ପାଇବାରେ ଲାଗିଲା। ପୋଲସରା ସହରରେ ଅବସ୍ଥାପିତ ଏହି ପ୍ରମୁଖ ଉପ ଡାକଘରେ ପ୍ରାୟତଃ ୨୧ ହଜାରରୁ ଊଦ୍ଧର୍‌ବ ଗ୍ରାହକ ଏବଂ ଜମାକାରୀଙ୍କ ଖାତା ରହିଛି, ଯାହାକୁ ନେଇ ପ୍ରତ୍ୟେକ ଦିନ ପୋଲସରା ଏନ୍‌ଏସି ଓ ଏହାର ଆଖପାଖ ବିଭିନ୍ନ ପଞ୍ଚାୟତରୁ ବହୁ ମହିଳା ଏବଂ ପୁରୁଷ ଗ୍ରାହକଙ୍କ ଭିଡ଼ ହୋଇଥାଏ। ଗୋଟିଏପଟେ କର୍ମଚାରୀ ଅଭାବ ସାଙ୍ଗକୁ ସ୍ଥାୟୀ ପୋଷ୍ଟ ମାଷ୍ଟର ନ ଥିବାରୁ ସମସ୍ତ କାର୍ଯ୍ୟ ମନ୍ଥର ହେଉଛି। ଆଉ ଏପଟେ ଗ୍ରାହକ ସାମାନ୍ୟ ସେବା ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅସହାୟଙ୍କ ପରି ଧାଡ଼ିରେ ଛିଡ଼ା ହେଉଛି। ପୋଲସରା ବ୍ଲକର ମଥୁରା, କଳମ୍ବ, ମଧୁପଲି, ଜକର, ବେଲଗାଁ, ଗୋଛାବାଡି, ପଣ୍ଡିରିପଡ଼ା, ଭାବରଡ଼ା, ବନ୍ଥପଲି, ଚିରିକିପଡା ଶାସନ, ମଧୁପଲ୍ଲୀ, ନିମିନା, ମାଳତେନ୍ତୁଳିଆ, ଆଠଗଡ଼, ବୁଢ଼ାମ୍ବ ଭଳି ୧୫ ମିନି ବ୍ରାଞ୍ଚ୍‌ ରହିଛି। ସେହି ବ୍ରାଞ୍ଚ୍‌ଗୁଡ଼ିକରେ ମଧ୍ୟ ଆବଶ୍ୟକ କର୍ମଚାରୀ ଅଭାବ ଯୋଗୁ ସରକାରଙ୍କ ପ୍ରାୟ ସେବା କେବଳ କାଗଜକଲମରେ ସୀମିତ ହୋଇ ରହୁଥିବା ଅଭିଯୋଗ ହୋଇଛି। ଗୋଟିଏପଟେ ସରକାର ପୋଷ୍ଟ ଅଫିସ୍‌ରେ ଜନମଙ୍ଗଳ ଯୋଜନାର ଆଧୁନିକତା ଆଣି ଡିଜିଟାଲ ସମ୍ପର୍କିତ ସମସ୍ତ କାର୍ଯ୍ୟକ୍ରମ ହାତକୁ ନେଇଛି। ସେପଟେ କିନ୍ତୁ ଡାକଘରେ କର୍ମଚାରୀ ମରୁଡ଼ି ନେଇ ସ୍ଥିତି ଦିନକୁ ଦିନ ନିୟନ୍ତ୍ରଣ ବାହାରେ ରହୁଥିବା ଭଳି ଚିତ୍ର ସାମ୍ନାକୁ ଆସୁଛି। ଏଭଳି ସଙ୍ଗିନ ସ୍ଥିତିକୁ ନେଇ ପୋଲସରା ଉପଡାକଘର ଦାୟିତ୍ୱରେ ରହି କାର୍ଯ୍ୟ ତୁଲାଉଥିବା ଶାଖା ପରିଚାଳକ ମନୋଜ କୁମାର ରାହା କୁହନ୍ତି, ପ୍ରମୁଖ ସମସ୍ୟାକୁ ନେଇ ବ୍ରହ୍ମପୁର ମୁଖ୍ୟ ଡାକଘର ଅଧ୍ୟକ୍ଷଙ୍କୁ ବହୁବାର ଅଭିଯୋଗ କରିଛୁ। କିନ୍ତୁ କୌଣସି ସମସ୍ୟା ସୁଧୁରିନି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଘୁମୁସର ସାହିତ୍ୟ ସାଧନା ପୀଠର ଶାରଦୀୟ ସାହିତ୍ୟ ଆସର, ଉନ୍ମୋଚିତ ହେଲା ପୁସ୍ତକ ଓ ପତ୍ରିକା

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।…

ଆରମ୍ଭ ହେଲା ନବରାତ୍ର ପୂଜା, ଉତ୍ସବମୁଖର ଦିଗପହଣ୍ଡି

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ମନ୍ଦିର ମାଳିନୀ ସହର ଭାବେ ପରିଗଣିତ ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ଶକ୍ତିପୀଠମାନଙ୍କରେ ରବିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?