Advertisement

ମୁମ୍ବାଇରେ ଘରକୁ ଘର ବୁଲୁଛନ୍ତି ରିୟା ଚକ୍ରବର୍ତ୍ତୀ

ଡ୍ରଗ୍ସ ମାମଲାରେ ଏକ ମାସ ଜେଲରେ ରହିବା ପରେ ଜାମିନରେ ମୁକ୍ତ ହୋଇଥିବା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ବର୍ତ୍ତମାନ ଆଉ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି। ସେ ମୁମ୍ବାଇରେ ରହିବା ପାଇଁ ଦ୍ୱାର ଦ୍ୱାର ବୁଲି ଘର ଖୋଜୁଛନ୍ତି। କାରଣ ପୂର୍ବରୁ ସେ ରହୁଥିବା ସୋସାଇଟିରୁ ତାଙ୍କୁ ଘର ଖାଲି କରିବାକୁ ଚାପ କୁହାଯାଉଛି। ତେଣୁ ରିୟା ପରିବାର ସହ ମିଶି ଅନ୍ୟ ଏକ ଘର ଖୋଜିବାରେ ଲାଗିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରିୟାଙ୍କୁ ବାପା ଇନ୍ଦ୍ରଜିତ୍‌ ଏବଂ ମା’ ସନ୍ଧ୍ୟା ଚକ୍ରବର୍ତ୍ତୀଙ୍କ ସହ ଦେଖିବାକୁ ମିଳୁଛି। ବର୍ତ୍ତମାନ ରିୟା ପରିବାର ସହ ସାଣ୍ଟା କ୍ରୁଜ୍‌ ସୋସାଇଟିରେ ରହୁଛନ୍ତି।
ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲାରେ ସଂଯୋଗ ନେଇ ରିୟାଙ୍କୁ ସେପ୍ଟେମ୍ବର ୮ରେ ନାରକୋଟିକ୍ସ ବେ୍ୟୁରୋ ଗିରଫ କରିଥିଲା। ଏହା ପରେ ରିୟାଙ୍କ ଫ୍ଲାଟ୍‌ ସମ୍ମୁଖରେ ପ୍ରତିଦିନ ମିଡିଆ ଲୋକଙ୍କ ଭିଡ଼ ଜମୁଥିଲା। ଏ ନେଇ ରିୟା ଏବଂ ତାଙ୍କ ପରିବାର ପ୍ରତି ଅସନ୍ତୋଷ ବ୍ୟକ୍ତ କରାଯାଉଥିଲା। ରିୟା ଜେଲରୁ ଫେରିବା ପରେ ତାଙ୍କ ପରିବାରକୁ ଘର ଖାଲି କରିବାକୁ ଚାପ ପକାଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫିଲ୍ମରେ ସାଉଥ୍‌ର ଏହି ବଡ଼ ଷ୍ଟାରଙ୍କ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ୍‌ ସୁଲତାନ ସଲମାନ ଖାନ୍‌ଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିଓ୍ବାଲି’ର ଷ୍ଟାର କାଷ୍ଟ ବିଷୟରେ ଅନେକ ଚର୍ଚ୍ଚା ଚାଲିଛି। ପ୍ରତିଦିନ ଫିଲ୍ମ ବିଷୟରେ...

କମେଡିଆନ୍‌ ସୁନୀଲ ଗ୍ରୋଭର ହେଲେ ହିନ୍ଦୀ ଶିକ୍ଷକ

ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଏ ନେଇ ଗତ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେଣୁ ଏହି ସମୟରେ...

ବକ୍ସ ଅଫିସ୍‌ରେ ଧମାଲ୍‌ କରୁଛି ‘ଦେ ଦେ ଫ୍ୟାର ଦେ’

ମୁମ୍ବାଇ,୧୮।୫: ଅଜୟ ଦେବଗନଙ୍କ ରୋମାଣ୍ଟିକ କମେଡି ଫିଲ୍ମ ‘ଦେ ଦେ ପ୍ୟାର ଦେ’ ଶୁକ୍ରବାର ବଡ଼ ପରଦାରେ ରିଲିଜ୍‌ ହୋଇଛି। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ...

ଜାଣନ୍ତୁ କିଏ ସେହି ‘ଚେଲ୍ଲମ ସାର୍‌’; ‘ଫ୍ୟାମିଲି ମ୍ୟାନ୍‌-୨’ରେ ଯାହାଙ୍କ ଚରିତ୍ର ଜିଣୁଛି ହୃଦୟ…

ବମ୍ବେ: ରିଲିଜ୍‌ ପରଠାରୁ ଦର୍ଶକଙ୍କ ମନ ଜିଣୁଛି ‘ଦ ଫ୍ୟାମିଲି ମ୍ୟାନ୍‌ ସିଜନ ୨’। ସିରିଜର ପ୍ରତ୍ୟେକଟି ଚରିତ୍ର ସ୍ବତନ୍ତ୍ର ଛାପ ଛାଡ଼ୁଥିବା କୁହାଯାଉଛି। ଏସବୁ...

୨ ଫ୍ଲାଟ୍‌, ୧୧ କୋଟିର ବଙ୍ଗଳାର ମାଲିକାଣୀ ହେଉଛନ୍ତି ଡ୍ରାମା କୁଇନ୍‌; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ବଲିଉଡ୍‌ର ଡ୍ରାମା କୁଇନ୍‌ ତଥା ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିବାକୁ ଭଲ ପାଆନ୍ତି। ବଡ଼ ପରଦାରୁ...

ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାର ହେବ ସିବିଆଇ ତଦନ୍ତ: ଅଣ୍ଟା ଭିଡ଼ିଲେ ରାଜନେତା

ମୁମ୍ବାଇ, ୨୩।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ଘଟଣା ଏବେ ଭିନ୍ନ ମୋଡ଼ ନେବାକୁ ଆରମ୍ଭ କରିଛି। ଦେଶର ବିଭିନ୍ନ ସ୍ଥାନରେ...

ଏହି ଅଭିନେତ୍ରୀଙ୍କ ସହ ହ୍ରିତିଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ ପରେ ହୋଇଥିଲା ହଙ୍ଗାମା

ବଲିଉଡର ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଆଜି ଜନ୍ମଦିନ। ୨୦୦୦ର ହିଟ ଫିଲ୍ମ ‘କହୋନା ପ୍ୟାର୍‌ ହୈ’ ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ । ପରେ...

ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ମୋଦି କ୍ୟାବିନେଟ୍‌ର ଏହି ମନ୍ତ୍ରୀ

ବମ୍ବେ: ପ୍ରଯୋଜିକା ଏକତା କପୁର-ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱ କଥା କାହାକୁ ବା ଅଛପା। ଜଣେ ମଡେଲ୍‌ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ...

Advertisement
Archives

Model This Week