୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ ହଠାତ ବଡ଼ ପରିବର୍ତ୍ତନ ଆଣିପାରେ। ଏମାନଙ୍କ ସ୍ଥିତି ଅନୁକୂଳ ଥିଲେ ବ୍ୟକ୍ତିଙ୍କୁ ଅପ୍ରତ୍ୟାଶିତ ଲାଭ ତଥା ସଫଳତା ମିଳିଥାଏ; ଅନ୍ୟପକ୍ଷରେ ଅଶୁଭ ସ୍ଥିତିରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି କାରଣରୁ ରାହୁ-କେତୁଙ୍କ ଚଳନ ଏବଂ ନକ୍ଷତ୍ର ପରିବର୍ତ୍ତନକୁ ଜ୍ୟୋତିଷ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ଗଭୀର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିଥାଏ।

ଜ୍ୟୋତିଷମାନଙ୍କ ଅନୁସାରେ, ୩ ଅକ୍ଟୋବର ୨୦୨୬ରେ ରାହୁ ଧନିଷ୍ଠା ନକ୍ଷତ୍ରର ତୃତୀୟ ଚରଣରେ ପ୍ରବେଶ କରିସାରିଛନ୍ତି। ଅନ୍ୟପଟେ କେତୁ ମଘା ନକ୍ଷତ୍ରର ପ୍ରଥମ ଚରଣରେ ନିଜ ସ୍ଥାନ ଗ୍ରହଣ କରିଛନ୍ତି। ରାହୁ-କେତୁଙ୍କ ଏହି ସ୍ଥିତି କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇପାରେ। ଏହି ସମୟରେ ଜୀବନର ସମସ୍ତ କ୍ଷେତ୍ରରେ ସକାରାତ୍ମକ ଫଳାଫଳ ମିଳିବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା କେଉଁ କେଉଁ ରାଶି ପାଇଁ ଏହି ସମୟ ଲାଭଦାୟକ ରହିବ।

କର୍କଟ ରାଶିର ଲୋକଙ୍କ ପାଇଁ ମନମୁତାବକ ସଫଳତା ମିଳିବାର ଶୁଭ ଯୋଗ ରହିଛି। ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ଇଚ୍ଛା ଅନୁସାରେ ସମ୍ପୂର୍ଣ୍ଣ ହେବ। ଏହି ସମୟରେ ଆପଣ ଯେଉଁ କାର୍ଯ୍ୟରେ ବି ହାତ ଦେବେ, ସେଥିରେ ବଡ଼ ସଫଳତା ହାସଲ କରିପାରିବେ। ବ୍ୟବସାୟରେ ଦୀର୍ଘ ଦିନରୁ ବନ୍ଦ ଥିବା କାମ ସରିବା ସହିତ କ୍ୟାରିୟରରେ ଭଲ ସୁଯୋଗ ମିଳିପାରେ। ପରିଶ୍ରମର ପୂର୍ଣ୍ଣ ଫଳ ମିଳିବାର ସମ୍ଭାବନା ରହିଛି। ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ବିବାହର ଯୋଗ ଫିଟିପାରେ ଏବଂ ଘରେ ପୂଜାପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ।

ସିଂହ ରାଶିର ଲୋକଙ୍କ ପାଇଁ ଆର୍ଥିକ ଦୃଷ୍ଟିକୋଣରୁ ଏହି ସମୟ ବେଶ ଭଲ ରହିବ। ଆର୍ଥିକ ସ୍ଥିତି ପୂର୍ୱ ଅପେକ୍ଷା ସୁଦୃଢ଼ ହେବ। କୌଣସି ଧାର୍ମିକ ଯାତ୍ରାରେ ଯିବାର ସୁଯୋଗ ମିଳିପାରେ। ଏହା ସହିତ ପରିବାର ସହିତ ଭଲ ସମୟ ବିତାଇବାର ସୁଯୋଗ ପାଇବେ। ମନପସନ୍ଦର କଲେଜ କିମ୍ୱା ଚାକିରି ପ୍ରାପ୍ତ ହେବ। ନୂଆ ଲୋକଙ୍କ ସହ ମିଶି ବ୍ୟବସାୟ କରିବାର ଉପାୟ ସଫଳ ହେବ। ମିଳୁଥିବା ସଫଳତା ଆପଣଙ୍କ କ୍ୟାରିୟରକୁ ଏକ ସଠିକ ଦିଗ ଦେବ ଏବଂ କୌଣସି ଶୁଭ ଖବର ଶୁଣିବାକୁ ମିଳିପାରେ।

ତୁଳା ରାଶିର ଲୋକଙ୍କୁ ଏହି ସମୟରେ ପୁଞ୍ଜି ନିବେଶ ସମ୍ୱନ୍ଧୀୟ କାର୍ଯ୍ୟରୁ ବିଶେଷ ଲାଭ ମିଳିବ। ବ୍ୟବସାୟରେ ସଠିକ ରଣନୀତି ଏବଂ ଭାବିଚିନ୍ତି କରାଯାଇଥିବା ଉଦ୍ୟମ ଆର୍ଥିକ ଦିଗରେ ଫାଇଦା ଦେବ। ଯଦି କୌଣସି କାମ ପାଇଁ କ୍ରମାଗତ ଭାବେ ଯାତ୍ରା କରୁଥିଲେ, ତେବେ ତାହା ସଫଳ ହେବ। ପରିବାରରେ ଖୁସିର ମାହୋଲ ରହିବ ଏବଂ ଆପଣ ସମସ୍ତଙ୍କ ପାଇଁ ଉପହାର କିଣିପାରନ୍ତି। ଅଭିଜ୍ଞ ଲୋକଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ଏହି ସମୟରେ ଆପଣଙ୍କ ବ୍ୟକ୍ତିତ୍ୱ ବେଶ ପ୍ରଭାବଶାଳୀ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

IPL 2027: ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ହେଡ୍ କୋଚ୍ ହେଲେ ସୌରଭ ଗାଙ୍ଗୁଲି, ହେମାଙ୍ଗ ବଦାନୀଙ୍କ ସ୍ଥାନ ନେଲେ ଦାଦା

ନୂଆଦିଲ୍ଲୀ,୬।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସିଜନ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (DC) ସୌରଭ ଗାଙ୍ଗୁଲିଙ୍କୁ ଟିମ୍‌ର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି।…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?