କେବେ ଥିଲେ ଲୋକପ୍ରିୟ ଅଭିନେତ୍ରୀ, ଏବେ ସନ୍ନ୍ୟାସିନୀ

ବମ୍ବେ: ପ୍ରାୟ ତିନି ଦଶନ୍ଧି ଧରି ମନୋରଞ୍ଜନଜଗତ ସହ ଜଡ଼ିତ ରହିବା ପରେ ଏବେ ସନ୍ନ୍ୟାସିନୀ ହୋଇଛନ୍ତି ଅଭିନେତ୍ରୀ ନୁପୂର ଅଳଙ୍କାର। ସମସ୍ତ ଚାକଚକ୍ୟ, ବିଳାସବ୍ୟସନକୁ ସେ ପରିତ୍ୟାଗ କରି ଗେରୁଆ ବସ୍ତ୍ର ପରିଧାନ କରୁଛନ୍ତି ସେ। ଏପରିକି ସେ ହିମାଳୟ ଯିବେ ବୋଲି ଜଣାପଡ଼ିଛି।

ନିକଟରେ ଏକ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସେ ଅଭିନୟଜଗତକୁ ଛାଡ଼ୁଥିବା ସ୍ପଷ୍ଟ କରିଛନ୍ତି। ଅଭିନେତ୍ରୀ ଭାବେ ସେ ଲୋକପ୍ରିୟତା ଏବଂ ସଫଳତା ପଛରେ ପଡ଼ିଥିଲେ। ହେଲେ ଏବେ ତାଙ୍କୁ ଶାନ୍ତି ମିଳୁଛି। ତଳେ ଶୋଇବା ସହ ଗୋଟିଏ ଓଳି ଖାଦ୍ୟ ଗ୍ରହଣ କରୁଛନ୍ତି। ସନ୍ୟାସ ମାର୍ଗକୁ ବାଛିବା ପୂର୍ବରୁ ସେ ବିବାହିତ ଥିଲେ। ମାତ୍ର ଏବେ ସ୍ବାମୀ ଅଳଙ୍କାର ଶ୍ରୀବାସ୍ତବ ତାଙ୍କୁ ବିବାହ ବନ୍ଧନରୁ ମୁକ୍ତ କରିଛନ୍ତି। କାରଣ ପୂର୍ବରୁ ନୁପୂର ତାଙ୍କୁ ସନ୍ୟାସ ନେବା ବିଷୟରେ ଜଣାଇଥିଲେ। ଅଲଗା ହେବା ପାଇଁ ଆଇନଗତ ବାଟ ବାଛି ନ ଥିଲେ ହେଁ ଉଭୟ ଏକାଠି ନୁହନ୍ତି। ପରିବାର ଏବଂ ସେ ଅଭିନେତ୍ରୀଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିବା ନିଜେ ନୁପୂର କହିଛନ୍ତି। ତେବେ ସେ ନିଜର ଯାତ୍ରା ଏବଂ ଖର୍ଚ୍ଚ ତୁଲାଇବା ନିମନ୍ତେ ମୁମ୍ବାଇରେ କିଣିଥିବା ଫ୍ଲାଟ୍‌କୁ ଭଡ଼ାରେ ଲଗାଇ ଦେଇଥିବା ଜଣାପଡ଼ିଛି।

କହିରଖୁଛୁ, ଅଭିନେତ୍ରୀ ଭାବେ ନୁପୂର ‘ଶକ୍ତିମାନ’ଠାରୁ ଆରମ୍ଭ କରି ‘ଘର କି ଲକ୍ଷ୍ମୀ ବେଟିୟାଁ, ତନ୍ତ୍ର ଭଳି ୧୫୭ରୁ ଅଧିକ ଟେଲିଭିଜନ ଶୋ’ରେ କାମ କରିଛନ୍ତି। ସେହିଭଳି ‘ସାଓ୍ବରିୟାଁ, ରାଜା ଜି, ସୋନାଲୀ କେବୁଲ’ ଭଳି ଚଳଚ୍ଚିତ୍ରରେ ମଧ୍ୟ ସେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକଦା ଆମିରଙ୍କୁ ପ୍ରଶଂସକ ଭାବେ ଚିଠି ଲେଖିଥିଲେ ଏହି ଅଭିନେତ୍ରୀ , ପୂରା ଘଟଣା ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଏକଦା ଅମିର ଖାନ୍‌ଙ୍କୁ ଚିଠି ଲେଖିଥିଲେ। ଏ ନେଇ ସେ ନିକଟରେ କହିଥିଲେ। ‘ରଙ୍ଗିଲା’ ଫିଲ୍ମରେ ଅମିରଙ୍କ ଅଭିନୟ ତାଙ୍କୁ...

ଫିଲ୍ମ ଅପେକ୍ଷା ରିଲେସନଶିପ୍‌କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଏହି ଯୋଡ଼ି

ଆଜିକାଲି ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମ ଅପେକ୍ଷା ରିଲେସନଶିପ୍‌କୁ ନେଇ ବେଶୀ ଚର୍ଚ୍ଚାରେ ରହୁଛନ୍ତି। ଅନ୍ୟପଟେ କପୁର ଏବଂ ଭଟ୍ଟ ପରିବାର ମଧ୍ୟ...

ବିବାଦ ପରେ ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରିନେଲେ ସବ୍ୟସାଚୀ

ମୁମ୍ବାଇ: ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ନିଜର ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରି ନେଇଛନ୍ତି। ବାସ୍ତବରେ ସବ୍ୟସାଚୀ ମଙ୍ଗଳସୂତ୍ରର...

ବଲିଉଡ୍‌ରେ ଅକ୍ଷୟ କୁମାରଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ସବୁଠୁ ଅଧିକ

ମୁମ୍ବାଇ: ବଲିଉଡ୍‌ର ଅନ୍ୟ ନାମୀଦାମୀ ଅଭିନେତ୍ରୀ ଅଭିନେତାଙ୍କୁ ବ୍ରାଣ୍ଡ୍‌ ଭାଲ୍ୟୁରେ ପଛରେ ପକାଇ ଦେଇଛନ୍ତି ଅକ୍ଷୟ କୁମାର। ବର୍ଷକ ମଧ୍ୟରେ  ତାଙ୍କର ବ୍ରାଣ୍ଡ୍‌ ଭାଲ୍ୟୁ ୫୫.୩...

ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶିରିନ୍‌ ସଓ୍ବୋନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମହାମାରୀ କରୋନା ଯୋଗୁ ସେ ଉଦୟନ ସଚାନଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି।...

ଝିଅର ଭିଡିଓରେ ପ୍ରତିକ୍ରିୟା ଦେଲେ ଅଭିଷେକ

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଷ୍ଟାର୍‌କିଡ୍‌ଙ୍କ ମଧ୍ୟରୁ ଅନ୍ୟତମ। ଫଟୋଗ୍ରାଫରମାନେ ସବୁବେଳେ ବଚ୍ଚନ ପରିବାର ସଦସ୍ୟଙ୍କ...

ଏହି ଅଭିନେତାଙ୍କୁ ଡେଟ୍‌ କରୁଛନ୍ତି ଅନନ୍ୟା

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ନୂଆ ନୂଆ ପ୍ରେମରେ ପଡିଛନ୍ତି। ସେ ଅନ୍ୟ କାହାକୁ ନୁହେଁ, ଅଭିନେତା ଇଶାନ ଖଟ୍ଟରଙ୍କ ପ୍ରେମରେ ପଡିଥିବା ଚର୍ଚ୍ଚା...

ମା’ ହେବା ପରେ ଫିଲ୍ମ ପରଦାକୁ ଦୂରେଇ ଯିବେ କି ଆଲିଆ

ବଲିଉଡ ସୁପରଷ୍ଟାର ରଣବୀର କପୁର ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଶମଶେରା’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମକୁ ସହ ସେ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ...

Advertisement
Archives

Model This Week