କ୍ରୋଧ ବ୍ରହ୍ମଚଣ୍ଡାଳ

ଅଲେଖ ଚନ୍ଦ୍ର ମିଶ୍ର

ଆଜିକାଲି ଗଣମାଧ୍ୟମରେ ପ୍ରାୟତଃ ପ୍ରକାଶ ପାଉଥିବା କ୍ରୋଧ ସମ୍ବଳିତ ଅଘଟଣର ଅନ୍ତ ନାହିଁ।
ପାରିବାରିକ ଅଶାନ୍ତିରୁ ଗୃହର ସଦସ୍ୟଙ୍କୁ ହତ୍ୟାକରି କେହି ଆତ୍ମହତ୍ୟା କରୁଛି ତ ଜନ୍ମିତ ଶିଶୁଙ୍କୁ ବିଷ ଦେଇ କେହି ନିଜେ ବିଷ ପିଉଛି। ସାମାନ୍ୟ କଥାରେ (ଯଥା ଖାଇବାକୁ ଦେବାରେ ବିଳମ୍ବ) କେହି ପତ୍ନୀକୁ ହତ୍ୟା କରୁଛି ତ ନିଶା ଖାଇବାକୁ ଟଙ୍କା ନ ଦେବାରୁ କେହି ମାଆକୁ ମାରିଦେଉଛି ଅଥବା ସମ୍ପତ୍ତି ଲୋଭରେ ପିତାଙ୍କୁ ମୁତ୍ୟୁମୁଖକୁ ଠେଲି ଦେଉଛି। ପାରିବାରିକ ସମ୍ମାନ ପାଇଁ ବି ହତ୍ୟାକାଣ୍ଡ (ଅନର୍‌ କିଲିଂ) ଘଟୁଛି। ଏପରି କି କ୍ରୋଧ ହେତୁ ପତିପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ଯାଉଛି।
ଏପରି ଘଟଣା ସମୂହକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ପରିସ୍ଥିତି ଯାହା ହେଉ ନା କାହିଁକି ଏପରି ଅଘଟଣର ପ୍ରତ୍ୟକ୍ଷ କାରଣ କ୍ରୋଧର ପ୍ରତିଫଳନ। କ୍ରୋଧ ବ୍ରହ୍ମଚଣ୍ଡାଳ। କ୍ରୋଧାନ୍ଧ ମନୁଷ୍ୟ ହିତାହିତ ଜ୍ଞାନ ହରେଇ ବସେ ଏବଂ ବେଳେବେଳେ ଏପରି ସାଙ୍ଘାତିକ କାର୍ଯ୍ୟ କରେ, ଯାହାକୁ ଆଜୀବନ ଅନୁତାପ ବି ଧୋଇ ପାରେନା। କ୍ରୋଧର ଭସ୍ମକାରୀ ଶକ୍ତି ପାଇଁ ତାକୁ ଅଗ୍ନି ବା ଅନଳ ସହିତ ତୁଳନା କରାଯାଏ, ଯାହା ଆଧାର ଓ ଆଧେୟ ଉଭୟଙ୍କୁ ଭସ୍ମସାତ କରିଦିଏ। କ୍ରୋଧ ମଣିଷର ପରମ ଶତ୍ରୁ, କାରଣ ଏହା ତାକୁ ନରକର ପଥ ଦେଖାଏ।
ପ୍ରତ୍ୟେକ ମଣିଷ ଏହା ଅଳ୍ପ ବହୁତେ ଜାଣେ। ତଥାପି ସେ ରାଗେ। କାରଣ କ୍ରୋଧକୁ କେହି ଜାଣିଶୁଣି ସୃଷ୍ଟି କରେନା। ଏହା ଆପେ ଆପେ ହୋଇଯାଏ। ଏହା ଏକ ସହଜାତ ପ୍ରବୃତ୍ତି। କେହି ବଦରାଗୀ ତ ଅନ୍ୟ କେହି ଭୟଙ୍କର କ୍ରୋଧୀ। କ୍ରୋଧ ଅପେକ୍ଷା କ୍ରୋଧଜନିତ କୁକର୍ମ ଅଧିକ ବିପଜ୍ଜନକ। ସେଥିପାଇଁ କେତେ ଯେ ସଂସାର ଉଜୁଡ଼ି ଯାଇଛି ଏବଂ କେତେ ଯେ ପରିବାର ତଳିତଳାନ୍ତ ହୋଇଯାଇଛି ତା’ର ହିସାବ ନାହିଁ। ତଥାପି ଯୁଗ ଯୁଗ ଧରି କ୍ରୋଧ ଜୀବଜଗତକୁ କବଳିତ କରି ଆସିଅଛି, ଯାହାର ପ୍ରଭାବରୁ ପଶୁପକ୍ଷୀ, ମୁନିଋଷି ଏପରି କି ଦେବତା ବି ନିଷ୍କୃତି ପାଇନାହାନ୍ତି। ପରସ୍ପର ମଧ୍ୟରେ ଲଢ଼େଇକରି ରକ୍ତାକ୍ତ ହେବା ଏବଂ ଶେଷରେ ମୃତ୍ୟୁମୁଖରେ ପଡ଼ିବା ପଶୁପକ୍ଷୀମାନଙ୍କ ଜୀବନରେ ଏକ ସାଧାରଣ ଘଟଣା। ଏପରି କି ମୁନିଋଷିମାନେ ବି ଏହାର ପ୍ରଭାବରୁ ମୁକ୍ତ ନୁହନ୍ତି। କ୍ରୋଧର ମୂର୍ତ୍ତିମନ୍ତ ଅବତାର ଭାବରେ ଜଣାଶୁଣା ମହର୍ଷି ଦୁର୍ବାସା ନିଜର ଅଦମ୍ୟ କ୍ରୋଧକୁ ସମ୍ବରଣ କରି ନ ପାରି ରାଜା ଅମ୍ବରୀଶଙ୍କ ପାଖରେ ଯେପରି ହୀନସ୍ତା ହୋଇଥିଲେ ପୁରାଣ ପୃଷ୍ଠାରେ ତାହା ଏକ ଦୃଷ୍ଟାନ୍ତମୂଳକ ଆଖ୍ୟାୟିକା ହୋଇ ରହିଯାଇଛି। କ୍ରୋଧର ଅନ୍ୟ ଏକ ପ୍ରତୀକ ଋଷି ବିଶ୍ୱାମିତ୍ର। ରାଜା ହରିଶ୍ଚନ୍ଦ୍ର ଉପାଖ୍ୟାନ ବା କାହାକୁ ଅଜଣା। ଦଶ ମହାବିଦ୍ୟାଙ୍କୁ ବନ୍ଧନମୁକ୍ତ କରି ସେ ବିଶ୍ୱାମିତ୍ରଙ୍କର କୋପର ଶିକାର ହୋଇ ଯେତେ କଷ୍ଟ ଭୋଗିଥିଲେ ତାହା କାଳକାଳକୁ ସ୍ମରଣୀୟ ହୋଇ ରହିଯାଇଛି। ସେହିପରି ବ୍ରହ୍ମତ୍ୱ ପ୍ରାପ୍ତି ପାଇଁ ବିଶ୍ୱାମିତ୍ରଙ୍କର ସମସ୍ତ ତପସ୍ୟା କେବଳ କ୍ରୋଧ ଉପରେ ନିୟନ୍ତ୍ରଣ ଅଭାବରୁ ଥରକୁ ଥର ପ୍ରତିହତ ହୋଇଥିଲା। ଶେଷରେ କ୍ରୋଧକୁ ଜୟ କରିଲା ପରେ (ନିଜର ପରମ ଶତ୍ରୁ ବଶିଷ୍ଠଙ୍କୁ ନିଧନ କରିବାକୁ ସୁଯୋଗ ପାଇ ବି ତାଙ୍କୁ କ୍ଷମା କରିଦେଲେ) ହିଁ ତାଙ୍କୁ ସଫଳତା ମିଳିଥିଲା। ତ୍ରିଦେବ (ବ୍ରହ୍ମI, ବିଷ୍ଣୁ ଓ ମହେଶ୍ୱର)ଙ୍କ ମଧ୍ୟରେ ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ କ୍ରୋଧ ହିଁ ପରିମାପକ ଥିଲା (ମହର୍ଷି ଭୃଗୁ ଉପାଖ୍ୟାନ)। ଦକ୍ଷ ଯଜ୍ଞ ଭଙ୍ଗ ଶିବଙ୍କର କ୍ରୋଧରୁ ହିଁ ସଂଘଟିତ ହୋଇଥିଲା। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଲଙ୍କା ପ୍ରୟାଣ ନିମିତ୍ତ ସମୁଦ୍ରକୁ ଧ୍ବଂସ କରିଦେବI ପାଇଁ ଉଦ୍ୟତ ହୋଇଥିଲେ। ଅସ୍ତ୍ରବିରତ ରହିବା ପାଇଁ ପ୍ରତିଶ୍ରୁତିବଦ୍ଧ ପ୍ରଭୁ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମଙ୍କ ଉପରେ କ୍ରୋଧିତ ହୋଇ ତାଙ୍କୁ ବଧ କରିବାକୁ ରଥରୁ ତଳକୁ ଡେଇଁ ପଡ଼ିଥିଲେ। ଏମିତି ଅନେକ ଘଟଣା ରହିଅଛି।
କ୍ରୋଧର ଉତ୍ସ ସାଧାରଣତଃ ବଳ, ଦର୍ପ, ଅହଂକାର, କାମ ଇତ୍ୟାଦି। ତେଣୁ ଏ ସବୁକୁ ନିୟନ୍ତ୍ରଣରେ ରଖିଲେ କ୍ରୋଧ ସ୍ବୟଂ ବିଜିତ ହୋଇଯାଏ। ଅଜ୍ଞାନତା କ୍ରୋଧର ଅନ୍ୟତମ ନିଦର୍ଶନ। କ୍ରୋଧର ପରିଣତି ଦୁଷ୍କର୍ମ। ତେଣୁ କ୍ରୋଧାବସ୍ଥାରେ କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ କୌଣସି କର୍ମ ହଠାତ୍‌ ନ କରି ସାମାନ୍ୟ ବିଳମ୍ବ କରିଦେଲେ ହୁଏତ ସେଥିରୁ ବିରତି ମିଳିପାରେ। କାରଣ ମଣିଷର ମନ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତିତ ହୁଏ। କ୍ରୋଧାବସ୍ଥାରେ ନିଜର ଇଚ୍ଛା ବିରୋଧରେ ବି ସମ୍ପୃକ୍ତ ସ୍ଥାନ ପରିତ୍ୟାଗ କଲେ, କିଛିକ୍ଷଣ ନୀରବ ରହିଗଲେ କିମ୍ବା ଟିକେ ଅନ୍ୟମନସ୍କ ହେବାକୁ ଚେଷ୍ଟା କଲେ କ୍ରୋଧ କିଛି ମାତ୍ରାରେ ପ୍ରଶମିତ ହୋଇଯାଏ। କ୍ରୋଧର ଏକ ଭୟଙ୍କର ରୂପ ହେଲା ସତ୍ୟାସତ୍ୟ ନ ଜାଣି ସିଦ୍ଧାନ୍ତ ନେବା ଏବଂ ଅପ୍ରୀତିକର ନିଷ୍ପତ୍ତି ଗ୍ରହଣ କରିବା। ଏଭଳି ମାନସିକତାକୁ ଜଳାଞ୍ଜଳି ଦେବା ଉଚିତ।
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?