ସନ୍ଦେହରେ ଅବକାରୀ ବିଭାଗ ଆଭିମୁଖ୍ୟ

ବଇଣ୍ଡା,୧।୪ (ପରିକ୍ଷିତ ସାହୁ) ଭଡ଼ାଘରେ ଚାଲିଥିବା ବଇଣ୍ଡା ଅବକାରୀ ଥାନା ଭଙ୍ଗାଯିବା ପରେ ନୂଆ କାର୍ଯ୍ୟାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଗଲା। ୩୩ ଲକ୍ଷ ଟଙ୍କା ବ୍ୟୟରେ ଏଥିପାଇଁ କୋଠା ନିର୍ମାଣ ହେଲା। ହେଲେ ୨ ବର୍ଷ ତଳୁ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଥାନା ଉଦ୍‌ଘାଟନ ହେଉନାହିଁ। ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉନାହିଁ। ଏଣେ ଗଁା ଗଁାରେ ଚୋରା ମଦ ବେପାର ବଢ଼ୁଥିବାରୁ ଅବକାରୀ ବିଭାଗର ଆଭିମୁଖ୍ୟକୁ ନେଇ ସନ୍ଦେହରେ ପଡ଼ିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକବାସୀ।
କିଶୋରନଗର ବ୍ଲକରେ ଥିବା ୨୩ ପଞ୍ଚାୟତରେ ଚୋରା ମଦ କାରବାର ରୋକିବାକୁ ବଇଣ୍ଡା ଅବକାରୀ ଥାନା ସ୍ଥାପନ ହୋଇଥିଲା। ଭଡ଼ା ଘର ସାଙ୍ଗକୁ ଜଣେ ଏଏସ୍‌ଆଇ ଓ ୨ ଜଣ କନଷ୍ଟେବଳରେ କାର୍ଯ୍ୟ ଚାଲିଥିଲା। ୫୫ନଂ. ଜାତୀୟ ରାଜପଥ ପ୍ରଶସ୍ତୀକରଣ ପାଇଁ ୨୦୧୬ରେ ଏହି ଥାନା ଘରକୁ ଭାଙ୍ଗି ଦିଆଯାଇଥିଲା। ଏଥିସହ ଜାମୁନାଳୀଠାରେ ବଇଣ୍ଡା ଅବକାରୀ ଥାନା ସ୍ଥାପନ ନିମନ୍ତେ ଜମି ଚିହ୍ନଟ ହୋଇଥିଲା। ଏହାପରେ ୩୩ ଲକ୍ଷ ଟଙ୍କା ବିନିଯୋଗରେ ନୂଆ କୋଠା ନିର୍ମାଣ ୨୦୨୦ ଜୁନରୁ ଶେଷ ହୋଇଛି। ୨୦୨୧ ଜୁନରେ ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇସାରିଛି। କିନ୍ତୁ ଅବକାରୀ ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ କରାଯାଉନାହଁି। ଫଳରେ ବଇଣ୍ଡା, ହଣ୍ଡପା ଓ କିଶୋରନଗର ଥାନା ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ହଣ୍ଡପା ଓ କିଶୋରନଗର ଥାନା ଅଞ୍ଚଳରେ ୨୦୨୧ ଏପ୍ରିଲରୁ ୨୦୨୨ ଫେବୃୟାରୀ ମଧ୍ୟରେ ୧୦୫ ଜଣଙ୍କୁ ଗିରଫ କରାଯାଇଛି। ୧୪୧ଟି ମାମଲା ରୁଜୁ ହୋଇଛି। ୩୩୮୦ ଲିଟର ଚୋରା ଦେଶୀ ମହୁଲି ମଦ, ୧୩୦ ଲିଟର ତାଡି, ୨୫ ଲିଟର ବିଦେଶୀ ମଦ ଜବତ କରାଯାଇଛି। ୪୧ ହଜାର କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ଅସାଧୁ ବେପାରୀମାନେ ଗଁା ଗଁାରେ ବାଇକ୍‌ ଯୋଗେ ମଦ ପହଞ୍ଚାଉଛନ୍ତି। ଏପରି କି ଗ୍ରାମାଞ୍ଚଳର ତେଜରାତି, ଜଳଖିଆ, ପାନ ଦୋକାନ ଆଦିରେ ଚୋରା ମଦ ରଖି ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଥାନା କାର୍ଯ୍ୟକ୍ଷମ ହେଉ ନ ଥିବା କି ଅଧିକ କର୍ମଚାରୀ ନିଯୁକ୍ତ ହେଉ ନ ଥିବାରୁ ନିୟମିତ ଭାବେ ଚଢ଼ାଉ କରାଯାଉନାହିଁ। ତୁରନ୍ତ ଏଥିପ୍ରତି ଅବକାରୀ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ବଇଣ୍ଡା ଅବକାରୀ ଅଧିକାରୀ ବଲବୀର ଗଡନାୟକ କହିଛନ୍ତି, ନୂତନ କୋଠାକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ବିଭାଗ ପକ୍ଷରୁ ଆବେଦନ କରାଯାଇଛି। ପାଚେରି ନିର୍ମାଣ ସରିଲେ ଥାନା କାର୍ଯ୍ୟକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri