୧୭୨ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ

ଛତ୍ରପୁର ୩।୯(ଡିଏନଏ ): ଅଗଷ୍ଟ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହେଲମେଟ ଯାଞ୍ଚ କଡାକଡି କରାଯାଇଥିଲା। ବେପରୁଆ ଗାଡିଚାଳନା ପାଇଁ ଦୈନିଦିନ ବହୁ ସଡକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ବିଶେଷକରି ବହୁ ଦୁଇଚକିଆ ଗାଡିର ଚାଳକମାନେ ବିନା ହେଲମେଟରେ ଗାଡି ଚଳାଉଥିବା ଯୋଗୁ ଦୁର୍ଘଟଣାର ଶିକାର ହୋଇଥାନ୍ତି। ବଢୁଥିବା ଏହି ସଡକ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ରୋକିବା ଲାଗି ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ) ସ୍ବତନ୍ତ୍ର ହେଲମେଟ ଯାଞ୍ଚ କରିବାକୁ ରାଜ୍ୟର ସମସ୍ତ ଜିଲାର ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଜାତୀୟ ଏବଂ ରାଜ୍ୟ ରାଜପଥରେ ଏହି ସ୍ବତନ୍ତ୍ର ଅଭିଯାନ ଗଞ୍ଜାମ ଆରଟିଓଙ୍କ ପକ୍ଷରୁ କଡାକଡି ଯାଞ୍ଚ କରାଯାଇଥିଲା ।
ଆରଟିଓ ମାନସ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ ହୋଇ ଦୁଇଚକିଆ ଗାଡିର ଯାଞ୍ଚ କରିଥିଲେ। ଗୋଟିଏ ବାଇକରେ ୩ଜଣ ବସି ଜାତୀୟ ରାଜପଥରେ ଯାଉଥିବା ୫୪ ଗାଡିର ଚାଳକ ବେଳେ ଧରାପଡିଛନ୍ତି । ସେମାନଙ୍କ ନିକଟରୁ ଜରିମାନା ଆଦାୟ କରାଯାଇଛି । ସେହିପରି ୬ଜଣ ରାଜ୍ୟ ରାଜପଥରେ ଧରାପଡିଛନ୍ତି । ବିନା ହେଲମେଟରେ ୬୭୫ ଜଣ ଜାତୀୟ ରାଜପଥରେ ଗାଡି ଚଳାଉଥିବା ବେଳେ ରାଜ୍ୟ ରାଜପଥରେ ୧୦୩ ଜଣ ଏହି ଯାଞ୍ଚ ବେଳେ ଧରାପଡିଛନ୍ତି। ସମୁଦାୟ ୭୭୮ ଜଣ ଗାଡି ଚାଳକ ବିନା ହେଲମେଟରେ ଗାଡି ଚଳାଉଥିବା ବେଳେ ଧରାପଡିଛନ୍ତି। ୧୭୨ଜଣ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ୪୭ଟି ଗାଡିକୁ ଜବତ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ସେମାନେ ଜରିମାନା ଦେଇଥିଲେ। ଏହି ୧୫ ଦିନ ମଧ୍ୟରେ ଗଞ୍ଜାମ ଆରଟିଓଙ୍କ ପକ୍ଷରୁ ବେଆଇନ ଗାଡି ଚାଳନା ପାଇଁ ୨ ଲକ୍ଷ ୯ହଜାର ଟଙ୍କା ଜରିମାନା ବାବାଦକୁ ଆଦାୟ କରାଯାଇଛି ବୋଲି ଆରଟିଓ କହିଛନ୍ତି। ଓଡିଶାରେ ପ୍ର୍ରତ୍ୟେକ ଦିନ ସଡକ ଦୁର୍ଘଟଣାରେ ବହୁ ଲୋକଙ୍କ ମୃତ୍ୟୁ ହେଉଛି । ଯାହାକି ବିନା ହେଲମେଟରେ ଗାଡି ଚାଳନା କରୁଥିବା ବ୍ୟକ୍ତି ଏହି ମୃତ୍ୟୁର କାରଣ ହୋଇଥାଏ। ଏହାକୁ ରୋକିବା ଉଦେଶ୍ୟରେ ଏହି ସବୁ ଧରପଗଡ କରାଯିବା ସହ ସଚେତନତା କରାଯାଇଥାଏ । ଏପରିକି ଓଡିଶାରେ ସବୁ ଜିଲା ଅପେକ୍ଷା ଗଞ୍ଜାମ ଜିଲାରେ ସଡକ ଦୁର୍ଘଟଣା ହାର ବୃଦ୍ଧି ପାଇଛି ।
ସୂଚନାଯୋଗ୍ୟ ଯେ. ଗଞ୍ଜାମ ଜିଲାରେ ୫ ବର୍ଷ ମଧ୍ୟରେ ଦୁଇ ହଜାରରୁ ଉର୍ଦ୍ଧ ବ୍ୟକ୍ତିଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଜିଲାରେ ୨୦୧୯ ବର୍ଷରେ ୭୩୩ ଟି ସଡକ ଦୁର୍ଘଟଣା ହୋଇଥିବା ବେଳେ ୩୮୫ ଜଣଙ୍କ ମୃତ୍ୟୁ ଏଥିରେ ହୋଇଛି। ୨୦୨୦ରେ ୬୧୬ ଟି ଦୁର୍ଘଟଣା ହୋଇଥିବା ବେଳେ ସେଥିରେ ୩୬୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଚଳିତ ବର୍ଷର ଜୁନ ଶେଷ ସୁଦ୍ଧା ୩୫୪ଟି ଦୁର୍ଘଟଣା ଘଟି ୧୮୬ ଜଣଙ୍କ ମତ୍ୟୁ ଘଟିଛି । ଏହା ସହିତ ୨୬୨ ଜଣ ଗୁରୁତର ଆହତ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲର ଅବହେଳା: ୪୦ ହଜାର ବୃତ୍ତି ଟଙ୍କା କଟିଗଲା

ଜୁନାଗଡ,୧୨।୧୦(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ମଥୁରା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଉମାକାନ୍ତ ନିଆଲ ନାମକ ଜଣେ ଛାତ୍ର ବୃତ୍ତି ବାବଦକୁ...

ପୋଲିସ ଡିଜିପି ଭାବେ ଦାୟିତ୍ୱ ନେଲେ ଅଭୟ

କଟକ ଅଫିସ୍‌, ୯।୧୨:ସୋମବାର ନୂଆ ପୋଲିସ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଭୟ। କଟକ ପୋଲିସ ମୁଖ୍ୟାଳୟରେ ପହଞ୍ଚି ସେ ଦାୟିତ୍ୱଗ୍ରହଣ କରିଛନ୍ତି। ଅନ୍ତରୀଣ...

ଚିକିତ୍ସାରେ ଅର୍ଥ ସାଜିଛି ବାଧକ: ସରକାରୀ ସହାୟତା ଅପେକ୍ଷାରେ ହରିହର

ଖଣ୍ଡପଡ଼ା,୨୪।୧୦(ସ୍ବ.ପ୍ର.): ଅର୍ଥ ଅଭାବରୁ ଆବଶ୍ୟକ ଚିକିତ୍ସା ପାଇପାରୁ ନାହାନ୍ତି। ଘରେ ରୋଗଶଯ୍ୟାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏପରିସ୍ଥଳେ ସରକାରୀ ସହାୟତାକୁ ଆଶାକରି ରହିଛନ୍ତି ନୟାଗଡ...

ସୀମା ଟପିଲା ମାଙ୍କଡ଼ ଉପଦ୍ରବ: ଗ୍ରାମବାସୀ ଆତଙ୍କିତ

ବସ୍ତା,୨୭।୭(ସ୍ବ.ପ୍ର.)-ବସ୍ତା ବ୍ଲକ କୁଳିଦା ପଞ୍ଚାୟତର କୁଳିଦା, ଆଗ୍ରଡ଼ା, ତେନ୍ତୁଳିଆ ଆଦି ଗ୍ରାମରେ ଗତ କିଛିଦିନ ହେଲା ମାଙ୍କଡ଼ ଉପଦ୍ରବ ଚରମ ସୀମାରେ ପହଞ୍ଚତ୍ଛି। ମାଙ୍କଡ଼ ଗାଁରେ...

ଅନୁଗୋଳ ବିଜେଡିରେ ଉତ୍ସାହ

ଅନୁଗୋଳ ଅଫିସ, ୨୮ା୩: ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୋଳ ଜିଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ...

ପୁରୀରୁ ୩ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଲା

ପୁରୀ ଅଫିସ,୧୧ା୬: ପୁରୀରୁ ପୁଣି ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ...

ନୂଆ ରୂପନେବ ନୂଆପୋଖରୀ

ଢେଙ୍କାନାଳ ଅଫିସ, ୨୮।୪ – ନୂଆରୂପ ନେବ ଢେଙ୍କାନାଳ ପୌରାଞ୍ଚଳର ପୁରାତନ ନୂଆପୋଖରୀ (ଭାଗୀରଥି ସାଗର)। ଏହାର ଉନ୍ନତୀକରଣ ଲାଗି ପୌରସଂସ୍ଥା ପକ୍ଷରୁ ସରକାରଙ୍କୁ ୪...

୬୦ ପଏଣ୍ଟରେ ଜଳୁଛି ଶିମିଳିପାଳ: ବର୍ଷା ସତ୍ତ୍ୱେ ଲିଭୁନି ନିଆଁ

ବାରିପଦା ଅଫିସ,୧୦ା୩: ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ବଢ଼ିବାରେ ଲାଗିଛି। ଗୁରୁବାର ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ ଡିଭିଜନର ୬୦ଟି ପଏଣ୍ଟରେ ନିଆଁ ଜଳୁଥିବା ନେଇ...

Advertisement
Archives

Model This Week