ବନ୍ୟା ବିପନ୍ନ ଛାତ୍ରୀଛାତ୍ରଙ୍କ ମୁହଁରେ ହସ ଫୁଟାଇଲେ ବ୍ୟାଙ୍କ କର୍ମଚାରୀ ଓ ସ୍ୱେଚ୍ଛାସେବୀ, ଦୀପାବଳିରେ ବାଣ୍ଟିଲେ…

ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ବାତ୍ୟା ପରବର୍ତ୍ତୀ ବନ୍ୟା ଗଞ୍ଜାମ ଜିଲାର ଅନେକ ପରିବାରର ଜୀବନକୁ ଦୁର୍ବିସହ କରିଦେଇଛି । ବିପର୍ଯ୍ୟୟରେ ଅନେକ ଛାତ୍ରୀଛାତ୍ରଙ୍କ ପାଠ୍ୟପୁସ୍ତକ, ଖାତା, କଲମ ଓ ସ୍କୁଲ ବ୍ୟାଗ୍ ଭାସିଯାଇଥିବାରୁ ସେମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । ଏଭଳି ସମୟରେ ମାନବିକତାର ପରିଚୟ ଦେଇଛନ୍ତି ଭଞ୍ଜନଗର ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ ଓ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ କୋ ୟୁନିଟ୍ ସ୍ୱେଚ୍ଛାସେବୀ।

ରବିବାର ଦୀପାବଳିକୁ ନିଆରା ଢଙ୍ଗରେ ପାଳନ କରିବା ଉଦ୍ଦେଶ୍ୟରେ ବ୍ୟାଙ୍କ କର୍ମଚାରୀ, ଯୁବ ସ୍ୱେଚ୍ଛାସେବୀ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ କୋ-ୟୁନିଟ୍‌ ପକ୍ଷରୁ ବେଲଗୁଣ୍ଠା ବ୍ଲକର ସର୍ବାଧିକ ବନ୍ୟା କ୍ଷତିଗ୍ରସ୍ତ ନେଟେଙ୍ଗା ଗ୍ରାମରେ ଏକ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଆସନ୍ତାକାଲି ବିଦ୍ୟାଳୟ ଖୋଲିବାକୁ ଥିବାବେଳେ ବନ୍ୟା ପରେ ବିଦ୍ୟାଳୟଗୁଡ଼ିକ ଅପରିଷ୍କାର ହୋଇପଡ଼ିଥିଲା। ତେଣୁ ଗ୍ରାମର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନେ ସଫେଇ କାର୍ଯ୍ୟରେ ଲାଗିଥିବାବେଳେ ବ୍ୟାଙ୍କ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଫଳରେ ବିଦ୍ୟାଳୟଗୁଡ଼ିକ ପୁନର୍ବାର ଖୋଲିବା ପାଇଁ ପ୍ରସ୍ତୁତ ହୋଇପାରିଥିଲା।

ଅନ୍ୟପକ୍ଷରେ ବନ୍ୟାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଶତାଧିକ ଛାତ୍ରୀଛାତ୍ରଙ୍କ ପାଠ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଜାଣିବା ପରେ ସେମାନଙ୍କୁ ଖାତା, କଲମ, ପେନ୍‌ସିଲ୍‌, କଟର, ରବର ସହ ବିସ୍କୁଟ ଓ ଚକୋଲେଟ୍‌ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କୁ ୪ଟି ଲେଖାଏ ଖାତା ଓ ୫ଟି ଲେଖାଏ କଲମ ସମେତ ଅନ୍ୟାନ୍ୟ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା। ଏହି ସହାୟତା ପାଇଁ ଗ୍ରାମବାସୀ, ଅଭିଭାବକ ଓ ଶିକ୍ଷକମାନେ ବ୍ୟାଙ୍କ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀଙ୍କୁ ସାଧୁବାଦ ଜଣାଇଥିଲେ।

ବିଦ୍ୟାଳୟର ସଭାପତି ସୂର୍ଯ୍ୟ ନାୟକଙ୍କ ଠାରୁ ଛାତ୍ରୀଛାତ୍ରଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ ବ୍ୟାଙ୍କ କର୍ମଚାରୀମାନେ ଆଗକୁ ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ମଧ୍ୟ ସହାୟତା ପ୍ରଦାନ କରିବା ସହ ଗ୍ରାମରେ ଅନ୍ୟାନ୍ୟ ସମାଜସେବା କାର୍ଯ୍ୟ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘର କର୍ମକର୍ତ୍ତା ବିଶ୍ୱଜିତ୍‌ ମହାରଣାଙ୍କ ନେତୃତ୍ୱରେ ବ୍ୟାଙ୍କ କର୍ମଚାରୀ ଓ ଯୁବ ସ୍ୱେଚ୍ଛାସେବୀମାନେ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ। ସେହିପରି କଲେଜ ଅଧ୍ୟକ୍ଷ ଡ. ଗଗନ ବିହାରୀ ପୁରୋହିତଙ୍କ ନିର୍ଦ୍ଦେଶରେ ଏନ୍‌ଏସ୍‌ଏସ୍‌ କୋ-ୟୁନିଟ୍‌ ଅଧିକାରୀ ବାବୁଲା ପ୍ରଧାନଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀମାନେ ଏହି ସେବା କାର୍ଯ୍ୟରେ ଯୋଗଦେଇଥିଲେ।

ଏହାପରେ ଅପରାହ୍ନରେ ଏନ୍‌ଏସ୍‌ଏସ୍‌ କୋ-ୟୁନିଟ୍‌ର ସ୍ୱେଚ୍ଛାସେବୀମାନେ ବଡ଼କୋଦଣ୍ଡା ନିକଟସ୍ଥ ଚିଦାନନ୍ଦ ସରସ୍ୱତୀ କୁଷ୍ଠାଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ୮୦ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ହତ୍ୟା ମାମଲା, ଦୁଇ ଭାଇ ଗିରଫ

ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ଅନ୍ଧବିଶ୍ୱାସର କରୁଣ ପରିଣତି । ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ତାରସିଂ ଥାନା…

ଦୀପାବଳିରେ ଗଡ଼ିଲା ମୁଣ୍ଡ, ପେସାଦାର ଅପରାଧୀ ସନ୍ତୋଷଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା

ବ୍ରହ୍ମପୁର,୮ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ଏବେ ପର୍ବପର୍ବାଣିରେ ଗଡୁଛି ମୁଣ୍ଡ। ଗତବର୍ଷ କୁମାର ପୂର୍ଣ୍ଣିମାରେ ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ଚଳିତ…

ବନ୍ୟାର ଅନ୍ଧକାରରେ ଦୀପାବଳିର ଆଲୋକ ବାଣ୍ଟିଲେ ଜିଲାପାଳ, ବିପନ୍ନଙ୍କ ଘରେ ପହଞ୍ଚି…

ପୁରୁଷୋତ୍ତମପୁର,୮ା୧୧(ସବିତା ମିଶ୍ର): ବନ୍ୟା ଛଡ଼ାଇ ନେଇଛି ସର୍ବସ୍ବ, ହେଲେ ଛଡ଼ାଇ ପାରିନି ଦୀପାବଳିର ଆଲୋକ। ବନ୍ୟାର ଦୁଃଖରେ ବୁଡ଼ି ରହିଥିବା ପରିବାରଙ୍କ ମୁହଁରେ ହସ ଫୁଟାଇବାକୁ ଗଞ୍ଜାମ…

କ୍ଷତି ତୁଳନାରେ ସରକାରୀ ସହାୟତା ନଗଣ୍ୟ: ନବୀନ

ଶେରଗଡ଼/ହିଞ୍ଜିଳିକାଟୁ/ସୋରଡା/ ଆସିକା,୮୧୧(ସୂର୍ଯ୍ୟ ନାରାୟଣ ଦାଶ/ ଦ୍ୱିତୀକୃଷ୍ଣ ପଣ୍ଡା/ରଜନୀ ମହାପାତ୍ର/ସୁରେନ୍ଦ୍ର ନାଥ ସାହୁ) ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଶନିବାର ବାତ୍ୟା ଅର୍ଣ୍ଣବ…

ଦିଗପହଣ୍ଡି ବନାଞ୍ଚଳରେ ହାତୀ ଭୟ: ଆକାଶରୁ ଡ୍ରୋନ୍ ରଖୁଛି ନଜର, ଫଟୋ-ଭିଡିଓ ନଉଠାଇବାକୁ…

ଦିଗପହଣ୍ଡି, ୭।୧୧ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ତିଳେଶ୍ୱର, ବଳଧିଆ ଖଇର ପଦର, ସିଙ୍ଗପୁର, ହରିଣା, ସୁମନ୍ତପୁର, ଗଙ୍ଗାପୁର, ଗୁଣ୍ଡୁରିଗୁଡ଼ା, ଆଦିକନ୍ଦପୁର, ସୁନାଖଣ୍ଡି…

ଗଞ୍ଜାମ ବନ୍ୟା କ୍ଷୟକ୍ଷତି ୫ ହଜାର କୋଟି ଟପିବ: ଜାତୀୟ ବିପର୍ଯ୍ୟୟ ଘୋଷଣା ଦାବି କଲେ…

ଛତ୍ରପୁର, ୭।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି ଏବଂ ଏହାର ପରିମାଣ ୫…

ଜୁଆଆଡ୍ଡା ରେ ପୋଲିସ ଚଢା଼ଉ: ୯ ଜୁଆଡ଼ି ଗିରଫ

ଦିଗପହଣ୍ଡି,୭|୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଓଡ଼ାସିଙ୍ଗିି ଗ୍ରାମରେ ଚାଲିଥିବା ଜୁଆଆଡ୍ଡା ରେ ପୋଲିସ ଟିମ୍ ଅତର୍କିତ ଚଢ଼ାଉ କରି ୯ ଜୁଆଡିଙ୍କୁ ଗିରଫ…

ଘୁମୁସର ଗସ୍ତ କରନ୍ତୁ ମୁଖ୍ୟମନ୍ତ୍ରୀ: ସିଭିଲ ସୋସାଇଟି

ଭଞ୍ଜନଗର, ୭।୧୧ (ବାବୁଲା ପ୍ରଧାନ): ଘୁମୁସର ଅଞ୍ଚଳରେ ବନ୍ୟା, ବାତ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ସହ କ୍ଷତିଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?