କ୍ରୋଧ ବ୍ରହ୍ମଚଣ୍ଡାଳ

ଅଲେଖ ଚନ୍ଦ୍ର ମିଶ୍ର

ଆଜିକାଲି ଗଣମାଧ୍ୟମରେ ପ୍ରାୟତଃ ପ୍ରକାଶ ପାଉଥିବା କ୍ରୋଧ ସମ୍ବଳିତ ଅଘଟଣର ଅନ୍ତ ନାହିଁ।
ପାରିବାରିକ ଅଶାନ୍ତିରୁ ଗୃହର ସଦସ୍ୟଙ୍କୁ ହତ୍ୟାକରି କେହି ଆତ୍ମହତ୍ୟା କରୁଛି ତ ଜନ୍ମିତ ଶିଶୁଙ୍କୁ ବିଷ ଦେଇ କେହି ନିଜେ ବିଷ ପିଉଛି। ସାମାନ୍ୟ କଥାରେ (ଯଥା ଖାଇବାକୁ ଦେବାରେ ବିଳମ୍ବ) କେହି ପତ୍ନୀକୁ ହତ୍ୟା କରୁଛି ତ ନିଶା ଖାଇବାକୁ ଟଙ୍କା ନ ଦେବାରୁ କେହି ମାଆକୁ ମାରିଦେଉଛି ଅଥବା ସମ୍ପତ୍ତି ଲୋଭରେ ପିତାଙ୍କୁ ମୁତ୍ୟୁମୁଖକୁ ଠେଲି ଦେଉଛି। ପାରିବାରିକ ସମ୍ମାନ ପାଇଁ ବି ହତ୍ୟାକାଣ୍ଡ (ଅନର୍‌ କିଲିଂ) ଘଟୁଛି। ଏପରି କି କ୍ରୋଧ ହେତୁ ପତିପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଯାଉଛି।
ଏପରି ଘଟଣା ସମୂହକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ପରିସ୍ଥିତି ଯାହା ହେଉ ନା କାହିଁକି ଏପରି ଅଘଟଣର ପ୍ରତ୍ୟକ୍ଷ କାରଣ କ୍ରୋଧର ପ୍ରତିଫଳନ। କ୍ରୋଧ ବ୍ରହ୍ମଚଣ୍ଡାଳ। କ୍ରୋଧାନ୍ଧ ମନୁଷ୍ୟ ହିତାହିତ ଜ୍ଞାନ ହରେଇ ବସେ ଏବଂ ବେଳେବେଳେ ଏପରି ସାଙ୍ଘାତିକ କାର୍ଯ୍ୟ କରେ, ଯାହାକୁ ଆଜୀବନ ଅନୁତାପ ବି ଧୋଇ ପାରେନା। କ୍ରୋଧର ଭସ୍ମକାରୀ ଶକ୍ତି ପାଇଁ ତାକୁ ଅଗ୍ନି ବା ଅନଳ ସହିତ ତୁଳନା କରାଯାଏ, ଯାହା ଆଧାର ଓ ଆଧେୟ ଉଭୟଙ୍କୁ ଭସ୍ମସାତ କରିଦିଏ। କ୍ରୋଧ ମଣିଷର ପରମ ଶତ୍ରୁ, କାରଣ ଏହା ତାକୁ ନରକର ପଥ ଦେଖାଏ।
ପ୍ରତ୍ୟେକ ମଣିଷ ଏହା ଅଳ୍ପ ବହୁତେ ଜାଣେ। ତଥାପି ସେ ରାଗେ। କାରଣ କ୍ରୋଧକୁ କେହି ଜାଣିଶୁଣି ସୃଷ୍ଟି କରେନା। ଏହା ଆପେ ଆପେ ହୋଇଯାଏ। ଏହା ଏକ ସହଜାତ ପ୍ରବୃତ୍ତି। କେହି ବଦରାଗୀ ତ ଅନ୍ୟ କେହି ଭୟଙ୍କର କ୍ରୋଧୀ। କ୍ରୋଧ ଅପେକ୍ଷା କ୍ରୋଧଜନିତ କୁକର୍ମ ଅଧିକ ବିପଜ୍ଜନକ। ସେଥିପାଇଁ କେତେ ଯେ ସଂସାର ଉଜୁଡ଼ି ଯାଇଛି ଏବଂ କେତେ ଯେ ପରିବାର ତଳିତଳାନ୍ତ ହୋଇଯାଇଛି ତା’ର ହିସାବ ନାହିଁ। ତଥାପି ଯୁଗ ଯୁଗ ଧରି କ୍ରୋଧ ଜୀବଜଗତକୁ କବଳିତ କରି ଆସିଅଛି, ଯାହାର ପ୍ରଭାବରୁ ପଶୁପକ୍ଷୀ, ମୁନିଋଷି ଏପରି କି ଦେବତା ବି ନିଷ୍କୃତି ପାଇନାହାନ୍ତି। ପରସ୍ପର ମଧ୍ୟରେ ଲଢ଼େଇକରି ରକ୍ତାକ୍ତ ହେବା ଏବଂ ଶେଷରେ ମୃତ୍ୟୁମୁଖରେ ପଡ଼ିବା ପଶୁପକ୍ଷୀମାନଙ୍କ ଜୀବନରେ ଏକ ସାଧାରଣ ଘଟଣା। ଏପରି କି ମୁନିଋଷିମାନେ ବି ଏହାର ପ୍ରଭାବରୁ ମୁକ୍ତ ନୁହନ୍ତି। କ୍ରୋଧର ମୂର୍ତ୍ତିମନ୍ତ ଅବତାର ଭାବରେ ଜଣାଶୁଣା ମହର୍ଷି ଦୁର୍ବାସା ନିଜର ଅଦମ୍ୟ କ୍ରୋଧକୁ ସମ୍ବରଣ କରି ନ ପାରି ରାଜା ଅମ୍ବରୀଶଙ୍କ ପାଖରେ ଯେପରି ହୀନସ୍ତା ହୋଇଥିଲେ ପୁରାଣ ପୃଷ୍ଠାରେ ତାହା ଏକ ଦୃଷ୍ଟାନ୍ତମୂଳକ ଆଖ୍ୟାୟିକା ହୋଇ ରହିଯାଇଛି। କ୍ରୋଧର ଅନ୍ୟ ଏକ ପ୍ରତୀକ ଋଷି ବିଶ୍ୱାମିତ୍ର। ରାଜା ହରିଶ୍ଚନ୍ଦ୍ର ଉପାଖ୍ୟାନ ବା କାହାକୁ ଅଜଣା। ଦଶ ମହାବିଦ୍ୟାଙ୍କୁ ବନ୍ଧନମୁକ୍ତ କରି ସେ ବିଶ୍ୱାମିତ୍ରଙ୍କର କୋପର ଶିକାର ହୋଇ ଯେତେ କଷ୍ଟ ଭୋଗିଥିଲେ ତାହା କାଳକାଳକୁ ସ୍ମରଣୀୟ ହୋଇ ରହିଯାଇଛି। ସେହିପରି ବ୍ରହ୍ମତ୍ୱ ପ୍ରାପ୍ତି ପାଇଁ ବିଶ୍ୱାମିତ୍ରଙ୍କର ସମସ୍ତ ତପସ୍ୟା କେବଳ କ୍ରୋଧ ଉପରେ ନିୟନ୍ତ୍ରଣ ଅଭାବରୁ ଥରକୁ ଥର ପ୍ରତିହତ ହୋଇଥିଲା। ଶେଷରେ କ୍ରୋଧକୁ ଜୟ କରିଲା ପରେ (ନିଜର ପରମ ଶତ୍ରୁ ବଶିଷ୍ଠଙ୍କୁ ନିଧନ କରିବାକୁ ସୁଯୋଗ ପାଇ ବି ତାଙ୍କୁ କ୍ଷମା କରିଦେଲେ) ହିଁ ତାଙ୍କୁ ସଫଳତା ମିଳିଥିଲା। ତ୍ରିଦେବ (ବ୍ରହ୍ମI, ବିଷ୍ଣୁ ଓ ମହେଶ୍ୱର)ଙ୍କ ମଧ୍ୟରେ ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ କ୍ରୋଧ ହିଁ ପରିମାପକ ଥିଲା (ମହର୍ଷି ଭୃଗୁ ଉପାଖ୍ୟାନ)। ଦକ୍ଷ ଯଜ୍ଞ ଭଙ୍ଗ ଶିବଙ୍କର କ୍ରୋଧରୁ ହିଁ ସଂଘଟିତ ହୋଇଥିଲା। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଲଙ୍କା ପ୍ରୟାଣ ନିମିତ୍ତ ସମୁଦ୍ରକୁ ଧ୍ବଂସ କରିଦେବI ପାଇଁ ଉଦ୍ୟତ ହୋଇଥିଲେ। ଅସ୍ତ୍ରବିରତ ରହିବା ପାଇଁ ପ୍ରତିଶ୍ରୁତିବଦ୍ଧ ପ୍ରଭୁ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମଙ୍କ ଉପରେ କ୍ରୋଧିତ ହୋଇ ତାଙ୍କୁ ବଧ କରିବାକୁ ରଥରୁ ତଳକୁ ଡେଇଁ ପଡ଼ିଥିଲେ। ଏମିତି ଅନେକ ଘଟଣା ରହିଅଛି।
କ୍ରୋଧର ଉତ୍ସ ସାଧାରଣତଃ ବଳ, ଦର୍ପ, ଅହଂକାର, କାମ ଇତ୍ୟାଦି। ତେଣୁ ଏ ସବୁକୁ ନିୟନ୍ତ୍ରଣରେ ରଖିଲେ କ୍ରୋଧ ସ୍ବୟଂ ବିଜିତ ହୋଇଯାଏ। ଅଜ୍ଞାନତା କ୍ରୋଧର ଅନ୍ୟତମ ନିଦର୍ଶନ। କ୍ରୋଧର ପରିଣତି ଦୁଷ୍କର୍ମ। ତେଣୁ କ୍ରୋଧାବସ୍ଥାରେ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ କୌଣସି କର୍ମ ହଠାତ୍‌ ନ କରି ସାମାନ୍ୟ ବିଳମ୍ବ କରିଦେଲେ ହୁଏତ ସେଥିରୁ ବିରତି ମିଳିପାରେ। କାରଣ ମଣିଷର ମନ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତିତ ହୁଏ। କ୍ରୋଧାବସ୍ଥାରେ ନିଜର ଇଚ୍ଛା ବିରୋଧରେ ବି ସମ୍ପୃକ୍ତ ସ୍ଥାନ ପରିତ୍ୟାଗ କଲେ, କିଛିକ୍ଷଣ ନୀରବ ରହିଗଲେ କିମ୍ବା ଟିକେ ଅନ୍ୟମନସ୍କ ହେବାକୁ ଚେଷ୍ଟା କଲେ କ୍ରୋଧ କିଛି ମାତ୍ରାରେ ପ୍ରଶମିତ ହୋଇଯାଏ। କ୍ରୋଧର ଏକ ଭୟଙ୍କର ରୂପ ହେଲା ସତ୍ୟାସତ୍ୟ ନ ଜାଣି ସିଦ୍ଧାନ୍ତ ନେବା ଏବଂ ଅପ୍ରୀତିକର ନିଷ୍ପତ୍ତି ଗ୍ରହଣ କରିବା। ଏଭଳି ମାନସିକତାକୁ ଜଳାଞ୍ଜଳି ଦେବା ଉଚିତ।
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri