Posted inଜାତୀୟ

ଏଏପିର କେତେକ ବିଧାୟକ ଯୋଗାଯୋଗରେ ନାହାନ୍ତି, କେଜରିଓ୍ବାଲଙ୍କ ବାସଭବନରେ ଜରୁରୀ ବୈଠକ…

ନୂଆଦିଲ୍ଲୀ, ୨୫।୮ : ଏଏପିର କେତେକ ବିଧାୟକ ଯୋଗାଯୋଗରେ ନାହାନ୍ତି। ବିଧାୟକ ଦିଲୀପ ପାଣ୍ଡେ କହିଛନ୍ତି ଯେ ଗତକାଲି ସମସ୍ତ ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା ଏବଂ ଯେଉଁ ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ, ସେମାନଙ୍କ ସହ ଯୋଗାଯୋଗର ଉଦ୍ୟମ ହେଉଛି। ତାହା କରିବେ। ଭାଜପା ୪୦ ଜଣ ଏଏପି ବିଧାୟକଙ୍କୁ ନିଜ ଆଡ଼କୁ ନେବାର ଷଡ଼ଯନ୍ତ୍ର କରୁଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବାସଭବନରେ ଗୁରୁବାର ଏକ ଜରୁରୀ ବୈଠକ ଆରମ୍ଭ ହୋଇଛି।

ଆମ ଆଦମୀ ପାର୍ଟିର ବିଧାୟକ ଏବଂ ମନ୍ତ୍ରୀମାନଙ୍କୁ ଭାଜପା କିଣିବାକୁ ପ୍ରସ୍ତାବ ଦେଇଥିବା ଅଭିଯୋଗ ହେବା ପରେ ଦଳର କିଛି ବିଧାୟକଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହୋଇ ପାରି ନଥିଲା।

ଦିଲ୍ଲୀ ବିଧାନସଭାରେ ଆମ ଆଦମୀ ପାର୍ଟିର ୬୨ ଜଣ ବିଧାୟକ ଅଛନ୍ତି। ଏହି ବିଧାୟକମାନଙ୍କ ମଧ୍ୟରୁ କେତେଜଣ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହେଉଥିବା ବୈଠକରେ ପହଞ୍ଚିବେ ତାହା ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିବାଦ କରିବାରୁ ମହିଳାଙ୍କୁ କଟରରେ ଆକ୍ରମଣ: ପୀଡ଼ିତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୋପାଳ, ୧୩ା୬: ମଧ୍ୟପ୍ରଦେଶର ଜଣେ ମହିଳାଙ୍କୁ କେତେଜଣ ଅସଦାଚରଣ ସହ ଯୌନ ନିର୍ଯାତନା ଦେବାକୁ ଉଦ୍ୟମ କରିବା ବେଳେ ପ୍ରତିବାଦ ଯୋଗୁ ଅଭିଯୁକ୍ତମାନେ ପେପର କଟରରେ...

‘୩ ମନ୍ଦିର ମାଗିଲୁ, ରାଜି ହେଲନି; ଏବେ ସମସ୍ତ ମନ୍ଦିରକୁ ଫେରାଇ ଆଣିବୁ’

କାନପୁର,୨୦।୫:ବାରାଣସୀରେ ଜ୍ଞାନବାପି ମସଜିଦ୍‌ ବିବାଦ ମଧ୍ୟରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଅଭିଜିତ୍‌ ସିଂ ସାଙ୍ଗା ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମହାଭାରତର କୌରବଙ୍କ...

ଅମାନତୁଲ୍ଲାହଙ୍କ ଘରେ ଏସିବି ଚଢ଼ାଉ: ବେଆଇନ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ,୧୬।୯: ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ଅମାନତୁଲ୍ଲାହ ଖାଁଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ଆଣ୍ଟି କରୋପସନ୍‌ ବ୍ୟୁରୋ(ଏସିବି)ର ଟିମ୍‌ ବିଧାୟକ ଅମାନତୁଲ୍ଲାହଙ୍କ ଅନେକ ସ୍ଥାନରେ...

ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷଙ୍କୁ ମାଗଣା କରୋନା ଟିକା

ନୂଆଦିଲ୍ଲୀ,୨୭।୧୨: କରୋନା ପ୍ରତିଷେଧକ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ୫୧ ଲକ୍ଷ ଲୋକଙ୍କୁ ମାଗଣାରେ କରୋନା ଟିକା...

୫ବର୍ଷରେ ୨୦ ହଜାର ଶ୍ରେଣୀଗୃହ ନିର୍ମାଣ କରିଛି ଏଏପି ସରକାର: କେଜରିଓ୍ବାଲ

ନୂଆଦିଲ୍ଲୀ,୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଲାଗି ପଡିଛନ୍ତି ସବୁ ରାଜନୈତୀକ ଦଳ। ଗୁରୁବାର...

ହୋଲିରେ ନଜର ଆସିଲା କକା-ପୁତୁରାଙ୍କ ମଧ୍ୟରେ ଫାଟ

ଇଟାଓ୍ବା,୧୮।୩: ଚଳିତ ବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କକା ଶିବପାଲ ଯାଦବ ଏବଂ ପୁତୁରା ଅଖିଳେଶ ଯାଦବଙ୍କ ଦଳ ଏକତ୍ର ହୋଇଥିଲେ। କିନ୍ତୁ ପ୍ରକୃତରେ କ’ଣ...

ବାୟୁସେନାର ସି-୧୩୦ଜେ ବିମାନ ୮୫ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଭାରତ ଅଭିମୁଖେ, ୨୫୦ ନାଗରିକଙ୍କୁ ନେଇ ଉଡିବାକୁ ପ୍ରସ୍ତୁତ ସି-୧୭

ନୂଆଦିଲ୍ଲୀ,୨୧ ।୮: ଆଫଗାନିସ୍ତାନରେ ଏବେ ତାଲିବାନ ରାଜ୍ । ଏବେ ସେଠାକାର ପରିସ୍ଥିତି ଏମିତି ବିଗିଡି ଯାଇଛି ଯେ ତାଲିବାନ ଭୟରେ ପାୟ ସମସ୍ତେ ଦେଶ...

ଚୂଡ଼ାନ୍ତ ପରୀକ୍ଷାରେ ଫାଇଜର ଟିକା ୯୫% ଫଳପ୍ରଦ

ନୂଆଦିଲ୍ଲୀ, ୧୯।୧୧: ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭିଡ୍‌-୧୯ ଟିକା ୯୫ ପ୍ରତିଶତ ଫଳପ୍ରଦ। ଚୂଡ଼ାନ୍ତ ପରୀକ୍ଷାରୁ ଏହା ଜଣାପଡ଼ିଥିବା...

Advertisement
Archives

Model This Week