ପିଲା ମୋବାଇଲ ଧରୁଥିଲେ

ବର୍ତ୍ତମାନ ଅଧିକାଂଶ ପିଲା ଫ୍ରି ଟାଇମ୍‌ ପାଇବା ମାତ୍ରେ ମୋବାଇଲ ଫୋନ୍‌ ଧରି ବସୁଛନ୍ତି। ହେଲେ ଏହାକୁ ଅଧିକ ସମୟ ବ୍ୟବହାର କରିବା ଦ୍ୱାରା ପିଲାଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ତେଣୁ ପିଲାଙ୍କୁ ମୋବାଇଲ ଫୋନ୍‌ ଦେଉଥିଲେ କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ…
ପିଲାମାନେ ଆଉଟ୍‌ଡୋର ଗେମ୍‌ ଖେଳିଲେ ଏହା ସେମାନଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବାରେ ସାହାଯ୍ୟ କରେ। ହେଲେ ବର୍ତ୍ତମାନ ଅଧିକାଂଶ ପିଲା ମୋବାଇଲ ଫୋନ୍‌ ଧରି ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ଭିଡିଓ ଗେମ୍‌ ଖେଳୁଛନ୍ତି। ଏହାଦ୍ବାରା କାନ୍ଧ, ଆଣ୍ଠୁ, ଅଣ୍ଟା ଓ ପିଠି ଜାକିହୋଇ ରହୁଥିବାରୁ ପିଲାବେଳୁ ଗଣ୍ଠି ଯନ୍ତ୍ରଣା ଦେଖାଦେଉଛି। ତା’ଛଡ଼ା ଶାରୀରିକ ପରିଶ୍ରମ ନ ହେବା ଏବଂ ଖେଳିବା ବେଳେ ଖାଇବା ଦ୍ୱାରା ମେଦବହୁଳତା ଦେଖାଦେଉଛି। ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ପିଲାଙ୍କୁ ଅଧ ଘଣ୍ଟାରୁ ଅଧିକ ସମୟ ଫୋନ ଦିଅନ୍ତୁ ନାହିଁ।
ଅଧିକ ସମୟ ଫୋନ୍‌ ବ୍ୟବହାର ଯୋଗୁ ଅନେକେ ଖାଦ୍ୟପେୟ ସାଙ୍ଗକୁ ଶୋଇବାରେ ଅବହେଳା କରୁଛନ୍ତି। ଫଳରେ ସେମାନଙ୍କଠାରେ ଚିଡ଼ିଚିଡ଼ା ଲାଗିବା, ଅବସାଦ, ଅଳସୁଆ ଲାଗିବା, କାର୍ଯ୍ୟ କୁଶଳତା ହ୍ରାସ, ଗ୍ୟାସ୍‌, ବଦହଜମି, ହୃଦ୍‌ ସମସ୍ୟା ଆଖିତଳ କଳା ପଡ଼ିବା, ତ୍ବଚାରେ କୁଞ୍ଚନ, ମଧୁମେହ, ମେଦବହୁଳତା, ସ୍ମରଣଶକ୍ତି, ଦୃଷ୍ଟିଶକ୍ତି ହ୍ରାସ ହେବା ଭଳି ବିଭିନ୍ନ ସମସ୍ୟା ସହିତ କେତେକ ଅସାଧ୍ୟ ରୋଗ ସୃଷ୍ଟି ହେଉଛି। ତେଣୁ ପିଲାଙ୍କ ଠିକ୍‌ ସମୟରେ ଖାଇବା ଓ ଶୋଇବା ପ୍ରତି ଯତ୍ନଶୀଳ ହୁଅନ୍ତୁ।
ବର୍ତ୍ତମାନ ଅଧିକାଂଶ ପିଲା ଏତେମାତ୍ରାରେ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି ଯେ, ଅନେକେ ଇଣ୍ଟରନେଟ୍‌ ଆଡିକ୍ସନ ଡିସ୍‌ଅର୍ଡର ରୋଗର ଶିକାର ହେଉଛନ୍ତି ା ହଠାତ୍‌ ସେମାନଙ୍କୁ ଏଥିରୁ ନିବୃତ୍ତ ରଖିଲେ ସେମାନଙ୍କଠାରେ ଚିଡ଼ିଚିଡ଼ା ହେବା, ବିନା କାରଣରେ ରାଗିବା କିମ୍ବା ଡିପ୍ରେସନ୍‌ ବା ଅବସାଦଗ୍ରସ୍ତ ହେବା ଭଳି ଲକ୍ଷଣ ଦେଖାଯାଉଛି। ତେଣୁ ଆରମ୍ଭରୁ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ସେମାନଙ୍କ ଇଣ୍ଟରନେଟ୍‌ ବ୍ୟବହାର ଲାଗି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ। ପିଲା ଇଣ୍ଟରନେଟ୍‌ରେ କ’ଣ ଦେଖୁଛି ଅବା କେଉଁ ଅନ୍‌ଲାଇନ ଗେମ୍‌ ଖେଳୁଛି ସେଥିପ୍ରତି ନଜର ରଖିବା ଲାଗି ପ୍ୟାରେଣ୍ଟିଂ କଣ୍ଟ୍ରୋଲର ସାହାଯ୍ୟ ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri