ସୁନାମୁଦି ବନ୍ଧକ ରଖି ମାଟ୍ରିକ ପଢ଼ାଇଥିଲେ ମା’

ମା’ ସୁନାମୁଦି ବନ୍ଧକ ରଖି ଯେଉଁ ଟଙ୍କା ଆଣିଥିଲେ, ସେଥିରେ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଝିଅ ସ୍ବର୍ଣ୍ଣପ୍ରଭା। ସୁନାର ଧାତୁଟି ସିନା ଅନ୍ୟ ପାଖକୁ ଚାଲିଗଲା, କିନ୍ତୁ ଅସଲ ସୁନା ହୋଇ ଚମକିଲେ ସ୍ବର୍ଣ୍ଣପ୍ରଭା। ଏଇ ନିକଟରେ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ୯୦ ପ୍ରତିଶତ ମାର୍କ ରଖି ସେ ସ୍କୁଲ ଟପ୍ପର ହୋଇଛନ୍ତି। ଏବେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବାକୁ ଇଚ୍ଛା। ସେଥିପାଇଁ ଘରଲୋକଙ୍କୁ ପୁଣି ଅର୍ଥ ଚିନ୍ତା ଘାରିଛି।

କଟକ ଅଫିସ,୪। ୮: କାଜିବଜାର ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ସ୍ବର୍ଣ୍ଣପ୍ରଭା ସେଠୀ। କାଳିଗଳିର ଦୁଇ ବଖରା ଘରେ ତାଙ୍କର ପରିବାର ରୁହନ୍ତି। ବାପା ଛବିନ୍ଦ୍ର ସେଠୀ ପ୍ରେସ୍‌ରେ କାମ କରୁଥିଲେ। ପ୍ରେସଗୁଡ଼ିକର କାର୍ଯ୍ୟ ଡିଜିଟାଲାଇଜ ହେବା ପରେ ତାଙ୍କର ଚାକିରି ଚାଲିଯାଇଥିଲା। ୬ ବର୍ଷ ହେବ ସେ ଶିଶୁଭବନ ପରିସରରେ ଥିବା ଆହାର କେନ୍ଦ୍ରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛନ୍ତି।
ବଡ଼ଝିଅ ସୁଭଦ୍ରା ମାଟ୍ରିକରେ ୮୨ ପ୍ରତିଶତ ମାର୍କ ରଖିବା ପରେ ଏବେ ସେ ଶୈଳବାଳା ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟରେ ଯୁକ୍ତଦୁଇ ଦ୍ୱିତୀୟ ବର୍ଷ ପରୀକ୍ଷା ଦେଇଛନ୍ତି। ଗତ ଶିକ୍ଷାବର୍ଷରେ ବଡ଼ଝିଅ ସୁଭଦ୍ରାଙ୍କ ଯୁକ୍ତଦୁଇ ପରୀକ୍ଷା ଓ ସାନଝିଅ ସ୍ବର୍ଣ୍ଣପ୍ରଭାଙ୍କ ମାଟ୍ରିକ ପରୀକ୍ଷା ରହିଥିଲା। ତେଣୁ ଉଭୟଙ୍କର ଟ୍ୟୁସନ ଓ ପାଠପଢ଼ା ଖର୍ଚ୍ଚ ଉଠାଇବା ଚିନ୍ତା ଘାରିଥିଲା। ପାଖରେ ଟଙ୍କା ନ ଥିବାରୁ ସ୍ତ୍ରୀ ଶକୁନ୍ତଳାଙ୍କ ସୁନାମୁଦି ବନ୍ଧା ପକାଇବାକୁ ହୋଇଥିଲା। ସେହିଥିରେ ସେମାନଙ୍କର ପଢ଼ାଖର୍ଚ୍ଚ ତୁଲାଇଥିଲେ ମା’-ବାପା। ଏତେ ସବୁ ଅଭାବ ଭିତରେ ବି ଝିଅ ସ୍ବର୍ଣ୍ଣପ୍ରଭା ଭଲ ପାଠ ପଢ଼ି ସୁନା ପରି ଚମକିଲେ। ୯୦ ପ୍ରତିଶତ ମାର୍କ ରଖି ସେ ସ୍କୁଲ ଟପ୍ପର ହେଲେ। ମା’ ପାଠପଢ଼ାରେ ଉତ୍ସାହିତ କରୁଥିଲେ। ଦିନକୁ ୧୦ରୁ ୧୨ ଘଣ୍ଟା ପଢୁଥିବାରୁ ଏହି ସଫଳତା ମିଳିଥିବା ସ୍ବର୍ଣ୍ଣ କହିଛନ୍ତି। ଏବେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବା ପାଇଁ ତାଙ୍କର ଇଚ୍ଛା। ଏହି ପାଠ୍ୟକ୍ରମରେ ଖର୍ଚ୍ଚ ମଧ୍ୟ ଅଧିକ। କରୋନା ସ୍ଥିତିରେ ଏବେ ଅନ୍‌ଲାଇନ୍‌ ପାଠପଢ଼ା ଚାଲିଛି। ଏତେସବୁ ଖର୍ଚ୍ଚ ଓ ଏତେ ସୁବିଧା ପାଇବା ତାଙ୍କ ପକ୍ଷେ ସହଜ କଥା ନୁହେଁ। ମା’ ଶକୁନ୍ତଳା କହିଛନ୍ତି, ସେ ଅର୍ଥ ଅଭାବରୁ ୯ମ ଶ୍ରେଣୀରୁ ପାଠ ଛାଡ଼ିଥିଲେ। କିନ୍ତୁ ତାଙ୍କ ଝିଅମାନେ ମଧ୍ୟ ସେୟା ହୁଅନ୍ତୁ, ସେ ଚାହୁଁ ନ ଥିଲେ। ସମସ୍ତ ଅଭାବ ସତ୍ତ୍ୱେ ଏତେବାଟ ଦୁଇଝିଅଙ୍କୁ ପଢ଼ାଇ ଆଣିଲେ। ଆଗକୁ ଉଚ୍ଚଶିକ୍ଷା ପାଇଁ ଯେ କୌଣସି ସ୍ତରରୁ ସହାୟତା ମିଳିଲେ ସ୍ବର୍ଣ୍ଣପ୍ରଭାଙ୍କ ସ୍ବପ୍ନ ନିଶ୍ଚୟ ପୂରଣ ହେବ ବୋଲି ସେମାନେ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀନହରକୁ ବିଜେ ହେଲା ଖଡ଼ିପ୍ରସାଦ: ମହାପ୍ରଭୁଙ୍କର ହେଲା ବନକଲାଗି

ପୁରୀ ଅଫିସ, ୨ା୭: ଶ୍ରୀନହରକୁ ମଙ୍ଗଳବାର ଖଡ଼ି ପ୍ରସାଦ ବିଜେ କରାଯାଇଛି। ପୂର୍ବାହ୍ନରେ ଦତ୍ତମହାପାତ୍ର ସେବକ ଏବଂ ଦଇତାପତି ସେବକମାନେ ଶ୍ରୀନହରକୁ ଖଡ଼ି ପ୍ରସାଦ ବିଜେ...

ଅଜୟ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଅଜୟ କୁମାର ପଟ୍ଟନାୟକ ୨୦୧୯ ବର୍ଷ ପାଇଁ ଓଡ଼ିଶାରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ତାଙ୍କ...

ପ୍ରଥମଥର ଖୋଲିଲା ନାଇଟ୍‌ ବଜାର

ଭୁବନେଶ୍ୱର, ୧୬।୧ (ବ୍ୟୁରୋ):ହକି ବିଶ୍ୱକପ୍‌କୁ ଅଧିକ ରଙ୍ଗାରଙ୍ଗ କରିବା ସହ ଅତିଥି, ପର୍ଯ୍ୟଟକ, ଖେଳପ୍ରେମୀ ଓ ସହରବାସୀଙ୍କୁ ବିଶ୍ୱସ୍ତରୀୟ ଅନୁଭବ ଦେବା ପାଇଁ ଭୁବନେଶ୍ୱରରେ ଆରମ୍ଭ...

ମହିଳା, ଶିଶୁଙ୍କଠାରେ ରକ୍ତହୀନତା ବଢୁଛି

କେନ୍ଦ୍ରାପଡ଼ା,୧୩।୭ (ଜଗନ୍ନାଥ ଧଳ)ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌- ୫) କେନ୍ଦ୍ରାପଡ଼ା ଜିଲାର ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ ଉଦ୍‌ବେଗଜନକ ରିପୋର୍ଟ ପ୍ରକାଶ କରିଛି।...

ଫାଟ ଲୁଚାଇବାକୁ ସିମେଣ୍ଟ ଲେପ

ବୁଗୁଡ଼ା,୧୨ା୬(ଡି.ଏନ.ଏ.): ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଥିବା ବେଳେ ତାହା ଶେଷ ହେବା ପୂର୍ବରୁ କାନ୍ଥ ଫାଟି...

ରକ୍ତଦାନ କରି ମଧୁବାବୁଙ୍କୁ ସମ୍ମାନ ଜଣାଇଲେ ଓକିଲ

ସୁନ୍ଦରଗଡ, ୨୯।୪ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଓକିଲସଂଘ ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୨ତମ ଜୟନ୍ତୀ ଓ ଆଇନଜୀବୀ ଦିବସ ସାମାଜିକ ଦୂରତ୍ୱ ବଜାୟ...

ପ୍ରାକ୍‌ ବାତ୍ୟା ମୁକାବିଲା ସମୀକ୍ଷା: ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୫(ବ୍ୟୁରୋ)-ଆସନ୍ତା ୧୯ କିମ୍ବା ୨୦ ତାରିଖରେ ସାମୁଦ୍ରିକ ଝଡ଼ ଅମ୍ଫନ୍‌ ସ୍ଥଳଭାଗ ଅତିକ୍ରମ କରିବ। ରାଜ୍ୟର ୧୨ଟି ଜିଲା ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଛି।...

ଏଥର ଅକ୍ସିଜେନ୍‌ ରାଖୀ କିଟ୍‌

କଟକ ଅଫିସ, ୧୨ା୮: ଭାଇ-ଭଉଣୀର ସମ୍ପର୍କକୁ ଆଉଟିକେ ମଜଭୁତ କରିବା ପାଇଁ ପ୍ରତିବର୍ଷ ପାଳନ କରାଯାଏ ରକ୍ଷାବନ୍ଧନ ପର୍ବ ବା ଗହ୍ମାପୂର୍ଣ୍ଣିମା। ଆସନ୍ତା ୨୨ ତାରିଖରେ...

Advertisement
Archives

Model This Week