ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତ

ବାରିପଦା ଅଫିସ,୨୭।୭ – ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ମଙ୍ଗଳବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଶତାଧିକ ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟକୁ ସାଇନ୍‌-ଏ-ଡାଏ ଘୋଷଣା କରିବା ସହିତ ଅନ୍‌ଲାଇନ ମାଧ୍ୟମରେ ପରୀକ୍ଷା ଓ ପାଠପଢ଼ା କରିବାକୁ ଦାବି କରିଛନ୍ତି। ଏହାକୁ ନେଇ ଅଭିଷେକ ପଣ୍ଡା ଓ ଶୁଭଜିତ ପାଣିଙ୍କ ନେତୃତ୍ୱରେ ଶତାଧିକ ଛାତ୍ରୀଛାତ୍ର ମୁଖ୍ୟ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଛନ୍ତି। ଘଟଣାସ୍ଥଳରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର ବସା, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଓ ପରୀକ୍ଷା ନିୟନ୍ତ୍ରକ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଛନ୍ତି। ବିଶ୍ୱବିଦ୍ୟାଳୟର କେତେଜଣ ଛାତ୍ରୀ କରୋନାରେ ସଂକ୍ରମିତ ହୋଇଥିବାରୁ ପରୀକ୍ଷା ପାଇଁ ସୁବ୍ୟବସ୍ଥା କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଥିଲେ। ମାତ୍ର ସଂକ୍ରମଣ ଭୟରେ ଛାତ୍ରୀଛାତ୍ରମାନେ ଅନ୍‌ଲାଇନ ପରୀକ୍ଷା ବ୍ୟବସ୍ଥା କରିବାକୁ ଜିଦ୍‌ରେ ଅଟଳ ରହିଛନ୍ତି ା
ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବେ ବିଶ୍ୱବିଦ୍ୟାଳୟର ୪ଟି ଛାତ୍ରୀ ନିବାସରେ ରହୁଥିବା ଶତାଧିକ ଛାତ୍ରୀଙ୍କ ମଧ୍ୟରୁ ୨୦ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ା ସେଥି ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସଂକ୍ରମିତ ଛାତ୍ରୀମାନେ ୪ର୍ଥ ଓ ୬ଷ୍ଠ ସେମିଷ୍ଟର ପରୀକ୍ଷାରେ ବସିରହି ପରୀକ୍ଷା ଦେବା ସମ୍ଭବ ହୋଇ ନ ଥିବା ବେଳେ ସୁସ୍ଥଥିବା ଛାତ୍ରୀଛାତ୍ରମାନେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଅନ୍‌ଲାଇନ ପରୀକ୍ଷା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଜୁଲାଇ ୩୧ ସୁଦ୍ଧା ଶେଷ ସେମିଷ୍ଟର ପରୀକ୍ଷା ଶେଷ କରି ଅଗଷ୍ଟ ୧୫ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରିବା କଥା। ଏନେଇ ସମସ୍ତ ଡିଗ୍ରୀ କଲେଜ, ସ୍ବୟଂଶାସିତ କଲେଜ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ପରୀକ୍ଷା ହେବାରେ ବିଳମ୍ବ ଘଟିଛି। ଫଳରେ ଛାତ୍ରୀଛାତ୍ରମାନେ ନିଜକୁ ସୁରକ୍ଷିତ ନ ମଣି ଅଫ୍‌ଲାଇନ ପରୀକ୍ଷା ଦେବାକୁ ଅମଙ୍ଗ ହୋଇଛନ୍ତି ା ତେବେ ଠିକ୍‌ ସମୟରେ ଶେଷ ସେମିଷ୍ଟର ପରୀକ୍ଷା ହୋଇ ଫଳାଫଳ ପ୍ରକାଶ କରା ନ ଗଲେ ବହୁ ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷାରୁ ବଞ୍ଚିିତ ହେବେ ବୋଲି ପଲ୍ଲୀଶ୍ରୀ ଘୋଷ, ଆଶିଷ ଜେନା, ବିଷ୍ଣୁପଦ ନାୟକ ପ୍ରମୁଖ ଛାତ୍ରୀଛାତ୍ର କହିଛନ୍ତି। ତେବେ ସଂକ୍ରମଣ ରୋକିବା ପର୍ଯ୍ୟନ୍ତ ଅନ୍‌ଲାଇନ ପରୀକ୍ଷା ଓ ଶିକ୍ଷାଦାନ କରା ନ ଗଲେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରୀଛାତ୍ରମାନେ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ରଶ୍ମୀରେଖା ବାରିକ, ଉତ୍ତମ ମହାପାତ୍ର, କେଶବ ରାଉତ, ନିଗମପ୍ରିୟା ଦାଶ, ମନୋସ୍ବିନ ନାୟକ, ଶୁଭସ୍ମିତା ମହାନ୍ତି, ପ୍ରୀତି ଖମାରୀଙ୍କ ସମେତ ବହୁ ଛାତ୍ରୀଛାତ୍ର ସାମିଲ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ ଟ୍ରାପ୍‌ କ୍ୟାମେରା ଚୋରି

କେନ୍ଦୁଝର/ପାଟଣା,୧୧ା୩(ସ୍ବ.ପ୍ର.): ମହାବଳ ବାଘର ଗତିବିଧି ନିରୀକ୍ଷଣ ପାଇଁ କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ଲଗାଯାଇଥିବା ୨ ଟ୍ରାପ୍‌ (ସିସିଟିଭି) କ୍ୟାମେରା ଚୋରି ହୋଇଯାଇଛି। ଦୁଇ...

ଏ.ଜି . କାର୍ଯ୍ୟାଳୟରେ ପହଞ୍ଚିନି ୪୦୦ ଜଣଙ୍କର ଅବସରକାଳୀନ ପେନ୍‌ସନ୍‌

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରାୟ ୪୦୦ ଜଣଙ୍କର ଅବସରକାଳୀନ ପେନ୍‌ସନ୍‌ କାଗଜପତ୍ର ଭୁବନେଶ୍ୱରସ୍ଥିତ ଏ.ଜି କାର୍ଯ୍ୟାଳୟରେ ପହଞ୍ଚି ନ ଥିବାରୁ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇବାକୁ...

ଗୋପାଳ ସାର୍‌ଙ୍କୁ ଧକ୍କା ଦେଲା ସ୍କୁଲ ବସ୍‌

ଗଞ୍ଜାମ,୨୬।୪(ଡି.ଏନ୍‌.ଏ.): ଗଞ୍ଜାମ ସହର ନିକଟସ୍ଥ ଶନିମନ୍ଦିର ପାଖରେ ମଙ୍ଗଳବାର ଏକ ସ୍କୁଲ ବସ୍‌ ଧକ୍କାରେ ଜଣେ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଦାମୋଦର...

ଜୁଆଡ଼ିଙ୍କ ପାଖରୁ ମିଳିଲା ୨.୨୫ ଲକ୍ଷ ଟଙ୍କା, ୧୨ ଦାମୀ କାର୍‌

ଗୁଣପୁର,୧ା୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ପୋଲିସ ଏକ ବଡ଼ ଧରଣର ଜୁଆଆଡ୍ଡା ଉପରେ ଚଢ଼ାଉ କରି ୧୫ ଜୁଆଡ଼ିଙ୍କୁ ଗିରଫ କରିବା ସହ ୨ ଲକ୍ଷ...

ପୋତି ହୋଇଛି ୨୦ରୁ ଊର୍ଦ୍ଧ୍ୱ ପୁରାଣ ପ୍ରସିଦ୍ଧ ପୋଖରୀ

କେନ୍ଦ୍ରାପଡ଼ା ଅଫିସ,୮।୨: ୧୮୮୫ ମେ ୧୮ରେ ଲର୍ଡ ରିପନ ସ୍ବାୟତ୍ତ ଶାସନ ପ୍ରସ୍ତାବ ଗ୍ରହଣ ପୂର୍ବରୁ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି ଭାବେ ୧୮୬୯ ମାର୍ଚ୍ଚ ୧୦ରେ...

ଫାଇଲ ଖୋଲିବାକୁ ଅଧିକାରୀ ଅନିଚ୍ଛୁକ

ଖୋର୍ଦ୍ଧା ଅଫିସ,୧୦ା୧୦: ଖୋର୍ଦ୍ଧା ଆଦର୍ଶ (ଟାଉନ) ଥାନା ଅଧୀନ ଗୁରୁଜଙ୍ଗରେ ୨୦୨୧ ଅକ୍ଟୋବର ୯ ତାରିଖ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଶ୍ୱଶୁର...

ବିଶ୍ରାମାଗାର ନିର୍ମାଣରେ ଦୂରଦୃଷ୍ଟି ଅଭାବ

ପରଜଙ୍ଗ, ୧୩।୭(ଡି.ଏନ.ଏ.) – ବିଶ୍ରାମାଗାର ନିର୍ମାଣରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଦୂରଦୃଷ୍ଟିର ଅଭାବ ପ୍ରତିବାଦରେ ମଙ୍ଗଳବାର ରାସ୍ତାକୁ ଓହ୍ଲାଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ...

ଗଞ୍ଜାମରେ ସମୁଦ୍ର ପଥ ମୁକୁଳା, ସୁରକ୍ଷା ଚିନ୍ତା

ଛତ୍ରପୁର,୭ା୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଦେଇଯାଇଥିବା ସମୁଦ୍ର ପଥ ମୁକୁଳା ରହିଛି। ଏନେଇ ସୁରକ୍ଷା ଚିନ୍ତା ଆହୁରି ବଢିଯାଇଛି। ସାମୁଦ୍ରିକ ଥାନା ବୋଟ୍‌ରେ ସମୁଦ୍ରରେ ପାଟ୍ରୋଲିଂ ହୋଇପାରୁନି।...

Advertisement
Archives

Model This Week