ସୁନାମୁଦି ବନ୍ଧକ ରଖି ମାଟ୍ରିକ ପଢ଼ାଇଥିଲେ ମା’

ମା’ ସୁନାମୁଦି ବନ୍ଧକ ରଖି ଯେଉଁ ଟଙ୍କା ଆଣିଥିଲେ, ସେଥିରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଝିଅ ସ୍ବର୍ଣ୍ଣପ୍ରଭା। ସୁନାର ଧାତୁଟି ସିନା ଅନ୍ୟ ପାଖକୁ ଚାଲିଗଲା, କିନ୍ତୁ ଅସଲ ସୁନା ହୋଇ ଚମକିଲେ ସ୍ବର୍ଣ୍ଣପ୍ରଭା। ଏଇ ନିକଟରେ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ୯୦ ପ୍ରତିଶତ ମାର୍କ ରଖି ସେ ସ୍କୁଲ ଟପ୍ପର ହୋଇଛନ୍ତି। ଏବେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବାକୁ ଇଚ୍ଛା। ସେଥିପାଇଁ ଘରଲୋକଙ୍କୁ ପୁଣି ଅର୍ଥ ଚିନ୍ତା ଘାରିଛି।

କଟକ ଅଫିସ,୪। ୮: କାଜିବଜାର ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ସ୍ବର୍ଣ୍ଣପ୍ରଭା ସେଠୀ। କାଳିଗଳିର ଦୁଇ ବଖରା ଘରେ ତାଙ୍କର ପରିବାର ରୁହନ୍ତି। ବାପା ଛବିନ୍ଦ୍ର ସେଠୀ ପ୍ରେସ୍‌ରେ କାମ କରୁଥିଲେ। ପ୍ରେସଗୁଡ଼ିକର କାର୍ଯ୍ୟ ଡିଜିଟାଲାଇଜ ହେବା ପରେ ତାଙ୍କର ଚାକିରି ଚାଲିଯାଇଥିଲା। ୬ ବର୍ଷ ହେବ ସେ ଶିଶୁଭବନ ପରିସରରେ ଥିବା ଆହାର କେନ୍ଦ୍ରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛନ୍ତି।
ବଡ଼ଝିଅ ସୁଭଦ୍ରା ମାଟ୍ରିକରେ ୮୨ ପ୍ରତିଶତ ମାର୍କ ରଖିବା ପରେ ଏବେ ସେ ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟରେ ଯୁକ୍ତଦୁଇ ଦ୍ୱିତୀୟ ବର୍ଷ ପରୀକ୍ଷା ଦେଇଛନ୍ତି। ଗତ ଶିକ୍ଷାବର୍ଷରେ ବଡ଼ଝିଅ ସୁଭଦ୍ରାଙ୍କ ଯୁକ୍ତଦୁଇ ପରୀକ୍ଷା ଓ ସାନଝିଅ ସ୍ବର୍ଣ୍ଣପ୍ରଭାଙ୍କ ମାଟ୍ରିକ ପରୀକ୍ଷା ରହିଥିଲା। ତେଣୁ ଉଭୟଙ୍କର ଟ୍ୟୁସନ ଓ ପାଠପଢ଼ା ଖର୍ଚ୍ଚ ଉଠାଇବା ଚିନ୍ତା ଘାରିଥିଲା। ପାଖରେ ଟଙ୍କା ନ ଥିବାରୁ ସ୍ତ୍ରୀ ଶକୁନ୍ତଳାଙ୍କ ସୁନାମୁଦି ବନ୍ଧା ପକାଇବାକୁ ହୋଇଥିଲା। ସେହିଥିରେ ସେମାନଙ୍କର ପଢ଼ାଖର୍ଚ୍ଚ ତୁଲାଇଥିଲେ ମା’-ବାପା। ଏତେ ସବୁ ଅଭାବ ଭିତରେ ବି ଝିଅ ସ୍ବର୍ଣ୍ଣପ୍ରଭା ଭଲ ପାଠ ପଢ଼ି ସୁନା ପରି ଚମକିଲେ। ୯୦ ପ୍ରତିଶତ ମାର୍କ ରଖି ସେ ସ୍କୁଲ ଟପ୍ପର ହେଲେ। ମା’ ପାଠପଢ଼ାରେ ଉତ୍ସାହିତ କରୁଥିଲେ। ଦିନକୁ ୧୦ରୁ ୧୨ ଘଣ୍ଟା ପଢୁଥିବାରୁ ଏହି ସଫଳତା ମିଳିଥିବା ସ୍ବର୍ଣ୍ଣ କହିଛନ୍ତି। ଏବେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବା ପାଇଁ ତାଙ୍କର ଇଚ୍ଛା। ଏହି ପାଠ୍ୟକ୍ରମରେ ଖର୍ଚ୍ଚ ମଧ୍ୟ ଅଧିକ। କରୋନା ସ୍ଥିତିରେ ଏବେ ଅନ୍‌ଲାଇନ୍‌ ପାଠପଢ଼ା ଚାଲିଛି। ଏତେସବୁ ଖର୍ଚ୍ଚ ଓ ଏତେ ସୁବିଧା ପାଇବା ତାଙ୍କ ପକ୍ଷେ ସହଜ କଥା ନୁହେଁ। ମା’ ଶକୁନ୍ତଳା କହିଛନ୍ତି, ସେ ଅର୍ଥ ଅଭାବରୁ ୯ମ ଶ୍ରେଣୀରୁ ପାଠ ଛାଡ଼ିଥିଲେ। କିନ୍ତୁ ତାଙ୍କ ଝିଅମାନେ ମଧ୍ୟ ସେୟା ହୁଅନ୍ତୁ, ସେ ଚାହୁଁ ନ ଥିଲେ। ସମସ୍ତ ଅଭାବ ସତ୍ତ୍ୱେ ଏତେବାଟ ଦୁଇଝିଅଙ୍କୁ ପଢ଼ାଇ ଆଣିଲେ। ଆଗକୁ ଉଚ୍ଚଶିକ୍ଷା ପାଇଁ ଯେ କୌଣସି ସ୍ତରରୁ ସହାୟତା ମିଳିଲେ ସ୍ବର୍ଣ୍ଣପ୍ରଭାଙ୍କ ସ୍ବପ୍ନ ନିଶ୍ଚୟ ପୂରଣ ହେବ ବୋଲି ସେମାନେ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁଜରନେମ ବିବାଦ: ହ୍ବାଟସଆପ ପରେ, ଆଇଟି ମନ୍ତ୍ରଣାଳୟ ଏବେ ସିଗନାଲ-ଟେଲିଗ୍ରାମକୁ ପଠାଇଛି ନୋଟିସ

ନୂଆଦିଲ୍ଲୀ,୨।୭: ୟୁଜରନେମ ଫିଚରକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ହ୍ବାଟସଆପ ପରେ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ (MeitY) ଏବେ ଟେଲିଗ୍ରାମ ଏବଂ ସିଗନାଲକୁ ମଧ୍ୟ…

ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା, ୨୫ରେ ରଥ ଉପରେ…

ବରଗଡ଼, ୨ା୭ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲିସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ…

ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ: ‘ପିଲାଟିଏ ଗଛଟିଏ’ ଅଭିଯାନରେ …

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ୭୬ ତମ ବନ…

ଟ୍ରକ୍ ମିଳିଲା, ଚପଲ ମିଳିଲା…ହେଲେ ୮ ଦିନ ହେଲା ଡ୍ରାଇଭରଙ୍କ ପତ୍ତା ନାହିଁ, ଭୋକ-ଉପାସରେ ଏ ଥାନାରୁ ସେ ଥାନା ବୁଲି ନୟାନ୍ତ…

ଦିଗପହଣ୍ଡି, ୨ା୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଜଣେ ଗାଡ଼ି ଚାଳକ ବାପୁଜୀ ସ୍ୱାଇଁ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି।…

ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବେ ନାହିଁ ପୁଅ ମୋଜତାବା, ଜାଣନ୍ତୁ କାରଣ

ତେହରାନ,୨।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପରଲୋକ ପରେ ସମଗ୍ର ଦେଶରେ ଗଭୀର ଶୋକ ପ୍ରକାଶ ପାଇଛି। ରାଜଧାନୀ ତେହରାନରୁ ଆରମ୍ଭ କରି ମଶାଦ,…

ଦେଓ ନଦୀ ପୋଲ ଉପରେ ଗୋ-ଚାଲାଣ ଗାଡ଼ି ସହ ଅଟୋର ମୁହାଁମୁହିଁ ଧକ୍କା: ଗୋଟିଏ ବଳଦ ମୃତ, ଗୋ-ମାଫିଆ…

ପାଟଣା, ୨ା୭ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା-କରଞ୍ଜିଆ ଦେଇଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି। ସାହାରପଡା ସ୍ଥିତ…

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବଦଳିଲା ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚର ସମୟ, ଜାଣନ୍ତୁ କେତେବେଳେ ଆରମ୍ଭ ହେବ…

ନୂଆଦିଲ୍ଲୀ,୨।୭: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଟିମ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି। ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri