ନାମଲେଖାରୁ ବଞ୍ଚିତ ହୋଇ ସ୍କୁଲ ସମ୍ମୁଖରେ ଚଣା, ମୁଢ଼ି ବିକିଲେ ଛାତ୍ର

ପୁରୁଷୋତ୍ତମପୁର,୨୫ା୮(ଡି.ଏନ୍‌.ଏ.): ସରକାର ଶିକ୍ଷା ଅଧିକାର ଆଇନ(ରାଇଟ୍‌ ଟୁ ଏଜୁକେଶନ) ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ‘ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁ’ ର ନାରା ଦେଇ ପିଲାଙ୍କୁ ସ୍କୁଲ ଆସିବା ଲାଗି ଆଗ୍ରହ ସୃଷ୍ଟି କରିବା ଦିଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ପୋଷାକ, ଜୋତା ଆଦି ପ୍ରଦାନ କରୁଥିବା ବେଳେ ଖୋଦ୍‌ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲାରେ ଶିକ୍ଷା ବିଭାଗୀୟ କର୍ମଚାରୀଙ୍କ ଉଦାସୀନତାରୁ ପୁରୁଷୋତ୍ତମପୁର ଏନ୍‌ଏସିର କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇବାରୁ ବଞ୍ଚିତ ହୋଇ ପାଠ ପଢ଼ି ନ ପାରି ସ୍କୁଲ ଗେଟ୍‌ ସମ୍ମୁଖରେ ଚଣା,ମୁଢ଼ି, ବିସ୍କେଟ, ଚକୋଲେଟ୍‌ ବିକ୍ରିକରି ଜଣେ ଛାତ୍ର ପ୍ରତିବାଦ କରୁଥିବାର ଦେଖିବାକୁ ମିଳିଛି। ଯାହାକି ଏଠାରେ ଏକ ଲଜ୍ଜାଜନକ ଘଟଣା ପାଲଟିଛି। କୁମାରୀ ଗ୍ରାମର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୁଅ ଶିବ ଶଙ୍କର ପଣ୍ଡା ନିକଟସ୍ଥ ଚଢେଆପଲ୍ଲୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେବାକୁ ନେଇ ନିଜଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାମଲେଖା ଖାଇବା ନିମନ୍ତେ ଗତ ୧୩ ତାରିଖଠାରୁ ଟ୍ରାନ୍ସଫର ସାର୍ଟିଫିକେଟ ଆଣି କୁମାରୀ ସ୍କୁଲକୁ ନାମ ଲେଖାଇବା ଲାଗି ଯାଇଥିବା ବେଳେ ଏହି ସାର୍ଟିଫିକେଟ ହେବ ନାହିଁ ଅନ୍‌ଲାଇନ୍‌ ସାର୍ଟିଫିକେଟ ଆଣିଲେ ହିଁ ହେବ କହି ପ୍ରଧାନ ଶିକ୍ଷୟିତ୍ରୀ ଫେରାଇ ଦେଲେ। ଏହାକୁ ନେଇ ସେ ପୁଣି ଚଢ଼େଆପଲ୍ଲୀ ସ୍କୁଲ ଯାଇ ଜଣାଇବା ସହ କୁମାରୀ ସ୍କୁଲ ଓ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବହୁବାର ଦୌଡ଼ି  ନୟାନ୍ତ ହୋଇଥିଲେ ମଧ୍ୟ କେହିହେଲେ ଗୁରୁତ୍ୱ ଦେଉନାହାନ୍ତି। ଏହାକୁ ନେଇ ନିଃସହାୟ ହେବା ପରେ ଶିକ୍ଷାରୁ ବଞ୍ଚିତ ହୋଇ ଶେଷରେ ଛାତ୍ରଙ୍କ ସହ ତାଙ୍କ ଅଭିଭାବକ କୁମାରୀ ସ୍କୁଲ ସମ୍ମୁଖରେ ଧାରଣା ଦେବା ସହ ଅଭିନବ ପ୍ରତିବାଦ କରି ଛାତ୍ର ଜଣକ ଚଣା, ମୁଢ଼ି ବିକ୍ରି କରୁଛନ୍ତି। ଶିକ୍ଷା ବିଭାଗର ଏଭଳି କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇ ତୁରନ୍ତ ଛାତ୍ରଙ୍କ ନାମ ଲେଖାଇ ଶିକ୍ଷାଦାନ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି

ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ):  ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri