ଛେଣ୍ଡିପଦା, ୨୬।୭ (ସ୍ବ.ପ୍ର.) ସକାଳେ ଶୌଚ ପାଇଁ ଯାଇଥିବା ଜଣେ ଯୁବକଙ୍କୁ ଶୁଣ୍ଢରେ ଟେକି ନେଇ ବିଲରେ କଚାଡ଼ି ମାରିଦେଇଛି ହାତୀ। ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ପଞ୍ଚାୟତ ମାରୁଢିପ ଗ୍ରାମରେ ସୋମବାର ଘଟିଥିବା ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରରୁ ଜଣଙ୍କୁ ନିଯୁକ୍ତି ଆଦି ଦାବିରେ ଗ୍ରାମବାସୀ ଅଡ଼ିବସିବାରୁ ଦୀର୍ଘସମୟ ପର୍ଯ୍ୟନ୍ତ ମୃତଦେହ ଘଟଣାସ୍ଥଳରେ ପଡ଼ିରହିଥିଲା। ତେବେ ନିୟମାନୁଯାୟୀ କ୍ଷତିପୂରଣ ଓ ମୃତକଙ୍କ ପୁଅଙ୍କୁ ଅସ୍ଥାୟୀ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଉତ୍ତେଜନା ଥମିଥିଲା।
ପ୍ରକାଶ ଯେ, ଛେଣ୍ଡିପଦା ବନାଞ୍ଚଳ ମାରୁଢିପ ଗ୍ରାମର ଦୁର୍ଯ୍ୟୋଧନ ସାହୁ (୪୨) ସକାଳେ ଖନ୍ଦାବନ୍ଧକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ସେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଦୌଡି ପଳାଇବାକୁ ଉଦ୍ୟମ କରିବା ବେଳେ ହାତୀ ତାଙ୍କୁ ଶୁଣ୍ଢରେ ଟେକିନେଇ ବିଲ ମଝିରେ କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁର୍ଯ୍ୟୋଧନଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକମାନେ ପାଟି କରିବାରୁ ଦନ୍ତା ହାତୀଟି ନିକଟସ୍ଥ ମାରୁଢିପ ସଂରକ୍ଷିତ ଜଙ୍ଗଲ ଆଡକୁ ପଳାଇଯାଇଥିଲା। ଏହି ଖବର ଜଣାପଡ଼ିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ଛେଣ୍ଡିପଦା ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀ, ବାଗଡିଆ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାଶ ପହଞ୍ଚିଥିଲେ ହେଁ ଗ୍ରାମବାସୀ ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡ଼ି ନ ଥିଲେ। ମୃତକଙ୍କ ପରିବାରରୁ ଜଣଙ୍କୁ ସ୍ଥାୟୀ ନିଯୁକ୍ତି, ଗଁା ଚାରିପଟେ ସୋଲାର ସୁରକ୍ଷା ବାଡ, ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ଜଙ୍ଗଲ ପାଶର୍ବବର୍ତ୍ତୀ ଗ୍ରାମକୁ ଆଲୋକୀକରଣ କରାଯିବା ଆଦି ୭ ଦଫା ଦାବି ପୂରଣ ପାଇଁ ଗ୍ରାମବାସୀ ଜିଦ୍ ଧରିଥିଲେ। ପରେ ଏ ନେଇ କଣଲୋଇ ସରପଞ୍ଚ ଜନ୍ମେଜୟ ମାଝି, ଜିଲା ପରିଷଦ ସଦସ୍ୟ ଯଶୋବନ୍ତ ବେହେରା, ମୋତିଲାଲ ମାଝି, ଅନନ୍ତ କୁମାର ମାଝି ପ୍ରମୁଖ ଗ୍ରାମବାସୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ମୃତକଙ୍କ ପୁଅକୁ ରେଞ୍ଜ କାର୍ଯ୍ୟାଳୟରେ ଅସ୍ଥାୟୀ ନିଯୁକ୍ତି ଓ ସରକାରୀ ନିୟମାନୁଯାୟୀ କ୍ଷତିପୂରଣ, ସୋଲାର ସୁରକ୍ଷା ବାଡ ୩ ମାସ ମଧ୍ୟରେ ଆରମ୍ଭ କରିବା ପାଇଁ ଜିଲାପାଳଙ୍କୁ ଅବଗତ କରିବା, ଅବହେଳା କରିଥିବା ହାତୀସ୍କ୍ବାଡ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ପ୍ରତିଶ୍ରୁତି ଦିଆଯିବା ପରେ ଅପରାହ୍ନ ୧ଟା ବେଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା।

କାଳିଆ ଯୋଜନାରେ ଚାଲିଛି ରାଜନୀତି:ବାଦ୍ ପଡୁଛନ୍ତି ଯୋଗ୍ୟ ହିତାଧିକାରୀ
ଖୋର୍ଦ୍ଧା ଅଫିସ,୪ା୯:ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଖୋର୍ଦ୍ଧାର ମଙ୍ଗଳା ମଣ୍ଡପଠାରେ ଜିଲାସ୍ତରୀୟ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ସୁରେଶ ମାନସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ...

ରେସିଂ କାର ତିଆରି କଲେ ଓଡ଼ିଆ ଇଞ୍ଜିନିୟରିଂ ଛାତ୍ର
ଭବାନୀପାଟଣା,୨୧।୪: କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ସରକାରୀ ଇଞ୍ଜିିନିୟରିଂ କଲେଜର ମେକାନିକାଲ ଓ ଇଲେକ୍ଟ୍ରିକାଲ ଛାତ୍ରମାନେ ନିଜ ପ୍ରଚେଷ୍ଟାରେ ଏକ ହାତ ତିଆରି ଦ୍ରୁତଗାମୀ କାର ନିର୍ମାଣ...

ଆଜିଠୁ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ୱର, ୧୯ା୪(ବ୍ୟୁରୋ): ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ସୋମବାରଠାରୁ ବନ୍ଦ ରହିବ। କଲେଜ ଓ ବିଶ୍ୱବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କ ପାଇଁ ବନ୍ଦ ଘୋଷଣା କରାଯାଇଥିବାବେଳେ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି।...

ଯୁବତୀଙ୍କୁ ବଳାତ୍କାର କରି ଫିଙ୍ଗିଦେଲେ
ସମ୍ବଲପୁର, ୬ା୩ (ବ୍ୟୁରୋ): ସମ୍ବଲପୁର ଜିଲା ଟାଉନ ଥାନା ଅଧୀନ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ) ମୁଖ୍ୟ ଗେଟ ସମ୍ମୁଖରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ...

ଧରାପଡ଼ିଲେ ଅନ୍ତର୍ଦ୍ଦେଶୀୟ ଲୁଟେରା ଗ୍ୟାଙ୍ଗ୍
ବଲାଙ୍ଗୀର ଅଫିସ,୨୫ା୧: ନେପାଳ ସୀମାକୁ ଲାଗିଥିବା ବିହାରରୁ ୩୦ଲକ୍ଷ ଟଙ୍କାର ଚୋରି ମୋବାଇଲ ଜବତ କରିବା ସହ ଏକ ଅନ୍ତର୍ଦ୍ଦେଶୀୟ ଲୁଟେରା ଗ୍ୟାଙ୍ଗ୍ର ୩ ଲୁଟେରାଙ୍କୁ...

ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରାକରିବା ପଡ଼ିଲା ମହଙ୍ଗା: ଜେଟିପି ନିଲମ୍ବିତ
ପୁରୀ ଅଫିସ, ୨୯।୬: ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରାକରିବା ଜଣେ ଜଗନ୍ନାଥ ମନ୍ଦିର ଟେମ୍ପୁଲ ପୋଲିସ(ଜେଟିପି)ଙ୍କ ପାଇଁ ମହଙ୍ଗା ପଡିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ...

କରୋନା UPDATE: ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୭ହଜାର ୯୭୬, ଭାରତରେ ୧୯୬୫, ଓଡ଼ିଶାରେ ୫ ପଜିଟିଭ
ଭୁବନେଶ୍ୱର,୨।୪(ବ୍ୟୁରୋ): ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା କବଳରେ। ବୁଧବାର ୨୦୩ ଦେଶ ଏବଂ ଦୁଇଟି ଜାହାଜରେରେ କରୋନା ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହା...

ପାରାଦୀପରେ ଲାଗିଲା ବୃହତ୍ ଜାହାଜ
ପାରାଦୀପ,୧୮ା୨(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ଗୁରୁବାର ସନ୍ଧ୍ୟାରେ ବୃହତ୍ ଜାହାଜ ଏମ୍.ଭି. ମିନେରାଲ ଲାଗିଛି। ବନ୍ଦରରେ ଏପର୍ଯ୍ୟନ୍ତ ଲାଗିଥିବା ସମସ୍ତ ଜାହାଜ ମଧ୍ୟରେ ଏହା ସବୁଠାରୁ ବଡ଼...