ଓଲଟା ଲକ୍ଷ୍ୟ

ଆକାର ପଟେଲ

ସ୍ବଚ୍ଛ ଭାରତ ମିଶନର ଦ୍ୱିତୀୟ ଭାଗ ଆରମ୍ଭ କରାଯାଇଛି। ଭାରତର ସହରଗୁଡ଼ିକୁ ବର୍ଜ୍ୟ ମୁକ୍ତ କରିବା ଏହାର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏହି ଯୋଜନା ଘୋଷଣା କଲାବେଳେ ସେ କହିଥିଲେ ଯେ, ସ୍ବଚ୍ଛତାର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନରେ ସହରଗୁଡ଼ିକରେ ପାହାଡ଼ ଭଳି ଗଦା ହୋଇଥିବା ବର୍ଜ୍ୟକୁ ପ୍ରୋସେସିଂ କରାଯାଇ ସମ୍ପୂର୍ଣ୍ଣ ହଟାଇ ଦିଆଯିବ। ଦୀର୍ଘଦିନ ହେବ ଦିଲ୍ଲୀର ଏଭଳି ଏକ ଅଳିଆ ପାହାଡ଼କୁ ମଧ୍ୟ ଶେଷ କରାଯିବ । ପୂର୍ବର ପରିମଳ ପାଇଁ କାର୍ଯ୍ୟକାରୀ ଦୁଇଟି ଯୋଜନାରେ ବର୍ଜ୍ୟଗଦା ଉପରେ ଧ୍ୟାନ ଦିଆଯାଇ ନ ଥିଲା। ୧୯୯୯ରେ ବାଜପେୟୀ ସରକାର ସମସ୍ତଙ୍କୁ ପାଇଖାନା ଯୋଗାଇ ଦେବା ପାଇଁ ଟୋଟାଲ ସାନିଟେସନ ପ୍ରୋଗ୍ରାମ ଆରମ୍ଭ କରିଥିଲେ। ୨୦୧୨ରେ ଏହାକୁ ନିର୍ମଳ ଭାରତ ପ୍ରୋଗ୍ରାମ କୁହାଗଲା । ୨୦୧୪ରେ ସ୍ବଚ୍ଛ ଭାରତ ଅଭିଯାନ ନୂଆ ନାମକରଣ କରାଗଲା। ଏହାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିବା ସମୟରେ ପାଇଖାନା ବିଷୟରେ କିଛି କହି ନ ଥିତ୍ଲେ, ବରଂ ଅଳିଆ ସଫା ଉପରେ ଗୁରୁତ୍ୱ ଦେଇଥିଲେ। ପରେ ୨ ଅକ୍ଟୋବର ୨୦୧୯ରେ ଦେଶର ସମସ୍ତ ଗାଁକୁ ବାହ୍ୟ ମଳମୁକ୍ତ (ଓଡିଏଫ୍‌)ବୋଲି ଘୋଷଣା କରାଗଲା। ଠିକ୍‌ ତା’ପର ମାସରେ ନ୍ୟାଶନାଲ ଷ୍ଟାଟିଷ୍ଟିକାଲ ଅଫିସ (ଏନ୍‌ଏସ୍‌ଓ) ସର୍ଭେ ପ୍ରକାଶ ପାଇଲା। ଦେଶର ୨୮.୭% ଗ୍ରାମୀଣ ପରିବାରରେ ପାଇଖାନା ନ ଥିବା ଏଥିରୁ ଜଣାପଡ଼ିଲା। ୩.୫% ପରିବାରରେ ପାଇଖାନା ଥିଲେ ବି ସେମାନେ ତାହାକୁ ବ୍ୟବହାର କରୁ ନ ଥିଲେ। ୨୦୧୮ମାର୍ଚ୍ଚରେ ଅନେକ ରାଜ୍ୟ ସେମାନଙ୍କୁ ଶତ ପ୍ରତିଶତ ବାହ୍ୟ ମଳମୁକ୍ତ ରାଜ୍ୟ ବୋଲି ଘୋଷଣା କରିଥିଲେ ବି ଏହାର ୬ ମାସ ପରେ ଏନ୍‌ଏସ୍‌ଓ ସର୍ଭେ ପ୍ରକାଶ ପାଇବା ପରେ ତାହା ସେମାନେ ହାସଲ କରି ନ ଥିବା ସ୍ପଷ୍ଟ ହୋଇଗଲା। ସର୍ଭେରୁ ଜଣାପଡ଼ିଲା ଯେ, ଗୁଜରାଟରେ ୭୫.୮%, ମହାରାଷ୍ଟ୍ରରେ ୭୮% ଏବଂ ରାଜସ୍ଥାନରେ ୬୫.୮% ଗ୍ରାମୀଣ ପରିବାରରେ ଯେ କୌଣସି ପ୍ରକାର ବ୍ୟକ୍ତିଗତ ହେଉକି ଗୋଷ୍ଠୀଗତ କିମ୍ବା ଦେୟଯୁକ୍ତ ପାଇଖାନା ଉପଲବ୍ଧ ଥିଲା। କିନ୍ତୁ ସରକାର ଏହି ତିନୋଟି ରାଜ୍ୟକୁ ଓଡିଏଫ୍‌ ଘୋଷଣା କରିଥିତ୍ଲେ। ଗ୍ରାମୀଣ ମଧ୍ୟପ୍ରଦେଶରେ ୭୧% ଓ ତାମିଲନାଡୁରେ ୬୨.୮% ପରିବାରରେ ପାଇଖାନା ଥିବାବେଳେ ଏହି ଦୁଇ ରାଜ୍ୟକୁ ଓଡିଏଫ ମଧ୍ୟ ଘୋଷଣା କରାଗଲା। ଏହା ବ୍ୟତୀତ ୨୦୧୪ ଏବଂ ପରେ ୨୦୧୮ରେ ଇଜା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଲେବର ଇକୋନୋମିକ୍ସ ଦ୍ୱାରା ସର୍ଭେ କରାଯାଇଥିଲା। ଘରେ ପାଇଖାନା ଥାଇ ମଧ୍ୟ ଲୋକମାନେ ବାହାରେ ମଳତ୍ୟାଗ କରୁଥିଲେ ବୋଲି ଉକ୍ତ ସର୍ଭେରୁ ଜଣାପଡ଼ିଥିଲା। ୨୦୧୪ ରୁ ୨୦୧୮ ମଧ୍ୟରେ ଏମାନଙ୍କ ସଂଖ୍ୟା ୨୩%ରେ ସ୍ଥିର ରହିଥିଲା। ଏହି ସମୟ ମଧ୍ୟରେ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶରେ ଅତି କମ୍‌ରେ ୪୩% ଗ୍ରାମୀଣ ଲୋକ ବାହାରେ ମଳତ୍ୟାଗ କରୁଥିବା ଜଣାପଡ଼ିଥିଲା।
ଆଉ ଏକ ସମସ୍ୟା ହେଲା, ନିର୍ମାଣ କରାଯାଇଥିବା ପାଇଖାନାଗୁଡ଼ିକରେ ଜଳ ଯୋଗାଣ ବ୍ୟବସ୍ଥା ନ ଥିଲା, ଯେଉଁଥିପାଇଁ ସେଗୁଡ଼ିକ ବ୍ୟବହାର ଅନୁପଯୋଗୀ ଥିଲା। ସଂସାଧନ ଉପଯୋଗରେ ତାଳମେଳର ଅଭାବ ଯୋଗୁ ଏହା ଘଟିଲା। ୨୦୧୬-୧୭ରେ ସ୍ବଚ୍ଛଭାରତ ଅଭିଯାନ ୧୪,୦୦୦ କୋଟି ଟଙ୍କା ପାଇଥିଲାବେଳେ ଗ୍ରାମୀଣ ଜଳ ଭିତ୍ତିଭୂମି ପାଇଁ ଦିଆଯାଇଥିଲା ମାତ୍ର ୬,୦୦୦ କୋଟି ଟଙ୍କା। ଜଳ ସଂସାଧନ ମନ୍ତ୍ରଣାଳୟର ଆକଳନରୁ ଜଣାପଡ଼ିଥିଲା ଯେ, ଗୋଟିଏ ପରିବାର ଲାଗି ଦିନକୁ ମୋଟରେ ୪୦ ଲିଟର ପାଣି ଆବଶ୍ୟକ ଓ ସେଥିରୁ ୧୫ରୁ ୨୦ ଲିଟର ପରିମଳ ପାଇଁ ଦରକାର। କିନ୍ତୁ ଭଲ ଜଳ ଯୋଗାଣ ବ୍ୟବସ୍ଥା ଭିତରେ ଥିବା ଏକ ଗ୍ରାମୀଣ ପରିବାର ଦିନକୁ ୮ରୁ ୧୦ ଲିଟର ପାଣି ପାଉଥିଲେ। ବହୁ ଗାଁରେ ପାଇପ୍‌ ଜଳଯୋଗାଣ ବ୍ୟବସ୍ଥା ନ ଥିବା ମନ୍ତ୍ରଣାଳୟର ଆକଳନରୁ ସ୍ପଷ୍ଟ ହୋଇଥିଲା। ତେବେ ଆରମ୍ଭରୁ ବର୍ଜ୍ୟ ଉପରେ ଧ୍ୟାନ ଦିଆ ନ ଯାଇ ପରିମଳ ଉପରେ ଗୁରୁତ୍ୱ ଦିଆଯିବାର ମୁଖ୍ୟ କାରଣ ହେଉଛି, ପରିମଳ ପିଲାଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରେ। ହେଲେ ପିଲାଙ୍କ ସ୍ବାସ୍ଥ୍ୟରେ କ’ଣ ଉନ୍ନତି ହୋଇଛି ଦେଖିତ୍ବା। ୨୦୧୯-୨୦ର ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେରୁ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଥିଲା। ରାଜ୍ୟଗୁଡ଼ିକରେ ପିଲାଙ୍କ ପୋଷକ ସ୍ଥିତିକୁ ସୂଚାଉଥିବା ୪ଟି ପ୍ରମୁଖ ସୂଚକାଙ୍କ ୨୦୧୫-୧୬ ସ୍ତର ତୁଳନାରେ ୨୦୧୯-୨୦ରେ ତଳକୁ ଖସିଥିଲା। ଗୁଜରାଟ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟଗୁଡ଼ିକରେ ପିଲାମାନଙ୍କର ରକ୍ତହୀନତା ଏବଂ ଓ୍ବେଷ୍ଟେଡ୍‌ (ଉଚ୍ଚତା ଅନୁଯାୟୀ କମ୍‌ ଓଜନ)୨୦୦୫- ୬ ଅପେକ୍ଷା ଯଥେଷ୍ଟ ଅଧିକ ଥିଲା। ଏହା ଥିଲା ପ୍ରଗତିର ବିପରୀତ। ୨୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ଉକ୍ତ ସର୍ଭେ ମଧ୍ୟ ତଥ୍ୟ ପ୍ରକାଶ କରିଥିଲା । ୧୦ଟି ରାଜ୍ୟରେ ୨୦୧୫-୧୬ ତୁଳନାରେ ୨୦୧୯-୨୦ରେ ପିଲାମାନଙ୍କଠାରେ ରକ୍ତହୀନତା ଅଧିକ ରହିଥିଲା। ଗୁଜରାଟ, ହିମାଚଳପ୍ରଦେଶ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗରେ ୨୦୦୫-୬ ତୁଳନାରେ ୨୦୧୯-୨୦ରେ ଅଧିକ ପ୍ରତିଶତ ପିଲା ଏଥିରେ ପୀଡ଼ିତ ହୋଇଥିତ୍ଲେ। ୧୦ଟି ରାଜ୍ୟରୁ ୭ଟିରେ ଅଣ୍ଡର୍‌ଓ୍ବେଟ୍‌ (ପିଲାମାନଙ୍କର ବୟସ ଅନୁଯାୟୀ ଓଜନ କମ୍‌ ରହେ) ପ୍ରତିଶତ ୨୦୧୫-୧୬ ତୁଳନାରେ ୨୦୧୯-୨୦ରେ ଅଧିକ ରହିଥିଲା। ଏହାବ୍ୟତୀତ ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାଟ, ମହାରାଷ୍ଟ୍ର, କର୍ନାଟକ ସମେତ ଅଧା ରାଜ୍ୟରେ ଡାଇରିଆ ବଢ଼ିଥିବା ଅନୁଧ୍ୟାନରୁ ଜଣାପଡିଥିତ୍ଲା। ବିହାରରେ ଏହା ୨୦୧୫-୧୬ରେ ୧୦.୪% ଥିଲାବେଳେ ୨୦୧୯-୨୦ରେ ପହଞ୍ଚିଥିଲା ୧୩.୭%ରେ।
୨୦୨୧ରେ ଯୋଜନାର ପୁନଃ ନାମକରଣ କରାଯାଇଛି ସ୍ବଚ୍ଛଭାରତ ୨.୦ । ଏହା ୨୦୨୬ ଯାଏ ଚାଲିବ । ପ୍ରାରମ୍ଭିକ ସ୍ବଚ୍ଛ ଭାରତ ଅଭିଯାନରେ ପିଲାଙ୍କ ସ୍ବାସ୍ଥ୍ୟ ଭଳି ବାସ୍ତବ ଲକ୍ଷ୍ୟ ଉପରେ କମ୍‌ ଧ୍ୟାନ ଦିଆଯାଇଥିଲା । କିନ୍ତୁ ୨୦୧୯ ଅକ୍ଟୋବର ୨ରେ ଏହି ଲକ୍ଷ୍ୟ ଓଲଟା ହେବା ଜଣାପଡ଼ିଲା । ପ୍ରଗତି ବିପରୀତ ହେବା ଲକ୍ଷ୍ୟ କରାଗଲା। ଏବେ ଆମେ ପୁଣି ପରିମଳ ଓ ସ୍ବାସ୍ଥ୍ୟ ବଦଳରେ ଅଳିଆ ଗଦା ଏବଂ ବର୍ଜ୍ୟକୁ ଗୁରୁତ୍ୱ ଦେଇ ଅଭିଯାନର ଦ୍ୱିତୀୟ ଭାଗରେ ପାଦ ଦେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?