ଅସନ୍ତୋଷର ରାଜନୀତି

ଇଆନ ବୁର୍ମା

କିଛି ବର୍ଷ ପୂର୍ବରୁ ୟୁରୋପରେ ଚରମ ବା ଉଗ୍ର ଦକ୍ଷିଣପନ୍ଥୀ ରାଜନୈତିକ ଦଳ ବ୍ୟବସ୍ଥାର ସୁଦିନର ପୁରାତନ ସ୍ମୃତି ଏବଂ ସାମରିକ ଉପତ୍ୀଡ଼ନ ସହ ଜଡ଼ିତ ଥିଲା। ଫ୍ରାନ୍ସ ଏବଂ ଇଟାଲୀରେ ଚରମ ଦକ୍ଷିଣପନ୍ଥୀ ରାଜନୈତିକ ଦଳଗୁଡ଼ିକ ଦ୍ୱିତୀୟ ବିଶ୍ୱଯୁଦ୍ଧର ଅଶାନ୍ତ ସ୍ଥିତିରୁ ସୃଷ୍ଟି ହୋଇଥିବା ପୂର୍ବତନ ଏସ୍‌ଏସ୍‌ ଅଧିକାରୀ( ହିଟଲରଙ୍କ ବଡିଗାର୍ଡ ୟୁନିଟ୍‌), ଫାନ୍ସରେ ଦକ୍ଷ ସାମରିକ ବ୍ୟକ୍ତିମାନଙ୍କ ଦ୍ୱାରା ଗଠିତ ସହଯୋଗଭିତ୍ତିକ ସରକାର ଏବଂ ଅନ୍ୟ ସନ୍ଦିଗ୍ଧ ବ୍ୟକ୍ତିିମାନଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। ଏବେ ସେହି ଦଳଗୁଡ଼ିକର ନେତୃତ୍ୱ ମହିଳାମାନେ ନେଉଛନ୍ତି। ସୁଇଡେନ୍‌ରେ ଡେମୋକ୍ରାଟମାନଙ୍କ କ୍ଷେତ୍ରରେ ସମାନ ସ୍ଥିତି ଦେଖାଯାଇଛି, ଯାହା ନିକଟରେ ଅନୁଷ୍ଠିତ ନିର୍ବାଚନରେ ୨୦.୬% ଭୋଟ ହାସଲ କରିଛି। ୟୁରୋପୀୟ ଫାସିବାଦୀ ସ୍ବର୍ଗରେ ଅନେକ କିଛି ପରିବର୍ତ୍ତନ ହୋଇଛି। ଚରମ ଦକ୍ଷିଣପନ୍ଥୀ ବ୍ରଦ୍ରର୍ସ ଅଫ୍‌ ଇଟାଲୀ ପାର୍ଟିର ନେତା ଜର୍ଜିୟା ମେଲୋନି ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବେ। ମରିନ୍‌ ଲି ପେନ୍‌ଙ୍କ ଦଳ ନ୍ୟାଶନାଲ ରାଲି ଫ୍ରାନ୍ସ ପାର୍ଲାମେଣ୍ଟରେ ୮୯ ଆସନ ଜିତିଲା। ସୁଇଡେନ୍‌ରେ ଡେମୋକ୍ରାଟମାନେ ସରକାର ବାହାରେ ରହିଥିଲେ ମଧ୍ୟ ଜାତୀୟ ରାଜନୀତିରେ ସେମାନଙ୍କ ସ୍ବର ଦୃଢ ରହିଛି। କେବଳ ମହିଳା ନୁହନ୍ତି, ଏବେ ବିଶେଷ କରି ଆଧୁନିକ ଯୁବକମାନେ ୟୁରୋପୀୟ ଚରମ ଦକ୍ଷିଣପନ୍ଥୀ ମନୋଭାବ ପ୍ରକାଶ କରୁଛନ୍ତି। ୟୁରୋପରେ ମଧ୍ୟମ ରକ୍ଷଣଶୀଳ ଦଳଗୁଡ଼ିକୁ ଏବେ ସୁଦ୍ଧା ଚରମପନ୍ଥୀମାନେ ଆୟତ୍ତ କରିପାରିନାହାନ୍ତି, ଯାହା ଆମେରିକାରେ ରିପବ୍ଲିକାନମାନଙ୍କ କ୍ଷେତ୍ରରେ ଘଟିଥିଲା। କିନ୍ତୁ ନିର୍ବାଚନରେ ହାରିଯିବାର ଭୟ ପୁଣି ସେମାନଙ୍କୁ ଉଗ୍ର ସୁଧାରବାଦୀ ଆଡ଼କୁ ମୁହଁାଇଦେଇଛି। ଏହା ମାନେ ନୁହେଁ ଯେ, ୧୯୩୩ ଭଳି ଆମେ ଜାଗ୍ରତ ହେବାକୁ ଯାଉଛୁ। ସମାନ ପଥରେ କେବେ ବି ଇତିହାସର ପୁନରାବୃତ୍ତି ହୁଏନାହିଁ। ମେଲୋନି ଏବେ ମୁସୋଲିନ ନୁହନ୍ତି କି ଏବେସୁଦ୍ଧା କେହି ହିଟ୍‌ଲର ନାହାନ୍ତି । ତେବେ ପ୍ରତ୍ୟେକ ଘଟଣାରେ ଦକ୍ଷିଣପନ୍ଥୀ ଉଗ୍ରବାଦର ଅନେକ ଦୃଷ୍ଟିକୋଣ ରହିଛି। ଦକ୍ଷିଣପନ୍ଥୀ ପପୁଲିଜମ୍‌ (ରାଜନୈତିକ ସ୍ଥିତି ଯାହା ଲୋକମାନଙ୍କ ମତକୁ ଗୁରୁତ୍ୱ ଦେଇ ସେହି ଗୋଷ୍ଠୀର ଲୋକଙ୍କୁ ବ୍ୟବସ୍ଥା ଏବଂ ରାଜନୈତିକ ବିଚାର ବିରୋଧରେ ଲଗାତର ଲିପ୍ତ କରାଏ)ର ପ୍ରତ୍ୟେକ ଢାଞ୍ଚାରେ କ୍ରୋଧ କିମ୍ବା ଅସନ୍ତୋଷର ରାଜନୀତି ସକ୍ରିୟ ହେଉଛି। ବ୍ୟବସ୍ଥାର ପଛରେ ରହିଯାଇଛନ୍ତି ଓ ସେମାନଙ୍କୁ ଅଣଦେଖା କରାଯାଉଛି ବୋଲି ଯେଉଁମାନେ ଅନୁଭବ କରୁଛନ୍ତିି, ସେମାନଙ୍କୁ ବିରୋଧ କରିବା ଲାଗି ଉକ୍ତ ରାଜନୀତି ଆକର୍ଷିତ କରୁଛି। ଅଧିକାଂଶ ଦେଶରେ ଯେଉଁଠାରେ ଏଭଳି ରୁଗ୍‌ଣ ଭବନା ରହିଛି ସେଠାରେ ଏହା ଅଧିକ ପ୍ରକାଶ ପାଉଛି। ବିଶେଷକରି ଏଭଳି ଧାରା ଆମେରିକାରେ କ୍ଷତିକାରକ ଭୂମିକା ନେଉଛି। ପ୍ରତ୍ୟେକ ସ୍ଥାନରେ ଅସନ୍ତୋଷ ଓ ଭୟ ପ୍ରବାସୀମାନଙ୍କ ପ୍ରତି ହିଂସାର କ୍ଷେତ୍ର ପ୍ରସ୍ତୁତ କରୁଛି। ତଥାକଥିତ ‘ଫ୍ରାଟ ବୟ ରାଇଟ’ ବା କଲେଜ ପଢୁଆ ପିଲାଙ୍କ ମନରେ ଉଗ୍ର ଦକ୍ଷିଣପନ୍ଥୀ ମନୋଭାବ ଉତ୍‌ଥାନର କାରଣ ହେଉଛି । ବିଶେଷକରି ଆମେରିକାଠାରୁ ୟୁରୋପରେ ଏହା ଅଧିକ ମଜଭୁତ।
ଚରମ ଦକ୍ଷିଣପନ୍ଥୀ ଦଳଗୁଡ଼ିକର ଏବକାର ନିର୍ବାଚନୀ ସଫଳତା ସେମାନଙ୍କ ମୁଖ୍ୟଧାରା ବିରୋଧୀଙ୍କ ବିଫଳତା ଯୋଗୁ ମିଳିଛି ବୋଲି କୁହାଯାଉଛି। ବିରୋଧୀମାନଙ୍କ ମଧ୍ୟରେ ଏକତାର ଅଭାବ ହିଁ ଏହାର ପ୍ରମୁଖ କାରଣ। କେହି ଜାଣନ୍ତି ନାହିଁ ବାସ୍ତବରେ ଏମାନେ କାହା ପାଇଁ କାମ କରୁଛନ୍ତି ,ସେମାନଙ୍କ ବାସ୍ତବ ସ୍ଥିତି ବା ଭୂମିକା କ’ଣ? ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ। ଇଂଲଣ୍ଡରେ ଲେବର ପାର୍ଟି କିମ୍ବା ଆମେରିକାରେ ଡେମୋକ୍ରାଟସ୍‌ ଭଳି ମୁଖ୍ୟଧାରା ଦଳଗୁଡ଼ିକ( ଯେଉଁମାନେ ସମସ୍ୟାକୁ ଗମ୍ଭୀରତାର ସହ ନେଇ ତଦନୁଯାୟୀ କାର୍ଯ୍ୟକରିଥାନ୍ତି) ଅନ୍ତର୍ଜାତୀୟ ସଂସ୍ଥା, ବୈଶ୍ୱିକ ବାଣିଜ୍ୟ, ପରିବର୍ତ୍ତନୀୟ ତଥା ଉଦାର ପ୍ରବାସୀ ନୀତିଗୁଡ଼ିକ ଏବଂ ଅନ୍ୟାନ୍ୟ କେତେକ ସପକ୍ଷରେ ସ୍ପଷ୍ଟ୍ବଭାବେ କାର୍ଯ୍ୟ କରିଥାନ୍ତି। କିନ୍ତ ସମସ୍ୟା ହେଉଛି ଏହା ସେମାନଙ୍କୁ ମଧ୍ୟମ (ଉଗ୍ର ବିଚାରମୁକ୍ତ) ରୂଢ଼ୀବାଦୀ ଦଳଗୁଡ଼ିକଠାରୁ କ୍ୱଚିତ ପୃଥକ୍‌ ବୋଲି ଦର୍ଶାଏ।
ଆମେରିକାର ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ରାଜନୀତି ମୌଳିକ ଭାବେ ତାଙ୍କ ପୂର୍ବର ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ ବୁଶ୍‌ଠାରୁ ଭିନ୍ନ ନ ଥିଲା । ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଏବଂ ଡାଭିଡ୍‌ କାମେରନ କିମ୍ବା ଜର୍ମାନୀରେ ଗେହାର୍ଡ ସ୍କ୍ରୋଡର ଓ ଆଞ୍ଜେଲା ମର୍କେଲଙ୍କ ରାଜନୀତି ସେମାନଙ୍କ ପୂର୍ବ ନେତାଙ୍କ ଠାରୁ ଅଲଗା ନ ଥିଲା। ସହନଶୀଳ ବାମ ଏବଂ ଦକ୍ଷିଣପନ୍ଥୀ ଦଳଗୁଡ଼ିକୁ ନେଇ ୧୯୯୦ ଓ ୨୦୦୦ ଦଶନ୍ଧିରେ ୟୁରୋପରେ ଅନେକ ମେଣ୍ଟ ସରକାର ଗଠନ ହୋଇଥିଲା। ପରେ ଟେକ୍‌ନୋକ୍ରାଟ ଏବଂ ପଲିଟିକାଲ ମ୍ୟାନେଜରମାନଙ୍କ ଶାସନ ଏହାର ମାନକ ହୋଇଗଲା। ଫଳରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭଳି ବ୍ୟବସ୍ଥା ଓ ସଂସ୍ଥା ବିରୋଧୀ ଦକ୍ଷିଣପନ୍ଥୀ ନେତା ନିଜ ସ୍ବାର୍ଥ ଲାଗି ବାମପନ୍ଥୀ ତଥା ରକ୍ଷଣଶୀଳ ବ୍ୟବସ୍ଥା ପ୍ରତି ଘୃଣା ଭାବ ପ୍ରୟୋଗ କରିଛନ୍ତି। କିନ୍ତୁ ରକ୍ଷଣଶୀଳ ତୁଳନାରେ ପ୍ରଗତିଶୀଳ ଦଳଗୁଡ଼ିକ ମିଥ୍ୟାଚାର ଯୋଗୁ ଅଧିକ ଘୃଣିତ ହେଉଛନ୍ତି। ବାମପନ୍ଥୀର ଏକ ପ୍ରକାର ମିଥ୍ୟାଚାର ବା ଛଳନା ବିଶେଷକରି ଅନେକଙ୍କୁ କ୍ଷୁବ୍ଧ କରେ। ମୁଖ୍ୟଧାରା ପ୍ରଗତିଶୀଳ ଦଳଗୁଡ଼ିକ ତୁଳନାମତ୍କ ଭାବେ ଏବେ ବାହାରୁ ଆସି ସହରରେ କାର୍ଯ୍ୟ କରୁଥିବା, ବହୁ ଭାଷୀ ,ସଂସ୍କୃତିଗତ ବିବିଧତାକୁ ଭଲ ପାଉଥିବା ତଥା ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ ଭାଗୀଦାରି ଥିବା ଉଚ୍ଚଶିକ୍ଷିତଙ୍କ ଭୋଟ ଅଧିକ ପାଉଛି। ଏଭଳି ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ଦୃଷ୍ଟିକୋଣ ପ୍ରତି ସେମାନଙ୍କ ମନୋଭାବରେ କିଛି ଭୁଲ୍‌ ନାହିଁ। ଆର୍ଥିକ ଜଗତୀକରଣ ଅନେକ ଲୋକଙ୍କୁ ଦାରିଦ୍ର୍ୟରୁ ଉପରକୁ ଉଠାଇଛି। ସାର୍ବଜନୀନ ସଂସ୍ଥାଗୁଡ଼ିକରେ ଅନ୍ତର୍ଜାତୀୟ ସହଯୋଗ ରାଷ୍ଟ୍ରବାଦ ଏବଂ ସୀମାଭିତ୍ତିକ ଚିନ୍ତାଧାରାଠାରୁ ଅଧିକ ଭଲ। ଶରଣ ଚାହଁୁଥିବା ଏବଂ ପ୍ରବାସୀମାନଙ୍କ ପ୍ରତି ଉଦାର ମନୋଭାବ ହିଁ ବାସ୍ତବ ମାନବୀୟ ଏବଂ ସଂସ୍କୃତିଗତ ସମୃଦ୍ଧିର ପରିଚୟ, ଯାହା ଏକ ସମାଜକୁ ନୂଆ ଗତିଶୀଳତା ଦିଏ, ପରିବର୍ତ୍ତନ ଆଣେ।
କିନ୍ତୁ ସମସ୍ତେ ଉଦାରବାଦୀ ବିଶ୍ୱ ବ୍ୟବସ୍ଥାରୁ ଲାଭ ପାଇ ନ ଥାନ୍ତି। ଇଟାଲୀରେ ମଧ୍ୟବିତ୍ତ ବର୍ଗ କଷ୍ଟ ଭୋଗୁଛନ୍ତି। ଆମେରିକୀୟ ମଧ୍ୟପାଶ୍ଚାତ୍ୟରେ ପୂର୍ବତନ ଶିଳ୍ପ ଶ୍ରମିକମାନେ କ୍ଷତି ସହୁଛନ୍ତି। ଫ୍ରାନ୍ସରେ ସରକାର ଲୋକମାନଙ୍କୁ ଅଣଦେଖା କରୁଛି ବୋଲି ସେମାନେ ଅନୁଭବ କରୁଛନ୍ତି। ମଧ୍ୟମ ରକ୍ଷଣଶୀଳମାନେ ଏଭଳି ଅଭିଯୋଗ ପ୍ରତି କଠୋର ଦୃଷ୍ଟିକୋଣ ପ୍ରକାଶ କରିଥାନ୍ତି। ବାମପନ୍ଥୀ ପ୍ରତିକ୍ରିୟା ଅଧିକ ବାସ୍ତବବାଦୀ। ଯେଉଁମାନେ ପ୍ରବାସୀଙ୍କ ଉପରେ ଅଭିଯୋଗ କରନ୍ତି ସେମାନଙ୍କୁ ଫାସିବାଦୀ ଭାବେ ନିନ୍ଦା କରେ। ପ୍ରବାସୀମାନଙ୍କୁ ଘୃଣା ଚକ୍ଷୁରେ ଦେଖୁଥିବା ଲୋକଙ୍କୁ ଏହା ଗ୍ରହଣ କରେନାହିଁ। କିନ୍ତୁ ଏବେ ବାମପନ୍ଥୀ ଅସହାୟଙ୍କ ପାଇଁ ଠିଆ ହୋଇଥିବାର ଛଳନା କରୁଥିବା ଯୋଗୁ ଏହା ବହୁ ସମୟରେ ନିଜ ସେବା ଉପରେ ଦ୍ୱିଧାର ଏକ ଦୃଢ ବଳୟ ସୃଷ୍ଟି କରିଛି। ପ୍ରଗତିଶୀଳ ଦଳଗୁଡ଼ିକ ବୈଶ୍ୱିକ ଉଦାରବାଦୀ ବ୍ୟବସ୍ଥା ଦ୍ୱାରା ଶିକ୍ଷିତ ସହରୀ ଲୋକଙ୍କୁ ଲାଭ ପହଞ୍ଚାଇବା ସହ ସେମାନଙ୍କ ନୈତିକତା ବୃଦ୍ଧି କରିବାକୁ ଚାହେଁ ଏବଂ ଶିକ୍ଷା ଓ ସମୃଦ୍ଧିର ଅଭାବ ଥିବା ଲୋକମାନଙ୍କୁ ଉପଦେଶ ଦେଇଥାଏ। ଏହି ଗୋଟିିଏ କାରଣରୁ ଲୋକେ ଲି ପେନ, ମେଲୋନି, ଟ୍ରମ୍ପ କିମ୍ବା ସୁଇଡେନ ଡେମୋକ୍ରାଟସ୍‌କୁ ଭୋଟ ଦେଉଛନ୍ତି। ଯଦି ଲଣ୍ଡନର ଶିକ୍ଷିତ ବର୍ଗ ୟୁରେପୀୟ ସଂଘ ସଦସ୍ୟତାକୁ ସପକ୍ଷ କରନ୍ତି , ତେବେ ଆମେ ବ୍ରେକ୍‌ଜିଟ୍‌ ସପକ୍ଷରେ ଭୋଟ ଦେବୁ। ଯଦି ରାଜନୀତିର ସମ୍ଭାନ୍ତ ବର୍ଗ ମାସ୍କ ଓ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ କହିବେ , ତେବେ ଲୋକଙ୍କୁ ଭ୍ରମିତ କରିବା ଲାଗି ଏ ସବୁ କୌଶଳ ଜର୍ଜ ସୋରୋସ କିମ୍ବା ବିଲ୍‌ ଗେଟ୍‌ସଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ବୋଲି ଆମେ କହିବୁ। ଏହା ଅପମାନର ପ୍ରତିଶୋଧ , କ୍ରୋଧ ତଥା ଅସନ୍ତୋଷର ରାଜନୀତି। ବିଶେଷ କରି ଅସନ୍ତୋଷର ରାଜନୀତି କ୍ଷତିକାରକ ଓ ସଫଳ ସରକାର ପ୍ରତି ଅନୁକୂଳ ନୁହେଁ ବୋଲି ଟ୍ରମ୍ପ୍‌ ଦେଖାଇ ଦେଇଛନ୍ତି। ମେଲୋନି ଏବଂ ଅନ୍ୟ ଉଗ୍ର ଦକ୍ଷିଣପନ୍ଥୀ ନେତାମାନେ ଶାସନର ସୁଯୋଗ ପାଇ ଭଲ କରିପାରିବେ କି? ଏମିତି ଘଟିବ ବୋଲି ମୁଁ ଆଶା କରୁନାହିଁ।
ଲେଖକ, ଦି ଚର୍ଚିଲ କମ୍ପ୍ଲେକ୍ସ


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?