ସମ୍ବଲପୁର,୨୫ା୮(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଛାମୁଣ୍ଡା ଗ୍ରାମର ରଜନୀ ସୁନାକାଠିଆଙ୍କ ପାଖରେ ପ୍ରଶାସନ ପହଞ୍ଚତ୍ଛି। ଏହାସହ ଭାଜପାର ଏକ ପ୍ରତିନିଧି ଦଳ ପହଞ୍ଚି ସହାୟତା ପ୍ରଦାନ କରିଛନ୍ତି। ଅସହାୟ ରଜନୀଙ୍କ ସ୍ବାମୀ ରାଜୁ ସୁନାକାଠିଆ ନିଖୋଜ ଓ ପରିବାର ଭୋକ ଉପାସରେ ଦିନ କାଟୁଥିବା ନେଇ ବୁଧବାର ଧରିତ୍ରୀରେ ସ୍ବତନ୍ତ୍ର ଭାବେ ଖବର ପ୍ରକାଶ ପାଇଥିଲା। ଏହାପରେ ଯୁଯୁମୁରା ବିଡିଓ ନିଳାମ୍ବର ମହାନନ୍ଦ ତତ୍ପରତା ଦେଖାଇ ପଦକ୍ଷେପ ଗ୍ରହଣ କରିଥିଲେ। ଯୋଗାଣ ବିଭାଗକୁ ପିଡିଏସ୍ ଚାଉଳ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଦୁଇ ପିଲାଙ୍କ ଆଧାର ଲିଙ୍କ କରି ଚାଉଳ ପରିମାଣ ଠିକ୍ ଭାବେ ଦେବାକୁ କହିଥିଲେ। ସ୍ଥାନୀୟ ସରପଞ୍ଚ ବନୀତା ଭୋଇ ପରିବାରଙ୍କୁ ଭେଟି ପିଡିଏସ ସାମଗ୍ରୀ ୧୦କେଜି ଚାଉଳ ଯୋଗାଇଥିଲେ। ଆଗାମୀ ଦିନରେ ଅନ୍ୟାନ୍ୟ ସରକାରୀ ସୁବିଧା ଓ ସହଯୋଗ କରାଯିବ ବୋଲି କହିଛନ୍ତି। ଅନ୍ୟପଟେ ଯୁଯୁମୁରା ଭାଜପାର ଏକ ପ୍ରତିନିଧି ଦଳ ଯାଇ ରଜନୀଙ୍କୁ ଭେଟି ଚାଉଳ, ଡାଲି ଆଦି ଖାଦ୍ୟ ସାମଗ୍ରୀ ଦେଇଛନ୍ତି। ଏଥିସହ ସ୍ଥାନୀୟ ଥାନାଧିକାରୀ ଓ ଜିଲା ଶ୍ରମ ଅଧିକାରୀଙ୍କ ସହ ଯେଗାଯୋଗ କରି ରଜନୀଙ୍କ ସ୍ବାମୀ ରାଜୁଙ୍କୁ ଖୋଜି ଆଣିବା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ କହିଥିଲେ। ଯୁଯୁମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନ, ଯୁଯୁମୁରା ମଣ୍ଡଳ ସଭାପତି ଓମ୍ ପ୍ରକାଶ ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶ୍ୱିନୀ କୁମୁରା, ରାଜେଶ ସାହୁ, ରିକନ ଦେଓ, ସୂର୍ଯ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ରଜନୀଙ୍କ ସ୍ବାମୀ ରାଜୁ ଏକମାସରୁ ଊର୍ଦ୍ଧ୍ୱ ହେବ ଜୀବିକା ଅନ୍ବେଷଣରେ ବିଜୟୱାଡ଼ା ଯାଇ ଫେରିନାହାନ୍ତି। ତାଙ୍କ ସହ ଯାଇଥିବା ଆଉ ୨ଜଣ ଘରକୁ ଫେରିଛନ୍ତି। ଏହାକୁ ନେଇ ରଜନୀ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ।
Posted inଆମ ଜିଲା ଖବର, ସମ୍ବଲପୁର View All
ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ
ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…
ଗଣ୍ଡ ସମାଜର ନୂଆଁଖାଇ ଭେଟ୍ଘାଟ୍, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ
କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ…
ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ
ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…
‘କୃଷି, ଏକତା ଅଘରିଆଙ୍କ ଶକ୍ତି’
ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍ଘାଟ୍ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…
କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…
ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…
ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…
ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ
ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…
ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍ଘାତ, ଚାଲିଗଲା ବିଭୂତିଙ୍କ ଜୀବନ
କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

