ନିର୍ମାଣ କାର୍ଯ୍ୟରେ ବେଆଇନ ପଥର ବ୍ୟବହାର

କେନ୍ଦୁଝର, ୨୭।୭ (ସ୍ବ.ପ୍ର.) – କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ପରିସରରେ ଓମ୍ବାଡସି ଅର୍ଥରେ ହେଉଥିବା କୋଠା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ପାହାଡ଼କୁ ତାଡ଼ି କୋଠା ନିର୍ମାଣ କରାଯାଉଥିଲେ ହେଁ ରାଜସ୍ବ ବିଭାଗ ପକ୍ଷରୁ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବ୍ୟାପକ ରାଜସ୍ବ ହାନୀ ଘଟୁଛି। ଅନ୍ୟପକ୍ଷରେ ଇଡ୍‌କୋ ପକ୍ଷରୁ କାମ ଚାଲୁଥିବା ବେଳେ ତଦାରଖ ପାଇଁ ସଂସ୍ଥାର କେହି ଉପସ୍ଥିତ ରହୁ ନ ଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ସଦର ତହସିଲ ଅନ୍ତର୍ଗତ ଗୋପୀନାଥ ପଞ୍ଚାୟତ ଅନ୍ତର୍ଗତ ଜାମୁନାଳିଆଠାରେ ସରକାରୀ ଇଞ୍ଜିନିୟରିଂ କଲେଜ ପରିସରରେ ଓମ୍ବାଡସି ଅର୍ଥରେ ପାଖାପାଖି ୨୦କୋଟି ଟଙ୍କା ବ୍ୟୟରେ ଏକାଡେମିକ୍‌ ବିଲ୍ଡିଂ, ସେଣ୍ଟ୍ରାଲ ଲାଇବ୍ରେରୀ, କାଫେ ଏରିଆ ନିର୍ମାଣ ଚାଲିଛି। ବ୍ୟୟ ଅଟକଳ, କାର୍ଯ୍ୟାରମ୍ଭ ଓ ଶେଷ ଆଦି ସୂଚନା ଫଳକ ଲଗାଯାଇ ନ ଥିବାରୁ ଠିକ ଖର୍ଚ୍ଚ ଜଣାପଡୁନାହିଁ। ପଥର ହୁଡ଼ିକୁ କାଟି ଏହି ନିର୍ମାଣ କାର୍ଯ୍ୟ ଚାଲିଛି। ଏଣୁ ଏଥିରୁ ବାହାରୁ ଥିବା ପଥରର ଠିକ ପରିଚାଳନା କରାଯାଉ ନ ଥିବାରୁ ଏଣେତେଣେ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ନିୟମ ଅନୁଯାୟୀ କାମ ପୂର୍ବରୁ ଉକ୍ତ ସ୍ଥାନରେ ଗଚ୍ଛିତ ପଥର ପରିମାଣ ଯାଞ୍ଚ କରିବା ପରେ ଏହାର ମୂଲ୍ୟ ଆକଳନ କରାଯାଇଥାଏ। ଉକ୍ତ ପଥର ବ୍ୟବହାର କରାଗଲେ ସେ ନେଇ ତହସିଲ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ରାଜସ୍ବ ଜମା କରିବାକୁ ପଡ଼ିଥାଏ। ଏହାପରେ ତହସିଲ ଅନୁମତି କ୍ରମେ ପଥର ଖନନ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା କଥା। ତା’ପରେ ପଥର ଏବଂ ମାଟି ବ୍ୟବହାର କରିବା କଥା। କିନ୍ତୁ ତହସିଲରୁ ଅନୁମତି ନ ନେଇ ତରବରିଆ ଭାବରେ ଉକ୍ତ ସ୍ଥାନରେ ଖନନ କରାଯାଉଛି। ସେହିପରି ତଦାରଖ କରୁଥିବା ସଂସ୍ଥାର ଯନ୍ତ୍ରୀମାନେ ସବୁବେଳେ ରହୁ ନ ଥିବାରୁ ଏହାର ସୁଯୋଗ ନେଇ ଠିକାଦାର ଖନନ ପରେ ଉକ୍ତ ସ୍ଥାନରେ ପିଲାର ନିର୍ମାଣ କରିବା ସହ ଉକ୍ତ ପଥର ଓ ମାଟି ଫିଲିଂ କରୁଛନ୍ତି। ଏହିପରି କାମ ଆରମ୍ଭ କେବେ ହେଲା ଏବଂ କେବେ ସରିବ ତାହାର ସୂଚନା ମଧ୍ୟ ଦିଆଯାଇନାହିଁ। ଏସମ୍ପର୍କରେ ଇଡ୍‌କୋର ଯନ୍ତ୍ରୀ ଗୌତମ ଜେନା କହିଛନ୍ତି, କାମର ତଦାରଖ କରାଯାଉଛି। ସେଠାରୁ ବାହାରୁଥିବା ପଥର ରଖିବା ପାଇଁ ଜାଗା ନ ଥିବାରୁ ନିୟମ ଅନୁଯାୟୀ ଫିଲିଂ କରାଯାଉଛି। ଅନ୍ୟପକ୍ଷରେ ସଦର ତହସିଲଦାର ଆଶିଷ ମହାପାତ୍ରଙ୍କୁ ପଚାରିବାରୁ ଉକ୍ତ ସ୍ଥାନରୁ ବାହାରୁଥିବା ପଥର ଆକଳନ କରାଯାଇ ରଖାଯାଇଛି। ଉକ୍ତ ପଥରକୁ ନିଲାମ କରାଯାଇ ବିକ୍ରୀ ହେବ। ସେହିପରି ଇଡ୍‌କୋ ଆଞ୍ଚଳିକ ମୁଖ୍ୟ ଭି.ଏସ.ଗିରି କହିଛନ୍ତି, ଇଡ୍‌କୋ ପକ୍ଷରୁ ଏକାଧିକ ସ୍ଥାନରେ କାମ ଚାଲିଥିବାରୁ ସବୁବେଳେ ଯନ୍ତ୍ରୀମାନେ ତଦାରଖ କରିବା ସମ୍ଭବ ନୁହେଁ ା ଉକ୍ତ ସ୍ଥାନରୁ ବାହାରୁଥିବା ପଥରକୁ ସେଠାରେ ପୋତି ତା ଉପରେ ବାଲି ଦେଇ ନିର୍ମାଣ କାମ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ନିରାକାରପୁର,୧୧।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀବ୍ଲକ ସାନ ରାଉତପଡା ପଞ୍ଚାୟତ ମୁଳିଝରଗଡ଼ ହାତୀଆ ଶୁଣି ପାହାଡ଼ ପାଦଦେଶରେ ଅବସ୍ଥିତ ମା’ଉଗ୍ରତାରାଙ୍କ ପୀଠରେ ବାସନ୍ତୀକ ଆଶ୍ୱିନ ନବରାତ୍ରର…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ଗାଁକୁ ବ୍ୟାପିଲାଣି କ୍ୟାମ୍ପସ ରାଜନୀତି; ମହାବିଦ୍ୟାଳୟ ଛାଡି ଗାଁରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ

ବଞ୍ଚୋ,୧୧।୧୦(ପ୍ରଦୋଷ ବିଶ୍ୱାଳ ): କ୍ୟାମ୍ପସରୁ ଗାଁ ମୁହାଁ ହେଲାଣି ଛାତ୍ର ସଂସଦ ନିର୍ବାଚନର ତାତି । ମହାବିଦ୍ୟାଳୟ ପରିସରରେ ସୀମିତ ରହିନାହିଁ ଛାତ୍ର ରାଜନୀତି । ଏବେ…

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

କିଶନନଗର ତହସିଲରେ ନୂଆ ନିଯୁକ୍ତିକୁ ନେଇ ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

କଟକ ସଦର,୧୧।୧୦(ସୁଶାନ୍ତ କୁମାର ଜେନା): କଟକ ଜିଲା କିଶନ ନଗର ତହସିଲ କାର୍ଯ୍ୟାଳୟ ରେ ଜଣେ ଅଧିକାରିଣୀ ତହସିଲଦାର ଭାବେ ଯୋଗ ଦେଉଥିବା ଖବର ରବିବାର ଗଣମାଧ୍ୟମରେ…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?