ପିଲା ମୋବାଇଲ ଧରୁଥିଲେ

ବର୍ତ୍ତମାନ ଅଧିକାଂଶ ପିଲା ଫ୍ରି ଟାଇମ୍‌ ପାଇବା ମାତ୍ରେ ମୋବାଇଲ ଫୋନ୍‌ ଧରି ବସୁଛନ୍ତି। ହେଲେ ଏହାକୁ ଅଧିକ ସମୟ ବ୍ୟବହାର କରିବା ଦ୍ୱାରା ପିଲାଙ୍କ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡୁଛି। ତେଣୁ ପିଲାଙ୍କୁ ମୋବାଇଲ ଫୋନ୍‌ ଦେଉଥିଲେ କେତୋଟି କଥା ପ୍ରତି ଧ୍ୟାନ ଦିଅନ୍ତୁ…
ପିଲାମାନେ ଆଉଟ୍‌ଡୋର ଗେମ୍‌ ଖେଳିଲେ ଏହା ସେମାନଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବାରେ ସାହାଯ୍ୟ କରେ। ହେଲେ ବର୍ତ୍ତମାନ ଅଧିକାଂଶ ପିଲା ମୋବାଇଲ ଫୋନ୍‌ ଧରି ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ଭିଡିଓ ଗେମ୍‌ ଖେଳୁଛନ୍ତି। ଏହାଦ୍ବାରା କାନ୍ଧ, ଆଣ୍ଠୁ, ଅଣ୍ଟା ଓ ପିଠି ଜାକିହୋଇ ରହୁଥିବାରୁ ପିଲାବେଳୁ ଗଣ୍ଠି ଯନ୍ତ୍ରଣା ଦେଖାଦେଉଛି। ତା’ଛଡ଼ା ଶାରୀରିକ ପରିଶ୍ରମ ନ ହେବା ଏବଂ ଖେଳିବା ବେଳେ ଖାଇବା ଦ୍ୱାରା ମେଦବହୁଳତା ଦେଖାଦେଉଛି। ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ପିଲାଙ୍କୁ ଅଧ ଘଣ୍ଟାରୁ ଅଧିକ ସମୟ ଫୋନ ଦିଅନ୍ତୁ ନାହିଁ।
ଅଧିକ ସମୟ ଫୋନ୍‌ ବ୍ୟବହାର ଯୋଗୁ ଅନେକେ ଖାଦ୍ୟପେୟ ସାଙ୍ଗକୁ ଶୋଇବାରେ ଅବହେଳା କରୁଛନ୍ତି। ଫଳରେ ସେମାନଙ୍କଠାରେ ଚିଡ଼ିଚିଡ଼ା ଲାଗିବା, ଅବସାଦ, ଅଳସୁଆ ଲାଗିବା, କାର୍ଯ୍ୟ କୁଶଳତା ହ୍ରାସ, ଗ୍ୟାସ୍‌, ବଦହଜମି, ହୃଦ୍‌ ସମସ୍ୟା ଆଖିତଳ କଳା ପଡ଼ିବା, ତ୍ବଚାରେ କୁଞ୍ଚନ, ମଧୁମେହ, ମେଦବହୁଳତା, ସ୍ମରଣଶକ୍ତି, ଦୃଷ୍ଟିଶକ୍ତି ହ୍ରାସ ହେବା ଭଳି ବିଭିନ୍ନ ସମସ୍ୟା ସହିତ କେତେକ ଅସାଧ୍ୟ ରୋଗ ସୃଷ୍ଟି ହେଉଛି। ତେଣୁ ପିଲାଙ୍କ ଠିକ୍‌ ସମୟରେ ଖାଇବା ଓ ଶୋଇବା ପ୍ରତି ଯତ୍ନଶୀଳ ହୁଅନ୍ତୁ।
ବର୍ତ୍ତମାନ ଅଧିକାଂଶ ପିଲା ଏତେମାତ୍ରାରେ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି ଯେ, ଅନେକେ ଇଣ୍ଟରନେଟ୍‌ ଆଡିକ୍ସନ ଡିସ୍‌ଅର୍ଡର ରୋଗର ଶିକାର ହେଉଛନ୍ତି ା ହଠାତ୍‌ ସେମାନଙ୍କୁ ଏଥିରୁ ନିବୃତ୍ତ ରଖିଲେ ସେମାନଙ୍କଠାରେ ଚିଡ଼ିଚିଡ଼ା ହେବା, ବିନା କାରଣରେ ରାଗିବା କିମ୍ବା ଡିପ୍ରେସନ୍‌ ବା ଅବସାଦଗ୍ରସ୍ତ ହେବା ଭଳି ଲକ୍ଷଣ ଦେଖାଯାଉଛି। ତେଣୁ ଆରମ୍ଭରୁ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ଏବଂ ସେମାନଙ୍କ ଇଣ୍ଟରନେଟ୍‌ ବ୍ୟବହାର ଲାଗି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ। ପିଲା ଇଣ୍ଟରନେଟ୍‌ରେ କ’ଣ ଦେଖୁଛି ଅବା କେଉଁ ଅନ୍‌ଲାଇନ ଗେମ୍‌ ଖେଳୁଛି ସେଥିପ୍ରତି ନଜର ରଖିବା ଲାଗି ପ୍ୟାରେଣ୍ଟିଂ କଣ୍ଟ୍ରୋଲର ସାହାଯ୍ୟ ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

ୟୁଜର୍ସଙ୍କୁ ବଡ଼ ଝଟ୍‌କା: ରିଚାର୍ଜ ପ୍ଲାନ ହେଲା ମହଙ୍ଗା, ଜାଣନ୍ତୁ ନୂଆ ରେଟ୍‌

ନୂଆଦିଲ୍ଲୀ,୭।୧୦: ଏୟାରଟେଲ (Airtel) ନିଜର ପୋଷ୍ଟପେଡ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ କରିଛି। କମ୍ପାନୀ ୮ ଅକ୍ଟୋବର ୨୦୨୬ରୁ ତାର ସମସ୍ତ ପୋଷ୍ଟପେଡ ପ୍ଲାନ ପୋର୍ଟଫୋଲିଓର…

Chanakya Niti: ଜୀବନରେ ସଫଳତା ପାଇବାକୁ ହେଲେ ମାନନ୍ତୁ ଏହି ୩ ବଡ଼ କଥା…

ଆଚାର୍ଯ୍ୟ ଚାଣକ୍ୟଙ୍କ ‘ଚାଣକ୍ୟ ନୀତି’ରେ ମାନବ ସମାଜ, ବ୍ୟକ୍ତିଗତ ବ୍ୟବହାର, ଏବଂ ଜୀବନରେ ସଫଳତା ପାଇଁ ଅନେକ ବାସ୍ତବିକ ଉପଦେଶ ରହିଛି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା……

ତୁଳା ରାଶିରେ ସୂର୍ଯ୍ୟଙ୍କ ଚଳନ: ଅକ୍ଟୋବର ୧୭ରୁ ସତର୍କ ରୁହନ୍ତୁ ୩ ରାଶି! ପାଖରୁ ଚାଲିଯିବ ସବୁଟଙ୍କା

ତୁଳା ରାଶି ହେଉଛି ସୂର୍ଯ୍ୟ ଗ୍ରହଙ୍କ ନୀଚ ରାଶି। ସୂର୍ଯ୍ୟ ତୁଳାରେ ନୀଚ ହୋଇଥାନ୍ତି। ଏଭଳି ସ୍ଥିତିରେ ସୂର୍ଯ୍ୟଙ୍କର ଅନେକ ରାଶି ଉପରେ ଅଶୁଭ ପ୍ରଭାବ ପଡ଼ିବ।…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?