ଅନୁଗୋଳ ଅଫିସ, ୨୭।୬ – ଲକ୍ଡାଉନ ବେଳେ ସିଲ୍ ହୋଇଥିବା ଅନୁଗୋଳ କରଡାଗାଡିଆସ୍ଥିତ ମଦ ଭାଟିରେ ଚୋରା କାରବାର ଅଭିଯୋଗରେ ଗତ ଏପ୍ରିଲ୍ ୨୩ ବିଳମ୍ବିତ ରାତିରେ ଗିରଫ ହୋଇଥିବା ସହରର ଜଣାଶୁଣା ମଦ ବ୍ୟବସାୟୀ ବିକ୍ରମ କେଶରୀ ସାହୁଙ୍କ ଲାଇସେନ୍ସ ରଦ୍ଦ ହୋଇଛି। ଚୋରା କାରବାର ଘଟଣାର ତଦନ୍ତ ରିପୋର୍ଟ ଆଧାରରେ ରାଜ୍ୟ ଅବକାରୀ କମିଶନରଙ୍କ ପକ୍ଷରୁ ସାହୁଙ୍କ ଲାଇସେନ୍ସକୁ ରଦ୍ଦ କରାଯିବା ସହ ଜିଲା ପ୍ରଶାସନକୁ ମଧ୍ୟ ଏ ନେଇ ଅବଗତ କରାଯାଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ସରକାରଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରିଥିବା ବିକ୍ରମଙ୍କ ଲାଇସେନ୍ସ ରଦ୍ଦ କରିବାକୁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଗତ ମେ ୩୦ ତାରିଖରେ କଟକସ୍ଥିତ ଅବକାରୀ କମିଶନରଙ୍କଟଠାରୁ ଅନୁମତି (ଚିଠି ନଂ. ୨୭୪୯) ମଗାଯାଇଥିଲା। ଅବକାରୀ ନିୟମ ୨୦୦୮ର ୪୭(ସି), ୫୮ ଏବଂ ୬୬ ଓ କୋଭିଡ ନିୟମ ଉଲ୍ଲଂଘନ ଯୋଗୁ ଲାଇସେନ୍ସ ରଦ୍ଦ କରିହେବ ବୋଲି କମିଶନରଙ୍କ ପକ୍ଷରୁ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଏହାପରେ ଜୁନ୍ ୧୦ ତାରିଖରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଜେଲରେ ଥିବା ବିକ୍ରମଙ୍କୁ ନୋଟିସ ପଠାଯାଇଥିଲା। ଉତ୍ତର ଦେବାକୁ ୧୪ ଦିନ ସମୟ ମଧ୍ୟ ଦିଆଯାଇଥିଲା। କିନ୍ତୁ ଉତ୍ତର ସନ୍ତୋଷଜନକ ହୋଇ ନ ଥିବାରୁ ବିକ୍ରମଙ୍କ ଲାଇସେନ୍ସକୁ ରଦ୍ଦ କରାଯାଇଥିବା ସୂଚନା ମିଳିଛି। ଏ ନେଇ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ବିକ୍ରମଙ୍କ ନାମରେ ଥିବା ୫ଟି ଦେଶୀ ଭାଟି ଓ ଗୋଟିଏ ଠିପି ଖୋଲା ମଦ ଦୋକାନର ଲାଇସେନ୍ସ ରଦ୍ଦ ହୋଇଛି। ଅନୁଗୋଳ ଅବକାରୀ ଏସ୍ପି କ୍ରିଷ୍ଣା ନାୟକ କହିଛନ୍ତି, ଠିପି ଖୋଲା ବିଦେଶୀ ମଦ ଦୋକାନ ସହ କରାଡ଼ାଗାଡ଼ିଆ ଭାଟି, ବଅଁରପାଳ, ଆଠମଲ୍ଲିକର ବଜ୍ରକୋଟ, ବଇଣ୍ଡା ଓ ଘୋଷରରେ ଥିବା ଦେଶୀ ମଦ ଭାଟିର ଲାଇସେନ୍ସ ରଦ୍ଦ କରାଯାଇଛି।
Posted inଅନୁଗୋଳ, ଆମ ଜିଲା ଖବର View All

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ, ଦିଗପହଣ୍ଡି ଥାନାରେ ଏତଲା
ଦିଗପହଣ୍ଡି,୪।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗ୍ରାମର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ନେଇ ଛାତ୍ରୀଙ୍କ ବାପା ବୁଧବାର ଥାନାରେ ଅଭିଯୋଗ...

କୃଷି ବିଭାଗ ଅଗୋଚରରେ କୃଷକ ପଞ୍ଜୀକରଣ: ଫେକ୍ ଓ୍ବେବ୍ସାଇଟ୍ରେ ପଞ୍ଜୀକରଣ କରି ଟଙ୍କା ହଡପ ସନ୍ଦେହ
ସୋରଡା, ୧୩ା୬ (ଡି.ଏନ.ଏ.)- ସୋରଡା ଅଞ୍ଚଳରେ କୃଷକ ପରିଚୟପତ୍ର ପାଇବା ପାଇଁ ମହିଳା ପୁରୁଷ ଚାଷୀମାନଙ୍କ ଭିଡ କୃଷି କାର୍ଯ୍ୟାଳୟରେ ଲାଗିରହିଛି। ରାଜ୍ୟ କୃଷିବିଭାଗ ତରଫରୁ...

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ
କଟକ ଅଫିସ,୨୦ା୯: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି।...

ପରିବେଶର ସୁରକ୍ଷା ଲାଗି ବୃକ୍ଷରୋପଣ ଜରୁରୀ
ଖପ୍ରାଖୋଲ,୫।୬(ଡି.ଏନ.ଏ.): ଖପ୍ରାଖୋଲ ବ୍ଲକ ବଡଗୁର୍ଜିଭଟାଠାରେ ବନ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ବୁଧବାର ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ...

ରାଧେଙ୍କ ଘରୁ ମିଳିଥିବା ଫୋନ୍ କାହାର
ଭବାନୀପାଟଣା,୨୨।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଶୁକ୍ରବାର କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ହତ୍ୟାକାଣ୍ଡ...

ଯକ୍ଷ୍ମା ରୋଗ ଚିହ୍ନଟ, ନିରାକରଣ ଉପରେ ସଚେତନତା ଆବଶ୍ୟକ
କାଳିଆପାଣି,୧।୮(ଡି.ଏନ୍.ଏ.): ଓଡ଼ିଶା ଖଣି ନିଗମ ପକ୍ଷରୁ ବୁଧବାର ଯକ୍ଷ୍ମା ନିରାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖଣି ନିଗମ ଆଞ୍ଚଳିକ ପରିଚାଳକ...

୬ ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ: ବୁଢ଼ା, ଟୋକା, ପିଲା, କାଞ୍ଚନ, ଛୁଆ ବେଶରେ ଦର୍ଶନ ଦେବେ
ଭଦ୍ରକ ଅଫିସ,୨୦ା୮- ଆସନ୍ତା ଶନିବାର ଗଣେଶ ପୂଜା। ଜିଲାରେ ମାତ୍ର ୬ଟି ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ। କୋଭିଡ୍ କଟକଣା ମଧ୍ୟରେ ଏହି ପୂଜା...

ମୃଣ୍ମୟୀ ମୂର୍ତ୍ତି ସ୍ଥାନ ନେଲା ଦାରୁ ବିଗ୍ରହ
ଭଦ୍ରକ ଅଫିସ, ୧୮ା୩- ଭଦ୍ରକ ବ୍ଲକ ଚରମ୍ପା ବରାଳପୋଖରୀ ଅଞ୍ଚଳର ଜାନୁଗଞ୍ଜ ଗାଁରେ ଜଗନ୍ନାଥଙ୍କ ମୃଣ୍ମୟୀ ମୂର୍ତ୍ତି ବିସର୍ଜନ ପରେ ସୋମବାର ଦାରୁବିଗ୍ରହ ପ୍ରତିଷ୍ଠା ହୋଇଛି।...