ଗାଁ ଦାଣ୍ଡରେ ପିଟି ପିଟି ସ୍ତ୍ରୀଙ୍କୁ ମାରିଦେଲେ ସ୍ବାମୀ

ହିଞ୍ଜିଳିକାଟୁ,୨୦ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମହିରକଣା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ଦାଣ୍ଡରେ ସ୍ତ୍ରୀଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଛନ୍ତି ସ୍ବାମୀ। ମୃତ ମହିଳା ଜଣକ ହେଲେ ଅନୀତା ନାଇକ (୨୬) । ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ସ୍ବାମୀ ଦାମ ନାଇକଙ୍କୁ ଗିରଫ କରିଛି। ତାଙ୍କର ୩ଟି ପୁଅ ଥିବା ଜଣାପଡ଼ିଛି।

ଖବରରୁ ପ୍ରକାଶ ଯେ, ଶେରଗଡ଼ ବ୍ଲକ ଲକ୍ଷ୍ମୀପୁର ଗାଁର ଅନୀତା ୧୦ ବର୍ଷ ତଳେ ମହିରକଣା ଗାଁର ଦାମ ନାଇକଙ୍କୁ ବିବାହ କରିଥିଲେ। ଦାମ ଟ୍ରାକ୍ଟର ଚଳାନ୍ତି। ବିବାହର କିଛି ବର୍ଷ ପରେ ଉଭୟ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ଓ ମନାନ୍ତର ହେଉଥିଲା। ଶୁକ୍ରବାର ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଅନୀତାଙ୍କ ମାଆ ପରି ଓ ଭାଇ ମୁନା ମହିରକଣା ଆସି ଉଭୟଙ୍କୁ ବୁଝାଶୁଝା କରି ସନ୍ଧ୍ୟାରେ ଫେରିଯାଇଥିଲେ। ରାତି ପ୍ରାୟ ୧୦ଟାରେ ପୁଣି ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦାମ ଫୋନ୍‌ କରି ଅନୀତାଙ୍କ ମାଆଙ୍କୁ ଜଣାଇବା ସହ ଉତ୍ତ୍ୟକ୍ତ ହୋଇ ଅନୀତାଙ୍କୁ ଗାଁ ଦାଣ୍ଡରେ ପିଟିଥିଲେ। ଅନୀତା ଚିତ୍କାର କରୁଥିଲେ ସୁଦ୍ଧା କେହି ସାହାଯ୍ୟ କରିବାକୁ ଆସି ନ ଥିଲେ। ଫୋନ୍‌ରେ ଝିଅ ଉପରେ ଆକ୍ରମଣ ହେଉଥିବା ଜାଣି ରାତିରେ ଅନୀତାଙ୍କ ମାଆ ଓ ଭାଇ ପୁଣି ମହିରକଣା ଆସିଥିଲେ। ସେତେବେଳେ ଅନୀତା ମୁମୂର୍ଷୁ ଅବସ୍ଥାରେ ଗାଁ ଦାଣ୍ଡରେ ପଡ଼ିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ନେଇ ମୁନା ଶେରଗଡ଼ ଥାନାକୁ ଜଣାଇଥିଲେ। ଶେରଗଡ଼ ଥାନା ଆଇଆଇସି ମନୋଜ କୁମାର ପ୍ରଧାନ ଓ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ବାମୀ ଦାମଙ୍କୁ ଧରି ଥାନାକୁ ନେଇଥିଲେ।

ଅନ୍ୟପକ୍ଷରେ ଶନିବାର ହତ୍ୟାକାଣ୍ଡ ଘଟିଥିବା ଅଞ୍ଚଳଟି ହଞ୍ଜିଳି କିମ୍ବା ଶେରଗଡ଼ ଥାନା କେଉଁ ଅଞ୍ଚଳର ଅନ୍ତର୍ଭୁକ୍ତ ସେନେଇ ବିବାଦ ଦେଖା ଦେବାରୁ ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର, ପୋଚିଲିମା ରାଜସ୍ବ ନିରୀକ୍ଷକ ଓ ଅଲାରିଗଡ଼ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ ଜମି ମାପଚୁପ ପରେ ଉକ୍ତ ଅଞ୍ଚଳଟି ହିଞ୍ଜିଳି ଥାନା ଅନ୍ତର୍ଭୁକ୍ତ ବୋଲି ଜଣାପଡ଼ିଥିଲା। ପରେ ହିଞ୍ଜିଳି ଥାନା ପୋଲିସ ହତ୍ୟାକାଣ୍ଡର ତଦନ୍ତ କରିଥିଲା।

ଘଟଣାସ୍ଥଳରେ ଆସିକା ଏସ୍‌ଡିପିଓ ଉମା ଶଙ୍କର ସିଂ, ହିଞ୍ଜିଳିକାଟୁ ଅତିରିକ୍ତ ତହସିଲଦାର ସୁନୀଲ କୁମାର ପ୍ରଧାନ, ହିଞ୍ଜିଳି ଥାନା ଏସ୍‌ଆଇ ଗୋପାଳକୃଷ୍ଣ ଆର୍ଗୁ ପାତ୍ର ପ୍ରମୁଖ ଉପସ୍ଥିତ ରହି ତଦନ୍ତ କରିଥିଲେ। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଯାଇଥିଲା। ଅଭିଯୁକ୍ତ ଦାମଙ୍କୁ ଶେରଗଡ଼ ଥାନାରୁ ହିଞ୍ଜିଳି ଥାନା ଅଣାଯାଇଛି। ହିଞ୍ଜିଳି ଥାନାରେ ଏନେଇ କେସ୍‌ ନଂ ୪୨୬/୨୨ରେ ହତ୍ୟା ମାମଲା ରୁଜୁ ହୋଇଛି ଓ ଘଟଣାର ଅଧିକ ତଦନ୍ତ ହେଉଥିବା ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri