କେନ୍ଦ୍ର, ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଦେହଜୀବୀଙ୍କୁ ଆର୍ଥିକ ସହାୟତା ଦିଅ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):କରୋନା ମହାମାରୀ ଯୋଗୁ ଦେହଜୀବୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା ଦେବା ସହ ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଦ୍ରବ୍ୟ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସହାୟତା ଦେବା ବେଳେ କୌଣସି ରାଶନକାର୍ଡ କିମ୍ବା ଅନ୍ୟ ପ୍ରମାଣ ପତ୍ର ମଗାଯାଇ ପାରିବ ନାହିଁ। କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ କ୍ଷମତା ବଳରେ ଦେହଜୀବୀଙ୍କୁ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସହାୟତା କରିପାରିବେ। ଏହା ଅତ୍ୟନ୍ତ ଜରୁରିକାଳୀନ ଭାବେ କରାଯିବା ଦରକାର ବୋଲି ଏ.ନାଗେଶ୍ୱର ରାଓ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। କୌଣସି ସହାୟତାକୁ ଅପେକ୍ଷା ନ କରି କେନ୍ଦ୍ର ଓ ରାଜ୍ୟ ସରକାର ସହାୟତାର ହାତ ବଢାଇବା ଦରକାର ବୋଲି କହିଛନ୍ତି। ତେବେ କେବଳ ଯେଉଁମାନେ ସହାୟତା ପାଇଁ ଆସିବେ ସେମାନଙ୍କୁ ସହାୟତା ନ କରି ସମସ୍ତ ଅସହାୟଙ୍କ ନିକଟରେ ଯେପରି ସହାୟତା ପହଞ୍ଚି ପାରିବ ସେ ନେଇ ପଦକ୍ଷେପ ନେବାକୁ କୋର୍ଟ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ କରୋନା

ଭୁବନେଶ୍ୱର,୧୧।୯(ବ୍ୟୁରୋ)-ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଡାକ୍ତରଙ୍କ...

CORONAVIRUS UPDATE: ନୂଆ ୧୦୧ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ୯୦ କ୍ୱାରାଣ୍ଟାଇନ ସେଣ୍ଟରରୁ

ଭୁବନେଶ୍ୱର, ୧୩।୫(ବ୍ୟୁରୋ): ବୁଧବାର ସକାଳେ ରାଜ୍ୟରେ ଚିହ୍ନଟ ହୋଇଥିବା ୧୦୧ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ଜଣ କ୍ୱାରାଣ୍ଟାଇନ...

ବର୍ଷା ପାଇଁ ମାଜଣା: ଠାକୁରାଣୀଙ୍କୁ ପୂଜାକଲେ ଶତାଧିକ ମହିଳା

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଚଳିତ ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି ା ଜଳ ଅଭାବରୁ ଅନେକ ଅଞ୍ଚଳରେ ତଳି ମରିବାକୁ ବସଥିବାବେଳେ...

ଡିଏମ୍‌ଇଟି ଦାୟିତ୍ୱ ନେଲେ ରମାରମଣ ମହାନ୍ତି

ଭୁବନେଶ୍ୱର,୧।୧୧(ବ୍ୟୁରୋ): ଡାଇରେକ୍ଟର ଅଫ୍‌ ମେଡିକାଲ ଏଜୁକେଶନ୍‌ ଆଣ୍ଡ୍‌ ଟ୍ରେନିଂ(ଡିଏମ୍‌ଇଟି) ଭାବେ ଡା. ରମାରମଣ ମହାନ୍ତି ଦାୟିତ୍ୱ ନେଇଛନ୍ତି। ଡିଏମ୍‌ଇଟି ଡା. ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ରବିବାର...

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ୫ ଜିଲାକୁ ଅଧିକ ଫୋକସ୍‌

ଭୁବନେଶ୍ୱର, ୧୪।୭(ବ୍ୟୁରୋ): କୋଭିଡ ମୁକାବିଲା ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୫ ଜିଲାକୁ ଅଧିକ...

ଋଷିକୂଲ୍ୟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ: ୭ ବର୍ଷ ପରେ ଦିନରେ ଅଣ୍ଡାଦାନ ପ୍ରକ୍ରିୟା

ଗଞ୍ଜାମ,୨୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଜାରିରହିଛି l ଦୀର୍ଘ ୭ ବର୍ଷ ପରେ ଚଳିତ...

ଛାତ୍ରୀଙ୍କୁ ମାଡ଼, ଗାଳିଗୁଲଜ ଅଭିଯୋଗ: ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଧାରଣା

ରାଇକିଆ,୫ା୧୧(ଡି.ଏନ୍‌.ଏ.)-ବିଦ୍ୟାଳୟରେ ମାଡ଼ ମରାଯିବା ସହ ଗାଳିଗୁଲଜ କରାଯାଇଥିବା ପ୍ରତିବାଦରେ ସୋମବାର କନ୍ଧମାଳ ଜିଲା ରାଇକିଆ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ଧାରଣାରେ ବସିଥିଲେ ା...

ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଆରମ୍ଭ: ପ୍ରତ୍ୟକ୍ଷ ଜମି କିଣିଲେ ସରକାର

ପୁରୀ ଅଫିସ,୨୨ା୧୦: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ସୋମବାର ବାସେଳିସାହି ଓ ମଣିକର୍ଣ୍ଣିକା ସାହିର ୫ ପରିବାରଠୁ ପ୍ରତ୍ୟକ୍ଷ ଜମି...

Advertisement
Archives

Model This Week