ବିଲରେ କଚାଡ଼ି ମାରିଦେଲା ହାତୀ

ଛେଣ୍ଡିପଦା, ୨୬।୭ (ସ୍ବ.ପ୍ର.) ସକାଳେ ଶୌଚ ପାଇଁ ଯାଇଥିବା ଜଣେ ଯୁବକଙ୍କୁ ଶୁଣ୍ଢରେ ଟେକି ନେଇ ବିଲରେ କଚାଡ଼ି ମାରିଦେଇଛି ହାତୀ। ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ କଣଲୋଇ ପଞ୍ଚାୟତ ମାରୁଢିପ ଗ୍ରାମରେ ସୋମବାର ଘଟିଥିବା ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାରରୁ ଜଣଙ୍କୁ ନିଯୁକ୍ତି ଆଦି ଦାବିରେ ଗ୍ରାମବାସୀ ଅଡ଼ିବସିବାରୁ ଦୀର୍ଘସମୟ ପର୍ଯ୍ୟନ୍ତ ମୃତଦେହ ଘଟଣାସ୍ଥଳରେ ପଡ଼ିରହିଥିଲା। ତେବେ ନିୟମାନୁଯାୟୀ କ୍ଷତିପୂରଣ ଓ ମୃତକଙ୍କ ପୁଅଙ୍କୁ ଅସ୍ଥାୟୀ ନିଯୁକ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଉତ୍ତେଜନା ଥମିଥିଲା।
ପ୍ରକାଶ ଯେ, ଛେଣ୍ଡିପଦା ବନାଞ୍ଚଳ ମାରୁଢିପ ଗ୍ରାମର ଦୁର୍ଯ୍ୟୋଧନ ସାହୁ (୪୨) ସକାଳେ ଖନ୍ଦାବନ୍ଧକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ସେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଦୌଡି ପଳାଇବାକୁ ଉଦ୍ୟମ କରିବା ବେଳେ ହାତୀ ତାଙ୍କୁ ଶୁଣ୍ଢରେ ଟେକିନେଇ ବିଲ ମଝିରେ କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁର୍ଯ୍ୟୋଧନଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକମାନେ ପାଟି କରିବାରୁ ଦନ୍ତା ହାତୀଟି ନିକଟସ୍ଥ ମାରୁଢିପ ସଂରକ୍ଷିତ ଜଙ୍ଗଲ ଆଡକୁ ପଳାଇଯାଇଥିଲା। ଏହି ଖବର ଜଣାପଡ଼ିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ଛେଣ୍ଡିପଦା ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀ, ବାଗଡିଆ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାଶ ପହଞ୍ଚିଥିଲେ ହେଁ ଗ୍ରାମବାସୀ ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡ଼ି ନ ଥିଲେ। ମୃତକଙ୍କ ପରିବାରରୁ ଜଣଙ୍କୁ ସ୍ଥାୟୀ ନିଯୁକ୍ତି, ଗଁା ଚାରିପଟେ ସୋଲାର ସୁରକ୍ଷା ବାଡ, ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ଜଙ୍ଗଲ ପାଶର୍‌ବବର୍ତ୍ତୀ ଗ୍ରାମକୁ ଆଲୋକୀକରଣ କରାଯିବା ଆଦି ୭ ଦଫା ଦାବି ପୂରଣ ପାଇଁ ଗ୍ରାମବାସୀ ଜିଦ୍‌ ଧରିଥିଲେ। ପରେ ଏ ନେଇ କଣଲୋଇ ସରପଞ୍ଚ ଜନ୍ମେଜୟ ମାଝି, ଜିଲା ପରିଷଦ ସଦସ୍ୟ ଯଶୋବନ୍ତ ବେହେରା, ମୋତିଲାଲ ମାଝି, ଅନନ୍ତ କୁମାର ମାଝି ପ୍ରମୁଖ ଗ୍ରାମବାସୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ମୃତକଙ୍କ ପୁଅକୁ ରେଞ୍ଜ କାର୍ଯ୍ୟାଳୟରେ ଅସ୍ଥାୟୀ ନିଯୁକ୍ତି ଓ ସରକାରୀ ନିୟମାନୁଯାୟୀ କ୍ଷତିପୂରଣ, ସୋଲାର ସୁରକ୍ଷା ବାଡ ୩ ମାସ ମଧ୍ୟରେ ଆରମ୍ଭ କରିବା ପାଇଁ ଜିଲାପାଳଙ୍କୁ ଅବଗତ କରିବା, ଅବହେଳା କରିଥିବା ହାତୀସ୍କ୍ବାଡ୍‌ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ପ୍ରତିଶ୍ରୁତି ଦିଆଯିବା ପରେ ଅପରାହ୍ନ ୧ଟା ବେଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?