Posted inଫୁରସତ

ସବୁଠୁ ଦାମୀ ଲୁଣ, ଜାଣିଲେ ଖାଇବା ବି ବନ୍ଦ କରିଦେବେ

ଭାରତରେ ଯେତେବେଳେ ‘ଲବଣ ସତ୍ୟାଗ୍ରହ’ ଆନ୍ଦୋଳନ ହୋଇଥିଲା, ସେତେବେଳେ ଲୋକେ ଜାଣିବାକୁ ପାଇଲେ ଯେ; ଲୁଣ ତିଆରି କରିବାର ପ୍ରକୃତ ମୂଲ୍ୟ କେତେ ଦେବାକୁ ପଡ଼େ। ଏହା ପରେ ଧିରେ ଧିରେ ଦେଶ ନିଜର ଲୁଣ ତିଆରି କରିବା ଆରମ୍ଭ କଲା। ଆଜିର ସମୟରେ ଲୁଣ ବହୁତ ଶସ୍ତା ମୂଲ୍ୟରେ ଉପଲବ୍ଧ। ମାତ୍ର ଜାଣନ୍ତି କି ଦୁନିଆର ସବୁଠୁ ଦାମୀ ଲୁଣର ମୂଲ୍ୟ କେତେ? ଯଦି ଆପଣ ଦୁନିଆର ସବୁଠାରୁ ଦାମୀ ଲୁଣର ମୂଲ୍ୟ ଜାଣିବେ ତେବେ ନିଶ୍ଚିତ ଭାବରେ ଖାଦ୍ୟରେ ଲୁଣ ବ୍ୟବହାର ବନ୍ଦ କରିଦେବେ।

ଏବେ ଯାଏ ଆପଣ ଜାଣିଛନ୍ତି ହିମାଳୟର ଗୋଲାପୀ ଲୁଣ ଦୁନିଆର ସବୁଠାରୁ ମହଙ୍ଗା ଲୁଣ। ମାତ୍ର ଏହା ବି ଭୁଲ୍‌। ଏହାଠାରୁ ମଧ୍ୟ ବହୁ ଅଧିକ ଦାମୀ ଲୁଣ ରହିଛି। ‘Amethyst Bamboo’ ଲୁଣ ହେଉଛି ଦୁନିଆର ସବୁଠାରୁ ମୂଲ୍ୟବାନ ଲୁଣ। ଏହା ହେଉଛି ‘Korean Bamboo Salt’, ଯାହା ଏହାକୁ ଏକ ବାଉଁଶ ସିଲିଣ୍ଡରରେ ପ୍ରସ୍ତୁତ କରାଯାଉଛି।

ଭାରତରେ ୧ କିଲୋଗ୍ରାମ ଲୁଣ ପ୍ୟାକେଟର ମୂଲ୍ୟ ୨୦-୨୫ ଟଙ୍କା କିନ୍ତୁ କୋରିଆ ବାଉଁଶର ୨୪୦ ଗ୍ରାମ୍‌ ପ୍ୟାକେଟର ମୂଲ୍ୟ ୭ ହଜାର ଟଙ୍କାରୁ ଅଧିକ। ସେହି ଅନୁଯାୟୀ ୧ କିଲୋଗ୍ରାମ ପ୍ୟାକେଟର ମୂଲ୍ୟ ୩୫ ହଜାର ଟଙ୍କାରୁ ଅଧିକ। ଏବେ ପ୍ରଶ୍ନ ଉଠୁଛି ଯେ, ଏହା କିପରି ଏତେ ମୂଲ୍ୟବାନ। ପ୍ରକୃତରେ ଏହି ଲୁଣ ତିଆରି ପାଇଁ ବହୁ ପରିଶ୍ରମ କରିବାକୁ ପଡ଼େ।

ଜାଣନ୍ତୁ ଏହି ଲୁଣ ପ୍ରସ୍ତୁତି ପ୍ରଣାଳୀ:

କୋରିଆ ସଂସ୍କୃତିରେ ବାଉଁଶ ଲୁଣ ଶହଶହ ବର୍ଷ ଧରି ଖିଆଯାଉଛି। କିନ୍ତୁ ରୋଷ୍ଟେଡ୍‌ ବା ରନ୍ଧା ବାଉଁଶ ଲୁଣର ଆବିଷ୍କାର କେବଳ ବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ଏହି ଲୁଣକୁ ଏକ ବାଉଁଶ ପାତ୍ରରେ ଭରାଯାଇଥାଏ। ପରେ ଏହାକୁ ମାଟିରେ ବନ୍ଦ କରାଯାଏ। ଏହି ଲୁଣକୁ ଚୁଲିରେ ୯ ଥର ବସାଇବାକୁ ପଡ଼ିବ। ଏହା ଏତେ ଜଟିଳ ପ୍ରକ୍ରିୟା ଯେ, ଏହାକୁ ସମ୍ପୂର୍ଣ୍ଣ କରିବାକୁ ୫୦ ଦିନ ଲାଗେ। ଏହି ପୂରା ପ୍ରକ୍ରିୟା ହାତରେ କରାଯାଇଥାଏ। ଏହି କାରଣରୁ ଲୁଣର ମୂଲ୍ୟ ଏତେ ଅଧିକ ହୋଇଥାଏ। ପୂର୍ବରୁ ଲୁଣକୁ ବାଉଁଶରେ ରଖାଯାଇ କେବଳ ୨-୩ ଥର ରନ୍ଧା ଯାଉଥିଲା। କିନ୍ତୁ ଧିରେ ଧିରେ ଏହା ଦେଖାଗଲା ଯେ, ଲୁଣକୁ ଅନେକ ଥର ରାନ୍ଧିବା ଦ୍ୱାରା ଏଥିରେ ବାଉଁଶର ଗନ୍ଧ ଆସେ ଏବଂ ଅପରିଷ୍କାରତା ବହୁତ କମିଯାଏ। ଏହି କାରଣରୁ ଏହି ଲୁଣକୁ ଦୁନିଆର ଶୁଦ୍ଧ ତଥା ଦାମୀ ଲୁଣ ଭାବେ ବିବେଚନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri