ମହାଯୋଗୀ ଶ୍ରୀଅରବିନ୍ଦ

ଶ୍ରୀଅରବିନ୍ଦଙ୍କ ପବିତ୍ର ଆବିର୍ଭାବ ଦିବସ (୧୫ ଅଗଷ୍ଟ ୧୮୭୨) ର ମହିମା ପ୍ରତିପାଦିତ କରି ଦିବ୍ୟ ଜନନୀ ଶ୍ରୀମା ଏହାକୁ ଶାଶ୍ୱତଙ୍କ ଜନ୍ମ ଭାବରେ ଅବିହିତ କରିଛନ୍ତିି । ଏହାର ତାତ୍ପର୍ଯ୍ୟ ବୁଝାଇ କହିଛନ୍ତି, ଆଧ୍ୟାମତ୍ିକ ଦୃଷ୍ଟିରୁ ଏହା ହେଉଛି ପୃଥିବୀ ପୃଷ୍ଠରେ ପରମ ଓ ଶାଶ୍ୱତଙ୍କର ଶାଶ୍ୱତ ଆବିର୍ଭାବ। ୧୫ ଅଗଷ୍ଟ ୧୯୪୭ରେ ଭାରତ ବି ସ୍ବାଧୀନ ହୋଇଥିଲା। ଯୁଗପୁରୁଷଙ୍କ ଜନ୍ମତିଥିରେ ଏକ ସ୍ବାଧୀନ ରାଷ୍ଟ୍ରର ପ୍ରତିଷ୍ଠା ହେବା କେବଳ ଏକ ଆକସ୍ମିକତା ନ ହୋଇ ପାରେ, ତାହା ହୋଇପାରେ ଏକ ବିସ୍ମୟ, ଏକ ଆଲୌକିକତା। ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ଭାରତ ନଦୀ, ଗିରି, ବନ, ପାହାଡ଼, ପର୍ବତ ଓ କାନ୍ତାରର ସମାହାର କିମ୍ବା ୪୦ କୋଟି ଲୋକଙ୍କର ଅଧ୍ୟୁଷିତ ଭୂମି ନୁହେଁ। ଏହା ଏକ ଅଖଣ୍ଡ ସଂସ୍କୃତିର ପ୍ରବହମାନ ଧାରା, ଏକ ଜୀବନ୍ତ ସତ୍ତା ମା। ତା’ର ବିକାଶଶୀଳ ଆତ୍ମା, ଏକ ବିବିଧବର୍ଣ୍ଣା, ପ୍ରଜ୍ଞାମୟୀ, ମମତାମୟୀ, ସମ୍ବେଦନଶୀଳା, ପୁଣ୍ୟମୟୀ ମା’। ତା’ର ଗୌରବ-ପୂର୍ଣ୍ଣ ଅତୀତକୁ ଅନନ୍ତ ସମ୍ଭାବନାମୟ ଭବିଷ୍ୟତ ସହ ସଂଯୁକ୍ତ କରୁଥିବା ତାଙ୍କର ଆଧ୍ୟାମତ୍ିକ ଉପଲବ୍ଧି ତାଙ୍କ ତପସ୍ୟାର ଫଳଶ୍ରୁତି। ୧୫ ଅଗଷ୍ଟରେ ଭାରତ ସ୍ବାଧୀନ ହେବା ତା’ର ସ୍ଥୂଳ ପରିପ୍ରକାଶ। ଏହି ପବିତ୍ର ଐତିହାସିକ ଦିବସ ବିରଳ ଗୌରବ ବହନ କରିଛି ଯେତେବେଳେ ରାଷ୍ଟ୍ର ତଥା ରାଷ୍ଟ୍ର୍ରନାୟକମାନଙ୍କର ଯୁଗ୍ମ ଜୟନ୍ତୀ ପାଳିତ ହେଉଥିବ।
ଶ୍ରୀଅରବିନ୍ଦଙ୍କ ଦିବ୍ୟଦୃଷ୍ଟିରେ ଭାରତୀୟତା ଏକ ବିସ୍ତୃତ ଚେତନା। ତାଙ୍କୁ ଅଭିବ୍ୟକ୍ତ କରି ଶ୍ରୀମା ଯଥାର୍ଥରେ କହିଛନ୍ତିି, ‘ଶ୍ରୀଅରବିନ୍ଦଙ୍କୁ କିଏ ବୁଝିପାରିବ ସେ ତ ବିଶ୍ୱ ଭଳି ବିଶାଳ ଏବଂ ଅସୀମ ଓ ଅନନ୍ତ ତାଙ୍କର ବାର୍ତ୍ତା। ସେ ବୈରାଗୀ, ବନଚାରୀ ବା ସନ୍ନ୍ୟାସୀ ନୁହନ୍ତି। ସେ ହିଁ ମୁକ୍ତି ସଂଗ୍ରାମର ମହାସଙ୍ଗୀତ ‘ବନ୍ଦେ ମାତରମ୍‌’ର ଆଗ୍ନେୟ ଆହ୍ବାନ। ଉତ୍ସାହ ଓ ଉଦ୍ଦୀପନାର ଅଫୁରନ୍ତ ଉତ୍ସ। ସେ ମହାଯୋଗୀ, ଜ୍ଞାନ, ଭକ୍ତି ଓ କର୍ମର ଅପୂର୍ବ ସମନ୍ବୟ-ପୂର୍ଣ୍ଣ ଯୋଗର ପବିତ୍ର ତ୍ରିବେଣୀ ସଙ୍ଗମ। ଶ୍ରୀମାଙ୍କ ଅନୁପମ ଭକ୍ତି ‘ଶ୍ରୀଅରବିନ୍ଦଙ୍କ ବାଣୀ ଅମ୍ଲାନ ସୂର୍ଯ୍ୟାଲୋକ ସଦୃଶ ଭବିଷ୍ୟତକୁ ଉଦ୍‌ଭାସିତ କରେ’। ସମଗ୍ର ବିଶ୍ୱ ଏକମାତ୍ର ଆଦି ଚେତନାର ପ୍ରବାହ। ସେ ହିଁ ଚେତନାର କ୍ରମ ବିକାଶ, ଅବିଭକ୍ତ ଆସ୍ପୃହାର ଉତ୍ତରଣ ଓ ଅବତରଣ। ଜଡ଼ରୁ ଜୀବନ, ପ୍ରାଣ, ମନ ଓ ଅତିମାନସ – ଏ ସବୁର ନିଶ୍ଚିତ ପ୍ରତିଶ୍ରୁତି ସେ ରଖିଯାଇଛନ୍ତି। ଚୈତନ୍ୟ ପୁରୁଷଙ୍କ ଜାଗରଣ, ମନ, ପ୍ରାଣ, ଶରୀରର ବିବର୍ତ୍ତନ ଏ ସମସ୍ତ ରହସ୍ୟ ତାଙ୍କ ଦିବ୍ୟଦୃଷ୍ଟିରେ ଉନ୍ମୋଚିତ ହୋଇଛି। ଅତିମାନସ ଶକ୍ତିର କ୍ରିୟା ଫଳରେ ଆଜିର ଅର୍ଦ୍ଧପଶୁବତ ମଣିଷ ଦିବ୍ୟ ସ୍ବରୂପ ଧାରଣ କରିବ, ଏ ପୃଥିବୀ ଦିବ୍ୟ ମାନବ ଦ୍ୱାରା ଅଧ୍ୟୁଷିତ ହେବ, ଏହା ସେ ବଜ୍ର ଗମ୍ଭୀର ସ୍ବରରେ ଘୋଷଣା କରି ଯାଇଛନ୍ତି। ଅତିମାନସ କ୍ରିୟା ଫଳରେ ଏ ମଣିଷ ଦିବ୍ୟ ମାନବର ରୂପାନ୍ତରିତ ହୋଇଯିବ। ମୃତ୍ୟୁର ସନ୍ତାନ ବୁଝିପାରିବ ସେ ହିଁ ‘ଅମୃତର ସନ୍ତାନ’। ଶ୍ରୀଅରବିନ୍ଦ ‘ଦିବ୍ୟ ଜୀବନ ଗ୍ରନ୍ଥ’ରେ ୬୮୪-୮୫ ପୃଷ୍ଠାରେ ଏହା ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ଏହି ଭକ୍ତି ହିଁ ମୃତ୍ୟୁ ଦେବତାଙ୍କ ପ୍ରଶ୍ନର ମା’ ସାବିତ୍ରୀଙ୍କ ଯଥାର୍ଥ ଉତ୍ତର। ସତ୍ୟବାନଙ୍କ ଜୀବନ ଫେରାଇ ଦେବାପାଇଁ ମା’ ଦାବି କଲାରୁ ଯମରାଜ ଅତ୍ୟନ୍ତ ବିଦ୍ରୂପ କରି କହିଲେ ‘ଏଇ ଦୁଇଗୋଡ଼ିଆ ଲଙ୍ଗଳା, ଫୁଙ୍ଗୁଳା କୀଟ ଯାହାକୁ କହ ମଣିଷ ତା’ ଦେହ ଓ ମୁହଁରେ ଦେବତାର ସ୍ବରୂପ କିଏ ଦେଖିବ? (‘ସାବିତ୍ରୀ‘ ୬୩୪ ପୃଷ୍ଠା )
ଶ୍ରୀଅରବିନ୍ଦଙ୍କ ଭବିଷ୍ୟତର ମହାକାବ୍ୟ, ‘ସାବିତ୍ରୀ’ ଯୋଗମାର୍ଗ ବିଭୂତିର ସଂହିତା। ତାଙ୍କ ଦିବ୍ୟଜୀବନ ଗ୍ରନ୍ଥ (Life Divine) ଯୋଗ ସମନ୍ବୟ (Synthesis of Yoga) ବେଦର ରହସ୍ୟ (Secrets of Veda), ଗୀତା ନିବନ୍ଧମାଳା (Essays of Gita) ଭାରତୀୟ ସଂସ୍କୃତିର ମୂଳଧାର (Foundation of Indian Culture) ଯୋଗ ପତ୍ରାବଳି (Letters on Yoga) ପ୍ରଭୃତି ଗ୍ରନ୍ଥରେ ଜଗତ ଓ ଜୀବନର ଅବିସ୍ମରଣୀୟ ଅତୀତ ସହ ଅନନ୍ତ ସମ୍ଭାବନାମୟ ଭବିଷ୍ୟତ ଉନ୍ମୋଚିତ ହୋଇଛି। ଶ୍ରୀଅରବିନ୍ଦ ଘୋଷଣା କରିଛନ୍ତିି ଭାରତର ସ୍ବଧର୍ମ ଓ ସ୍ବଭାବର ପ୍ରତିଷ୍ଠା ସେ ପ୍ରତ୍ୟକ୍ଷ କରିଛନ୍ତି ଏକ ମହତ୍ତର ଅତିମାନସ ମାନବୋତ୍ତର ପ୍ରାଣୀର ଆବିର୍ଭାବ ଏବଂ ସାମ୍ପ୍ରତିକ ସମୟର ଗ୍ଲାନି, ହିଂସା, ଦ୍ୱେଷ ଓ ଅତ୍ୟାଚାର ସତ୍ତ୍ୱେ ଏକ ନୂତନ ଯୁଗର ଆଗମନୀ। ଅନ୍ଧକାର ଓ ନିଶ୍ଚେତନା ଉପରେ ବିଜୟ ଲାଭ କରିଥିବା ଦିବ୍ୟଚେତନାର ଅଭ୍ୟୁଦୟ। ମଣିଷର ସମ୍ଭାବନାମୟ ଭବିଷ୍ୟତ ସମ୍ପର୍କରେ ସେ ପ୍ରଚଣ୍ଡ ଆଶାବାଦୀ। ତାଙ୍କର ବାଣୀ ଓ ରାଶି ରାଶି ରଚନା ପାଠକଲେ ମଣିଷ ଆଶାୟୀ ହୁଏ, ଆଶ୍ୱସ୍ତ ହୁଏ ଯେ ଏ ସଭ୍ୟତାର ଉତ୍ତରଣ, ଅଟକିଯିବନାହିଁ, ଏ ପୃଥିବୀ ଧ୍ୱଂସ ପାଇବ ନାହିଁ। ବିଶ୍ୱାସ ଓ ବାସ୍ତବତା, ସଂସାର ଓ ଈଶ୍ୱର ମଧ୍ୟରେ ରହି ଆସିଥିବା ଯୁଗ ଯୁଗର ବ୍ୟବଧାନର ସେ ସଫଳ ତଥା ସାର୍ଥକ ସଂଯୋଜକ। ଶ୍ରୀରାମ, ଶ୍ରୀକୃଷ୍ଣ, ବୁଦ୍ଧ, ଶଙ୍କର, ଶ୍ରୀଚୈତନ୍ୟ ଓ ନାନକ ପ୍ରଭୃତି ଯେତେ ଅବତାର ଓ ସିଦ୍ଧ ସାଧକଙ୍କର ପ୍ରବାଦ ଓ ପ୍ରବଚନ ରହିଛି ସେ ଠିକ୍‌ ସେପରି ନୁହନ୍ତି ବା ସେସବୁ ସହିତ ଏକ ସଂଯୋଜନ ନୁହନ୍ତି। ସେ ସ୍ବତନ୍ତ୍ର ଓ ବିରଳ। ତାଙ୍କର ସିଦ୍ଧାନ୍ତ ସାମ୍ପ୍ରତିକ ଅମାନୁଷିକତାର ମଣିଷ ଜାତିକୁ ଅତିମାନସିକତା ଆଡ଼କୁ ନେଇଯାଉ । ଆଜି ସେ ମହାଯୋଗୀଙ୍କ ପବିତ୍ର ଜନ୍ମତିଥିରେ ଆମେ ତାଙ୍କ ପାଦପଦ୍ମରେ କୋଟି ପ୍ରଣାମ ନିବେଦନ କରୁଛୁ।

ବିମଳ ପ୍ରସନ୍ନ ଦାସ
ମୋ: ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?