ଆବୁଧାବି, ୬।୧୦: ଆଇପିଏଲ୍ର ଚଳିତ ସିଜନର ବିଂଶତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ୍ ହରାଇ ୧୯୩ ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ (୭୯ ରନ, ୪୭ ବଲ୍) ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ୱିଣ୍ଟନ ଡି କକ୍ ୨୩, ଅଧିନାୟକ ରୋହିତ୍ ଶର୍ମା ୩୫, କ୍ରୁନାଲ ପାଣ୍ଡ୍ୟା ୧୨ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ କରିଥିଲେ। ରାଜସ୍ଥାନ ପକ୍ଷରୁ ଶ୍ରେୟାସ ଗୋପାଳ ୨ଟି ଉଇକେଟ୍ ନେଇଥିଲେ।
Posted inଆଇପିଏଲ୍-୨୦୨୨, ଖେଳ