ନିର୍ମାଣ କାର୍ଯ୍ୟରେ ବେଆଇନ ପଥର ବ୍ୟବହାର

କେନ୍ଦୁଝର, ୨୭।୭ (ସ୍ବ.ପ୍ର.) – କେନ୍ଦୁଝର ସରକାରୀ ଇଞ୍ଜିନିୟରିଂ କଲେଜ ପରିସରରେ ଓମ୍ବାଡସି ଅର୍ଥରେ ହେଉଥିବା କୋଠା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ପାହାଡ଼କୁ ତାଡ଼ି କୋଠା ନିର୍ମାଣ କରାଯାଉଥିଲେ ହେଁ ରାଜସ୍ବ ବିଭାଗ ପକ୍ଷରୁ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ବ୍ୟାପକ ରାଜସ୍ବ ହାନୀ ଘଟୁଛି। ଅନ୍ୟପକ୍ଷରେ ଇଡ୍‌କୋ ପକ୍ଷରୁ କାମ ଚାଲୁଥିବା ବେଳେ ତଦାରଖ ପାଇଁ ସଂସ୍ଥାର କେହି ଉପସ୍ଥିତ ରହୁ ନ ଥିବା ଅଭିଯୋଗ ହେଉଛି।
ପ୍ରକାଶ ଯେ, ସଦର ତହସିଲ ଅନ୍ତର୍ଗତ ଗୋପୀନାଥ ପଞ୍ଚାୟତ ଅନ୍ତର୍ଗତ ଜାମୁନାଳିଆଠାରେ ସରକାରୀ ଇଞ୍ଜିନିୟରିଂ କଲେଜ ପରିସରରେ ଓମ୍ବାଡସି ଅର୍ଥରେ ପାଖାପାଖି ୨୦କୋଟି ଟଙ୍କା ବ୍ୟୟରେ ଏକାଡେମିକ୍‌ ବିଲ୍ଡିଂ, ସେଣ୍ଟ୍ରାଲ ଲାଇବ୍ରେରୀ, କାଫେ ଏରିଆ ନିର୍ମାଣ ଚାଲିଛି। ବ୍ୟୟ ଅଟକଳ, କାର୍ଯ୍ୟାରମ୍ଭ ଓ ଶେଷ ଆଦି ସୂଚନା ଫଳକ ଲଗାଯାଇ ନ ଥିବାରୁ ଠିକ ଖର୍ଚ୍ଚ ଜଣାପଡୁନାହିଁ। ପଥର ହୁଡ଼ିକୁ କାଟି ଏହି ନିର୍ମାଣ କାର୍ଯ୍ୟ ଚାଲିଛି। ଏଣୁ ଏଥିରୁ ବାହାରୁ ଥିବା ପଥରର ଠିକ ପରିଚାଳନା କରାଯାଉ ନ ଥିବାରୁ ଏଣେତେଣେ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ନିୟମ ଅନୁଯାୟୀ କାମ ପୂର୍ବରୁ ଉକ୍ତ ସ୍ଥାନରେ ଗଚ୍ଛିତ ପଥର ପରିମାଣ ଯାଞ୍ଚ କରିବା ପରେ ଏହାର ମୂଲ୍ୟ ଆକଳନ କରାଯାଇଥାଏ। ଉକ୍ତ ପଥର ବ୍ୟବହାର କରାଗଲେ ସେ ନେଇ ତହସିଲ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ରାଜସ୍ବ ଜମା କରିବାକୁ ପଡ଼ିଥାଏ। ଏହାପରେ ତହସିଲ ଅନୁମତି କ୍ରମେ ପଥର ଖନନ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା କଥା। ତା’ପରେ ପଥର ଏବଂ ମାଟି ବ୍ୟବହାର କରିବା କଥା। କିନ୍ତୁ ତହସିଲରୁ ଅନୁମତି ନ ନେଇ ତରବରିଆ ଭାବରେ ଉକ୍ତ ସ୍ଥାନରେ ଖନନ କରାଯାଉଛି। ସେହିପରି ତଦାରଖ କରୁଥିବା ସଂସ୍ଥାର ଯନ୍ତ୍ରୀମାନେ ସବୁବେଳେ ରହୁ ନ ଥିବାରୁ ଏହାର ସୁଯୋଗ ନେଇ ଠିକାଦାର ଖନନ ପରେ ଉକ୍ତ ସ୍ଥାନରେ ପିଲାର ନିର୍ମାଣ କରିବା ସହ ଉକ୍ତ ପଥର ଓ ମାଟି ଫିଲିଂ କରୁଛନ୍ତି। ଏହିପରି କାମ ଆରମ୍ଭ କେବେ ହେଲା ଏବଂ କେବେ ସରିବ ତାହାର ସୂଚନା ମଧ୍ୟ ଦିଆଯାଇନାହିଁ। ଏସମ୍ପର୍କରେ ଇଡ୍‌କୋର ଯନ୍ତ୍ରୀ ଗୌତମ ଜେନା କହିଛନ୍ତି, କାମର ତଦାରଖ କରାଯାଉଛି। ସେଠାରୁ ବାହାରୁଥିବା ପଥର ରଖିବା ପାଇଁ ଜାଗା ନ ଥିବାରୁ ନିୟମ ଅନୁଯାୟୀ ଫିଲିଂ କରାଯାଉଛି। ଅନ୍ୟପକ୍ଷରେ ସଦର ତହସିଲଦାର ଆଶିଷ ମହାପାତ୍ରଙ୍କୁ ପଚାରିବାରୁ ଉକ୍ତ ସ୍ଥାନରୁ ବାହାରୁଥିବା ପଥର ଆକଳନ କରାଯାଇ ରଖାଯାଇଛି। ଉକ୍ତ ପଥରକୁ ନିଲାମ କରାଯାଇ ବିକ୍ରୀ ହେବ। ସେହିପରି ଇଡ୍‌କୋ ଆଞ୍ଚଳିକ ମୁଖ୍ୟ ଭି.ଏସ.ଗିରି କହିଛନ୍ତି, ଇଡ୍‌କୋ ପକ୍ଷରୁ ଏକାଧିକ ସ୍ଥାନରେ କାମ ଚାଲିଥିବାରୁ ସବୁବେଳେ ଯନ୍ତ୍ରୀମାନେ ତଦାରଖ କରିବା ସମ୍ଭବ ନୁହେଁ ା ଉକ୍ତ ସ୍ଥାନରୁ ବାହାରୁଥିବା ପଥରକୁ ସେଠାରେ ପୋତି ତା ଉପରେ ବାଲି ଦେଇ ନିର୍ମାଣ କାମ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri