ମରଣଯନ୍ତା ପାଲଟିଛି ଅସ୍ଥାୟୀ ରାସ୍ତା

ବଇଣ୍ଡା,୮ା୭(ଡି.ଏନ.ଏ) କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ପାଇଁ ହୋଇଥିବା ଅସ୍ଥାୟୀ ରାସ୍ତା ଗୁଡିକ ଏବେ ମରଣଯନ୍ତା ପାଲଟିଛି। ମରାମତି ହେଉ ନ ଥିବା ଯୋଗୁ ଯାତାୟାତରେ ସମ୍ପୂର୍ଣ୍ଣ ବ୍ୟାଘାତ ସୃଷ୍ଟି ହେଉଛି। ଏ ନେଇ ଗୁରୁବାର ବଇଣ୍ଡା ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀ ଦର୍ଶାଇଛନ୍ତି, କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ୪ ଲେନ ହେଉଛି। ହେଲେ ବଇଣ୍ଡା ଠାରେ ନିର୍ମାଣରେ ବିଳମ୍ବ ହେଉଥିବାବେଳେ ଠିକାସଂସ୍ଥା ପକ୍ଷରୁ ହୋଇଥିବା ଅସ୍ଥାୟୀ ରାସ୍ତାଗୁଡ଼ିକ ଏବେ ମରଣଯନ୍ତା ପାଲଟିଛି। ବିଶେଷକରି ବଇଣ୍ଡା ଛକ, ଆନନ୍ଦମୁଣ୍ଡାଠାରେ ବଡବଡ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ଗାଡି ଯାତାୟାତରେ ଅସୁବିଧା ସୃଷ୍ଟି ହେଉଥିବାବେଳେ ପ୍ରତ୍ୟେକ ଦିନ ଏହି ଖାଲରେ ପଡି ବାଇକ ଆରୋହୀମାନେ ଗୁରୁତର ହେଉଛନ୍ତି। ଏହି ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ବହୁ ଭାରୀଯାନ ଚଳାଚଳ କରୁଥିବା ବେଳେ ଅସ୍ଥାୟୀ ରାସ୍ତା ଶୋଚନୀୟ ହୋଇପଡୁଛି। ସେହିପରି ବଇଣ୍ଡା କଲେଜ ଛାତ୍ରୀମାନେ ସାଇକେଲ ମାଧ୍ୟମରେ ଯାଉଥିବାବେଳେ ସାମାନ୍ୟ ବର୍ଷା ହେଲେ ଗର୍ତ୍ତରେ ପାଣି ଜମିଯାଉଥିବା ଯୋଗୁ ଖସିପଡି ଆହତ ହେଉଛନ୍ତି। ଏହି ଅସ୍ଥାୟୀ ରାସ୍ତା ମରାମତି କରିବା ପାଇଁ ବଇଣ୍ଡା ଗ୍ରାମବାସୀ ବହୁବାର ଜିଲା ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ତୁରନ୍ତ ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ସରପଞ୍ଚ ଦୀପ୍ତିମୟୀ ସାହୁ, ଭଗବାନ ଘିୱାଲା, ରମାକାନ୍ତ ବେହେରା, ଜିତେନ୍ଦ୍ର ବେହେରା, ପରିକ୍ଷିତ ସାହୁ, ସୁନୀଲ ପ୍ରଧାନ, ମାନସ ସାହୁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ିଲା ବାରିପଦା-ପୁରୀ ସାପ୍ତାହିକ ଟ୍ରେନ

ବାରିପଦା ଅଫିସ,୧୫ା୧: ମୟୂରଭଞ୍ଜ ଜିଲା ବାରିପଦାର ଭଞ୍ଜପୁରରୁ ପୁରୀକୁ ସାପ୍ତାହିକ ଟ୍ରେନ ଚଳାଚଳ କରିଛି। କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ...

ରଶ୍ମିରେଖାଙ୍କ ଦୁଇ ପୁରୁଷ ବନ୍ଧୁଙ୍କୁ ହେବ ଜେରା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଅଭିନେତ୍ରୀ ରଶ୍ମିରେଖା ଓଝା ଓରଫ ସୋନି(୨୨)ଙ୍କ ରହସ୍ୟଜନକ ମୃତ୍ୟୁକୁ ୪ ଦିନ ବିତିଛି। ପ୍ରାଥମିକ ତଦନ୍ତରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା କମିଶନରେଟ ପୋଲିସ ପକ୍ଷରୁ...

‘ଲକ୍‌ଡାଉନ୍‌ ଲିରିକ୍ସ’ ପୁସ୍ତକ ଉନ୍ମୋଚନ

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଲକ୍‌ଡାଉନ୍‌ ଲିରିକ୍ସ’ ପୁସ୍ତକ ଉନ୍ମୋଚନ କରିଛନ୍ତି। ଶ୍ରୀମତୀ ସଂଯୁକ୍ତା ଦାଶଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ ପଦ୍ୟ ସଙ୍କଳନ ରହିଛି।...

ସରପଞ୍ଚ ପ୍ରାର୍ଥୀ ହେଲେ ଏମ୍‌ବିଏ ଛାତ୍ର

ଉମରକୋଟ, ୨୨।୧(ସ୍ବ.ପ୍ର.): ନବରଙ୍ଗପୁର ଜିଲାରେ ଜଣେ ଏମବିଏ ପଢୁଥିବା ଛାତ୍ର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେ ହେଲେ ଉମରକୋଟ ବ୍ଲକ ରାଜପୁର ପଞ୍ଚାୟତର କ୍ରିଷ୍ଣା ପୂଜାରୀ...

ଜିଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ: ଲକ୍ଷଣ ଥାଉ ବା ନ ଥାଉ ତୁରନ୍ତ କ୍ୱାରାଣ୍ଟାଇନ୍‌ରେ ରହିବେ ସଂକ୍ରମିତ ଅଞ୍ଚଳରୁ ଆସିଥିବା ଲୋକେ

ଭୁବନେଶ୍ୱର,୨୯।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସଂକ୍ରମିତ ଦେଶ କିମ୍ବା ଅଞ୍ଚଳରୁ ଓଡ଼ିଶାକୁ ଆସିଥିବା ଲୋକମାନଙ୍କୁ ତୁରନ୍ତ କ୍ୱାରାଣ୍ଟାଇନ୍‌ରେୁ...

ବଦଳିଲେ ଏହି ଆଇଏଏସ୍‌, ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର, ୧୩।୧୧(ବ୍ୟୁରୋ): ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ୍‌ ରଞ୍ଜନ କୁମାର ଦାସଙ୍କୁ ବିଭାଗର ସଚିବ ଭାବେ...

ନୂଆ ରୂପ ପାଇବ ପୁରୀ ରାଜଭବନ

ପୁରୀ ଅଫିସ,୧୮।୧: ଆସନ୍ତା ରଥଯାତ୍ରା ପୂର୍ବରୁ ପୁରୀ ରାଜଭବନ ନୂଆ ରୂପ ପାଇବ। ଗତ ଫନୀ ମହାବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଐତିହାସିକ ପୁରୀ ରାଜଭବନର ସଂରକ୍ଷଣ...

ଆଗେଇପାରିନି ଟ୍ରାଙ୍କୁଲାଇଜ୍‌ ଅପରେଶନ

ବନ୍ତଳା,୧୮ା୧(ଡି.ଏନ.ଏ.) – ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ନରହନ୍ତା ଦନ୍ତାକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଶୁକ୍ରବାରଠାରୁ ଅପରେଶନ ଆରମ୍ଭ ହେବାକୁ ଥିଲେ ହେଁ ପ୍ରଥମ...

Advertisement
Archives

Model This Week