ଜର୍ମାନୀ ନିର୍ବାଚନ ଦୃଶ୍ୟପଟ

ଜନ୍‌ ଓ୍ବାର୍ନର ମୁଲେର

ଜର୍ମାନୀର ସଂଘୀୟ ବା ସାଧାରଣ ନିର୍ବାଚନ ଶେଷ ହୋଇଛି। ଏଥିତ୍ରେ କିଛି ଭଲ ମନ୍ଦ ଖବର ପଦାକୁ ଆସିଛି। ପ୍ରଥମେ ମନ୍ଦ ଖବରକୁ ଦେଖିବା। ନିର୍ବାଚନରେ ଦକ୍ଷିଣପନ୍ଥୀ ଅଲଟର୍‌ନେଟିଭ ଫର୍‌ ଜର୍ମାନୀ(ଏଏଫ୍‌ଡି) ପାର୍ଟି କ୍ଷତି ସହିଲେ ମଧ୍ୟ ୧୦%ରୁ ଅଧିକ ଭୋଟ ପାଇଛି। ଦଳରେ ଲଗାତର ଅନର୍କନ୍ଦଳ ଓ ବହୁ ଦୁର୍ନୀତି ସାମ୍‌ନାକୁ ଆସିଥିବା ସତ୍ତ୍ୱେ ଏହି ପୁରାତନ ପାର୍ଟି ଜର୍ମାନୀ ରାଜନୈତିକ ଦୃଶ୍ୟପଟରେ ଦୀର୍ଘଦିନ ରହିଆସିଛି ଏବଂ ଆଗକୁ ରହିବ ବୋଲି ଜଣାପଡ଼ୁଛି। ନିର୍ବାଚନର ଭଲ ଖବର ହେଉଛି, ଏହା ଅନେକ ପ୍ରକାର ପାରମ୍ପରିକ ତଥା ଅତି ଦକ୍ଷିଣପନ୍ଥୀ ବିଚାରାଧାରାକୁ ଅସତ୍ୟ ପ୍ରମାଣିତ କରିଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଗଣତନ୍ତ୍ର ସବୁବେଳେ ସଂସ୍କୃତିଗତ ଲଢ଼େଇ ମଧ୍ୟରେ ନିଜ ଭାଗ୍ୟ ନିର୍ଦ୍ଧାରଣ କରିବା; ରାଜନୈତିକ ଶକ୍ତିକୁ ସୁଦୃଢ କରିବା ଲାଗି ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ମେଣ୍ଟ ଜରୁରୀ ନୁହେଁିଁ ; ଏବଂ ସାମାଜିକ ଗଣତାନ୍ତ୍ରିକ ପାର୍ଟିଗୁଡ଼ିକ ଇସ୍‌ଲାମ ବିରୋଧୀ ଭାବ ବଢ଼ାଇ ଓ ନାଗରିକଙ୍କ ସୁରକ୍ଷା ନୀତିକୁ ଅଗ୍ରାଧିକାର ନ ଦେଇ ଭଲ ପ୍ରଦର୍ଶନ କରିିବାର ସିଦ୍ଧାନ୍ତକୁ ନିର୍ବାଚନ ଅସ୍ବୀକାର କରିଛି। ପର୍ଯ୍ୟବେକ୍ଷକମାନେ ପ୍ରକାଶ କରିଛନ୍ତି ଯେ, ଲୋକମାନଙ୍କୁ ଫିଲୋସଫିକାଲ ଚିନ୍ତାଧାରାରୁ ବାହାର କରି ଏକ ସମ୍ମିଳିତ ତଥା ମୁକ୍ତ ବିଚାର ଆଡ଼କୁ ନେଉଥିବା ପାଶ୍ଚାତ୍ୟ ଉଦାରବାଦୀ ଚିନ୍ତାଧାରା ଏବଂ ବ୍ୟକ୍ତି ଓ ସାମାଜିକ ବିଚାରରେ ସୀମିତ ସ୍ଥିତି ସହ ସଂଗ୍ରାମ କରି ଆଧୁନିକ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ରାଜନୀତି ତା’ସ୍ଥିତି ନିରୂପଣ କରୁଛି। କମ୍‌ ହେଉ କି ବେଶି, ଯେତେବେଳେ ସାଧାରଣ ପ୍ରଭେଦକୁ ଦୃଷ୍ଟିରେ ରଖି କେତେକ ବିବାଦ ବିଚାରକୁ ନିଆଯାଉଛି ସେତେବେଳେ ଅତ୍ୟଧିକ ଆହ୍ବାନ ସାମ୍‌ନାକୁ ଆସୁଛି। ଜର୍ମାନୀ ମଧ୍ୟ ଏଭଳି ଆହ୍ବାନଗୁଡ଼ିକର ସମ୍ମୁଖୀନ ହୋଇଛି। ଦୁଇ ବି ତିନ ବର୍ଷ ହେବ ପ୍ରବାସୀ ତଥା ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ଓ ଏହା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଉକ୍ତ ନିର୍ବାଚନ ପରିିପ୍ରେକ୍ଷୀରେ ଲୋକମାନେ ସେମାନଙ୍କ ପେନ୍‌ସନ ଓ ଅନ୍ୟାନ୍ୟ ବିଷୟ ଦର୍ଶାଇନାହାନ୍ତି, ବରଂ ଆଗାମୀ ଦିନରେ ଦେଶର ବିକାଶ ଏବଂ ଜଳବାୟୁ ବିଷୟଗୁଡ଼ିକ ସେମାନଙ୍କୁ ଅଧିତ୍କ ଚିନ୍ତିତ କରିଥିତ୍ବା ଦେଖାଯାଇଛି। ମୁଖ୍ୟ ଦଳଗୁଡ଼ିକ ଏହିସବୁ ବିଷୟ ଉପରେ ନଜର ରଖିଥିଲେ ଓ ଏଥିପ୍ରତି ଆଗ୍ରହ ପ୍ରକାଶ କରିଥିଲେ ଏବଂ ଏହାକୁ ନେଇ ଦକ୍ଷିଣପନ୍ଥୀ ଓ ବାମପନ୍ଥୀ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଦେଖାଦେଇଥିଲା। ଶେଷରେ ଏହା ଏଏଫ୍‌ଡି ଉପରେ ଭାରି ପଡ଼ିଲା ଓ ଆଶା କରାଯାଉଥିବା ଭୋଟ ପାଇପାରିଲା ନାହିଁ।
ପ୍ରକୃତ କଥା ହେଉଛି, ଜର୍ମାନୀରେ ଦୁଇଟି ବିକଳ୍ପ ନୀତି ମଧ୍ୟରେ ଲୋକମାନଙ୍କ ପସନ୍ଦ ରହିଥିଲା। ନିର୍ବାଚନ ଏହା ଉପରେ ନିର୍ଭର କରୁଥିତ୍ଲା। ଅର୍ଥାତ୍‌,ଲୋକମାନଙ୍କର ମୁଖ୍ୟ ଅଭିଯୋଗ ଥିଲା ଯେ, ମୁଖ୍ୟଧାରାରେ ସାମିଲ ସବୁଦଳର ଆଚରଣ ସେମାନଙ୍କ ପ୍ରତି ସମାନ। ଏହା ସହ ଲୋକମାନଙ୍କ କ୍ଷତି କରିବା ଲାଗି ଦୁର୍ନୀତିରେ ଲିପ୍ତ ପ୍ରତିଷ୍ଠିତ ରାଜନେତାମାନେ ସମାନ ପ୍ରକାର ନୀତି ଆପଣାଉଛନ୍ତି ବୋଲି ସେମାନେ ଆଶଙ୍କା କରୁଥିଲେ। ଏହି ଦୁଇଟି ବିଷୟ ନିର୍ବାଚନରେ ସତ ପ୍ରମାଣିତ ହେଲା। ସୋସିଆଲ ଡେମୋକ୍ରାଟିକ ପାର୍ଟି (ଏସ୍‌ପିଡି) ଏବଂ ବିଦାୟ ନେବାକୁ ଯାଉଥିବା ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କ ଖ୍ରୀଷ୍ଟିଆନ୍‌ ଡେମୋକ୍ରାଟିକ୍‌ ୟୁନିୟନ (ସିଡିୟୁ) ମେଣ୍ଟ ଏହିସବୁ ବିଷୟଗୁଡ଼ିକ ବାମ ଚିନ୍ତାଧାରା ସମ୍ପନ୍ନ ପାର୍ଟିଗୁଡ଼ିକ ପାଇଁ ସମର୍ଥନ ସୃଷ୍ଟି କରିବାର ସମ୍ଭବାନା ରହିଛି ବୋଲି ନିଶ୍ଚିତ ହୋଇପାରି ନ ଥିଲେ। ବରଂ ସୋସିଆଲ ଡେମୋକ୍ରାଟଗୁଡ଼ିକ ଏସବୁ ଦିଗକୁ ସମ୍ପୂର୍ଣ୍ଣ ଅଣଦେଖା କରୁଥିବା ସଙ୍କେତ ମିଳିଥିଲା ଓ ସେମାନେ ମର୍କେଲ ଯୁଗ ଶେଷ ହେଉଛି ବୋଲି ସୂଚିତ କରିଥିତ୍ଲେ। ଏହା ହିଁ ସେମାନଙ୍କ ବିପର୍ଯ୍ୟୟର କାରଣ ହେଲା। ଏହା ମଧ୍ୟ ଆଶଙ୍କା କରାଯାଉଥିଲା ଯେ, ମହାମାରୀ ମୁକାବିଲା କରିବାରେ ସରକାରଙ୍କ ପ୍ରତି ଥିତ୍ବା ଅସନ୍ତୋଷ ଏଏଫ୍‌ଡିକୁ ଭୋଟ ଦେବା ଲାଗି ଲୋକଙ୍କୁ ପ୍ରେରିତ କରିବ। କାରଣ ସରକାରଙ୍କ ବିରୋଧରେ ପୁଞ୍ଜୀଭୂତ ଅସନ୍ତୋଷକୁ ସାବ୍ୟସ୍ତ କରିବାର ଏହା ଏକମାତ୍ର ବାଟ ବୋଲି ମନେକରାଯାଉଥିଲା। ତେବେ ଜର୍ମାନୀ ସଂଘୀୟ ବ୍ୟବସ୍ଥାରେ ୧୬ଟି ରାଜ୍ୟରେ ଚାଲୁଥିବା ୯ଟି ବିଭିନ୍ନ ମେଣ୍ଟ ସରକାରରେ କୌଣସି ଠାରେ କ୍ଷମତାରେ ନ ଥିବା ଏଏଫ୍‌ଡି ସେହି ଅନୁପାତରେ ଭୋଟ ହାସଲ କରିପାରିଲା ନାହିଁ। ଏହାର ଦୁଇଟି କାରଣ ରହିଛି। ପ୍ରଥମତଃ, ଅତୀତର ନାଜିବାଦ ସହ ଏହାର ସମ୍ପର୍କ ରହିଛି, ତାହା ଅନୁକରଣ କରିବ ବୋଲି ଜର୍ମାନୀର ଅଧିକାଂଶ ଲୋକ ନିଶ୍ଚିତ ଅଛନ୍ତି। ଏଥିରୁ ଜଣାପଡ଼ୁଛି, କେତେକ ଦୃଢ ଋଢ଼ିବାଦୀ ଯେଉଁମାନେ ସିଡିୟୁର କୋଭିଡ୍‌-୧୯ ପରିଚାଳନାକୁ ନେଇ ଅସନ୍ତୋଷ ଥିଲେ ସେମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସାମାଜିକ ତଥା ଅର୍ଥନେତିକ ସୁଧାର ଆଣିବାରେ ନାଜି ବିଚାର ସହ ସଂଶ୍ଳିଷ୍ଟ ହେଉଥିବା ଦଳ ସହ ଜଡିତ ହେବା ପାଇଁ ଚାହଁି ନାହାନ୍ତି। ଏଭଳି ଅସନ୍ତୁଷ୍ଟ ଭୋଟରମାନଙ୍କୁ ନିିଜ ସପକ୍ଷକୁ ଆଣିବାରେ ଏଏଫ୍‌ଡି ଅକ୍ଷମ ହୋଇଛିି। ଏଏଫ୍‌ଡିର ଏଭଳି ଅକ୍ଷମତାରୁ ସ୍ପଷ୍ଟ ହେଉଛି ଯେ, ଉଭୟ ସମ୍ମାନସ୍ପଦ ସ୍ଥିତିରେ ରହିବା ଏବଂ ଉଗ୍ର ସୁଧାରବାଦକୁ ଧରି ଦୀର୍ଘଦିନ କାମ କରିବା ପାଇଁ ରଣନୀତି ଆପଣାଇବାକୁ ଚାହଁୁଛି।
ଏଏଫ୍‌ଡି ଅଧିକ ସମର୍ଥନ ହାସଲ କରିବାରେ ବିଫଳ ହେବାର ଆଉ ଏକ କାରଣ ରହିଛି। ଏହା ବାହାରକୁ କମ୍‌ ଜଣାପଡ଼ୁଛି। ମହାମାରୀ ସମୟରେ ମନମୁଖୀ କାର୍ଯ୍ୟ କରିବାକୁ ଚେଷ୍ଟା କରିଥିତ୍ବା ଆମେରିକାରେ ରିପବ୍ଲିକାନ ପାର୍ଟି ଭଳି ଏଏଫ୍‌ଡି ମଧ୍ୟ ଏକାଧିପତ୍ୟ‘ସ୍ବାଧୀନତା’ ସାବ୍ୟସ୍ତ କରିବାକୁ ଚେଷ୍ଟା କରିଥିତ୍ଲା। କିନ୍ତୁ ସେହି ପ୍ରୟାସକୁ ଜର୍ମାନୀର ଉଦାରବାଦୀ ଲୋକମାନେ ସଫଳ ହେବାକୁ ଦେଇ ନ ଥିଲେ। ସଂସଦରେ ବହୁ ଉଚ୍ଚସ୍ତରୀୟ ବିତର୍କରେ ଫ୍ରି ଡେମୋକ୍ରାଟିକ ପାର୍ଟି (ଏଫ୍‌ଡିପି) ସମ୍ପୂର୍ଣ୍ଣ ଭାବେ ଏଏଫ୍‌ଡିର ବିକଳ୍ପ ରୂପେ ଉଭା ହୋଇଥିଲା। ସ୍ବାଧୀନତାର ଦ୍ୱାହି ଦେଇ କୋଭିଡ୍‌ ସମ୍ପର୍କିତ କଟକଣାକୁ ନେଇ ଏଫ୍‌ଡିପିିି ତା’ ପ୍ରତିବାଦକୁ ଠିକ୍‌ ଭାବେ ସଞ୍ଚାଳନ ମଧ୍ୟ କରିପାରିଲା। ସମାଲୋଚନା କରିବାର ସୀମା ନ ଟପି ଏବଂ ରାଜନୈତିକ ବ୍ୟବସ୍ଥାକୁ ଆକ୍ରମଣ ନ କରି ଏହା କରିପାରିଲା। ଏଣୁ ଏଏଫ୍‌ଡି ପଛରେ ପଡ଼ିଗଲା।
ଶେଷରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉଭୟ ଏସ୍‌ପିଡି ଓ ସିଡିୟୁ ଏହାର ବାକ୍‌ପଟୁତା ଓ ନୀତିଗୁଡ଼ିକକୁ ଆଧାର କରି ଦକ୍ଷିଣପନ୍ଥୀ ଚିନ୍ତାଧାରାକୁ ପ୍ରଚାର କରିଆସିଛି ସାରା ୟୁରୋପରେ। ଏହା ସେମାନଙ୍କ ମେଣ୍ଟ ରାଜନୀତିର ଏକ ମୁଖ୍ୟ ଧାରା। ହେଲେ ସେମାନେ ସେଥିରେ ବାଧା ସୃଷ୍ଟି କଲେ। ନିର୍ବାଚନ ପ୍ରଚାର ସମୟରେ ଏହା ସମ୍ପର୍କରେ ମନ୍ତବ୍ୟ ରଖିତ୍ବାକୁ କ୍ୱଚିତ ପ୍ରୟାସ କଲେ। ମୁଖ୍ୟତଃ ମର୍କେଲଙ୍କ ପରେ ଅର୍ମିନ ଲାସ୍‌ଚେଟ ଚାନ୍‌ସେଲର ହେବେ ବୋଲି ଖ୍ରୀଷ୍ଟିଆନ ଡେମୋକ୍ରାଟ ପ୍ରାର୍ଥୀମାନଙ୍କ ମନ୍ତବ୍ୟ ଏବଂ ୨୦୧୫ରେ ତାଲିବାନ୍‌ ଆଫଗାନିସ୍ତାନ ଦଖଲ କଲାପରେ ଜର୍ମାନୀ ଲକ୍ଷ ଲକ୍ଷ ଶରଣାର୍ଥୀଙ୍କୁ ସ୍ଥାନ ଦେବା ଭଳି ସ୍ଥତିର ପୁନରାବୃତ୍ତି ହେବ ନାହିଁ ବୋଲି ଘୋଷଣାକୁ ଏକ ବଡ଼ ସାମାଜିକ ତ୍ରୁଟି ଭାବେ ବିବେଚନା କରାଗଲା। ଏପରିକି ଏଏଫ୍‌ଡି ନେତାଙ୍କ ଭଳି ସିଡିୟୁର ନେତା ଆନ୍ସ ଜର୍ଜ ନିଜକୁ ପ୍ରତପାଦିତ କରିବାକୁ ଚେଷ୍ଟା କରି ଲଜ୍ଜାଜନକ ପରାଜୟର ସାମ୍‌ନା କଲେ। ଏସ୍‌ପିଡି ଓ ସିଡିୟୁ ମେଣ୍ଟ ଏଥିରେ ଆସ୍ବସ୍ତି ପ୍ରକାଶ କରବା ଭୁଲ୍‌ ହେବ। ଏହି ନିର୍ବାଚନରୁ ଅନେକପ ଶିକ୍ଷା ଗ୍ରହଣ କରାଯାଇପାରେ ଏବଂ ସିଡିୟୁ ଏବେ ସୁଦ୍ଧା ତା’ଭୁଲ୍‌ ବାଛିବା ଦରକାର। ଜର୍ମାନୀ ରାଜନୈତିକ ଦୃଶ୍ୟପଟରେ ସିଡିୟୁର ଏହା ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ। ଏହା ଏଏଫ୍‌ଡିର ଓ ସମଭାବାପନ୍ନ ଦଳଗୁଡ଼ିକର ସ୍ବରକୁ ଆହୁର ତୀବ୍ର କରିବ, ଯଦିଓ ଏହି ଦଳର ଭୋଟରମାନେ ଏସ୍‌ପିଡି ଓ ଗ୍ରୀନ ପାର୍ଟିକୁ ଯାଇଛନ୍ତି। ଏଏଫ୍‌ଡି ଏବେ ସୁଦ୍ଧା ପୂର୍ବ ଜର୍ମାନୀରେ ସୀମାବଦ୍ଧ ରହିଛି। ସାସ୍କୋନି ଓ ଥୁରିନଜିୟାରେ ଏହାର ସ୍ଥିତି ଦୃଢ ରହିଛି। ଏଭଳି ସ୍ଥିତି ଜର୍ମାନୀର ଅନ୍ୟ କୌଣସି ସ୍ଥାନରେ ନାହିଁ। ସିଡିୟୁ ପରାଜୟ ପରେ ଏଏଫ୍‌ଡିରେ ଯୁବ ସମର୍ଥକଙ୍କ ଠାରୁ ଆରମ୍ଭ କରି ଏହାର ଏକ୍ସିଟ୍ରିମିଷ୍ଟ ଓ୍ବିଙ୍ଗ ଯାଏ ସଭିଙ୍କର ଉତ୍ସାହ ପୁଣି ବଢ଼ଯିବ। ତେବେ ନିର୍ବାଚନରେ ଏଏଫ୍‌ଡିର ପରିଣାମ ଯେଭଳି ଖରାପ ହେବ ବୋଲି କେତେକ ଭୟ କରୁଥିତ୍ଲେ ତାହା ସେମିତି ଘଟିଲା ନାହିଁ।
ପ୍ରଫେସର ଅଫ୍‌ ପଲିଟିକ୍ସ. ପ୍ରିନ୍ସଟନ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri