Posted inଜାତୀୟ

‘ପୂର୍ବ ଜନ୍ମରେ ନିଶ୍ଚେ ଭଲ କାମ କରିଥିଲି, ସିସୋଡିଆଙ୍କ ଭଳି ସାଥୀ ପାଇଛି’

ନୂଆଦିଲ୍ଲୀ,୨୫।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ବାସଭବନରେ ଆମ୍‌ ଆଦମୀ ପାର୍ଟି(ଏଏପି) ବିଧାୟକଙ୍କ ବୈଠକ ଶେଷ ହୋଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସମସ୍ତ ଏଏପି ବିଧାୟକ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ସ୍ଥାନ ରାଜଘାଟରେ ପହଞ୍ଚିଥିଲେ।
ଏହି ଅବସରରେ କେଜ୍‌ରିଓ୍ବାଲ୍‌ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ପ୍ରଶଂସା କରି କହିଛନ୍ତି, ମୁଁ ନିଶ୍ଚୟ ପୂର୍ବ ଜୀବନରେ ଭଲ କାମ କରିଥିଲି, ମୋତେ ମନୀଷ ସିସୋଡିଆ ଭଳି ସାଥୀ ପାଇଛି। ସିସୋଡିଆ ଭାଜପାର ସମସ୍ତ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ। ଭାଜପା ପ୍ରତ୍ୟେକ ଏଏପି ବିଧାୟକଙ୍କୁ ୨୦ କୋଟି ଟଙ୍କାର ଅଫର ଦେଉଛି। ମୁଁ ଖୁସି, ମୋର କୌଣସି ବିଧାୟକ ତାଙ୍କ ପ୍ରସ୍ତାବ ଗ୍ରହଣ କରିନାହାଁନ୍ତି। ମୁଁ ଦିଲ୍ଲୀର ଲୋକଙ୍କୁ କହିବାକୁ ଚାହେଁ ଯେ, ଆପଣ ଏକ ସଚ୍ଚୋଟ ଦଳକୁ ଭୋଟ ଦେଇଛନ୍ତି। ଆମେ ମରିଯିବୁ କିନ୍ତୁ ଦେଶର ଲୋକଙ୍କୁ କଦାପି ପ୍ରତାରଣା କରିବୁ ନାହିଁ।
କେଜ୍‌ରିୱାଲଙ୍କ ବାସଭବନରେ ଚାଲିଥିବା ଆଜିର ବୈଠକରେ ଆମ ଆଦମୀ ପାର୍ଟିର ୫୪ ଜଣ ବିଧାୟକ ଉପସ୍ଥିତ ଥିଲେ। ବୈଠକ ପରେ ଏକ ଖବରଦାତା ସମ୍ମିଳନୀରେ ଏଏପି ବିଧାୟକ ସୌରଭ ଭରଦ୍ୱାଜ କହିଛନ୍ତି, ଏଏପିର ପ୍ରତ୍ୟେକ ବିଧାୟକଙ୍କୁ ୨୦ କୋଟି ଟଙ୍କା ପ୍ରଲୋଭନ ଦିଆଯାଇଛି। ବିଭିନ୍ନ କାରଣରୁ ବୈଠକରେ ଯୋଗ ଦେଇ ନ ଥିବା ବିଧାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେମାନେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଅରବିନ୍ଦ କେଜ୍‌ରିୱାଲଙ୍କ ସହ ଅଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ରାଜ୍ୟର ୫ ବିଧାନସଭା ଆସନ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ, ୨୩ ଜୁନରେ ଫଳାଫଳ

ନୂଆଦିଲ୍ଲୀ,୧୯।୬: ଦେଶର ଚାରୋଟି ରାଜ୍ୟରେ ବିଧାନସଭା ଉପନିର୍ବାଚନ (Assembly Bypolls 2025) ପାଇଁ ଗୁରୁବାର ଜୁନ ୧୯, ୨୦୨୫ରେ ମତଦାନ ଆରମ୍ଭ ହୋଇଛି। କେରଳର ନିଲାମ୍ବୁର,...

ଝିଅ ଜନ୍ମହେବାରୁ ମାରିଦେଲେ

ଜଳେଶ୍ୱର,୧୯।୬(ନବୀନ ସାହୁ): ଜଳେଶ୍ୱର ପୌରପାଳିକାର ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳାଙ୍କ ପୁଅ ରିତେଶ କାମିଳା ୨୦୨୨ରେ ନିକଟସ୍ଥ ଚକବିଷ୍ଣୁ ଗ୍ରାମର ଜଳଧର ପ୍ରଧାନଙ୍କ କନ୍ୟା ନମିତା(୨୪)ଙ୍କୁ ଭଲ...

ସର୍ବବ୍ୟାପୀ ସରକାର

ଏବେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ସରକାର ଯେପରି ଅତିଦୃଶ୍ୟମାନ ହେବା ପ୍ରୟାସରେ ବ୍ୟକ୍ତିର ଅନ୍ତର୍ନିହିତ ବିକାଶରେ ବାଧକ ସାଜୁଛନ୍ତି, ଜଣାପଡୁଛି ଆଉ ଅଳ୍ପ କେତେ...

ସଉଦା ବ୍ୟାଗ୍‌

ଆମ ନିତିଦିନିଆ ଜୀବନରେ ସମସ୍ତେ କିଛିନା କିଛି ସଉଦା ଆଣନ୍ତି । ଏହି ସଉଦା କେତେବେଳେ ପରିବା ହୋଇପାରେ ତ କେତେବେଳେ ତେଜରାତି ଜିନିଷ କିମ୍ବା...

ବୃକ୍ଷର ସାଂସ୍କୃତିକ ମହତ୍ତ୍ୱ

ଭାରତର ପ୍ରତ୍ୟେକ ରାଜ୍ୟର ଏକ ରାଜ୍ୟ ବୃକ୍ଷ ଅଛି। କିନ୍ତୁ ଦୁର୍ଭାଗ୍ୟ ଯେ, ଯେତେବେଳେ କୌଣସି ରାଜ୍ୟର ରାଜଧାନୀର ବିଭିନ୍ନ ରେଳ ଷ୍ଟେଶନ ଓ ବିମାନବନ୍ଦରକୁ...

ସ୍କୁଲ ଶିକ୍ଷା: ଓଡ଼ିଶାର ଉନ୍ନତ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୯।୬ (ପି.ଟି.): ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ହୋଇଥିବା ୨୦୨୩-୨୪ ପର୍ଫମିଂ ଗ୍ରେଡ୍‌ ଇଣ୍ଡେକ୍ସ (ପିଜିଆଇ) ଅନୁଯାୟୀ, ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଏବଂ...

ଆମେରିକାରେ ଲାରାଙ୍କ ନାଁରେ ଭିତ୍ତିହୀନ ଅଭିଯୋଗ

ଓ୍ବାଶିଂଟନ, ୧୯।୬: ଗ୍ଲୋବାଲ ପପ୍‌ ମ୍ୟୁଜିକ୍‌ ଗ୍ରୁପ୍‌ କେଟ୍ସଆଇ ସଦସ୍ୟା ତଥା ଭାରତୀୟ-ଆମେରିକୀୟ ଲାରା ରାଜଗୋପାଲନ୍‌ଙ୍କ ବିରୋଧରେ ୟୁଏସ୍‌ ଇମିଗ୍ରେଶନ୍‌ ଆଣ୍ଡ୍‌ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ (ଆଇସିଇ)ରେ...

ଏକସଙ୍ଗେ ପୋଲିସରେ ଭର୍ତ୍ତିହେଲେ ବାପପୁଅ

ଲକ୍ଷ୍ନୌ, ୧୯।୬: ଉତ୍ତର ପ୍ରଦେଶର ହାପୁର ଜିଲା ଉଦୟରାମପୁର ନଙ୍ଗଲା ଗ୍ରାମର ବାପପୁଅଙ୍କ ଯୋଡ଼ି ଏକସଙ୍ଗେ ରାଜ୍ୟ ପୋଲିସରେ କନ୍‌ଷ୍ଟେବଲ ଭାବେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri