କପିଳାସ ଚିଡିଆଖାନାକୁ ଗଲା ଉଦ୍ଧାର ହାତୀ ଛୁଆ

ବ୍ରହ୍ମପୁର ଅଫିସ,୩୧ା୧୨-ଗଞ୍ଜାମ ଜିଲା ଚିକିଟି ବ୍ଲକ ବାହୁଦା ନଦୀ ତଟ ଚିଙ୍ଗୁଡ଼ି ଘେର ଜାଲରେ ଫସିଯାଇଥିବା ହାତୀ ଛୁଆକୁ ମଙ୍ଗଳବାର ସ୍ଥାନୀୟ ଲୋକେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ଉଦ୍ଧାର ହାତୀ ଛୁଆକୁ ଗୁରୁବାର କପିଳାସ ଚିଡିଆଖାନାକୁ ପଠାଯାଇଛି ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି। ଛୁଆ ହାତୀଟି ପୁରୁଷ ହୋଉଥିବା ବେଳେ ତାର ବୟସ ୫/୬ ମାସ ହୋଇଥିବା ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ହାତୀ ଛୁଆଟି ସୁସ୍ଥ ରହିଛି, ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାକୁ ଶିଶୁ ଖାଦ୍ୟ ଦିଆଯାଉଛି।

ଗଜପତି ଜିଲା ଲଖାରୀ ଜଙ୍ଗଲରୁ ଦକ୍ଷିଣ ଘୁମୁସର ଦେଇ ଗଞ୍ଜାମ ଜିଲାର ବ୍ରହ୍ମପୁର ବନାଞ୍ଚଳକୁ ଗତ ନଭେମ୍ବର ମାସରୁ ଆସିଥିବା ୧୫ ହାତୀ ଥିବା ପଲ ଜଙ୍ଗଲରେ ରହି ଧାନ ଫସଲ ଖାଉଥିଲେ। ଗତ ମଙ୍ଗଳବାର ଏହି ହାତୀ ପଲ ଖାଦ୍ୟ ଅନ୍ବେଷଣରେ ବାହୁଦା ନଦୀ ଦେଇ ଯାଉଥିବା ବେଳେ ଦଳରେ ଥିବା ଏକ ଛୁଆ ହାତୀ ମାଛ ଧରା ଜାଲରେ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ହାତୀ ଛୁଆଟିକୁ ଉଦ୍ଧାର କରିଥିଲେ ମଧ୍ୟ ହାତୀ ପଲ ଉକ୍ତ ଛୁଆଟିକୁ ତାଙ୍କ ଦଳରେ ସାମିଲ କରି ନ ଥିଲେ। ଛୁଆ ହାତୀଟିକୁ ବନ ବିଭାଗ ହାତୀପଲରେ ଛାଡିବା ପାଇଁ ବାରମ୍ବାର ଉଦ୍ୟମ କରିଥିଲେ ମଧ୍ୟ ହାତୀମାନେ ଦଳରୁ ଅଲଗା ହୋଇଯାଇଥିବା ଛୁଆଟିକୁ ଗ୍ରହଣ ନ କରି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ଫଳରେ ଉଦ୍ଧାର ହାତୀ ଛୁଆଟିକୁ ବନ ବିଭାଗ ଟାମଣା ରେଞ୍ଜରେ ରଖି ତାର ଯତ୍ନ ନେଇଥିଲା ବୋଲି ଡିଏଫଓ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଏହି ଦିନ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ, ଲଗାତାର ୪ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ,୨୫ା୮: ୫ ଦିନିଆ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ବିଳମ୍ବ, କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ଯୋଜନାକୁ ନେଇ ମତଭେଦ, ପେନ୍‌ସନ ସମ୍ବନ୍ଧୀୟ ସମସ୍ୟା ଓ ଆହୁରି…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri