ଶାଙ୍ଘାଇରେ ସ୍ଥିତି ଅଣାୟତ୍ତ…

ବେଜିଂ, ୧୧।୪ : ଚାଇନାର ଶାଂଘାଇ ଏବଂ ଅନ୍ୟାନ୍ୟ ସହରରେ କରୋନା ସଂକ୍ରମଣରେ ରେକର୍ଡ ବୃଦ୍ଧି ଘଟିଛି। ଏଥି ସହିତ, ରବିବାର ଶାଙ୍ଘାଇର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୧,୦୦୦ରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଡାକ୍ତରଖାନାରୁ ଘରକୁ ପଠାଯାଇଛି। ଦେଶରେ କଡାକଡି କରୋନା କଟକଣା ଲାଗୁ କରାଯାଇଛି। ଜିରୋ କୋଭିଡ ପଲିସି ଉପରେ ଗୁରୁତ୍ୱାରୋପ କରାଯାଉଛି।

ରାଷ୍ଟ୍ରପତି ଶି-ଜିନପିଙ୍ଗ ମଧ୍ୟ ଏନେଇ ସୂଚନା ଦେଇଛନ୍ତି। ଲଗାତାର ୯ ଦିନ ଧରି ଶାଙ୍ଘାଇରେ ଦୈନିକ ୨୦ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ କରାଯାଉଛି। ସଂକ୍ରମଣର ଗତି ମନ୍ଥର କରିବାକୁ ଅଧିକାରୀମାନେ ସହରରେ ଲକ୍‌ଡାଉନ୍‌ ଲାଗୁ କରିବା ଜାରି ରଖିଛନ୍ତି।

ଜାତୀୟ ସ୍ବାସ୍ଥ୍ୟ ଆୟୋଗଙ୍କ ସୂଚନା ଅନୁଯାୟୀ ରବିବାର ଦିନ ଚାଇନାରେ ୨୪,୯୪୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରବିବାର ଦିନ ଆସିଥିବା ଏହି ମାମଲାଗୁଡ଼ିକ କ୍ରମାଗତ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। କରୋନା ଆକ୍ରାନ୍ତଙ୍କ ଦୈନିକ ସଂଖ୍ୟା ବଢୁଥିବାରୁ ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

ଶାଙ୍ଘାଇର ଜନସ୍ବାସ୍ଥ୍ୟ ଆୟୋଗର ବରିଷ୍ଠ ଅଧିକାରୀ ୱୁ କିଆନୁ କହିଛନ୍ତି ଯେ ରୋଗୀଙ୍କୁ ଏବେ ସେମାନଙ୍କ ଘରେ କ୍ୱାରାଣ୍ଟାଇନରେ ରଖାଯିବ। ଏଥିସହିତ ଚାଇନାର ଗଣମାଧ୍ୟମ କହିଛି ଯେ ଯେଉଁ ଅଞ୍ଚଳରେ କରୋନା ସଂକ୍ରମିତ ବାସ କରୁଛନ୍ତି ସେଠାରେ ସମ୍ପୃକ୍ତ ଅଧିକାରୀଙ୍କୁ ସଜାଗ ରହିବାକୁ ପଡିବ।

ଚାଇନାର ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ମାର୍ଚ୍ଚ ୧ରୁ ଚାଇନାର ବାଣିଜି୍ୟକ ଏବଂ ଆର୍ଥିକ ରାଜଧାନୀ ଶାଙ୍ଘାଇରେ ୧୭୯,୦୦୦ରୁ ଅଧିକ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟାକ୍ଟ ଲେନ୍ସ୍‌ରେ ଜିପିଏସ୍‌: ହାର୍ଟ ବିଟ୍‌ ହେବ ଦେଖି

କାଲିଫର୍ନିଆ, ୧୯।୧: ଆଧୁନିକ ବିଜ୍ଞାନ ସହାୟତାରେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରୁଛି। ସମ୍ପ୍ରତି ଆମେରିକା କାଲିଫର୍ନିଆର ଷ୍ଟାର୍ଟଅପ୍‌ ମୋଜୋ ଭିଜନ ପକ୍ଷରୁ ଏକ ପ୍ରକାର...

ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ଆସିବନି କରୋନା ଟିକା: ଡବ୍ଲୁଏଚ୍‌ଓ

ଜେନେଭା,୪।୯: କରୋନା ଟିକାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ଏକ ନୂଆ ବୟାନ ଜାରି କରିଛି। ଡବ୍ଲୁଏଚ୍‌ଓ କହିଛି ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା କରୋନା ଟିକା...

ଶିଶୁଭବନରେ କରୋନା ଆକ୍ରାନ୍ତ ମୃତଦେହ ନେଇ ମା’-ବାପା ଫେରାର

କଟକ ଅଫିସ,୧।୮: କରୋନା ଆକ୍ରାନ୍ତ ଶିଶୁର ହସ୍ପିଟାଲରେ ମୃତ୍ୟୁ ହେବା ପରେ ତାକୁ ଧରି ମା’ ବାପା ସେଠାରୁ ଫେରାର ହୋଇଯାଇଛନ୍ତି। କଟକସ୍ଥିତ ଶିଶୁଭବନରେ ଶୁକ୍ରବାର...

ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୮୫କୁ ବୃଦ୍ଧି

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୩ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ଲକ୍ଷାଧିକ ଲୋକଙ୍କ ପାସଓ୍ବାର୍ଡ ‘୧୨୩୪୫୬

ଲଣ୍ଡନ,୨୨ା୪(ପି.ଟି): ବିଶ୍ୱର ଲକ୍ଷଲକ୍ଷ ଲୋକ ଗୁରୁତ୍ୱପୂର୍ଣ୍ଣ ଆକାଉଣ୍ଟ ପାଇଁ ସହଜରେ ମନେରହିବା ଭଳି ପାସଓ୍ବାର୍ଡ ‘୧୨୩୪୫୬’ ଏବଂ ‘କ୍ୟୁଡବ୍ଲ୍ୟୁଇଆରଟିଓ୍ବାଇ’ ବ୍ୟବହାର କରୁଥିବା ଏକ ଅଧ୍ୟୟନରୁ ଜାଣିବାକୁ...

ଟ୍ରମ୍ପ୍‌ଙ୍କୁ ହସ୍ପିଟାଲରୁ ଛୁଟି: ଫେରିଲେ ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ, ୬।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ସେ କରୋନାରୁ ସୁସ୍ଥ ହୋଇ ହ୍ବାଇଟ୍‌ ହାଉସ୍‌ ଫେରିଛନ୍ତି। ଶୀଘ୍ର କାମରେ ଯୋଗଦେବେ...

ନେପାଳରୁ ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ନିବେଦନ

ଭଦ୍ରକ ଅଫିସ,୩୦।୪: କରୋନା ଲକ୍‌ଡାଉନ ହେବାର କିଛି ମାସ ପୂର୍ବରୁ କେନ୍ଦୁଝର ଓ ଭଦ୍ରକ ଜିଲାର କିଛି ଶ୍ରମିକ କାର୍ଯ୍ୟ ପାଇଁ ନେପାଳ ଯାଇଥିବା ଜଣାପଡ଼ିଛି।...

ସତ୍ୟନଗରକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ବିଏମ୍‌ସି

ଭୁବନେଶ୍ୱର, ୮।୪(ବ୍ୟୁରୋ): ଭୁବନେଶ୍ୱର ସତ୍ୟନଗରକୁ ବୁଧବାର ବିଏମ୍‌ସି କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛି । ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ...

Advertisement
Archives

Model This Week