Posted inଜାତୀୟ

ବୋହୂ ଜୀବିତ: ହତ୍ୟା ଅପରାଧରେ ଜେଲରେ ସ୍ବାମୀ-ଶାଶୁ-ଶ୍ୱଶୁର

ବୁଲନ୍ଦସହର, ୪।୮: ଉତ୍ତରପ୍ରଦେଶ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। ରାଜ୍ୟ ପୋଲିସ ଅପରାଧୀଙ୍କୁ ଦଣ୍ଡଦେବା ପରିବର୍ତ୍ତେ ସାଧାରଣ ଲୋକଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି। ଏହାର ସଦ୍ୟତମ ଉଦାହରଣ ବୁଲନ୍ଦ ସହରର ଘଟିଛି। ଏଠାରେ ବରିଶା ନାମକ ଜଣେ ମହିଳାଙ୍କୁ ଯୋତୁକ ନିର୍ଯାତନ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ମହିଳାଙ୍କ ମୃତଦେହ ମଧ୍ୟ ପୋଲିସ ଜବତ କରିଥିଲା। ପରେ ବରିଶାଙ୍କ ବାପ ଘର ସଦସ୍ୟଙ୍କ ଅଭିଯୋଗ ଅନୁସାରେ ସ୍ବାମୀ ଆମିର ଏବଂ ଶାଶୁ-ଶ୍ୱଶୁରଙ୍କୁ ଗିରଫ କରାଯାଇ ଜେଲରେ ଭର୍ତ୍ତି କରାଯାଇଥିଲା। ଆମିର ଏବଂ ତାଙ୍କ ମାତା ପିତା ବୋହୂଙ୍କୁ ସେମାନେ ହତ୍ୟା କରି ନ ଥିବା କହିଥିଲେ ମଧ୍ୟ ପୋଲିସ ବାବୁ ବିଶ୍ୱାସ କରି ନ ଥିଲେ। ଏବେ ଆଲିଗଡ଼ ପୋଲିସ ପକ୍ଷରୁ ଦାଖଲ ହୋଇଥିବା ରିପୋର୍ଟ ଅନୁସାରେ ବରିଶା ଜୀବିତ ଅଛନ୍ତି। ଏବେ ବୁଲନ୍ଦସହର ପୋଲିସ ବାବୁଙ୍କ ଅକଲ ଗୁଡୁମ୍‌ ହୋଇ ଯାଇଛି। ଅନ୍ୟ କୌଣସି ଅଜଣା ମହିଳାଙ୍କ ମୃତଦେହ ସଂସ୍କାର ବୁଲନ୍ଦସହର ପୋଲିସ କରିଥିବା ଜଣାପଡ଼ିଛି। ଆଲିଗଡ଼ ପୋଲିସ ବରିଶାଙ୍କୁ ତାଙ୍କ ମା’ଙ୍କ ସହିତ ବୁଲନ୍ଦ ସହର ପୋଲିସ ପାଖରେ ହାଜର କରିଛି। ମିଥ୍ୟା ହତ୍ୟା ଅଭିଯୋଗରେ ଜାଣିଶୁଣି ପୋଲିସ ଆମିର ଏବଂ ତାଙ୍କ ମାତା ପିତାଙ୍କୁ ଗିରଫ କରି ଜେଲ୍‌ରେ ରଖିଥିବା ଅଭିଯୋଗ ହୋଇଛି। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସଂସ୍କାର ପୂର୍ବରୁ ମୃତଦେହର ଯାଞ୍ଚ୍‌ ଭଲଭାବେ କାହିଁକି କରା ଗଲା ନାହିଁ ସେନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। ଏନେଇ ସ୍ଥାନୀୟ ଏସ୍‌ପି ସନ୍ତୋଷ କୁମାର ସିଂ କହିଛନ୍ତି ଯେ, ବରିଶା ଜୁଲାଇ ୨୩ଠାରୁ ନିଖୋଜ ଥିଲେ। ଜୁଲାଇ ୨୭ରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଏକ ସୁଟକେସ୍‌ରୁ ଗାଜିଆବାଦ୍‌ର ସାହିବାବାଦ୍‌ରୁ ମିଳିଥିଲା। ଏହାକୁ ବରିଶାଙ୍କ ମୃତଦେହ ବୋଲି ପୋଲିସ ଧରିନେଇଥିଲା। ଏହାକୁ ବରିଶାଙ୍କ ପରିବାର ସଦସ୍ୟ ମଧ୍ୟ ଚିହ୍ନଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?