କଫିନ ପାଖରେ ହସି ହସି ପୋଜ୍‌ ଦେଇ ଟ୍ରୋଲ ହେଲେ ଏକ ପରିବାର: ସପକ୍ଷରେ ବାହାରିଲେ ମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୨୫।୮: କେରଳରେ ଅନ୍ତିମ ସଂସ୍କାର ସମୟରେ ଉଠାଯାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ମୃତକଙ୍କ ପରିବାର ସଦସ୍ୟମାନେ କଫିନ ଚାରିପାଖରେ ବସି ହସି ହସି କ୍ୟାମେରା ଆଗରେ ପୋଜ ଦେଉଥିବା ଦେଖାଯାଉଛି। ଏହି ଫଟୋ ଭାଇରାଲ ପରେ ସମ୍ପୃକ୍ତ ପରବାର ଟ୍ରୋଲର ଶିକାର ହୋଇଛନ୍ତି।
ଏହି ଭାଇରାଲ ଫଟୋ ପଠାନଥିଟ୍ଟା ଜିଲାର ମାଲାପଲ୍ଲୀ ଗାଁର ଅଟେ। ଅଗଷ୍ଟ ୧୭ରେ ଏଠାରେ ଏକ ପରିବାରର ୯୫ ବର୍ଷିୟା ମରିୟମଙ୍କ ପରଲୋକ ଘଟିଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ଅତିକମ୍‌ରେ ୪୦ ଜଣ ପରିବାର ସଦସ୍ୟ ଏକାଠି କଫିନ ନିକଟରେ ଫଟୋ ପୋଜ୍‌ ଦେଇଥିଲା। ଏହି ସମୟରେ ସମସ୍ତଙ୍କ ମୁହଁରେ ହସ ଥିଲା।ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଥିଲେ। କେରଳ ମନ୍ତ୍ରୀ ମଧ୍ୟ ଏହି ଫଟୋ ଦେଖି ନିଜ ମନ୍ତବ୍ୟ ଦେଇଥିଲେ।
ବୟସ ଓ ସ୍ବାସ୍ଥ୍ୟ କାରଣରୁ ମରିୟମ ପ୍ରାୟ ଏକ ବର୍ଷ ହେବଶଯ୍ୟାଶାୟୀ ଥିଲେ। ତାଙ୍କର ୯ ସନ୍ତାନ ଏବଂ ୧୯ ଜଣ ନାତୁଣୀନାତୀ ଅଛନ୍ତି। ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ସେମାନେ ରୁହନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଘରେ ରହୁଥିଲେ।
ଫଟୋ ଭାଇରାଲ ହେବା ପରେ ମରିୟମଙ୍କ ଜଣେ ସମ୍ପର୍କୀୟ କହିଥିଲେ ଯେ, ପରିବାର ଏହି ଫଟୋକୁ ଭାଇରାଲ କରିବାକୁ ଆଦୌ ଚାହୁଁ ନ ଥିଲେ। ମରିୟମ ୯୫ ବର୍ଷ ପର୍ଯ୍ୟନ୍ତ ଖୁସିରେ ଜୀବନ ଅତିବାହିତ କରିଥିଲେ ଏବଂ ତାଙ୍କର ସମସ୍ତ ପିଲା ଏବଂ ନାତୁଣୀନାତୀଙ୍କୁ ଭଲ ପାଉଥିଲେ। ପରିବାର ତାଙ୍କ ସହ ବିତାଇଥିବା ମୂହୁର୍ତ୍ତଗୁଡ଼ିକୁ ମନେ ରଖିବା ପାଇଁ ଫଟୋ ଉଠାଯାଇଥିଲା। ଆମେ ତାଙ୍କୁ ଖୁସି ଖୁସିରେ ବିଦା କରିବାକୁ ଚାହୁଁଥିଲୁ।
କେରଳ ଶିକ୍ଷା ମନ୍ତ୍ରୀ ଭି ଶିବାନକୁଟ୍ଟୀ ଏହି ପରିବାର ସପକ୍ଷରେ ନିଜ ମତ ନେଇଥିଲେ। ସେ ଫେସବୁକରେ କହିଛନ୍ତି, ମୃତ୍ୟୁ ଯନ୍ତ୍ରଣାଦାୟକ ଅଟେ। କିନ୍ତୁ ଏହା ମଧ୍ୟ ଏକ ବିଦାୟ। ଯେଉଁମାନେ ଖୁସିରେ ଜୀବନଯାପନ କରୁଛନ୍ତି ସେମାନଙ୍କୁ ହସି ହସି ବିଦାୟ ଦେବା ଅପେକ୍ଷା ଅଧିକ ଆନନ୍ଦଦାୟକ କ’ଣ ହୋଇପାରେ। ଏହି ଫଟୋଟି କୌଣସି ନକାରାତ୍ମକ କମେଣ୍ଟ ଦେବାର ଆବଶ୍ୟକତା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

‘୪୦୦ ପାର୍‌ ସଙ୍କଳ୍ପ ମୁସ୍କିଲ’, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୨୦।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ କାନପୁର ଲୋକ ସଭା ଆସନରେ ଭୋଟିଂ ଅନୁଷ୍ଠିତ ହେବ, କିନ୍ତୁ...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri