ବେଳକୁ ବେଳ ଭୟଙ୍କର ହେଉଛି କଙ୍ଗୋର ସ୍ଥିତି, ଏବେ ପର୍ଯ୍ୟନ୍ତ ୯୦୦ଲୋକଙ୍କ ମୃତ୍ୟୁ

କିନଶାସା,୪।୨: କଙ୍ଗୋର ଗୋମା ସହର ଏବଂ ଆଖପାଖ ଅଞ୍ଚଳରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏମ୨୩ ବିଦ୍ରୋହୀମାନେ ସୋମବାର ମାନବିକତା ଦୃଷ୍ଟିରୁ ଏକପାଖିଆ ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଏହି ସଂଘର୍ଷରେ ଏପର୍ଯ୍ୟନ୍ତ ଅତି କମରେ ୯୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ଜାତିସଂଘ ସୂଚନା ଦେଇଥିବାରୁ ଏହି ପଦକ୍ଷେପ ନିଆଯାଇଛି।
ଗତ ସପ୍ତାହରେ କଙ୍ଗୋର ପୂର୍ବ ଗୋମା ସହରରେ କଙ୍ଗୋ ସରକାରୀ ବାହିନୀ ଏବଂ ରୱାଣ୍ଡା ସମର୍ଥିତ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) କହିଛି। ପ୍ରଥମେ ମୃତ୍ୟୁ ସଂଖ୍ୟା ୭୭୩ ବୋଲି କୁହାଯାଇଥିଲା, କିନ୍ତୁ ପାଞ୍ଚ ଦିନର ଭୟଙ୍କର ସଂଘର୍ଷ ପରେ, ଶୁକ୍ରବାର ସୁଦ୍ଧା ଗୋମାର ରାସ୍ତାରୁ ୯୦୦ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ସଂଘର୍ଷରେ ପ୍ରାୟ ୨,୯୦୦ ଲୋକ ଆହତ ହୋଇଛନ୍ତି।

ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି
କଙ୍ଗୋରେ ଚାଲିଥିବା ସଂଘର୍ଷକୁ ଦୃଷ୍ଟିରେ ରଖି, କିନଶାସାରେ ଥିବା ଭାରତୀୟ ଦୂତାବାସ ରବିବାର ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛି। ବୁକାଭୁ ଅଞ୍ଚଳରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ଦୂତାବାସ ପରାମର୍ଶ ଦେଇଛି। ଦୂତାବାସ ତିନୋଟି ପୃଥକ ପରାମର୍ଶ ଜାରି କରି ଭାରତୀୟମାନଙ୍କୁ ଏକ ଜରୁରୀକାଳୀନ ଯୋଜନା ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ସହଯୋଗରେ ଏମିତି ଏକ ବଡ଼ କାମ କରିବାକୁ ଯାଉଛି ପାକିସ୍ତାନ, ୨୦୨୮ ସୁଦ୍ଧା…

ଇସଲାମାବାଦ/ବେଜିଂ,୧୯।୨: ପାକିସ୍ତାନର ମହାକାଶ ସଂସ୍ଥା ସୁପାରକୋ(SUPARCO) ଘୋଷଣା କରିଛି ଯେ ପାକିସ୍ତାନର ପ୍ରଥମ ଚନ୍ଦ୍ରମା ରୋଭର ମିଶନ ୨୦୨୮ରେ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ଏବଂ...

KIIT Suicide: ସିଧା ଧମକ ଦେଲେ Nepal Govt, ପରିସ୍ଥିତି ଠିକ୍‌ ନ ହେଲେ…ଓଡ଼ିଶାରେ ଚହଳ

ଭୁବନେଶ୍ୱର,୧୯।୨: କିଟ୍‌ ବିଶ୍ୱବିଦ୍ୟାଳୟର ଜଣେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ପରେ ସାରା ଦେଶ ଉଠୁଛି ପଡୁଛି। ଘଟଣାକୁ ନେଇ ସବୁଆଡୁ ତୀବ୍ର ବିରୋଧ କରାଯାଉଥିବାବେଳେ ଓଡ଼ିଶାକୁ...

ଭିତିରିଆ ଖେଳ କରିଲେ ଟ୍ରମ୍ପ, କହିଲେ ଭାରତ ପାଖରେ ବହୁତ ଟଙ୍କା, ଆମେରିକା କାହିିଁ ଦେବ…

ଓ୍‌ବାଶିଂଟନ୍‌,୧୯।୨: ଏଲନ ମସ୍କଙ୍କ ନେତୃତ୍ୱରେ ସରକାରୀ ଦକ୍ଷତା ବିଭାଗ (DOGE) ସମ୍ପ୍ରତି ଭାରତର ନିର୍ବାଚନ ସହ ଜଡିତ $୨୧ ନିୟୁତ ପାଣ୍ଠି ବାତିଲ କରିବାକୁ ନିଷ୍ପତ୍ତି...

Russia-Ukraine War: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଲେ ପୁଟିନ୍‌, କହିଲେ ଜେଲେନସ୍କିଙ୍କ ସହ କଥା ହେବାକୁ ରାଜି, କିନ୍ତୁ…

ମସ୍କୋ, ୧୯।୨: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ସମ୍ପର୍କରେ ଆଲୋଚନା ଜୋର ଧରିବା...

କାମ ଦେଲାନି ମୋଦିଙ୍କ ଆଲୋଚନା: ଟ୍ରମ୍ପ ନେଲେ କଠୋର ନିଷ୍ପତ୍ତି, ବଡ଼ କ୍ଷତି ସହିବ ଭାରତ

ଓ୍‌ବାଶିଂଟନ୍‌.୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବରେ ଭାରତର ଚିନ୍ତା ବୃଦ୍ଧି କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦୁଇ ଦେଶ...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ଆମେରିକା ନେଲା ଏହି ନିଷ୍ପତ୍ତି

ଓ୍‌ବାଶିଂଟନ୍‌.୧୯।୨: ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକା-ରୁଷିଆ ଆଲୋଚନାରେ ସାମିଲ ପକ୍ଷଗୁଡ଼ିକ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ...

ବାଣିଜି୍ୟକ କାରବାର ବଢ଼ାଇବେ ଭାରତ, କାତାର

ନୂଆଦିଲ୍ଲୀ, ୧୯।୨: ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାତାରର ଅମିର ଶେଖ୍‌ ତମିମ ବିନ୍‌ ହମଦ୍‌ ଅଲ୍‌-ଥାନୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ...

ଏଲନ୍‌ ମସ୍କ କେବଳ ଜଣେ କର୍ମଚାରୀ… Tesla CEOଙ୍କୁ ନେଇ ଏ କ’ଣ କହିଦେଲା ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ,୧୮।୨: ଟେସ୍‌ଲାର ସିଇଓ ଏଲନ ମସ୍କଙ୍କୁ ନେଇ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ବଡ଼ ବୟାନ ଦିଆଯାଇଛି। ପୂର୍ବରୁ ଟ୍ରମ୍ପ କେବଳ ରାଷ୍ଟ୍ରପତିଙ୍କ ଚୌକିରେ ବସିଛନ୍ତି, ପ୍ରକୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri