Posted inରାଜ୍ୟ

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ଯାଏ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସବୁସ୍ଥାନରେ ଚକଅଖ ବନ୍ଦ ରଖିବାକୁ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ କୁହାଯାଇଛି। ଏନେଇ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାସହ କଂଗ୍ରେସ ତରଫରୁ ଖବରଦାତା ସମ୍ମିଳନୀ କରି ବନ୍ଦର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଯାଇଛି। ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଅଟୋ ଚଳାଚଳ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। ବନ୍ଦ ବେଳେ ଆଇନଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଡିଜିପି ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଜନସାଧାରଣ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବାକୁ ଡିଜିପି ମିଶ୍ର ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ୧୦୦ରୁ ଊର୍ଦ୍ଧ୍ୱ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ଡିସିପି ଶ୍ରବଣା ବିବେକ ଏମ୍‌ କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ କଂଗ୍ରେସ ଭବନରେ ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଦଳର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ପାରିତ ହୋଇଥିବା ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନ ଓଡ଼ିଶାର ସ୍ବାର୍ଥ ବିରୋଧୀ। ତୁରନ୍ତ ଏହାର ପ୍ରତ୍ୟାହାର ସହିତ ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତବର୍ଷ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହିତ ଚଳିତ ବନ୍ୟାରେ ପ୍ରପୀଡ଼ିତଙ୍କୁ ଉପଯୁକ୍ତ ସରକାରୀ ସହାୟତା ଯୋଗାଇଦେବା ଲାଗି ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସେ କହିଛନ୍ତି, ଗୁରୁବାର ଓଡ଼ିଶା ବନ୍ଦ ସମୟରେ କୌଣସି ହସ୍ପିଟାଲ୍‌ କିମ୍ବା ଚିକିତ୍ସାସେବାକୁ ବନ୍ଦ କରାଯିବ ନାହିଁ।
ଆପାତ୍‌କାଳୀନ ଚିକିତ୍ସା କେନ୍ଦ୍ର, ଡାଇଗ୍ନୋଷ୍ଟିକ୍‌ କେନ୍ଦ୍ର, ରକ୍ତଭଣ୍ଡାର, ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ ସମସ୍ତେ କାର୍ଯ୍ୟ କରିବେ। ଛାତ୍ରୀ ଛାତ୍ରଙ୍କର ସମସ୍ତ ପ୍ରକାର ପରୀକ୍ଷା ପାଇଁ କୌଣସି ବାଧା ରହିବ ନାହିଁ। ଏହାସହ ଆମ୍ବୁଲାନ୍ସ ସେବାକୁ କୌଣସି ପରିସ୍ଥିତିରେ ଅଟକାଯିବ ନାହିଁ। ରୋଗୀଙ୍କୁ ହସ୍ପିଟାଲ ନେଉଥିବା ଯେକୌଣସି ଗାଡ଼ିକୁ ତୁରନ୍ତ ରାସ୍ତା ଦିଆଯିବ। ଅଗ୍ନିଶମ
ବାହିନୀ, ଉଦ୍ଧାରକାରୀ ଦଳ ଓ ଜରୁରୀ ସେବାର ଯାନବାହନକୁ ସମ୍ପୂର୍ଣ୍ଣ ମୁକ୍ତ ରାସ୍ତା ଦିଆଯିବ। ଔଷଧ ଦୋକାନ, ଜନ ଔଷଧି କେନ୍ଦ୍ର ଓ ଜରୁରୀ ଚିକିତ୍ସା ସାମଗ୍ରୀର ଯୋଗାଣକୁ ବନ୍ଦରେ ସାମିଲ କରାଯିବନାହିଁ। ଦୁଗ୍ଧ ବିତରଣ କେନ୍ଦ୍ର, ଦୁଗ୍ଧ ଗାଡ଼ି ଓ ଆବଶ୍ୟକ ଦୁଗ୍ଧ ଯୋଗାଣ ବନ୍ଦରୁ ବାହାରେ ରହିବ। ଅନ୍ୟାନ୍ୟ ଜରୁରୀ ସେବାକୁ କୌଣସି ପ୍ରକାରେ ବାଧା ଦିଆଯିବ ନାହିଁ। ତେବେ ବସ୍‌, ଟ୍ରକ୍‌, ଅଟୋ ଚଳାଚଳ କରିବ ନାହିଁ। ଏପରିକି ଟ୍ରେନ୍‌ ମଧ୍ୟ ବନ୍ଦ ରହିବ। ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ବନ୍ଦ ରଖିବାକୁ ଆହ୍ବାନ ଦିଆଯାଇଛି।
ଏହି ଅବସରରେ ଓପିସିସି ମିଡିଆ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି, ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ଓ ଶୃଙ୍ଖଳିତ ଭାବେ ସଫଳ କରିବାକୁ ରାଜ୍ୟବାସୀଙ୍କୁ ଆହ୍ବାନ କରାଯାଉଛି। ବନ୍ଦ ସମୟରେ ରାସ୍ତାରେ ଶାନ୍ତିପୂର୍ଣ୍ଣ ପିକେଟିଂ, ଧାରଣା ଓ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ। ସାଧାରଣ ଲୋକଙ୍କ ସହିତ ନମ୍ର, ଭଦ୍ର, ସଂଯମୀ ଓ ଗଣତାନ୍ତ୍ରିକ ବ୍ୟବହାର କରିବାକୁ ଦଳର କର୍ମକର୍ତ୍ତାଙ୍କୁ କୁହାଯାଇଛି। ତେବେ ଏହି ବନ୍ଦ ଡାକରାକୁ ବିଜେଡି ସମର୍ଥନ ଜଣାଇଥିଲା। ମାତ୍ର ଉପରୁ ଚାପ ପଡ଼ିବା ଯୋଗୁ ଏବେ ବିଜେଡି ଓହରିଯାଇଛି। ମାତ୍ର ବିଜେଡିର ଅନ୍ତରାତ୍ମା ବନ୍ଦ ସହ ରହିଛି ବୋଲି ଦାସ କହିଛନ୍ତି। ତେବେ ଏହି ବନ୍ଦ କାର୍ଯ୍ୟକ୍ରମରେ ସିପିଆଇ, ସିପିଆଇ(ଏମ୍‌ଏଲ୍‌), ଫର୍‌ୱାର୍ଡ ବ୍ଲକ୍‌ ଭଳି ୯ଟି ଦଳ ଯୋଗଦେବେ ବୋଲି ଦାସ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ଇବିସି ପାଇଁ କମିଶନ ଗଢ଼ିଲେ ସରକାର

ଭୁବନେଶ୍ୱର, ୮।୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକରେ(ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ…

ବିଭାଜିତ ରାୟ ପ୍ରତ୍ୟାହାର ଆବେଦନର ପୁନର୍ବିଚାର କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮ା୧୦(ପି.ଟି.): ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଏବଂ ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ ଅଣାଯାଇଥିବା ୨୦୨୩ ଆଇନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନଗୁଡ଼ିକୁ ବୃହତ୍ତର ସାମ୍ବିଧାନିକ ପୀଠକୁ…

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?