Posted inଫୁରସତ

୧୬ ବର୍ଷ ପର୍ଯ୍ୟନ୍ତ ସ୍କୁଲ ଯାଇ ନ ଥିଲେ ନେହେରୁ, ଜାଣନ୍ତୁ କାରଣ…

ଆଜି ହେଉଛି ଶିଶୁଦିବସ। ପ୍ରତିବର୍ଷ ନଭେମ୍ବର ୧୪ରେ ଭାରତରେ ଶିଶୁଦିବସ ପାଳନ କରାଯାଏ। ଏହିଦିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ଜନ୍ମଦିନ। କୁହାଯାଏ, ନେହେରୁ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ତେଣୁ ତାଙ୍କର ଜନ୍ମଦିନକୁ ସେ ପିଲାମାନଙ୍କ ପାଇଁ ଉତ୍ସର୍ଗ କରିଥିଲେ। ସେହିଦିନଠାରୁ ନଭେମ୍ବର ୧୪କୁ ଶିଶୁଦିବସ ଭାବରେ ପାଳନ କରାଯାଇଆସୁଛି।

ନେହେରୁ ୧୮୮୯ ନଭେମ୍ବର ୧୪ରେ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ହେଉଛନ୍ତି ପଣ୍ଡିତ୍‌ ମୋତିଲାଲ ନେହେରୁ ଏବଂ ମାତା ସ୍ବରୂପ ରାଣୀ। ସେ ତାଙ୍କ ଭଉଣୀମାନଙ୍କ ମଧ୍ୟରେ ଜ୍ୟେଷ୍ଠ ଥିଲେ। ଆଜିର ଏହି ସ୍ବତନ୍ତ୍ର ଦିବସରେ ନେହେରୁଙ୍କ ବିଷୟରେ ଜାଣନ୍ତୁ କିଛି ରୋଚକ କଥା…

୧୬ ବର୍ଷ ପର୍ଯ୍ୟନ୍ତ ନେହେରୁ ସ୍କୁଲକୁ ଯାଇ ନ ଥିଲେ। ତାଙ୍କ ପିତା ତାଙ୍କୁ ଘରୋଇ ଶିକ୍ଷକମାନଙ୍କ ଦ୍ୱାରା ପଢ଼ାଇବାର ବ୍ୟବସ୍ଥା କରିଥିଲେ।

ସେ ୧୯୦୭ ଅକ୍ଟୋବରରେ କେମ୍ବ୍ରିଜ୍ର ଟ୍ରିନିଟି କଲେଜକୁ ଯାଇ ୧୯୧୦ରେ ପ୍ରାକୃତିକ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।
୧୯୧୦ରେ ଡିଗ୍ରୀ ସମାପ୍ତ ପରେ ନେହେରୁ ଲଣ୍ଡନ ଯାଇ ଇନର୍‌ ଟେମ୍ପଲ ଇନ୍‌ରେ ଆଇନ ଅଧ୍ୟୟନ କରିଥିଲେ।
ଅଗଷ୍ଟ ୧୯୧୨ରେ ଭାରତ ଫେରିବା ପରେ ସେ ନିଜକୁ ଆହ୍ଲାବାଦ ହାଇକୋର୍ଟର ଆଡ୍‌ଭୋକେଟ ଭାବରେ ନାମ ଲେଖାଇଥିଲେ। ସେତେବେଳେ ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବ୍ରିଟିଶ ଶାସକଙ୍କ ବିରୋଧରେ ସଂଗ୍ରାମରେ ଯୋଗ ଦେଇଥିଲେ।
ନେହେରୁଙ୍କୁ ପ୍ରଥମଥର ପାଇଁ ୧୯୨୯ରେ ଜେଲ୍‌ ହୋଇଥିଲା।

ନେହେରୁ ‘ଦି ଡିସକଭରି ଅଫ୍‌ ଇଣ୍ଡିଆ’, ‘ଗ୍ଲିମ୍ପ୍‌ସ ଅଫ୍‌ ଓ୍ବାଲର୍‌ଡ ହିଷ୍ଟୋରି’ ଏବଂ ତାଙ୍କ ଆତ୍ମଜୀବନୀ ‘ଟୁଓ୍ବାର୍ଡ ଫ୍ରିଡମ୍‌’ ଭଳି ଅନେକ ପୁସ୍ତକ ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri