ପାଣିରେ ଭାସିଗଲା ଚାଷୀଙ୍କ ଆଶା

ଜଳେଶ୍ୱର, ୨୫ା୮(ଡି.ଏନ.ଏ.): ସୁବର୍ଣ୍ଣରେଖା ନଦୀର କୂଳେ ଜଳେଶ୍ୱର ବ୍ଲକର ୧୪ଟି ପଞ୍ଚାୟତର ହଜାର ହଜାର ଚାଷୀ ଉପୁଜାଇଥିବା ପରିବା ଚାଷ ବନ୍ୟାପାଣିରେ ବୁଡି ନଷ୍ଟ ହୋଇଛି । ଆଗାମୀ ଦିନ ପାଇଁ ତଳି ପଡିଥିବା କୋବି, ବାଇଗଣ, ବିନ୍‌ସ୍‌, ଟମାଟୋ ପଚି ସଢି ନଷ୍ଟ ହୋଇଛି । ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ଲାଗି ଆଶା ରଖିଥିବା ଚାଷୀ ଏବେ ମୁଣ୍ଡରେ ହାତ ମାରି ବସିଛି । ଜଳେଶ୍ୱର ବ୍ଲକର ରାୟାଁରାମଚନ୍ଦ୍ରପୁର ପଞ୍ଚାୟତର ୩ଟି ଗାଁର ୬୦ହେକ୍ଟର, କୋଟସାହି ପଞ୍ଚାୟତର ୨ଟି ଗାଁର ୧୫ ହେକ୍ଟର, ପାଇକସିଦା ପଞ୍ଚାୟତର ୫ଟି ଗାଁର ୪୦ ହେକ୍ଟର, ପଶ୍ଚିମବାର୍ଡ ପଞ୍ଚାୟତର ୩ଟି ଗାଁର ୩୫ ହେକ୍ଟର, ବାଇଗଣବାଡିଆ ପଞ୍ଚାୟତର ୫ଟି ଗାଁର ୪୦ ହେକ୍ଟର, ଝାଡପିମ୍ପଳ ପଞ୍ଚାୟତର ୩୨ଟି ଗାଁ ୨୦ ହେକ୍ଟର, ମହମ୍ମଦନଗର ପଞ୍ଚାୟତର ୪ଟି ଗାଁର ୬୦ହେକ୍ଟର, ରାଜପୁର ପଞ୍ଚାୟତର ୨ଟି ଗାଁର ୧୦ହେକ୍ଟର, ଶିଖରପୁର ପଞ୍ଚାୟତର ୬ଟି ଗାଁର ୪୦ହେକ୍ଟର, ମାକିଡିଆ ପଞ୍ଚାୟତର ୩ଟି ଗାଁର ୭୦ହେକ୍ଟର, ଖୁଦିଆମାଝିସାହି ପଞ୍ଚାୟତର ୨ଟି ଗାଁରେ ୨୦ହେକ୍ଟର, ଗଡସାହିବାଲିଆପାଳ ପଞ୍ଚାୟତର ସେହି ଗାଁରେ ୪୩ହେକ୍ଟର, ଦକ୍ଷିଣପ୍ରହରାଜପୁର ପଞ୍ଚାୟତର ୨ଟି ଗାଁରେ ୧୫ହେକ୍ଟର, ଓଲମରା ପଞ୍ଚାୟତର ୨ଟି ଗାଁରେ ୧୦ହେକ୍ଟର ପରିବାଚାଷ ପ୍ରଭାବିତ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଜଳେଶ୍ୱର ବ୍ଳକର ୨୮ ପଞ୍ଚାୟତ ଓ ପୌରପାଳିକାର ୧୬୪ଟି ଗାଁ ଜଳମଗ୍ନ ହୋଇଥିବା ବେଳେ ୨୫୦ ହେକ୍ଟର ଧାନଜମି, ୨୦୦ ହେକ୍ଟର ଝୋଟଚାଷ ଓ ୫୫୦ ହେକ୍ଟର ପରିବାଚାଷ କ୍ଷତିଗ୍ରସ୍ତ ହୋଇଥିବା କୃଷିବିଭାଗର ପ୍ରାଥମିକ ଆକଳନରୁ ଜଣାପଡିଛି ।
ଏହି ଗାଁ ଗୁଡିକରେ ହଜାର ହଜାର ଚାଷୀ ଜୁନ୍‌, ଜୁଲାଇରେ ଭେଣ୍ଡି, ଜହ୍ନି, କାକୁଡି, କଲରା, ଝୁଡଙ୍ଗ, ପୋଟଳ, କୁନ୍ଦୁରୀ ଆଦି ଚାଷ କରିଥିବା ବେଳେ ଅମଳର କିଛିଦିନ ପରେ ସୁବର୍ଣ୍ଣରେଖା ବନ୍ୟାପାଣିରେ ବ୍ୟାପକ କ୍ଷତି ଘଟିଛି। ଏହି ଲୋକମାନେ କେବଳ ପରିବା ଚାଷ ଉପରେ ପରିବାର ପ୍ରତିପୋଷଣ କରିଥାନ୍ତି। ଏକତାଳି ଗାଁର ସୀତାରାମ ସାହୁ ଚଳିତବର୍ଷ ଖରିଫ ଋତୁରେ ୩ ଏକର ଜମିରେ ୫୦ହଜାର ଟଙ୍କା ଖର୍ଚ୍ଚ କରି ଭେଣ୍ଡି, ଜହ୍ନି, କାକୁଡି, ପୋଟଳ ଓ ଝୁଡଙ୍ଗ ଚାଷ କରିଥିଲେ ।
ଏଥିରୁ ସେ ଦେଢଲକ୍ଷ ଟଙ୍କା ରୋଜଗାର କରିବେ ବୋଲି ଆଶା କରିଥିଲେ । ମଜୁରୀ ବ୍ୟତିତ ସେ ନିଜେ, ତାଙ୍କ ବାପା ଓ ସ୍ତ୍ରୀ ବିଲରେ ଖଟୁଥିବା ବେଳେ ଏବେ ଆଗାମୀ ଦିନରେ ୬ ପ୍ରାଣୀ କୁଟୁମ୍ବ କିପରି ଚଳିବେ ସେଥିପାଇଁ ଚିନ୍ତାରେ ରହିଛନ୍ତି । ସେହି ଗାଁର ଉମେଶ ପାଳ ବିଭିନ୍ନ ଚାଷ କରିଥିବା ବେଳେ ଏବେ ଭବିଷ୍ୟତରେ କିପରି ଚଳିବେ ସେଥିଲାଗି ତାଙ୍କୁ ଚିନ୍ତା ଘାରିଛି । ଗୋବର୍ଦ୍ଧନପୁର ଗାଁର ତପନ ଭୂୟାଁ, ମାକିଡିଆ ଗାଁର ମଞ୍ଜୁଲତା ବେହେରା ଭେଣ୍ଡି, କଖାରୁ ପୋଟଳ, କୁନ୍ଦୁରି ଉପତ୍ନ୍ନ କରି ପଶ୍ଚିମବଂଗର ଦାନ୍ତୁନ ବଜାରରେ ବିକ୍ରି କରି ଆସୁଥିବା ବେଳେ ୫୦ ହଜାର ଟଙ୍କା ପରିବାଚାଷରୁ ଲାଭ କରିବେ ବୋଲି ଆଶା ବାନ୍ଧିଥିବା ବେଳେ ତାହା ପାଣି ଫୋଟକା ଭଳି ମିଳାଇ ଯାଇଛି । ବାଇଗଣ ବାଡିଆ ଗାଁର ରବୀନ୍ଦ୍ର ପ୍ରଧାନ, ସେକ ସରାଇ ଗାଁର ରାମଚନ୍ଦ୍ର ଜେନା, ନିରଞ୍ଜନ ତରାଇ, ଅନୀଲ ମହାନ୍ତି, କୁଆଁରପୁର ଗାଁ ରାଧାକାନ୍ତ ଘୋଷ, ତୋଟାପଡାର ପ୍ରବିର ଗିରି, ଗଡସାହିର ଧନଞ୍ଜୟ ଗିରି ପ୍ରମୁଖ ରବିଚାଷ କରି ସର୍ବସ୍ବ ହରାଇଥିବା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?