ଧରାପଡ଼ିଲା ଦୁଇ ଲୁଟେରା ଗ୍ୟାଙ୍ଗ୍‌, ୮ ଗିରଫ

ଭୁବନେଶ୍ୱର,୪। ୮(ବ୍ୟୁରୋ):  କମିଶନରେଟ ପୋଲିସର ନିଦ ହଜାଇଥିବା ଦୁଇ ଲୁଟେରା ଗ୍ୟାଙ୍ଗ୍‌ ଧରାପଡିଛି। ଏଥିସହ ୮ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୭୦ ମୋବାଇଲ ଫୋନ୍‌, ୨୩ ଲାପ୍‌ଟପ୍‌, ୯ ବାଇକ ଓ ୨ ଏଲ୍‌ଇଡି ଟିଭି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚକେଇସିଆଣିରେ ରହୁଥିବା ରଞ୍ଜନ ସେନାପତି(୨୦), ମାଳିସାହି ମସ୍‌ଜିଦ କଲୋନୀର ସଞ୍ଜୟ ବେହେରା(୨୩), ବରମୁଣ୍ଡା ପାଲାମଣ୍ଡପ ସାହିର ମଣ୍ଟୁ ପାଇକରାୟ(୩୮) ଓ ସେକ୍‌ ଜାଭେଦ(୩୭)। ଏମାନେ ଦୁଇ ଲୁଟେରା ଗ୍ୟାଙ୍ଗ୍‌ର ସଦସ୍ୟ ହୋଇଥିବାବେଳେ ଏମାନଙ୍କ ନାମରେ ଖାରବେଳ ନଗର, ଖଣ୍ଡଗିରି, ଜଟଣୀ ଓ ଏୟାରଫିଲ୍ଡ ଥାନାରେ ଏକାଧିକ ମାମଲା ରହିଛି। ସେହିପରି ଅନ୍ୟ ୪ଜଣ ହେଲେ ସାମନ୍ତରାପୁରର ଚନ୍ଦନ କୁମାର ପ୍ରଧାନ(୨୭), ଗୁରୁଜଙ୍ଗ ଟାଙ୍ଗିସାହିର ଭାଗବତ ପ୍ରସାଦ ମହାପାତ୍ର(୩୨), ପୁରୀ ଜିଲା ଗୋପର ଆଲୋକ ବେହେରା(୨୮) ଓ ନିମାପଡାର ପ୍ରଦୀପ କୁମାର ଦାଶ(୩୩)। ଏମାନେ ଲୁଟ୍‌ ଓ ଚୋରି ସାମଗ୍ରୀ କିଣିବା ଅଭିଯୋଗରେ ଗିରଫ ହୋଇଥିଲେ। ତେବେ ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।
ଗତ କିଛିଦିନ ହେବ ରାଜଧାନୀରେ ଲୁଟ୍‌ ଓ ଚୋରି ବଢ଼ି ଯାଇଥିଲା। ପୋଲିସ ଅଧିକାରୀ ମଧ୍ୟ ବର୍ତ୍ତି ପାରି ନ ଥିଲେ। ଶେଷରେ ଏମାନଙ୍କୁ ଧରିବା ପାଇଁ ୩ଟି ସ୍କ୍ବାଡ୍‌ ଗଠନ କରାଯାଇ ଜେଲ୍‌ ଫେରନ୍ତା ଲୁଟେରାଙ୍କ ଉପରେ ନଜର ରଖିଥିଲା। ଏନେଇ ଏକ ତାଲିକା ପ୍ରସ୍ତୁତ କରାଯାଇ ଚଢ଼ାଉ ଆରମ୍ଭ ହୋଇଥିଲା। ପୋଲିସ ଦେଇଥିବା ସୂଚନାନୁସାରେ, ଗିରଫ ମଣ୍ଟୁ ଗ୍ୟାଙ୍ଗ୍‌ ଗଢି ଖଣ୍ଡଗିରି ଓ ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଛାତ୍ରାବାସକୁ ଟାର୍ଗେଟ କରୁଥିଲେ। ଦିନରେ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିବା ପରେ ରାତିରେ ସହଯୋଗୀଙ୍କ ସହ ସେ ବାଲ୍‌କୋନି ଦେଇ ହଷ୍ଟେଲରେ ପଶି ଲାପ୍‌ଟପ୍‌ ଓ ମୋବାଇଲ୍‌ ଫୋନ୍‌ ସମେତ ଯାହା ପାରୁଥିଲେ ଚୋରି କରୁଥିଲେ। ତେବେ ଯେପରି କେହି ସହଜରେ ଧରିପାରିବେ ନାହିଁ ସେଥିପାଇଁ ସେମାନେ ଦେହରେ ତେଲ ବୋଳି ଯାଉଥିଲେ। ରବିବାର ରାତିରେ ଖଣ୍ଡଗିରି ଅଞ୍ଚଳରେ ଯାଞ୍ଚବେଳେ ମଣ୍ଟୁ ଧରାପଡିଥିଲେ। ତାଙ୍କୁ ପଚରାଉଚରା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରି ସାମଗ୍ରୀ ଜବତ କରିବା ସହ ସେସବୁକୁ କିଣିଥିବା ୪ଜଣଙ୍କୁ ଗିରଫ କରାଯାଇଥିଲା।
ସେହିପରି ରଞ୍ଜନ, ସଞ୍ଜୟ ଓ ଜାଭେଦ ଅନ୍ୟଏକ ଗ୍ୟାଙ୍ଗ୍‌ କରିଥିଲେ। ସେମାନେ ଭିଡ଼ରେ ପଶି ଲୋକଙ୍କ ମୋବାଇଲ ଓ ପର୍ସ ଝାମ୍ପି ନେବା ସହ ରାତିରେ ଯାତ୍ରୀଙ୍କୁ ଅଟକାଇ ଲୁଟୁଥିଲେ। ଏହାସହ ଲୋକଙ୍କ ଘରେ ପଶି ଚୋରି କରୁଥିଲେ। ସ୍ପେଶାଲ ସ୍କ୍ବାଡ୍‌ ଏକ ଚୋରି ମୋବାଇଲ୍‌ ଫୋନ୍‌ର ଇଏମ୍‌ଆଇ ନମ୍ବରରୁ ସେମାନଙ୍କ ପାଖରେ ପହଞ୍ଚତ୍ଥିଲା।
ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଲୋକମାନେ ସେକେଣ୍ଡ ହ୍ୟାଣ୍ଡ୍‌ ସାମଗ୍ରୀ କିଣିବାବେଳେ ରସିଦ ବା ବିଲ୍‌ ଦେଖି କିଣନ୍ତୁ। ନ ହେଲେ ଜାଣତରେ ହେଉ ଅବା ଅଜାଣତରେ କ୍ରାଇମ୍‌ କରି ବସିବେ। ପ୍ରମାଣ ମିଳିଲେ ଆମେ ଗିରଫ କରିବାକୁ ବାଧ୍ୟ ହେବୁ। ଏହାସହ ବାଇକ୍‌ରେ ଜିପିଏସ୍‌ ଲଗାଇ ନିଜ ହେପାଜତରେ ରଖନ୍ତୁ ବୋଲି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri