କଫିନ ପାଖରେ ହସି ହସି ପୋଜ୍‌ ଦେଇ ଟ୍ରୋଲ ହେଲେ ଏକ ପରିବାର: ସପକ୍ଷରେ ବାହାରିଲେ ମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨୫।୮: କେରଳରେ ଅନ୍ତିମ ସଂସ୍କାର ସମୟରେ ଉଠାଯାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ମୃତକଙ୍କ ପରିବାର ସଦସ୍ୟମାନେ କଫିନ ଚାରିପାଖରେ ବସି ହସି ହସି କ୍ୟାମେରା ଆଗରେ ପୋଜ ଦେଉଥିବା ଦେଖାଯାଉଛି। ଏହି ଫଟୋ ଭାଇରାଲ ପରେ ସମ୍ପୃକ୍ତ ପରବାର ଟ୍ରୋଲର ଶିକାର ହୋଇଛନ୍ତି।
ଏହି ଭାଇରାଲ ଫଟୋ ପଠାନଥିଟ୍ଟା ଜିଲାର ମାଲାପଲ୍ଲୀ ଗାଁର ଅଟେ। ଅଗଷ୍ଟ ୧୭ରେ ଏଠାରେ ଏକ ପରିବାରର ୯୫ ବର୍ଷିୟା ମରିୟମଙ୍କ ପରଲୋକ ଘଟିଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ଅତିକମ୍‌ରେ ୪୦ ଜଣ ପରିବାର ସଦସ୍ୟ ଏକାଠି କଫିନ ନିକଟରେ ଫଟୋ ପୋଜ୍‌ ଦେଇଥିଲା। ଏହି ସମୟରେ ସମସ୍ତଙ୍କ ମୁହଁରେ ହସ ଥିଲା।ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଥିଲେ। କେରଳ ମନ୍ତ୍ରୀ ମଧ୍ୟ ଏହି ଫଟୋ ଦେଖି ନିଜ ମନ୍ତବ୍ୟ ଦେଇଥିଲେ।
ବୟସ ଓ ସ୍ବାସ୍ଥ୍ୟ କାରଣରୁ ମରିୟମ ପ୍ରାୟ ଏକ ବର୍ଷ ହେବଶଯ୍ୟାଶାୟୀ ଥିଲେ। ତାଙ୍କର ୯ ସନ୍ତାନ ଏବଂ ୧୯ ଜଣ ନାତୁଣୀନାତୀ ଅଛନ୍ତି। ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ସେମାନେ ରୁହନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଘରେ ରହୁଥିଲେ।
ଫଟୋ ଭାଇରାଲ ହେବା ପରେ ମରିୟମଙ୍କ ଜଣେ ସମ୍ପର୍କୀୟ କହିଥିଲେ ଯେ, ପରିବାର ଏହି ଫଟୋକୁ ଭାଇରାଲ କରିବାକୁ ଆଦୌ ଚାହୁଁ ନ ଥିଲେ। ମରିୟମ ୯୫ ବର୍ଷ ପର୍ଯ୍ୟନ୍ତ ଖୁସିରେ ଜୀବନ ଅତିବାହିତ କରିଥିଲେ ଏବଂ ତାଙ୍କର ସମସ୍ତ ପିଲା ଏବଂ ନାତୁଣୀନାତୀଙ୍କୁ ଭଲ ପାଉଥିଲେ। ପରିବାର ତାଙ୍କ ସହ ବିତାଇଥିବା ମୂହୁର୍ତ୍ତଗୁଡ଼ିକୁ ମନେ ରଖିବା ପାଇଁ ଫଟୋ ଉଠାଯାଇଥିଲା। ଆମେ ତାଙ୍କୁ ଖୁସି ଖୁସିରେ ବିଦା କରିବାକୁ ଚାହୁଁଥିଲୁ।
କେରଳ ଶିକ୍ଷା ମନ୍ତ୍ରୀ ଭି ଶିବାନକୁଟ୍ଟୀ ଏହି ପରିବାର ସପକ୍ଷରେ ନିଜ ମତ ନେଇଥିଲେ। ସେ ଫେସବୁକରେ କହିଛନ୍ତି, ମୃତ୍ୟୁ ଯନ୍ତ୍ରଣାଦାୟକ ଅଟେ। କିନ୍ତୁ ଏହା ମଧ୍ୟ ଏକ ବିଦାୟ। ଯେଉଁମାନେ ଖୁସିରେ ଜୀବନଯାପନ କରୁଛନ୍ତି ସେମାନଙ୍କୁ ହସି ହସି ବିଦାୟ ଦେବା ଅପେକ୍ଷା ଅଧିକ ଆନନ୍ଦଦାୟକ କ’ଣ ହୋଇପାରେ। ଏହି ଫଟୋଟି କୌଣସି ନକାରାତ୍ମକ କମେଣ୍ଟ ଦେବାର ଆବଶ୍ୟକତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri