ସୌନ୍ଦର୍ଯ୍ୟର ନାୟିକା

ଅଭିଜ୍ଞତା ସାଉଁଟିବା ପାଇଁ କର୍ପୋରେଟ୍‌ ସଂସ୍ଥାରେ ଚାକିରି କରିଥିଲେ। ସେଠାରୁ କୌଶଳ ଶିଖିବା ପରେ ବୁଦ୍ଧି ଖଟାଇ ନିଜେ ଉଦ୍ୟୋଗ ଗଢ଼ିବାକୁ ଚାହିଁଲେ। ଅନ୍ୟମାନଙ୍କୁ ନିଯୁକ୍ତି ଦେବା ସହ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସେ ହୋଇପାରିଛନ୍ତି ଭାରତର ଧନଶାଳୀ ସ୍ବସମୃଦ୍ଧ ମହିଳା। ଭାରତର ୨୦ ସର୍ବାଧିକ ବ୍ୟକ୍ତିଙ୍କ ଭିତରେ ମଧ୍ୟ ସ୍ଥାନ ପାଇଛନ୍ତି। ୧୦ ନଭେମ୍ବର ୨୦୨୧ରେ ତାଙ୍କ ସୌନ୍ଦର୍ଯ୍ୟ ଓ ଜୀବନଶୈଳୀ ଖୁଚୁରା କମ୍ପାନୀ ‘ନ୍ୟାକା’ ବା ‘ନାୟିକା’ ୬.୫ ବିଲିୟନ ଡଲାରରେ ପହଞ୍ଚତ୍ବା ପରେ ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫାଲଗୁନି ନାୟାର ଯୁବ ଉଦ୍ୟୋଗୀଙ୍କ ପାଇଁ ଆଇକନ୍‌ ପାଲଟି ଯାଇଛନ୍ତି। ଅନ୍ୟତମ ସ୍ବସମୃଦ୍ଧ ମହିଳା ବିଲିୟନେୟାର କିରନ ମଜୁମଦାର ଶ’ଙ୍କୁ ସେ ଟପିଯିବା ପରେ ଫାଲଗୁନିଙ୍କ ଔଦ୍ୟୋଗିକ ସଫଳ ଯାତ୍ରା ବିଷୟରେ ଚର୍ଚ୍ଚା ହେବା ସ୍ବାଭାବିକ।
ଗୁଜରାଟୀ ପରିବାରରେ ଜନ୍ମିତ ଫାଲଗୁନି ମହାରାଷ୍ଟ୍ରର ବମ୍ବେଠାରେ ବଢ଼ିଥିଲେ। ବମ୍ବେର ସିଡେନ୍‌ହାମ୍‌ କଲେଜ ଅଫ୍‌ କମର୍ସ ଆଣ୍ଡ୍‌ ଇକୋନମିକ୍ସରୁ ସ୍ନାତକ ଡିଗ୍ରୀ ଅର୍ଜନ କରିବା ପରେ ସେ ଅହମଦାବାଦସ୍ଥିତ ଭାରତୀୟ ପରିଚାଳନା ପ୍ରତିଷ୍ଠାନ (ଆଇଆଇଏମ୍‌)ରୁ ସ୍ନାତକୋତ୍ତର କରିଥିଲେ। ୧୯୮୫ରେ ମ୍ୟାନେଜମେଣ୍ଟ କନ୍‌ସଲ୍‌ଟିଂ କମ୍ପାନୀ ‘ଏ ଏଫ୍‌ ଫର୍ଗୁସନ ଆଣ୍ଡ୍‌ କୋ’ରେ ସେ କନ୍‌ସଲଟାଣ୍ଟ ଭାବେ ଯୋଗ ଦେଇଥିଲେ। ୧୯୯୩ରେ ସେ କୋଟାକ୍‌ ମହିନ୍ଦ୍ରା ଗ୍ରୁପ୍‌ରେ ନିଯୁକ୍ତି ପାଇ ୨୦୦୫ରେ ଏହାର ପରିଚାଳନା ନିର୍ଦ୍ଦେଶକ ହୋଇଥିଲେ। ୧୯ ବର୍ଷ ସେଥିରେ ରହି କାର୍ଯ୍ୟ କରିବା ପରେ ୨୦୧୨ରେ ଚାକିରି ଛାଡ଼ିଥିଲେ। ଏହି ସମୟରେ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ଏହି ବୟସରେ ନୂଆ ଚିନ୍ତା ଧରି ସ୍ବଅର୍ଜିତ ୨୦ ଲକ୍ଷ ଡଲାର ପୁଞ୍ଜିରେ ଆରମ୍ଭ କଲେ ‘ନ୍ୟାକା’। ଉଲ୍ଲେଖଯୋଗ୍ୟ ଯେ ନ୍ୟାକା ହେଉଛି ଏକ ସଂସ୍କୃତ ଶବ୍ଦ, ଯାହାର ଅର୍ଥ ନାୟିକା। ତେବେ ଆଜି ସେ ଯେଉଁଠାରେ ପହଞ୍ଚତ୍ଛନ୍ତି ତାଙ୍କ ଉପରେ ବ୍ୟବସାୟୀ ପିତାଙ୍କ ଜିନ୍‌ର ପ୍ରଭାବ ରହିଥିଲେ ହେଁ ବାସ୍ତବ ଅଭିଜ୍ଞତା ସେ କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଉଦୟ କୋଟାକଙ୍କ ନିକଟରୁ ପାଇଥିବା କହିଥାଆନ୍ତି। ସେ ତାଙ୍କଠାରୁ ଦୁଇଟି କଥା ଭଲ ଭାବେ ଶିଖିଥିଲେ। ପ୍ରଥମରେ କର୍ପୋରେଟ୍‌ ଗଭର୍ନାନ୍ସ ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିଥାଏ ଓ ଦ୍ୱିତୀୟରେ ଯାହା ଆର୍ଥିକ ଦୃଷ୍ଟିରୁ ପୋଷଣୀୟ (ସସ୍‌ଷ୍ଟେନେବଲ୍‌) ନୁହେଁ, ସେହି ଦିଗରେ ଆଗେଇବା ଠିକ୍‌ ନୁହେଁ। ଏହାକୁ ଗୁରୁଜ୍ଞାନ କରି ଫାଲ୍‌ଗୁନି ଇ-କମର୍ସ କସ୍‌ମେଟିକ୍ସ ରିଟେଲ ଭଳି ଷ୍ଟାର୍ଟ ଅପ୍‌ ଆରମ୍ଭ କରିଥିଲେ। କୌଣସି ଉପଭୋକ୍ତାଙ୍କୁ ଭୁଲ ପ୍ରୋତ୍ସାହନ ଦେଇ ନିଜ ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଜିନିଷ କିଣିବାର କ୍ଷେତ୍ର ତିଆରି କରାଗଲେ, ବ୍ୟବସାୟ ଅଧିକ ସମୟ ତିଷ୍ଠି ରହିପାରି ନ ଥାଏ ବୋଲି ଉଦୟଙ୍କଠାରୁ ସେ ଶିଖିଥିଲେ ବୋଲି କହିଛନ୍ତି। ଅନୁରୂପ ଭାବେ ଉଦୟ କହିଥାଆନ୍ତି ଯେ, ଫାଲ୍‌ଗୁନିଙ୍କ ପାଖରେ ବ୍ୟବସାୟକୁ ବଢ଼ାଇବାର ପ୍ରତିଭା ଥିଲା। କୋଟାକ୍‌ରେ ଯୋଗଦେବାର ବର୍ଷକ ପରେ ସିଟିବ୍ୟାଙ୍କରେ କାର୍ଯ୍ୟ କରୁଥିବା ଫାଲଗୁନିଙ୍କ ସ୍ବାମୀ ସଞ୍ଜୟ ନାୟାରଙ୍କ ଲଣ୍ଡନରେ ନିଯୁକ୍ତି ହୋଇଥିଲା। ତେଣୁ ଭାରତୀୟ ମହିଳା ଭାବେ ଫାଲ୍‌ଗୁନି ସେଠାକୁ ଯିବା ପାଇଁ ଚାହିଁଥିଲେ। ଏହା ଦେଖି ଉଦୟ ତାଙ୍କୁ ଲଣ୍ଡନରେ କୋଟାକର କାର୍ଯ୍ୟାଳୟ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ ଓ ସେଠାରେ ଇକ୍ୟୁଟିଜ୍‌ ଓ ଜିଡିଆର୍‌ ବିକ୍ରି ଓ କାରବାର କରାଯାଇଥିଲା। ବ୍ରିଟେନ୍‌ରେ କୋଟାକ୍‌ର ଉପସ୍ଥିତି କେବଳ ଫାଲ୍‌ଗୁନିଙ୍କ ପାଇଁ ସମ୍ଭବ ହୋଇଥିଲା ବୋଲି ଉଦୟ କହିଥାଆନ୍ତି। ତେବେ ଏହାର ଦୁଇ ବର୍ଷ ପରେ ସଞ୍ଜୟଙ୍କ ନ୍ୟୁୟର୍କ ବଦଳି ହୋଇଯାଇଥିଲା। ତା’ ପରେ ଫାଲ୍‌ଗୁନି ନ୍ୟୁୟର୍କରେ କୋଟାକ୍‌ର କାର୍ଯ୍ୟାଳୟ ଆରମ୍ଭ କରିଥିଲେ। ସେହି ସମୟରେ ଗୋଲ୍‌ଡମାନ୍‌ ସହ କୋଟାକ୍‌ ମିଳିତ ଭାବେ ବ୍ୟବସାୟ କରିଥିଲେ। ଫାଲ୍‌ଗୁନି ଗୋଲ୍ଡମାନ୍‌ ସାଚ୍ସ କାର୍ଯ୍ୟାଳୟରେ ୬ ମାସ କାମ କରି ଅଭିଜ୍ଞତା ଅର୍ଜନ କରି ପରେ କୋଟାକ୍‌ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ସଞ୍ଜୟଙ୍କ ଭାରତ ବଦଳି ହୋଇ ସିଟିବ୍ୟାଙ୍କର କଣ୍ଟ୍ରିହେଡ୍‌ ହେବାରୁ ଫଲ୍‌ଗୁନି ସ୍ବଦେଶ ଫେରି କୋଟାକ୍‌ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗର ଦାୟିତ୍ୱ ନେଇଥିଲେ। କର୍ପୋରେଟ୍‌ ଜଗତରୁ ଆହରଣ କରିଥିବା ଅଭିଜ୍ଞତାକୁ ପୁଞ୍ଜି କରି ସେ ନିଜେ ଜଣେ ଉଦ୍ୟୋଗୀ ହେବା ବିଷୟ ଉଦୟଙ୍କୁ ଜଣାଇଥିଲେ। ଏବଂ କହିଥିଲେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ହେବେ ନାହିଁ। ଇଣ୍ଟରନେଟ୍‌ ଓ ବିଉଟି ବ୍ୟବସାୟ ହେବ ତାଙ୍କ ଲକ୍ଷ୍ୟ। ଉଦୟ ସମ୍ମତି ଦେଇଥିଲେ। କର୍ପୋରେଟ୍‌ ଜଗତରେ ଚାକିରି ପାଇଁ ଭର୍ତ୍ତି ହୋଇଥିବା ଏହି ମହିଳା ଏବେ ଅନ୍ୟମାନଙ୍କୁ ନିଯୁକ୍ତି ଦେଇ ସୌନ୍ଦର୍ଯ୍ୟର ନାୟିକା ପାଲଟି ଯାଇଛନ୍ତି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?