Posted inଜାତୀୟ

ବୋହୂ ଜୀବିତ: ହତ୍ୟା ଅପରାଧରେ ଜେଲରେ ସ୍ବାମୀ-ଶାଶୁ-ଶ୍ୱଶୁର

ବୁଲନ୍ଦସହର, ୪।୮: ଉତ୍ତରପ୍ରଦେଶ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। ରାଜ୍ୟ ପୋଲିସ ଅପରାଧୀଙ୍କୁ ଦଣ୍ଡଦେବା ପରିବର୍ତ୍ତେ ସାଧାରଣ ଲୋକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି। ଏହାର ସଦ୍ୟତମ ଉଦାହରଣ ବୁଲନ୍ଦ ସହରର ଘଟିଛି। ଏଠାରେ ବରିଶା ନାମକ ଜଣେ ମହିଳାଙ୍କୁ ଯୋତୁକ ନିର୍ଯାତନ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ମହିଳାଙ୍କ ମୃତଦେହ ମଧ୍ୟ ପୋଲିସ ଜବତ କରିଥିଲା। ପରେ ବରିଶାଙ୍କ ବାପ ଘର ସଦସ୍ୟଙ୍କ ଅଭିଯୋଗ ଅନୁସାରେ ସ୍ବାମୀ ଆମିର ଏବଂ ଶାଶୁ-ଶ୍ୱଶୁରଙ୍କୁ ଗିରଫ କରାଯାଇ ଜେଲରେ ଭର୍ତ୍ତି କରାଯାଇଥିଲା। ଆମିର ଏବଂ ତାଙ୍କ ମାତା ପିତା ବୋହୂଙ୍କୁ ସେମାନେ ହତ୍ୟା କରି ନ ଥିବା କହିଥିଲେ ମଧ୍ୟ ପୋଲିସ ବାବୁ ବିଶ୍ୱାସ କରି ନ ଥିଲେ। ଏବେ ଆଲିଗଡ଼ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟ ଅନୁସାରେ ବରିଶା ଜୀବିତ ଅଛନ୍ତି। ଏବେ ବୁଲନ୍ଦସହର ପୋଲିସ ବାବୁଙ୍କ ଅକଲ ଗୁଡୁମ୍‌ ହୋଇ ଯାଇଛି। ଅନ୍ୟ କୌଣସି ଅଜଣା ମହିଳାଙ୍କ ମୃତଦେହ ସଂସ୍କାର ବୁଲନ୍ଦସହର ପୋଲିସ କରିଥିବା ଜଣାପଡ଼ିଛି। ଆଲିଗଡ଼ ପୋଲିସ ବରିଶାଙ୍କୁ ତାଙ୍କ ମା’ଙ୍କ ସହିତ ବୁଲନ୍ଦ ସହର ପୋଲିସ ପାଖରେ ହାଜର କରିଛି। ମିଥ୍ୟା ହତ୍ୟା ଅଭିଯୋଗରେ ଜାଣିଶୁଣି ପୋଲିସ ଆମିର ଏବଂ ତାଙ୍କ ମାତା ପିତାଙ୍କୁ ଗିରଫ କରି ଜେଲ୍‌ରେ ରଖିଥିବା ଅଭିଯୋଗ ହୋଇଛି। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସଂସ୍କାର ପୂର୍ବରୁ ମୃତଦେହର ଯାଞ୍ଚ୍‌ ଭଲଭାବେ କାହିଁକି କରା ଗଲା ନାହିଁ ସେନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ଏନେଇ ସ୍ଥାନୀୟ ଏସ୍‌ପି ସନ୍ତୋଷ କୁମାର ସିଂ କହିଛନ୍ତି ଯେ, ବରିଶା ଜୁଲାଇ ୨୩ଠାରୁ ନିଖୋଜ ଥିଲେ। ଜୁଲାଇ ୨୭ରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଏକ ସୁଟକେସ୍‌ରୁ ଗାଜିଆବାଦ୍‌ର ସାହିବାବାଦ୍‌ରୁ ମିଳିଥିଲା। ଏହାକୁ ବରିଶାଙ୍କ ମୃତଦେହ ବୋଲି ପୋଲିସ ଧରିନେଇଥିଲା। ଏହାକୁ ବରିଶାଙ୍କ ପରିବାର ସଦସ୍ୟ ମଧ୍ୟ ଚିହ୍ନଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁମେ ମୋତେ ଭୋଟ୍‌ ଦିଅ, ମୁଁ ତୁମକୁ…

ନୂଆଦିଲ୍ଲୀ,୨୦ା୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଫସିଛନ୍ତି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ତାଙ୍କ ବିରୋଧରେ ପୋଲିସ...

‘କେଜ୍‌ରିଓ୍ବାଲଙ୍କୁ ଧୀର ମୃତ୍ୟୁ ଦିଆଯାଉଛି’

ନୂଆଦିଲ୍ଲୀ,୨୦।୪: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦେହରେ ମଧୁମେହ ସ୍ତର ବୃଦ୍ଧି ନେଇ ରାଜନୀତି ସରଗରମ ରହିଛି। ଗୋଟିଏ...

କଂଗ୍ରେସକୁ ବଡ଼ ଝଟ୍‌କା, ହାତ ଛାଡି ପଦ୍ମ ଧରିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ

ନୂଆଦିଲ୍ଲୀ, ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଲାଗିଲା ବଡ ଝଟକା। ହାତ ଛାଡିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ। ହାତ ଛାଡିଛନ୍ତି ହିମାଚଳ ପ୍ରଦେଶ କଂଗ୍ରେସ...

Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ନେତା ତାଜିନ୍ଦର ସିଂ

ସିମ୍‌ଲା,୨୦।୪: ହିମାଚଳ ପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ରାଜ୍ୟ ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ତାଜିନ୍ଦର ସିଂ ବିଟ୍ଟୁ ଦଳରୁ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri