ରାଜନେତାଙ୍କ ଲଣ୍ଠନ ଉପାଖ୍ୟାନ

ଅତ୍ୟାଧୁନିକ ବିଜ୍ଞାନ ଓ କାରିଗରି ବିଦ୍ୟା ଡିଜିଟାଲ ଯୁଗରେ ଅଲୋଡ଼ା ହୋଇପଡ଼ିଥିବା ଡିବିରି, ଲଣ୍ଠନ, ଚେମେଣି ଓ ମହମବତି ଏବେ ପୁଣି ଖୋଜା ପଡ଼ିଛି। ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ସମୟରେ ଏସବୁ ପାରମ୍ପରିକ ସାମଗ୍ରୀକୁ ଲୋକେ ପୁଣି ଏକତ୍ରିତ କରିଥାନ୍ତି। ଆଲୋକ ପ୍ରଦାନ କରୁଥିବା ଏକ ଉପକରଣ, ଯେଉଁଥିରେ ବତିର ଚାରିପଟେ ଏକ ଗୋଲ କାଚ ଲଗା ହୋଇଥାଏ ଏବଂ ତେଲ ରଖିବା ନିମନ୍ତେ ଏକ ଆଧାର ଥାଏ। ଯେଉଁ ସମୟରେ ଆମ ନିକଟରେ ବିଦ୍ୟୁତ୍‌ ଅପହଞ୍ଚ ଥିଲା ସେତେବେଳେ ଲୋକେ କିରୋସିନରେ ଡିବିରି ବତି ହେଉ କିମ୍ବା ଦିହୁଡି ଲଗାଇ ଅନ୍ଧାରକୁ ଦୂରେଇ ପାରୁଥିଲେ l ବହୁ ବର୍ଷ ଧରି ନିପଟ ମଫସଲ ଗ୍ରାମ କିମ୍ବା ଛୋଟ ଛୋଟ ସହରଗୁଡ଼ିକରେ ଆଲୋକୀକରଣ ବ୍ୟବସ୍ଥାର ଅଭାବ ଦେଖାଦେଇଥିଲା। ବସ୍ତିଗୁଡ଼ିକରେ ବସବାସ କରୁଥିବା ଲୋକେ ବିଭିନ୍ନ ଉପାୟରେ ଅନ୍ଧାରକୁ ଦୂର କରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଥିଲେ। ଅପହଞ୍ଚ ଇଲାକା ତଥା ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଲୋକେ ରାତିର ଘନ ଅନ୍ଧକାର ଭିତରେ ମୁଣ୍ଡ ଗୁଞ୍ଜି ରହୁଥିଲେ। ଦିନରେ ସୂର୍ଯ୍ୟଙ୍କ ଆଲୁଅରେ ପେଟ ପାଟଣା ପାଇଁ ଖାଦ୍ୟ ଅନ୍ବେଷଣ ହେଉ କିମ୍ବା ଚାଷ ଜମିରେ କାମ କରି ସା ବେଳକୁ ଘରକୁ ଫେରି କ୍ଲାନ୍ତ ଶରୀରକୁ ବିଶ୍ରାମ ଦେବା ପାଇଁ ତତ୍ପର ହେଉଥିଲେ। ସଞ୍ଜ ନଇଁଲେ ଘରେ ଘରେ ପଡ଼ି ଯାଉଥିଲା ତାଟି କବାଟ। କିଛି ଲୋକ ଡିବିରି ବତିରେ ପାଠ ପଢ଼ିବା ହେଉ କି ରୋଷେଇ କରିଆସୁଥିଲେ। ଧୂଆଁରେ ଘର ଭର୍ତ୍ତି ହୋଇଯାଉଥିଲା। ସମୟ କ୍ରମେ ଗାଁ ଗଣ୍ଡାର କୁଶଳୀ କାରିଗର ଲୁହାରେ ତିଆରି ଚିମିଲି ସହିତ ଲଣ୍ଠନକୁ ତିଆରି କରି ଲୋକଙ୍କ ଆବଶ୍ୟକତା ମେଣ୍ଟାଇବାରେ ସମର୍ଥ ହୋଇଥିଲେ। ଲଣ୍ଠନ ବିଭିନ୍ନ ପ୍ରକାର ଯେମିତି କିରୋସିନ, ପେଟ୍ରୋମାକ୍ସ କିମ୍ବା ବିଦ୍ୟୁତ୍‌ ଚାଳିତ ଆଲୋକ ଉପକରଣ ହୋଇପାରେ। କିନ୍ତୁ ଓଡ଼ିଶାରେ ଲଣ୍ଠନ କହିଲେ ସାଧାରଣତଃ କିରୋସିନଚାଳିତ ଲଣ୍ଠନକୁ ବୁଝାଯାଏ। ଲଣ୍ଠନ ଭିତରେ ମହମବତି, କିରୋସିନ ସଳିତା, ପେଟ୍ରୋମାକ୍ସ ମେଣ୍ଟଲ କିମ୍ବା ବିଦ୍ୟୁତ୍‌ ବତି ଆଲୋକର ଉତ୍ସ ଭାବରେ ବ୍ୟବହାର ହୋଇଥାଏ। ଖୋଲା ଆଲୋକ ଉତ୍ସ ଯେମିତି ମହମବତି କିମ୍ବା ଡିବିରି ବତିରୁ ଅନେକ ପ୍ରକାରେ ଅଗ୍ନି ବିପତ୍ତି ହେବାର ସମ୍ଭାବନା ଥିବା ବେଳେ ଲଣ୍ଠନ ଏକ ନିରାପଦ ବତି ଭାବରେ ବ୍ୟବହାର କରାଯାଇଥାଏ। ପ୍ରକୃତରେ ଲଣ୍ଠନର ଉଦ୍ଭାବନ ନିରାପଦ ଆଲୋକ ପାଇବା ଉଦ୍ଦେଶ୍ୟରେ ହିଁ ହୋଇଥିଲା। ଅଧିକନ୍ତୁ ଘର ବାହାରେ ଲଣ୍ଠନର ଆଲୋକ ଉପରେ ପବନର ପ୍ରଭାବ ବିଶେଷ ନ ଥାଏ।
ଅନ୍ଧାର ରାତିକୁ ଦୂର କରିବା ପାଇଁ ଯେଉଁ ଲଣ୍ଠନର ବ୍ୟବହାର ସମାଜରେ ବହୁଳ ପରିମାଣରେ ହେଉଥିଲା, ତାକୁ ନେଇ ଅନେକ କବି, ନାଟ୍ୟକାର, ଗୀତିକାର, ପ୍ରାବନ୍ଧିକ ଓ ଚିତ୍ରଶିଳ୍ପୀ ନିଜ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ। ରାତିରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କିମ୍ବା ଦିନସାରା ଅକ୍ଲାନ୍ତ ପରିଶ୍ରମରୁ ନିଜକୁ ହାଲୁକା କରିବା ପାଇଁ ଯେଉଁ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥାଏ ସେତେବେଳେ ଲଣ୍ଠନର ଆବଶ୍ୟକତା ପଡ଼ିଥାଏ। କାଳକ୍ରମେ ଭାରତ ସରକାରଙ୍କ ନିର୍ବାଚନ ଆୟୁକ୍ତ ଏହାକୁ ରାଜନୈତିକ ଦଳର ଚିହ୍ନ ରୂପେ ସ୍ବୀକୃତି ପ୍ରଦାନ କରିଥିଲେ। ୧୯୯୭ରେ ଜାତୀୟ ଜନତା ଦଳରୁ ଅଲଗା ହେବାପରେ ଲାଲୁ ପ୍ରସାଦ ଯାଦବ ବିହାରରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଜନତା ଦଳ ଗଠନ କରିଥିଲେ ଏବଂ ଏହାର ଦଳୀୟ ଚିହ୍ନ ଥିଲା ଲଣ୍ଠନ। ସେ ହିଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ଏହାପରେ ଲଗାତର ଏହି ଦାୟିତ୍ୱ ତୁଲାଇ ଆସୁଛନ୍ତି। ଏପରି କି ଚାରା ଘୋଟାଲାରେ ଅଭିଯୁକ୍ତ ଥିବାବେଳେ ମଧ୍ୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ନିର୍ଦ୍ଦନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ସାଧାରଣ ନିର୍ବାଚନ, ରାଜ୍ୟ ବିଧାନସଭାର ନିର୍ବାଚନ ଓ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ପରସ୍ପର ରାଜନୈତିକ ଦଳ ପରସ୍ପରକୁ ଆକ୍ଷେପ ଓ ପ୍ରତିଆକ୍ଷେପ କରି ସମାଲୋଚନା କରିଥାନ୍ତି ‘ଦିନବେଳେ ଲଣ୍ଠନ ଦେଖାଇବା’ କଥା କାରଣ ସୂର୍ଯ୍ୟାଲୋକରେ ଲଣ୍ଠନ ଜଳିବା ଦ୍ୱାରା ନିଜର ଅସ୍ତିତ୍ୱ ହରାଇଥାଏ। ଦଳୀୟ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି କିଛି ଜନତା ଜନାର୍ଦ୍ଦନ ମତଦାତାମାନେ ଏହାକୁ ଗ୍ରହଣ କରିଥିବା ବେଳେ କିଛି ଏହାକୁ ଅଗ୍ରାହ୍ୟ କରିଥାନ୍ତି। ଆମ ଦେଶରେ ୧୯୫୨ ମସିହା ପ୍ରଥମ ସାଧାରଣ ନିର୍ବାଚନଠାରୁ ଆରମ୍ଭ କରି ସଂପ୍ରତି ବିଧାନସଭା ନିର୍ବାଚନ ହେଉ କିମ୍ବା ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଓ ସହରାଞ୍ଚଳ ସ୍ଥାନୀୟ ସ୍ବାୟତ୍ତ ଶାସନ ନିର୍ବାଚନ ଭୋଟଦାନ କକ୍ଷରେ ଲଣ୍ଠନର ଆବଶ୍ୟକତା ପଡ଼ିଥାଏ। ଭୋଟଦାନ କକ୍ଷରେ ଲଣ୍ଠନର ବ୍ୟବହାରକୁ ନେଇ ଅନେକ ଆଲୋଚନା ମଧ୍ୟରେ ପ୍ରଥମତଃ ଭୋଟଦାନ କକ୍ଷଟି ଅନ୍ଧକାର ଥିବାରୁ ଏହାକୁ ଆଲୋକିତ କରାଯାଏ; ଯାହାଫଳରେ ମତଦାତା ନିଜର ଜନପ୍ରତିନିଧି ଚିହ୍ନଟିକୁ ଜାଣିବା ପାଇଁ ସହଜ ହୋଇଥାଏ। ଦ୍ବିତୀୟତଃ ଭାରତୀୟ ପରମ୍ପରାରେ ଦୀପର ଆଲୋକ ସତ୍ୟ, ଧର୍ମ ଓ ପରମ୍ପରାର ପ୍ରତୀକ ବୋଲି ବିଶ୍ୱାସ କରାଯାଇଥାଏ। ମତଦାତା ନିଜର ଭୋଟ ଖଣ୍ଡିକ କାହାକୁ ସାବ୍ୟସ୍ତ କଲେ କେବଳ ନିର୍ଜୀବ ଲଣ୍ଠନ ଦୀପ ହିଁ ଦେଖିଥାଏ, ତା’ ବ୍ୟତିରେକ ଅନ୍ୟ କିଏ ଦେଖି ନ ଥାନ୍ତି।
ଯେଉଁ ଲଣ୍ଠନକୁ ସାକ୍ଷୀ ରଖି ସାଧାରଣ ଜନତାଟିଏ ନିଜର ମତ ସାବ୍ୟସ୍ତ କରିଥିଲା, ସେହି ଲଣ୍ଠନ ଏବେ ନିର୍ବାଚିତ ଜନପ୍ରତିନିଧିଙ୍କ ହାତରେ। ଏଭଳି ରୋଚକ ପରିସ୍ଥିତି ଦେଖିବାକୁ ମିଳୁଛି ଚଳିତବର୍ଷ ବଜେଟ ଅଧିବେଶନରେ। ଓଡ଼ିଶାବିରୋଧୀ ମନ୍ତବ୍ୟ ଦେଇଥିବା ବିଧାୟକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜୁ ଜନତା ଦଳ ଦାବି କରିଛି। ଏହାସହ ଅଭିନବ ଉପାୟରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀ କୁଆଡ଼େ ଗଲେ ବୋଲି ଖୋଜିଥିଲେ ବିଜେଡି ବିଧାୟକ। ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ପାଖରେ ଲଣ୍ଠନ ଧରି ଖୋଜିଥିଲେ ବିଜେଡି ବିଧାୟକ। ଏହାପରେ ବିଜେଡି ବିଧାୟକମାନେ ବିଧାନସଭାରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ତଳେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି ପ୍ରତିବାଦ କରିଥିଲେ । ଯେଉଁଠି ରାତିର ଅନ୍ଧାରକୁ ଦୂର କରିବା ପାଇଁ ଲଣ୍ଠନର ଆବଶ୍ୟକତା ପଡ଼ିଥାଏ କିନ୍ତୁ ୨୪ଘଣ୍ଟା ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ବିଧାନସଭାରେ ଲଣ୍ଠନର ଆବଶ୍ୟକତା ପଡ଼ିଲା ଏହା ସାଧାରଣରେ ପ୍ରଶ୍ନବାଚୀ। ଏହାକୁ ନେଇ ଯୁବ ମତଦାତା ଗୋଷ୍ଠୀ କହନ୍ତି, ଆମେ ତ ଘରେ ଲଣ୍ଠନ ଦେଖିନାହୁଁ, ବାହାରକୁ ଗଲେ ହୋଟେଲ କିମ୍ବା ପାର୍କରେ ରଖାଯାଇଥିବାର ଦେଖିବାକୁ ମିଳୁଥିଲା, ସେ ଯାହାହେଉ ବର୍ତ୍ତମାନ ଗଣତନ୍ତ୍ର ମନ୍ଦିରରେ ଏହା ଦେଖିବାକୁ ମିଳିଲାଣି। ଏହାକୁ ନେଇ ରାଜନୈତିକ ଗବେଷକମାନେ ମତପ୍ରକାଶ କରିଛନ୍ତି ଗତ ୧୯ତମ ସାଧାରଣ ନିର୍ବାଚନ ଓ ୧୮ତମ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ଭୋଟଦାନ କକ୍ଷରେ କିରୋସିନ ବ୍ୟବହୃତ ଲଣ୍ଠନ ବ୍ୟବହାର ନ କରି ବ୍ୟାଟେରିଜନିତ ଲଣ୍ଠନ ବ୍ୟବହାର ଏହାର ପରିଣାମ ବୋଲି ମତପୋଷଣ କରୁଛନ୍ତି। ଏଥିରୁ ସ୍ପଷ୍ଟ ହୋଇଗଲା କି ପରବର୍ତ୍ତୀ ପିଢ଼ି ପାଇଁ ଇତିହାସ ପାଲଟିବନି ପାରମ୍ପରିକ ଲଣ୍ଠନ।

କିଶୋର ଚନ୍ଦ୍ର ବେହେରା
ଅଧ୍ୟାପକ, ସିନ୍ଧେଦେବୀ ସ୍ନାତକ ମହାବିଦ୍ୟାଳୟ, ନନ୍ଦପୁର, କୋରାପୁଟ
ମୋ: ୯୪୩୭୯୫୫୫୬୮


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?