ସନ୍ଦେହରେ ଅବକାରୀ ବିଭାଗ ଆଭିମୁଖ୍ୟ

ବଇଣ୍ଡା,୧।୪ (ପରିକ୍ଷିତ ସାହୁ) ଭଡ଼ାଘରେ ଚାଲିଥିବା ବଇଣ୍ଡା ଅବକାରୀ ଥାନା ଭଙ୍ଗାଯିବା ପରେ ନୂଆ କାର୍ଯ୍ୟାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଗଲା। ୩୩ ଲକ୍ଷ ଟଙ୍କା ବ୍ୟୟରେ ଏଥିପାଇଁ କୋଠା ନିର୍ମାଣ ହେଲା। ହେଲେ ୨ ବର୍ଷ ତଳୁ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଥାନା ଉଦ୍‌ଘାଟନ ହେଉନାହିଁ। ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉନାହିଁ। ଏଣେ ଗଁା ଗଁାରେ ଚୋରା ମଦ ବେପାର ବଢ଼ୁଥିବାରୁ ଅବକାରୀ ବିଭାଗର ଆଭିମୁଖ୍ୟକୁ ନେଇ ସନ୍ଦେହରେ ପଡ଼ିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକବାସୀ।
କିଶୋରନଗର ବ୍ଲକରେ ଥିବା ୨୩ ପଞ୍ଚାୟତରେ ଚୋରା ମଦ କାରବାର ରୋକିବାକୁ ବଇଣ୍ଡା ଅବକାରୀ ଥାନା ସ୍ଥାପନ ହୋଇଥିଲା। ଭଡ଼ା ଘର ସାଙ୍ଗକୁ ଜଣେ ଏଏସ୍‌ଆଇ ଓ ୨ ଜଣ କନଷ୍ଟେବଳରେ କାର୍ଯ୍ୟ ଚାଲିଥିଲା। ୫୫ନଂ. ଜାତୀୟ ରାଜପଥ ପ୍ରଶସ୍ତୀକରଣ ପାଇଁ ୨୦୧୬ରେ ଏହି ଥାନା ଘରକୁ ଭାଙ୍ଗି ଦିଆଯାଇଥିଲା। ଏଥିସହ ଜାମୁନାଳୀଠାରେ ବଇଣ୍ଡା ଅବକାରୀ ଥାନା ସ୍ଥାପନ ନିମନ୍ତେ ଜମି ଚିହ୍ନଟ ହୋଇଥିଲା। ଏହାପରେ ୩୩ ଲକ୍ଷ ଟଙ୍କା ବିନିଯୋଗରେ ନୂଆ କୋଠା ନିର୍ମାଣ ୨୦୨୦ ଜୁନରୁ ଶେଷ ହୋଇଛି। ୨୦୨୧ ଜୁନରେ ଏହାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇସାରିଛି। କିନ୍ତୁ ଅବକାରୀ ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ କରାଯାଉନାହଁି। ଫଳରେ ବଇଣ୍ଡା, ହଣ୍ଡପା ଓ କିଶୋରନଗର ଥାନା ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ହଣ୍ଡପା ଓ କିଶୋରନଗର ଥାନା ଅଞ୍ଚଳରେ ୨୦୨୧ ଏପ୍ରିଲରୁ ୨୦୨୨ ଫେବୃୟାରୀ ମଧ୍ୟରେ ୧୦୫ ଜଣଙ୍କୁ ଗିରଫ କରାଯାଇଛି। ୧୪୧ଟି ମାମଲା ରୁଜୁ ହୋଇଛି। ୩୩୮୦ ଲିଟର ଚୋରା ଦେଶୀ ମହୁଲି ମଦ, ୧୩୦ ଲିଟର ତାଡି, ୨୫ ଲିଟର ବିଦେଶୀ ମଦ ଜବତ କରାଯାଇଛି। ୪୧ ହଜାର କେଜି ମହୁଲ ପୋଚ ନଷ୍ଟ କରାଯାଇଛି। ଅସାଧୁ ବେପାରୀମାନେ ଗଁା ଗଁାରେ ବାଇକ୍‌ ଯୋଗେ ମଦ ପହଞ୍ଚାଉଛନ୍ତି। ଏପରି କି ଗ୍ରାମାଞ୍ଚଳର ତେଜରାତି, ଜଳଖିଆ, ପାନ ଦୋକାନ ଆଦିରେ ଚୋରା ମଦ ରଖି ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଥାନା କାର୍ଯ୍ୟକ୍ଷମ ହେଉ ନ ଥିବା କି ଅଧିକ କର୍ମଚାରୀ ନିଯୁକ୍ତ ହେଉ ନ ଥିବାରୁ ନିୟମିତ ଭାବେ ଚଢ଼ାଉ କରାଯାଉନାହିଁ। ତୁରନ୍ତ ଏଥିପ୍ରତି ଅବକାରୀ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ବଇଣ୍ଡା ଅବକାରୀ ଅଧିକାରୀ ବଲବୀର ଗଡନାୟକ କହିଛନ୍ତି, ନୂତନ କୋଠାକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ବିଭାଗ ପକ୍ଷରୁ ଆବେଦନ କରାଯାଇଛି। ପାଚେରି ନିର୍ମାଣ ସରିଲେ ଥାନା କାର୍ଯ୍ୟକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?