ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ ହେଲା। ଓଡ଼ିଶାରେ ଏମିତି ତାଲାପକା ଘଟଣା ପ୍ରତ୍ୟହ ଦେଖିବାକୁ ମିଳିଲାଣି। ମାଲିକକୁ ଗୃହ ପ୍ରବେଶ ମନା ଯେଉଁଭଳି, ସରକାରୀ ବାବୁଙ୍କୁ ଦପ୍ତର ପ୍ରବେଶ କଟକଣା ସେହିଭଳି। ଗ୍ରାମବାସୀଙ୍କର ଭୁଲ୍‌ କେଉଁଠି ରହିଲା ତା’ର ତର୍ଜମା ସରକାରଙ୍କ ହାତରେ। ଭୁଲ୍‌ ଥିଲେ ସରକାର ମଧ୍ୟ ସଚେତନ ହୋଇଯିବା ଉଚିତ। ଏକ କ୍ୟୁବିକ ମିଟରରେ କେତେ ମାଇକ୍ରୋଗ୍ରାମ ବା ସରକାରୀ ହିସାବ ପାର୍ଟସ ପର୍‌ ମିଲିଅନ(ପିପିଏମ୍‌) କେତେ ମାତ୍ରାରେ ପ୍ରଦୂଷଣ କରୁଛି ସେ କଥାଟି ସରକାର ପ୍ରଥମେ ନିଶ୍ଚିତହେବା ଜରୁରୀ। ଅନୁଗୋଳ-ତାଳଚେର ଶିଳ୍ପାଞ୍ଚଳ ରାସ୍ତା, ବିଶେଷକରି ଛେଣ୍ଡିପଦା ବ୍ଲକ କୋଶଳ ପଞ୍ଚାୟତବାସୀ ଅନେକଥର ଜିଲା ପ୍ରଶାସନ ସହ ମୁହଁାମୁହିଁ ହୋଇଛନ୍ତି ପ୍ରଦୂଷଣ(ଏୟାର କ୍ୱାଲିଟି ଇଣ୍ଡେକ୍ସ)କୁ ନେଇ। କଳା ପାଉଁଶ ଘରଦ୍ୱାର ଉଡିବା, ପିଇବା ପାଣି ପ୍ରଦୂଷିତ ହେବା ଓ କୋଇଲା ଟିପ୍ପର ପରିବହନ ସମୟରେ ଘୋଡେଇ ରଖିବା ନିୟମ ଅନୁପାଳନ ନ କରିବା ଆଦିରେ ତଦାରଖକାରୀ ଅଧିକାରୀ ଅଦେଖା ହେଲେ ଜନ ଆକ୍ରୋଶ ବଢିବା ଥୟ।
ନିକଟରେ ମେଲବର୍ନ, ଅଷ୍ଟ୍ରେଲିଆରୁ ଲଭ୍‌ଲି ସିଂ ନାମକ ଜଣେ ୟୁଟୁବର ଗୋଟେ ଦୃଶ୍ୟ ଦେଖାଉଥିଲେ। ବିଶ୍ୱର ଭିଡଭାଡ ମେଟ୍ରୋ ସହର ମେଲବର୍ନର ବାୟୁପ୍ରଦୂଷଣ ସ୍ତର ଯେତେବେଳେ ୩୫ ଏକ୍ୟୁଆଇ ଥିଲା ଠିକ୍‌ ସେହି ସମୟରେ ଆମ ରାଜଧାନୀ ଦିଲ୍ଲୀ ୨୩୫ରେ ବିଶ୍ୱର ସର୍ବକାଳୀନ ପ୍ରଦୂଷିତ ସହରର ରେକର୍ଡ ଭାଙ୍ଗିଥିଲା। ପୁଣି ଏକଥା ବି ସେ ଦେଖାଇଥିଲେ ଯେ ଅଷ୍ଟ୍ରେଲିଆର ଗ୍ରାମାଞ୍ଚଳ ଆହୁରି ନିର୍ମଳ, ଶୂନ୍ୟ ପ୍ରଦୂଷଣ କିଛି ଜାଗାରେ। ଶ୍ୱାସନଳୀ ସଂକ୍ରମଣ କିମ୍ବା କର୍କଟ ଭଳି ରୋଗର ରାଜଧାନୀ ଭାରତ ପାହି ମାଡି ସାରିବା ପରେ ବାରକୋଟବାସୀ ତାଲାପକା ଆନ୍ଦୋଳନକୁ ଆମେ ସଚେତନତାର ବାର୍ତ୍ତା କହିପାରିବା। ଆମେ ରାଜଧାନୀବାସୀ ମୁକ୍ତ ପବନ ଟିକେ ପାଇଁ ପାର୍କ ଭିତର ଗଛ ପାଖରେ ଦେହ ଘଷୁ ହେଲେ ଆନ୍ଦୋଳନ ଫାନ୍ଦୋଳନକୁ ଯାଉନା। ଯିଏ କରୁଛି ତାକୁ ସ୍ବାଗତ କରିବାରେ କିଛି ଅସୁବିଧା ନାହିଁ। ଆଇନର ପରିଧି ଭିତରେ ଥାଇ ବି ଆନ୍ଦୋଳନରୁ ପୋଲିସ ନିବୃତ୍ତ କରୁଛି, ସରକାର ଟିକେ ଖୁସି ହେବେ ବୋଲି।
ନଭେମ୍ବର ୨୦୨୪, ବାଙ୍ଗିରପୋଷି, ମୟୂରଭଞ୍ଜ ବ୍ଲକରେ ଗ୍ରାମବାସୀ ବିଡିଓ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ଖାଦ୍ୟସୁରକ୍ଷା ଅନିୟମିତତା ଲାଗି ନଜରବନ୍ଦୀ ରଖିବା ଆଉ ଜୋରକରି ମୁଢ଼ି ଖୁଆଇବା ଜନ ଅସନ୍ତୋଷର ନୂଆ ମାଧ୍ୟମ କୁହାଯାଇ ପାରେ। ଦାବି ହାସଲ ପାଇଁ ଫିଙ୍ଗା ଫୋପଡା, ପୋଡାଜଳା ହରତାଳ ଅପେକ୍ଷା ଏହି ଆନ୍ଦୋଳନ ଶହେଗୁଣ ଗୁଣାତ୍ମକ। ଖାଦ୍ୟ ଅସୁରକ୍ଷିତଙ୍କୁ ଖାଉଟି ଖାତାରେ ହିତାଧିକାରୀ ନାମାଙ୍କନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟେ ନ ପାଇ ଲୋକେ କ’ଣ ସିଧା ଉନ୍ନୟନ ଅଧିକାରୀଙ୍କୁ ଘେରାଉ କରିଥିବେ? ଥରେ ଦୁଇଥର ପାଞ୍ଚଥର ଠିକିଲାପରେ ଜନତା ଅଣ୍ଟା ଭିଡ଼ିଥିବେ। ପଞ୍ଚାୟତ ପ୍ରତିନିଧିଙ୍କ କଥାକୁ ଭ୍ରୂକ୍ଷେପ ନ କରି ବିଡିଓ ଉପରିସ୍ଥ ନେତା, ଅଧିକାରୀଙ୍କ କଥାରେ ଉଠବସ ହୋଇଥିବେ, ଲୋକଙ୍କୁ ନାଲିଆଖି ଦେଖେଇଥିବେ। ଇଞ୍ଜିନ ଲୋକଙ୍କ ପାଖକୁ ଯାଇ ନ ପାରିବାରୁ ଲୋକେ ଇଞ୍ଜିନ ଅଚଳ କରିବାକୁ ସାହସ କରୁଛନ୍ତି। ଲୋକଙ୍କ ନାମ ଭୋଟର ପରିଚୟ ପତ୍ରରେ ନ ଥିବା କାରଣରୁ ବ୍ରହ୍ମପୁର ଜିଲା ତୁମ୍ବା ପଞ୍ଚାୟତବାସୀ ବିଡିଓଙ୍କୁ ବହେ କଲବଲ କରି ହକ୍‌ ସାବ୍ୟସ୍ତ କଲେ।
ବାର୍ଦ୍ଧକ୍ୟ ଭତ୍ତା ନ ମିଳିବା, ରାସ୍ତାଟିଏ ନ ହେବାକୁ ନେଇ କୋରାପୁଟ ଜିଲା ସାମାଖୁଣ୍ଟା ବ୍ଲକରେ ଏମିତି ଏକ ଆନ୍ଦୋଳନ ଦାନା ବାନ୍ଧେ। ଆଦିବାସୀ ଦୃଢ଼ ଜବାବ ଦିଅନ୍ତି ପ୍ରଶାସନକୁ ଆଉ ପ୍ରଶାସନ ଉତ୍ତର ରଖନ୍ତି, ଅଗ୍ରାଧିକାର ଭିତ୍ତିରେ ସବୁ ସମସ୍ୟା ସମାଧାନ କରିଦେବେ। ସେଠାକାର ଜନପ୍ରତିନିଧି କହିପାରିବେ ଲୋକଙ୍କୁ କେତେ ନ୍ୟାୟ ମିଳିଛି ପରବର୍ତ୍ତୀ କାଳରୁ ଆଜିଯାଏ। ୧୯୨୭-୧୯୩୮ ଭିତରେ ଗାନ୍ଧିଜୀ ଅନେକଥର ଓଡ଼ିଶା ଆସି ‘ଗ୍ରାମ ସ୍ବରାଜ’ କଥା କହିଲେ। ପଦଯାତ୍ରା ସମୟରେ ଉତ୍କଟ ଦାରିଦ୍ର୍ୟ ଦେଖି ଲୁହ ଗଡ଼ାଇଲେ। ଜନସଭାରେ କହିଲେ କାହାରିକୁ ଯଦି ଗରିବୀ ଦେଖିବାର ଅଛି ତେବେ ଓଡ଼ିଶା ଯାଅ। ଗାନ୍ଧୀ କହିଲେ ଏହାର ଗୋଟିଏ ସମାଧାନ ପନ୍ଥା ଦିଶୁଛି। ତାହା ହେଲା ନିଜ ଅଞ୍ଚଳରେ ମିଳୁଥିବା ସମ୍ପଦର ସୁବିନିଯୋଗ ହେବା। ବ୍ରିଟିଶ ଗଲେ, ଗାନ୍ଧୀ ଗଲେ, ଦେଶକୁ ସ୍ବାଧୀନତା ମିଳିବା ସହ କେନ୍ଦ୍ରରୁ କେତେ ନେତା ଓଡ଼ିଶା ଆସିଲେ, କେତେ ନେତା ଓଡ଼ିଶାରୁ କେନ୍ଦ୍ରକୁ ଗଲେ ହେଲେ ଓଡ଼ିଶାର ଭାଗ୍ୟ ବଦଳିଲାନି। ଖଣିଜ ସମ୍ପଦ ଭିତରେ ଲୁହା ପଥର, କୋଇଲା ଆମଠାରୁ ନେଇ ଜାପାନ ଶିଳ୍ପ ସମୃଦ୍ଧ ବେଳେ ଆମ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଉଚ୍ଚମାନ କୋଇଲା ଅଭାବରୁ ପେଟେଇଛି। ସତ ନିଶ୍ଚୟ ବାହାରିବ, ଚାମେଲୀ ହାତରୁ ବିଡିଓ ମୋବାଇଲ ଛଡ଼େଇବା ଦୃଶ୍ୟ ଦେଖି ଆମେ କେବେ ‘ଆକୁ ଗାଳି ତାକୁ ତାଳି’ରେ ସମୟ ରଞ୍ଜନ କରୁଛୁ, ପାଖରେ ବେକାରି ଅଛି ବୋଲି।
ବିକଶିତ ଓଡ଼ିଶା କଥା କେହି ବକ୍ତୃତା ଦେଲାବେଳେ ବେକାରିର ଇଣ୍ଡେକ୍ସକୁ ଘୋଷିକି ଆସିବା କଥା। ବେଠି-ବେଗାରୀ ଏତେ ଉତ୍କଟ ଯେ ସୁରଟ, କୋଏମ୍ବାଟୁର, ମଦୁରାଇ, ତିରୁପୁର (ଡଲାର ସହର)ଟ୍ରେନ୍‌ ଭରିଲେ ବି ସରେନି। ତେଣୁ ଓଡ଼ିଶାର ବେକାରି ଚିତ୍ର ପ୍ରତ୍ୟେକ ଭାରତୀୟଙ୍କ ଆଖିର ସୁର୍‌ମା ଗାର ଭଳି ପ୍ରାଞ୍ଜଳ। ଏଠି ମାନସିକତା ଏଭଳି ଯେ ସରକାରୀ ଚାକିରିଆଟି ଦପ୍ତରକୁ ଆସୁଥିବା ଲୋକଙ୍କ ସମୟ ଅକାରଣେ ଗଡାଏ, ଶହେ ଦୌଡ଼ ଦଉଡାଏ, ଭାବେ ଏଗୁଡାକ ବେକାରିଆ। ଯିଏ ମହୁ ଦେଲା ତା’ କାମ ହେଲା। ସରକାର କହନ୍ତି ମହୁଖିଆଙ୍କୁ ବାନ୍ଧିବୁ ହେଲେ ଯିଏ ବାନ୍ଧିବ ସିଏ ନିଜେ ମଧୁଲୁବ୍ଧ, ପୋଲିସଠାରୁ ସାଧାରଣ ପ୍ରଶାସନ ଯାଏ। ଇଞ୍ଜିନ ସଫା ନ ଥିବାରୁ କଳାଧୂଆଁ ବାହାରୁଛି, କାର୍ବନ ଛଡ଼େଇବା ମାନସିକତା ଟିକେ ଲୋଡ଼ା। ଜନ ସଚେତନତା ବଢୁଥିବା ପରିପ୍ରେକ୍ଷୀରେ ମାଗଣା ଯୋଜନା ଗୋଟେ ଦୁଇଟା ଯୋଡି ‘ନିର୍ବାଚନ ପାରିହୋଇଯିବୁ’, ସର୍ବକାଳୀନ କଥା ନୁହେଁ।
ଗାଁ ଗଣ୍ଡାରେ ମଦ ମଦୁଆର ପ୍ରାବଲ୍ୟତା। ଦଶ ହଜାର କୋଟି ଟଙ୍କାର ଆୟ ବୋଲି ଅବକାରୀ ମନ୍ତ୍ରୀ ହେବାକୁ ଏମ୍‌ଏଲ୍‌ଏ ଜିତିବା ଦିନୁ ସ୍ବପ୍ନ ରହୁଛି। ଆଶ୍ଚର୍ଯ୍ୟ ଲାଗୁଛି, କେଉଁଠି ମଦ୍ୟପ ହିଂସା ଘଟେଇଲେ କି ମଲେ ସରକାର କହୁଛନ୍ତି ସେ ବେଆଇନ ଭାଟି ମଦ ପିଇଥିବ। କି ରାମରାଜ୍ୟ ଆସିଲା କେଜାଣି, ଜିଲାପାଳ ସଚୋଟତା ଅବଲମ୍ବନ କରି ଆଖିରେ ଅନ୍ଧ ପୁଟୁଳି ପିନ୍ଧି ମଦ ଟେଣ୍ଡର ଡାକୁଛନ୍ତି, ପକ୍ଷପାତିତା ଜମାରୁ ନାହିଁ। ମହିଳାଙ୍କ ଦ୍ୱାରା କେନ୍ଦ୍ରାପଡା ଜିଲା ରାଜକନିକା-କଣ୍ଡିଆ ରାଜ୍ୟ ରାଜପଥ ଅବରୋଧ ହେଉ, ଭଦ୍ରକ ଧୂଷୁରୀରେ ଏବେ ଏବେ ମହିଳାମାନେ ଏକାଠି ହୋଇ ଠେଙ୍ଗା ବାଡ଼ି ସହ ମଦ ଦୋକାନ ବାଡେଇ ଭାଙ୍ଗିବା ଗୋଟେ ସରଗରମ ପରିସ୍ଥିତି ସୃଷ୍ଟି କଲା। ସରକାରଙ୍କ ଏତେ ବଡ଼ ତୃପ୍ତିକର ମଦୁଆ ସର୍ଜନା ଯୋଜନା ଭଣ୍ଡୁର କଲାବାଲାଙ୍କୁ ଆମେ ରାଜନୈତିକ ଚିନ୍ତାଧାରା କହି ଗାଳି ଦେଇପାରିବା ପୁଣି ହାତୀ ନେ, ଘୋଡା ନେ, ସୁଭଦ୍ରା ନେ କହି ସମ୍ମୋହନ ବନ୍ଦୀ କରିପାରିବା?
୨୯ ବର୍ଷ ବର୍ଗ ଭିତରେ ଯୁବ ବେକାରଙ୍କ ସଂଖ୍ୟା ୧୧.୧ ସରକାରଙ୍କ କହିବା କଥା। ଆୟକର ଟଙ୍କାଟିଏ ଦେବାକୁ ପଡୁ ନ ଥିବା ମଣିଷଟି ବାରଲକ୍ଷ ଟଙ୍କା ଆୟ ପ୍ରମାଣପତ୍ରଟେ ପାଇପାରୁଛି। ବେକାରୀ ବର୍ଗରୁ ନାମ ହଟେଇବା ଆଉ ବିଶ୍ୱର ଶ୍ରେଷ୍ଠ ବିତ୍ତଶାଳୀ ଦେଶର ମାନ୍ୟତା ପାଇବାରେ ଆମକୁ କେହି ଅଟକେଇ ପାରିବନି। ଏକ ଦୁଃସ୍ଥ ମାନସିକତାରେ ଆମେ ବଢୁଛୁ। ସୌମ୍ୟରଞ୍ଜନ ହତ୍ୟାରେ ସାମିଲ ସବୁଯାକ ବେକାର ଯୁବବର୍ଗ ଥିଲେ ବୋଲି କହିପାରିବାନି, ଖାତା ଖତିଆନରେ ମିଛ ବାରଲକ୍ଷ ଆୟକାରୀବାଲା ପୁଳାଏ ଥିବେ। କାରଣ ହେଲା ଯୁବବର୍ଗରେ ବଢୁଥିବା ଅସହାୟତାରୁ ଶୁଖିଲା ବାହାଦୁରିରେ ମାତିବା ସଂଖ୍ୟା ଅଧିକ। ସେପଟେ ଦେଶର ଅର୍ଥନୀତି ବେକାରି ହଟିବାର କୁହୁକ ପରିସଂଖ୍ୟାନ ଦେଖାଉଥିବା ବେଳେ ସରକାର ଉଲ୍ଲସିତ। ସାଧାରଣଙ୍କ ଦୈନନ୍ଦିନ ଚଳଣି ଉପରେ ଅତ୍ୟଧିକ କର ଲଦି, ପ୍ରାକୃତିକ ସମ୍ପଦର ବିକ୍ରିବଟା କରି ଆଉ ମନଇଚ୍ଛା ଋଣ ଉଠେଇ ଯେଉଁ ଗମାତ ଚାଲିଛି ତାହା ନୂଆ ନିଯୁକ୍ତିରେ ଅନ୍ତରାୟ।

ମୋ: ୮୨୪୯୮୨୭୧୪୮

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରବେଶ କରିବ ଆପଲ ପେ’

ନୂଆଦିଲ୍ଲୀ,୨୦ା୯: ଭାରତରେ ସର୍ୱାଧିକ ପ୍ରଚଳିତ ୟୁପିଆଇ ପେମେଣ୍ଟ ବ୍ୟବସ୍ଥା ଫୋନ୍‌ ପେ’ ଭଳି ଆମେରିକାରେ ଆପଲ ପେ’ ମଧ୍ୟ ଗ୍ରାହକ ମହଲରେ ବେଶ୍‌ ପରିଚିତ। ତେବେ ଆମେରିକାରେ…

ପେଟ୍ରୋଲିୟମ ମନ୍ତ୍ରଣାଳୟର ବଡ଼ ଘୋଷଣା, ଅକ୍ଟୋବର ୧ରୁ ଏମାନଙ୍କୁ ମିଳିବନି LPG ସିଲିଣ୍ଡର

ନୂଆଦିଲ୍ଲୀ,୨୦ା୯: ନିୟନ୍ତ୍ରିତ ଖୁଚୁରା ବିକ୍ରୟ ମୂଲ୍ୟରେ ଉପଯୁକ୍ତ ସବ୍‌ସିଡି ସହ ସିଲିଣ୍ଡର ରିଫିଲ ପାଇବାକୁ ଚାହୁଁଥିବା ଘରୋଇ ଏଲ୍‌ପିଜି ଗ୍ରାହକମାନଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ରୁ ବାୟୋମେଟ୍ରିକ୍‌…

ବୁଧ-ଗୁରୁଙ୍କ ଯୁତିରେ ୪ ରାଶିଙ୍କ ଫିଟିବ ଭାଗ୍ୟ, ଟଙ୍କାରେ ଭରିଯିବ ସିନ୍ଦୁକ, ଚାକିରିରେ ବଡ଼ ପଦବୀ…

ବୈଦିକ ଜ୍ୟୋତିଷରେ ବୁଧ ଏବଂ ବୃହସ୍ପତି (ଗୁରୁ) ଉଭୟ ଅତ୍ୟନ୍ତ ଶୁଭ ଗ୍ରହ, କାରଣ ଶୁକ୍ରଙ୍କ ତୁଳନାରେ ଏମାନଙ୍କ ମଧ୍ୟରେ ଦେବତ୍ୱ ରହିଛି। ଯେତେବେଳେ ବୁଧ-ଗୁରୁଙ୍କ ଯୁତି,…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?