Posted inଫୁରସତ

ସବୁଠୁ ଦାମୀ ଲୁଣ, ଜାଣିଲେ ଖାଇବା ବି ବନ୍ଦ କରିଦେବେ

ଭାରତରେ ଯେତେବେଳେ ‘ଲବଣ ସତ୍ୟାଗ୍ରହ’ ଆନ୍ଦୋଳନ ହୋଇଥିଲା, ସେତେବେଳେ ଲୋକେ ଜାଣିବାକୁ ପାଇଲେ ଯେ; ଲୁଣ ତିଆରି କରିବାର ପ୍ରକୃତ ମୂଲ୍ୟ କେତେ ଦେବାକୁ ପଡ଼େ। ଏହା ପରେ ଧିରେ ଧିରେ ଦେଶ ନିଜର ଲୁଣ ତିଆରି କରିବା ଆରମ୍ଭ କଲା। ଆଜିର ସମୟରେ ଲୁଣ ବହୁତ ଶସ୍ତା ମୂଲ୍ୟରେ ଉପଲବ୍ଧ। ମାତ୍ର ଜାଣନ୍ତି କି ଦୁନିଆର ସବୁଠୁ ଦାମୀ ଲୁଣର ମୂଲ୍ୟ କେତେ? ଯଦି ଆପଣ ଦୁନିଆର ସବୁଠାରୁ ଦାମୀ ଲୁଣର ମୂଲ୍ୟ ଜାଣିବେ ତେବେ ନିଶ୍ଚିତ ଭାବରେ ଖାଦ୍ୟରେ ଲୁଣ ବ୍ୟବହାର ବନ୍ଦ କରିଦେବେ।

ଏବେ ଯାଏ ଆପଣ ଜାଣିଛନ୍ତି ହିମାଳୟର ଗୋଲାପୀ ଲୁଣ ଦୁନିଆର ସବୁଠାରୁ ମହଙ୍ଗା ଲୁଣ। ମାତ୍ର ଏହା ବି ଭୁଲ୍‌। ଏହାଠାରୁ ମଧ୍ୟ ବହୁ ଅଧିକ ଦାମୀ ଲୁଣ ରହିଛି। ‘Amethyst Bamboo’ ଲୁଣ ହେଉଛି ଦୁନିଆର ସବୁଠାରୁ ମୂଲ୍ୟବାନ ଲୁଣ। ଏହା ହେଉଛି ‘Korean Bamboo Salt’, ଯାହା ଏହାକୁ ଏକ ବାଉଁଶ ସିଲିଣ୍ଡରରେ ପ୍ରସ୍ତୁତ କରାଯାଉଛି।

ଭାରତରେ ୧ କିଲୋଗ୍ରାମ ଲୁଣ ପ୍ୟାକେଟର ମୂଲ୍ୟ ୨୦-୨୫ ଟଙ୍କା କିନ୍ତୁ କୋରିଆ ବାଉଁଶର ୨୪୦ ଗ୍ରାମ୍‌ ପ୍ୟାକେଟର ମୂଲ୍ୟ ୭ ହଜାର ଟଙ୍କାରୁ ଅଧିକ। ସେହି ଅନୁଯାୟୀ ୧ କିଲୋଗ୍ରାମ ପ୍ୟାକେଟର ମୂଲ୍ୟ ୩୫ ହଜାର ଟଙ୍କାରୁ ଅଧିକ। ଏବେ ପ୍ରଶ୍ନ ଉଠୁଛି ଯେ, ଏହା କିପରି ଏତେ ମୂଲ୍ୟବାନ। ପ୍ରକୃତରେ ଏହି ଲୁଣ ତିଆରି ପାଇଁ ବହୁ ପରିଶ୍ରମ କରିବାକୁ ପଡ଼େ।

ଜାଣନ୍ତୁ ଏହି ଲୁଣ ପ୍ରସ୍ତୁତି ପ୍ରଣାଳୀ:

କୋରିଆ ସଂସ୍କୃତିରେ ବାଉଁଶ ଲୁଣ ଶହଶହ ବର୍ଷ ଧରି ଖିଆଯାଉଛି। କିନ୍ତୁ ରୋଷ୍ଟେଡ୍‌ ବା ରନ୍ଧା ବାଉଁଶ ଲୁଣର ଆବିଷ୍କାର କେବଳ ବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ଏହି ଲୁଣକୁ ଏକ ବାଉଁଶ ପାତ୍ରରେ ଭରାଯାଇଥାଏ। ପରେ ଏହାକୁ ମାଟିରେ ବନ୍ଦ କରାଯାଏ। ଏହି ଲୁଣକୁ ଚୁଲିରେ ୯ ଥର ବସାଇବାକୁ ପଡ଼ିବ। ଏହା ଏତେ ଜଟିଳ ପ୍ରକ୍ରିୟା ଯେ, ଏହାକୁ ସମ୍ପୂର୍ଣ୍ଣ କରିବାକୁ ୫୦ ଦିନ ଲାଗେ। ଏହି ପୂରା ପ୍ରକ୍ରିୟା ହାତରେ କରାଯାଇଥାଏ। ଏହି କାରଣରୁ ଲୁଣର ମୂଲ୍ୟ ଏତେ ଅଧିକ ହୋଇଥାଏ। ପୂର୍ବରୁ ଲୁଣକୁ ବାଉଁଶରେ ରଖାଯାଇ କେବଳ ୨-୩ ଥର ରନ୍ଧା ଯାଉଥିଲା। କିନ୍ତୁ ଧିରେ ଧିରେ ଏହା ଦେଖାଗଲା ଯେ, ଲୁଣକୁ ଅନେକ ଥର ରାନ୍ଧିବା ଦ୍ୱାରା ଏଥିରେ ବାଉଁଶର ଗନ୍ଧ ଆସେ ଏବଂ ଅପରିଷ୍କାରତା ବହୁତ କମିଯାଏ। ଏହି କାରଣରୁ ଏହି ଲୁଣକୁ ଦୁନିଆର ଶୁଦ୍ଧ ତଥା ଦାମୀ ଲୁଣ ଭାବେ ବିବେଚନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri