ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର ମଧ୍ୟ ତୁଳା ରାଶିରେ ହିଁ ବିରାଜମାନ ଅଛନ୍ତି। ଏଭଳି ସ୍ଥିତିରେ ସୂର୍ଯ୍ୟ ଏହି ରାଶିରେ ପ୍ରବେଶ କରିବା ମାତ୍ରେ ‘ଶୁକ୍ରାଦିତ୍ୟ ଯୋଗ’ ସୃଷ୍ଟି ହେବ, ଯାହାକୁ ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ଯୋଗଗୁଡ଼ିକ ମଧ୍ୟରୁ ଗୋଟିଏ ବୋଲି ଧରାଯାଏ। ଏହି ସଂଯୋଗ ୧୭ ଅକ୍ଟୋବର ୨୦୨୬ରେ ସୃଷ୍ଟି ହେବ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ଯୋଗର ପ୍ରଭାବ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବେଶ ଲାଭଦାୟକ ପ୍ରମାଣିତ ହୋଇପାରେ। ଏହି ସମୟରେ ବ୍ୟବସାୟରେ ଉନ୍ନତି ସହିତ ଆର୍ଥିକ ଲାଭ ଏବଂ କ୍ୟାରିୟରରେ ସଫଳତା ମିଳିବାର ଶୁଭ ଯୋଗ ବନୁଛି। କିଛି ଲୋକଙ୍କୁ ବିଦେଶ ଯାତ୍ରାର ସୁଯୋଗ ମଧ୍ୟ ମିଳିପାରେ। ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶିଗୁଡ଼ିକ ବିଷୟରେ।

କର୍କଟ ରାଶିର ଲୋକଙ୍କ ପାଇଁ ଏହି ସମୟ ବେଶ ଅନୁକୂଳ ରହିବ। ଏହି ସମୟରେ ଆପଣଙ୍କୁ ନୂଆ ଚାକିରିର ସୁଯୋଗ ମିଳିପାରେ ଏବଂ ବ୍ୟବସାୟରେ ମଧ୍ୟ ସଫଳତା ପ୍ରାପ୍ତ ହେବାର ଯୋଗ ରହିଛି। ଆପଣ କୌଣସି ନୂତନ ପୁଞ୍ଜି ନିବେଶରେ ସାମିଲ ହୋଇପାରନ୍ତି। ନିଜର ପରିଶ୍ରମ ଓ ପ୍ରୟାସକୁ ସୱୀକୃତି ମିଳିବା ସହିତ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ହାସଲ ହେବ। କର୍ମକ୍ଷେତ୍ରରେ କୌଣସି ବଡ଼ ଉପଲବ୍ଧି ମିଳିପାରେ। ଏହା ସହିତ ବିବାହ ପାଇଁ ଭଲ ପ୍ରସ୍ତାବ ଆସିପାରେ।

ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। ଭାଗ୍ୟ ପ୍ରତ୍ୟେକ କାର୍ଯ୍ୟରେ ସମ୍ପୂର୍ଣ୍ଣ ସାଥ ଦେବ ଏବଂ ବହୁ ଦିନରୁ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହୋଇପାରିବ। ଆର୍ଥିକ କ୍ଷେତ୍ରରେ ମଧ୍ୟ ସକାରାତ୍ମକ ଫଳାଫଳ ମିଳିବାର ସମ୍ଭାବନା ରହିଛି। ନିଜ ସହର ତଥା ବାହାରେ ଚାକିରି ପାଇବାର ଇଚ୍ଛା ଏହି ସମୟରେ ପୂରଣ ହେବ। ଏହା ସହ ଋଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ। ସରକାରୀ କ୍ଷେତ୍ରରୁ ଲାଭ ମିଳିବାର ଯୋଗ ରହିଛି। ଆପଣ ନିଜ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିବେ।

ମକର ରାଶିର ଲୋକଙ୍କୁ ଏହି ସମୟ ମଧ୍ୟରେ ମନମୁତାବକ ସଫଳତା ମିଳିପାରେ। ପାରିବାରିକ ଜୀବନରେ ସୁଖ-ସୁବିଧା ବୃଦ୍ଧି ପାଇବ। ବିଶେଷ କରି ପ୍ରେମ ସମ୍ପର୍କ ପାଇଁ ଏହି ସମୟ ବହୁତ ଭଲ ରହିବ। ପାରସ୍ପରିକ ସମ୍ପର୍କରେ ନିବିଡ଼ତା ବଢ଼ିବ ଏବଂ ଜୀବନସାଥୀ କିମ୍ୱା ପାର୍ଟନରଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିବ। ନୂତନ ସୁଯୋଗରୁ ଉତ୍ତମ ଲାଭ ମିଳିବାର ଯୋଗ ରହିଛି। ମନପସନ୍ଦର କଲେଜରେ ଆଡମିଶନ କିମ୍ୱା କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ପ୍ରାପ୍ତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?