ନୀରବଘାତକ

ଭାରତରେ ୧୪ କୋଟି ଲୋକ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଧାରିତ ବାୟୁଗୁଣ ସୂଚକାଙ୍କର ୧୦ ଗୁଣ ପ୍ରଦୂଷିତ ବାୟୁ ସେବନ କରନ୍ତି, ଯାହା ଫଳରେ ପ୍ରତିବର୍ଷ ୨୦ ଲକ୍ଷ ଲୋକ ଅକାଳ ମୃତ୍ୟୁବରଣ କରନ୍ତି। ବାୟୁ ପ୍ରଦୂଷଣକୁ ସାଧାରଣତଃ ବାୟୁଗୁଣ ସୂଚକାଙ୍କ ହିସାବରେ ପ୍ରକାଶ କରାଯାଏ। ବାୟୁମଣ୍ଡଳରେ ଅତି କ୍ଷୁଦ୍ର କଣିକାର ଆକାରକୁ ୨.୫ ମାଇକ୍ରୋମିଟର କିମ୍ବା ୧୦ଆକାରରେ ପ୍ରକାଶ କରାଯାଏ, ଯାହାକୁ ପିଏମ୍‌ ୨.୫ ବା ପିଏମ୍‌୧୦ କୁହାଯାଏ। ଏକ ଘନମିଟର ବାୟୁରେ ମାଇକ୍ରୋଗ୍ରାମ ହିସାବରେ ବାୟୁ ପ୍ରଦୂଷଣ ପ୍ରକାଶ କରାଯାଏ। ଭାରତରେ ୨୦୨୪ ମସିହାରେ ହାରାହାରି ୫୦.୬ ମାଇକ୍ରୋଗ୍ରାମ କଣିକା ପ୍ରତି ଘନମିଟର ବାୟୁରେ ଥିଲା, ଯାହା ୨୦୨୩ ମସିହାର ୫୪.୪ ତୁଳନାରେ ସାମାନ୍ୟ କମ୍‌ ଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହି ସୂଚକାଙ୍କକୁ ୬ ଶ୍ରେଣୀରେ ବିଭକ୍ତ କରେ। ଯେଉଁ ସହର ବା ଦେଶରେ ଏହା ୫.୧ରୁ ୧୦ ମଧ୍ୟରେ ରହେ ତାହା ନିର୍ଦ୍ଧାରିତ ମାନଠାରୁ ୨-୨ ଗୁଣ ଅଧିକ ବୋଲି ବିବେଚନା କରାଯାଏ। ଏହି ମାନ ଯଦି ୫୦ରୁ ଅଧିକ ରହେ ତେବେ ତାକୁ ୧୦ ଗୁଣ ଅଧିକ ବୋଲି ବିଚାର କରାଯାଏ। ୨୦୨୫ ମସିହାରେ ମେଘାଳୟ ବିରନିହାଟରେ ଏହା ୧୨୮.୨, ଦିଲ୍ଲୀରେ ୧୦୮.୩ ଓ ଫରିଦାବାଦରେ ୧୦୧.୨ ରେକର୍ଡ କରାଯାଇଛି। ଭାରତରେ ୩୫% ସହରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିର୍ଦ୍ଧାରିତ ମାନଠାରୁ ୧୦ ଗୁଣ ଅଧିକ ବାୟୁ ପ୍ରଦୂଷିତ ହେବାର ପ୍ରକାଶ କରାଯାଇଛି। ବାୟୁରେ ଅଧିକ ପିଏମ୍‌ ୨.୫ ଥିଲେ ହୃଦ୍‌ରୋଗ, ଆଜ୍‌ମା ଓ ଓଜନ କମି ଯାଏ। ଏପରି ପ୍ରଦୂଷିତ ବାୟୁ ଶ୍ୱାସନଳିରେ ପ୍ରବେଶ କରି ମୃତ୍ୟୁର କାରଣ ହେଉଛି। ଏପରି ନୀରବ ଘାତକ ଆମ ଦେଶର କିପ୍ରକାର ବିପଦ ଆଗକୁ ସୃଷ୍ଟି କରିବ ତାହା ସହଜରେ ଅନୁମେୟ।
ବାୟୁ ପ୍ରଦୂଷଣର ମୁଖ୍ୟ କାରଣଗୁଡ଼ିକ ହେଲା ଶିଳ୍ପ ଯୋଗୁ ବାୟୁମଣ୍ଡଳକୁ ତ୍ୟାଗ କରାଯାଉଥିବା ଅଙ୍ଗାରକାମ୍ଳ ବାଷ୍ପ, ରାସ୍ତାରେ ଚାଲୁଥିବା ଗାଡ଼ିମୋଟର ଯୋଗୁ ନିର୍ଗତ ହେଉଥିବା କାର୍ବନ ମନୋକ୍ସାଇଡ ଓ ଅଙ୍ଗାରକାମ୍ଳ ବାଷ୍ପ, ନିର୍ମାଣ ଯୋଗୁ ବାୟୁମଣ୍ଡଳକୁ ନିର୍ଗତ ଧୂଳିକଣା, ଅଳିଆ ଆବର୍ଜନା ପୋଡ଼ା, ବିଜୁଳି ଶକ୍ତି ପାଇଁ କୋଇଲା ଜାଳେଣି ଓ ରୋଷେଇ ଲାଗି ଜାଳେଣି। ବାୟୁ ପ୍ରଦୂଷଣ ଆମ ଶରୀରରେ ଶ୍ୱାସନଳିଜନିତ ରୋଗ, ହୃଦ୍‌ରୋଗ ଓ ଅକାଳ ମୃତ୍ୟୁ କରିଥାଏ। ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୁଅନ୍ତି ବୟସ୍କ ଓ ଶିଶୁ। ବାୟୁମଣ୍ଡଳରେ ଅମ୍ଳ ବୃଷ୍ଟି ଯୋଗୁ ଜଙ୍ଗଲ, ହ୍ରଦ, ମୃତ୍ତିକା ଓ ଜୈବବିବିଧତା ମଧ୍ୟ ପ୍ରଭାବିତ ହୁଏ, ଯାହାକି ପରିସଂସ୍ଥାରେ ଅସ୍ଥିରତା ସୃଷ୍ଟି କରେ। ସହରାଞ୍ଚଳରେ ବାୟୁପ୍ରଦୂଷଣ ରୋକିବା ପାଇଁ ବହୁ ଅର୍ଥ ବ୍ୟୟବରାଦ ଆବଶ୍ୟକ ପଡ଼େ। ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଭାରତରେ ୧୯୮୧ରେ ପ୍ରଣୀତ ହୋଇଥିଲେ ମଧ୍ୟ ଦୁର୍ବଳ କାର୍ଯ୍ୟକ୍ରମ ଯୋଗୁ ଏହା ସଫଳ ହେଲା ନାହିଁ। ୨୦୧୫ ରେ ଭାରତ ସରକାର ଆଇଆଇଟି କାନପୁର ସହାୟତାରେ ଜାତୀୟ ବାୟୁଗୁଣମାନ ସୂଚକାଙ୍କ ଆରମ୍ଭ କଲେ। ୨୦୧୯ ମସିହାରେ ଜାତୀୟ ନିର୍ମଳବାୟୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ମୋଟାମୋଟି ୨୦-୩୦% ପିଏମ୍‌ ୨.୫ ଓ ୧୦କୁ ୨୦୨୪ ସୁଦ୍ଧା ହ୍ରାସ କରିବାର ଲକ୍ଷ୍ୟଧାର୍ଯ୍ୟ କରାଗଲା। ଏହାକୁ ତୁଳନା କରିବା ପାଇଁ ୨୦୧୭କୁ ମୂଳ ବର୍ଷ ଧରାଗଲା। ଏହାକୁ ଭାରତର ୧୦୨ ଅଧିକ ପ୍ରଦୂଷିତ ସହରରେ କାର୍ଯ୍ୟକାରୀ କରିବାକୁ ସ୍ଥିର କରାଗଲା। ଏହା ବ୍ୟତୀତ ୧୬୦୦ କିଲୋମିଟର ଦର୍ଘ୍ୟ ଓ ୫ କିଲୋମିଟର ପ୍ରସ୍ଥବିଶିଷ୍ଟ ଆରାବଳୀ ପାର୍ବତ୍ୟ ଅଞ୍ଚଳ କଡ଼ରେ ଗୁଜରାଟଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ୧୩୦ କୋଟି ବୃକ୍ଷରୋପଣ କରି ଏକ ସବୁଜ ପ୍ରାଚୀର ନିର୍ମାଣ ୧୦ବର୍ଷରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଗଲା।
ଏପରି ଏକ ନୀରବଘାତକ ପଞ୍ଝାରୁ ରକ୍ଷା ପାଇବା ପାଇଁ ଉଭୟ ସରକାର ଓ ଜନସାଧାରଣ କେତେକ ବଳିଷ୍ଠ କାର୍ଯ୍ୟକ୍ରମ ସମ୍ପାଦନ କରିବା ଅତ୍ୟନ୍ତ ଜରୁରୀ ମନେହୁଏ। ପ୍ରଥମରେ ଶିଳ୍ପ ଓ ଯାନବାହନଗୁଡିକରୁ ବାୟୁ ପ୍ରଦୂଷଣକାରୀ ବାଷ୍ପ ନିର୍ଗମନକୁ ସୀମିତ କରିବା ପାଇଁ ନୀତି ଓ ନିୟନ୍ତ୍ରଣ ଆବଶ୍ୟକ। ଦ୍ବିତୀୟରେ ବ୍ୟକ୍ତିଗତ ଗାଡ଼ିମୋଟର ପରିବର୍ତ୍ତେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ଏବଂ ବିଶେଷ କରି ବିଦ୍ୟୁତ୍‌ ଚାଳିତ ଗାଡ଼ିରେ ଯାତାୟାତ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବା ଜରୁରୀ। ତୃତୀୟରେ ଜୀବାଶ୍ମ ଆଧାରିତ ଶକ୍ତି ପରିବର୍ତ୍ତେ ନବୀକରଣ ଯୋଗ୍ୟ ଶକ୍ତି ହିସାବରେ ସୌର ଶକ୍ତି, ପବନ ଶକ୍ତି ଓ ହାଇଡ୍ରୋ ପାୱାର ବ୍ୟବହାର କଲେ ବାୟୁ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇବ। ଚତୁର୍ଥରେ ସହରାଞ୍ଚଳରେ ଯଥେଷ୍ଟ ବୃକ୍ଷରୋପଣ ସହିତ ପାର୍କ, ଜଳାଶୟ ଇତ୍ୟାଦି ରଖାଗଲେ ଅଙ୍ଗାରକ ପୃଥକୀକରଣ ହୋଇ ବାୟୁ ପ୍ରଦୂଷଣ ହ୍ରାସ ପାଇବ। ପଞ୍ଚମରେ ଗୃହ ଓ ରାସ୍ତା ନିର୍ମାଣ ସମୟରେ ଧୂଳିକଣା ଯେପରି ବାୟୁମଣ୍ଡଳକୁ ନ ବ୍ୟାପେ ସେଥିପ୍ରତି ଯତ୍ନବାନ ହେବା ସହିତ ଅଳିଆ ଆବର୍ଜନା ନ ପୋଡି ଏଗୁଡିକ ନିରାପଦ ସ୍ଥାନକୁ ଉଠାଇନେବା ପ୍ରୟୋଜନ l ଘରେ ରୋଷେଇ ପାଇଁ ଧୂମହୀନ ଚୁଲା କିମ୍ବା ଗ୍ୟାସ୍‌ ଚୁଲା ବ୍ୟବହାରକୁ ବାଧ୍ୟତାମୂଳକ କରିବା ଆବଶ୍ୟକ। ବୟସ୍କ ବ୍ୟକ୍ତି ଓ ରୋଗୀମାନେ ରାସ୍ତାରେ ଚାଲିବା ବେଳେ ସୁରକ୍ଷିତ ମାସ୍କ ବ୍ୟବହାର କଲେ ବହୁ ଉପକାର ପାଇବେ ଓ ପ୍ରଦୂଷଣଜନିତ ରୋଗରୁ ମୁକ୍ତି ପାଇବେ। ଷଷ୍ଠରେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ସାମୂହିକ ବ୍ୟବସ୍ଥା ଓ ଫସଲ ଅବଶେଷ ପୋଡିବା ବନ୍ଦ ପାଇଁ ଆଇନ ପ୍ରଣୟନ କରିବାକୁ ହେବ। ଯେତେଦୂର ସମ୍ଭବ ଆମକୁ ଅଧିକ ସଂଖ୍ୟକ ବୃକ୍ଷରୋପଣ କରିବାକୁ ହେବ। ବୃକ୍ଷ ବାୟୁମଣ୍ଡଳରୁ ବିଷାକ୍ତ ବାଷ୍ପ ଶୋଷଣ କରି ଅମ୍ଳଜାନ ଯୋଗ କରେ। ଏହା ମଧ୍ୟ ଧୂଳିକଣାଗୁଡ଼ିକ ଶୋଷଣ କରିବା ଯୋଗୁ ଆମେ ବାୟୁ ପ୍ରଦୂଷଣରୁ ରକ୍ଷା ପାଉ। ସାଧାରତଃ ବୃକ୍ଷ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ , ସଲ୍‌ଫର ଡାଇ ଅକ୍ସାଇଡ, ନାଇଟ୍ରୋଜେନ ଡାଇ ଅକ୍ସାଇଡ ଓ ଓଜୋନ ଗ୍ୟାସ୍‌ ଶୋଷିଦେଇ ବାୟୁକୁ ପ୍ରଦୂଷଣମୁକ୍ତ କରେ। ଗଛର ବଳ୍କଳ ଓ ପତ୍ର ବାୟୁମଣ୍ଡଳର ଧୂଳିକଣିକା ଗ୍ରହଣ କରି ବାୟୁକୁ କଳାଧୂଆଁ ମୁକ୍ତ କରେ। ଏହା ବ୍ୟତୀତ ଗଛ ପ୍ରଚୁର ଅମ୍ଳଜାନ ତ୍ୟାଗ କରେ। ଗଛର ଛାୟା ଯୋଗୁ ପରିବେଶ ଶୀତଳ ରହେ। ନିମ, ବର ଓ ଓସ୍ତ ଗଛ ବାୟୁମଣ୍ଡଳକୁ ପ୍ରଚୁର ଅମ୍ଳଜାନ ତ୍ୟାଗ କରନ୍ତି। ଏହି କାରଣରୁ ବୃକ୍ଷରୋପଣ ଏକ ମହତ୍‌ କାର୍ଯ୍ୟ ହିସାବରେ ପରିଗଣିତ। ପରିଶେଷରେ ଗୋଷ୍ଠୀ ସମ୍ପ୍ରଦାୟଙ୍କୁ ବାୟୁ ପ୍ରଦୂଷଣର ଉତ୍ସ, ପ୍ରଭାବ ଓ ନିରାକରଣ ବ୍ୟବସ୍ଥା ସମ୍ବନ୍ଧରେ ସଚେତନତା ସୃଷ୍ଟି ସହିତ ଶିକ୍ଷା ଓ ସହାୟତା ଦିଆଯିବା ଆବଶ୍ୟକ। ନିଜ ଗୃହ ଚାରିପାଖ ପରିଷ୍କାର ରଖିବା ସହିତ ମିଳିମିଶି ସର୍ବସାଧାରଣ ଯାନ କିମ୍ବା ସମୂହ ଭାବରେ ଯାତାୟାତ କରିବା ପାଇଁ ଉତ୍ସାହିତ କରିବା ଉଚିତ। ମନେରଖିବାକୁ ହେବ ଯେ ବାୟୁପ୍ରଦୂଷଣ ରୋକିବା ପାଇଁ ସରକାରୀ, ବେସରକାରୀ ଓ ବ୍ୟକ୍ତିଗତ ସ୍ତରରେ ଏକୀଭୂତ କାର୍ଯ୍ୟକ୍ରମ କେବଳ ଏପରି ଏକ ନୀରବଘାତକକୁ ପ୍ରତିହତ କରିବାରେ ସମର୍ଥ l

ବିଦ୍ୟାଧର ମହାରଣା
କଳିଙ୍ଗନଗର, ଘାଟିକିଆ, ଭୁବନେଶ୍ବର
ମୋ: ୯୪୩୭୦୭୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?