ଗାଁ ପାହାଡ଼ରୁ ପଥର ଖୋଳୁଥିବାବେଳେ ଅଘଟଣ, ମାଟି ଅତଡ଼ା ଖସି ଶ୍ରମିକ ମୃତ

ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଆମ୍ବ ଗାଁ ନିକଟ କାଙ୍କରା ପାହାଡ଼ରୁ ମାଟି ଅତଡ଼ା ଖସି ଜଣେ ଶ୍ରମିକ ଗୁରୁବାର ମୃତ୍ୟୁବରଣ କରିଛନ୍ତି। ମୃତକ ଜଣଙ୍କ ହେଲେ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମ ମିଲ ସାହିର ଏ.ପଞ୍ଚୁ ପାତ୍ର(୬୦)। ସକାଳେ ସେ ଗାଁ ପାହାଡ଼ରୁ ପଥର ଖୋଳୁଥିବା ବେଳେ ଅସାବଧାନତା କାରଣରୁ ତାଙ୍କ ଉପରେ ମାଟି ଅତଡ଼ା ଖସି ପଡିଥିଲା। ନିକଟରେ ଥିବା କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କ ସହାୟତାରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପାଟପୁର ଥାନା ଏଏସଆଇ ରମାକାନ୍ତ ଶବର ସଦଳବଳେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତକରି ଅପମୃତ୍ୟୁ ମାମଲା ନଂ.୨/୨୫ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ସାରେ ଶୋକାକୂଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ୍‌ ନିୟମ ମାନିଲେ ମିଳିବ ଏମିତି ଉପହାର

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ମଙ୍ଗଳବାର ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଥାନାରୁ...

ବିବାହ ଶୋଭାଯାତ୍ରାରେ ତୁମୁଳକାଣ୍ଡ: ଶୋଭାଯାତ୍ରା ଗାଡି ଚାଳକଙ୍କ ଭୁଜାଲି ମାଡରେ , ଯୁବକ ଗୁରୁତର

ହିଞ୍ଜିଳିକାଟୁ, ୧୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ କୌଣସି କଥାକୁ...

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାହାର -ଚେନ

ହିଞ୍ଜିଳିକାଟୁ, ୧୮।୨(ଦ୍ବିତୀକୃଷ୍ଣ ପଣ୍ଡା) : ଗତ କିଛି ମାସର ବ୍ୟବଧାନ ପରେ ହିଞ୍ଜିଳି ଥାନା ଇଲାକାରେ ପୁଣିଥରେ ଲୁଟେରା ଗ୍ୟାଙ୍ଗଙ୍କ ପାର୍ଦୁଭାବ ଦେଖିବାକୁ ମିଳିଛି। ଜୈନିକ...

ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଲାଞ୍ଜିଗଡ଼,୧୮/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ...

ମଣ୍ଡିରେ ଧାନପଡ଼ି ସରୁଛି ଟୋକନ ଅବଧି:ଧାନ କିଣାବିକାରେ ଚାଲିଛି ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୨ଦିନ ପରେ ୩ମାସ ପୂରିବ। କିନ୍ତୁ ଏବେ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ...

୪୦ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ: ୧୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅଂଶଗ୍ରହଣ

ଦିଗପହଣ୍ଡି,୧୮ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି କ୍ଲଷ୍ଟର ଅନ୍ତର୍ଗତ ମଧୁ ବିଦ୍ୟାପୀଠରେ ସିଆରସିସି ଅନିଲ କୁମାର ଦାସଙ୍କ ସଂଯୋଜନାରେ ୨ ଦିନ ଚାଲିଥିବା ବିଷୟ ଭିତ୍ତିକ...

ଅବକାରୀ ଚଢଉ ୩ ଗିରଫ: ୩୦ଲିଟର ମଦ ଜବତ

ପାଟଣା,୧୮।୨(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ପକ୍ଷରୁ କଣ୍ଟିଆପଡ଼ା ପଞ୍ଚାୟତ ଭଗପଶି ଓ ବଲାଣିପଶି ଗ୍ରାମ ଅଞ୍ଚଳରେ ମଙ୍ଗଳବାର ପାଟଣା ଅବକାରୀ...

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ଦିଗପହଣ୍ଡି, ୧୮।୨ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ସ୍ଥିତ ସାନଖେମୁଣ୍ଡି ଉଚ୍ଚ ବିଦ୍ୟାଳୟ ପରିସର ରେ ମଙ୍ଗଳବାର ବ୍ଲକସ୍ତରୀୟ ନିପୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri