ତୁଳା ରାଶି ହେଉଛି ସୂର୍ଯ୍ୟ ଗ୍ରହଙ୍କ ନୀଚ ରାଶି। ସୂର୍ଯ୍ୟ ତୁଳାରେ ନୀଚ ହୋଇଥାନ୍ତି। ଏଭଳି ସ୍ଥିତିରେ ସୂର୍ଯ୍ୟଙ୍କର ଅନେକ ରାଶି ଉପରେ ଅଶୁଭ ପ୍ରଭାବ ପଡ଼ିବ। ସୂର୍ଯ୍ୟ ଗୋଚର ପରେ ତିନୋଟି ରାଶିର ମାନସିକ ଚାପ ବଢ଼ିପାରେ ଏବଂ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇପାରେ।
ସୂର୍ଯ୍ୟ ଗୋଚର କରିବା ଫଳରେ ମିଥୁନ, ଧନୁ ଏବଂ କୁମ୍ଭ ରାଶିକୁ କଠିନ ସମୟର ସାମ୍ନା କରିବାକୁ ପଡ଼ିବ। ଏହି ଦୁର୍ଭାଗ୍ୟଶାଳୀ ରାଶିଗୁଡ଼ିକୁ ଆର୍ଥିକ ଅନଟନର ସାମ୍ନା କରିବାକୁ ପଡ଼ିପାରେ। ଆସନ୍ତୁ ଏହି ରାଶିଗୁଡ଼ିକ ବିଷୟରେ ବିସ୍ତୃତ ଭାବରେ ଜାଣିବା।
ମିଥୁନ ରାଶିର ଲୋକଙ୍କ ପାଇଁ କାମ କରିବା କଷ୍ଟକର ହେବ। ସୂର୍ଯ୍ୟ ଗୋଚର ପରେ ଆପଣମାନଙ୍କର ଖର୍ଚ୍ଚ ବଢ଼ିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଆର୍ଥିକ କାରବାରରେ ଯେକୌଣସି ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ।
ଧନୁ ରାଶିର ଲୋକଙ୍କୁ ସୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ଦେଖାଦେଇପାରେ। ଆପଣମାନଙ୍କର ମାନସିକ ଚାପ ବୃଦ୍ଧି ପାଇପାରେ। ଚାକିରିକୁ ନେଇ ଚିନ୍ତିତ ରହିବେ। କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନ ଆସିପାରେ। ଯେକୌଣସି ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ।
କୁମ୍ଭ ରାଶି ପାଇଁ ସୂର୍ଯ୍ୟ ଗୋଚର ଅଶୁଭ ସାବ୍ୟସ୍ତ ହୋଇପାରେ। ଆପଣମାନଙ୍କୁ ଖର୍ଚ୍ଚ କମ କରିବାର ଆବଶ୍ୟକତା ରହିଛି। ସମ୍ପତ୍ତି ସମ୍ୱନ୍ଧୀୟ ମାମଲାରେ ବିବାଦ ଉପୁଜିପାରେ। ଏପରି ପରିସ୍ଥିତିରେ ସତର୍କ ରୁହନ୍ତୁ।
ଏହି ରାଶିଗୁଡ଼ିକୁ ସୂର୍ଯ୍ୟଙ୍କ ଅଶୁଭ ପ୍ରଭାବରୁ ରକ୍ଷା ପାଇବା ପାଇଁ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରିବା ଉଚିତ। ଏହା ସହିତ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରିବା ଉଚିତ।

