ଡିଭାଇଡରରେ ପିଟି ହେଲା କାର୍‌: ଜଣେ ମୃତ, ୫ ଆହତ

ଗଞ୍ଜାମ,୨୯ା୮(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି କାର୍‌ ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଦେବରାଜ (୩୨)ବର୍ଷ। ଖବର ପାଇ ଗଞ୍ଜାମ ଥନା ଆଇଆଇସି ସୁଦୀପ୍ତ କୁମାର ସାହୁ, ଏସ୍‌ଆଇ ନାରାୟଣ କହଁର, ମହିଳା ଏସ୍‌ଆଇ ସୁପ୍ରଭା ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଆହତମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି l ଆହତମାନେ ହେଲେ ଅର୍କ ସରକାର,ସନଓ୍ବଜ, ସୁରଜ କୁମାର ମହାନ୍ତ, ସର୍ଭେସ ମହାନ୍ତ, କୁମାର ଜନ୍ମେଜୟ ବୋଲି ଜଣାପଡ଼ିଛି।  ମୃତକ ଏବଂ ଆହତ୍‌ମାନେ ସମସ୍ତେ ଅଣ ଓଡ଼ିଆ। ସେମାନଙ୍କ ଘର ଝାଡ଼ଖଣ୍ଡ। ସେମାନେ ଭୁବନେଶ୍ୱର ଆଇଆରଟି ଇଞ୍ଜିନିୟର ସ୍କୁଲ ଛାତ୍ର। ଗତକାଲି ଅର୍ଥାତ ରବିବାର ଏକ କାର୍‌ ନଂ ଓଡି ୦୨ ବିଡବ୍ଲ୍ୟୁ ୪୨୭୬ରେ ଭୁବନେଶ୍ୱରରୁ ଗୋପାଳପୁର ବୁଲିବାକୁ ଆସିଥିଲେ। ବୁଲାବୁଲି ପରେ ଗୋପାଳପୁରରୁ ରାତିରେ ଫେରୁଥିବା ବେଳେ ଅଗସ୍ତିନୂଆଗାଁ ଛକ ନିକଟରେ ଡିଭାଇଡରକୁ ପିଟି ଅପର ପାର୍ଶ୍ୱରେ ଥିବା ଏକ ଟ୍ରକ୍‌ ନଂ ଆର୍‌ ଜେ ୪୭ ଜିଏ ୧୦୮୩ ଜୋର୍‌ରେ ଧକ୍କା ଦେଇଥିଲା। କାର୍‌ଟି ଦ୍ରୁତଗତିରେ ଆସୁଥିବା ଏବଂ ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଢ଼ି ମିକ୍ସଚର ଦେଇଛେ ଜୀବନ୍‌ଜିବ୍‌କା

କର୍ଲାମୁଣ୍ଡା, ୨୨।୧ (ଡି.ଏନ୍‌.ଏ.)-କଥାରେ ଅଛେ କାମ୍‌କେ ଛୋଟ୍‌ ବଡ଼ ନାଇଁ ଭାବି କରି କରମ୍‌ କରୁଥିବାର ଲୋକ୍‌ର ପେଟ୍‌ କେଭେ ଖାଲି ନାଇଁ ରହେ। ଏନ୍‌ତା...

କରୋନା ବଢ଼ାଇଛି ଚିନ୍ତା: ଗଞ୍ଜାମ ଯିବେ ବିଶେଷଜ୍ଞ ଟିମ୍‌

ଭୁବନେଶ୍ୱର,୬।୫(ବ୍ୟୁରୋ): ଗଞ୍ଜାମ ଜିଲାରେ ୩ଟି କରୋନା ପଜିଟିଭ୍‌ ମାମଲା ଆସିଛି। ଏହାକୁ ଦୃଷ୍ଟିରେ ରଖି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଓ ଆର୍‌ଏମ୍‌ଆର୍‌ସି ବୈଜ୍ଞାନିକଙ୍କୁ ନେଇ...

ପାଣି ପାଇଁ ରାସ୍ତାରେ ମହିଳା

ପରଜଙ୍ଗ, ୨୬।୪(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଆମ୍ବପଳାସ ଗ୍ରାମ ଗଙ୍ଗାଧରପୁର ଦଳିତ ସାହିରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ପାଣି...

ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣା: ବିଧାୟକ, ବିରୋଧୀ ଦଳ ଉପନେତାଙ୍କ ଗିରଫ ଦାବି

ଦିଗପହଣ୍ଡି,୩।୪(ଡି.ଏନ୍‌.ଏ.): ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା ଘଟଣା ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ଘଟଣା। ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ...

ଲକ୍‌ଡାଉନ ପ୍ରଭାବ: ଅମଳ ଆଖୁ ବିକିପାରୁନି ଚାଷୀ

ଖପ୍ରାଖୋଲ, ୨୦ା୪(ଡି.ଏନ.ଏ.): କରୋନା ସଂକ୍ରମଣ ରୋକିବାକୁ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଲୋକଙ୍କ ଜୀବନଜୀବିକା ଉପରେ ପଡିଛି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ...

ପ୍ରଧାନଶିକ୍ଷକଙ୍କ ଖଲାସ ଦାବିରେ ଛାତ୍ରୀଛାତ୍ରମାନଙ୍କ ଏନ୍‌ଏଚ୍‌ ଅବରୋଧ

କୁଆଁରମୁଣ୍ଡା,୨୭।୮(ଡି.ଏନ୍‌.ଏ.): ସଞ୍ଜୟ ସାର ନିର୍ଦ୍ଧୋଷ। ତାଙ୍କୁ ଭିଜିଲାନ୍ସ ଜାଲରେ ଫସାଇ ଦିଆଯାଇଛି। ତେଣୁ ତାଙ୍କୁ ତୁରନ୍ତ ଛାଡ଼ିଦେବାକୁ ଦାବି କରି ଶନିବାର ଅପରାହ୍ନରେ କୁମଝରିଆ ସରକାରୀ...

ବିସ୍ଥାପିତଙ୍କୁ ଥଇଥାନ ନ କରି ଖଣି କାର୍ଯ୍ୟ

ସୁନ୍ଦରଗଡ଼,୨୮ା୫(ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକ ଡୁଲିଙ୍ଗାଠାରେ ଏନ୍‌ଟିପିସି ପକ୍ଷରୁ କୋଇଲା ଖଣି ଆରମ୍ଭ ହୋଇଛି। ଏଥିପାଇଁ ବିସ୍ଥାପିତ ହେବାକୁ ଥିବା ଖପୁରୀକଚ୍ଛାର ୬୪ପରିବାରଙ୍କୁ କ୍ଷତିପୂରଣ...

ଲାଞ୍ଚ ନ ଦେବାରୁ ବିଲ୍‌ ବନ୍ଦ ଅଭିଯୋଗ

କୋଣାର୍କ,୧୨।୧(ଡି.ଏନ.ଏ.): କୋଣାର୍କ ଏନ୍‌ଏସି ପକ୍ଷରୁ ରିଙ୍ଗ୍‌ରୋଡ୍‌ଠାରେ ୮୫ ଲକ୍ଷ ଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ୮ମାସ ତଳୁ କାର୍ଯ୍ୟ ସରିଥିଲେ ମଧ୍ୟ...

Advertisement
Archives

Model This Week