ଡିଇଓଙ୍କ ଅଫିସ ଆଗରେ ପଢ଼ିଲେ ଛାତ୍ରୀଛାତ୍ର

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। କେତେବେଳେ ଜିଲାରେ ନକଲୀ ଶିକ୍ଷକକୁ ନେଇ ଚର୍ଚ୍ଚା ଜୋର୍‌ ଧରି ଥିବାବେଳେ ଆଉକେବେ ସ୍କୁଲରେ ଛାତ୍ରୀଛାତ୍ରଙ୍କ ଅନୁପାତରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଅଭାବ ନେଇ ଅସନ୍ତୋଷ ଦେଖାଯାଇଛି। ଏଭଳି ଅସନ୍ତୋଷ ଆନ୍ଦୋଳନ ରୂପ ମଧ୍ୟ ନେଉଛି। ସୋମବାର ବରଗଡ଼ ବ୍ଲକ ବେହେରା ଗ୍ରାମରେ ରହିଥିବା ପ୍ରାଥମିକ ବିଦ୍ୟାଳୟରେ ଅନୁରୂପ ସ୍ଥିତି ଉପୁଜିଥିଲା। ଛାତ୍ରୀଛାତ୍ରଙ୍କ ଅନୁପାତରେ ଶିକ୍ଷକଙ୍କ ଅଭାବକୁ ନେଇ ଅଭିଭାବକମାନେ ସ୍କୁଲରେ ତାଲା ପକାଇଥିଲେ। ଅନ୍ୟପଟେ ଛାତ୍ରୀଛାତ୍ରଙ୍କୁ ଧରି ଅଭିଭାବକମାନେ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ଛାତ୍ରୀଛାତ୍ର ବହି ବସ୍ତାନୀ ଧରି ଡିଇଓଙ୍କ କାର୍ଯ୍ୟାଳୟକୁ ଆସିଥିଲେ। କାର୍ଯ୍ୟାଳୟ ସମ୍ମୁଖରେ ବହି ଖୋଲି ପଢ଼ାପଢ଼ି କରି ଅଭିନବ ପ୍ରତିବାଦ କରିଥିଲେ। ଆଉଜଣେ ଶିକ୍ଷକ ନିଯୁକ୍ତି ନେଇ ଜିଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀଛାତ୍ରଙ୍କୁ ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଓହରିଥିଲେ।
ସୂଚନା ଅନୁଯାୟୀ, ବେହେରା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ରହିଛି। ଏଠାରେ ସମୁଦାୟ ୯୧ଜଣ ଛାତ୍ରୀଛାତ୍ର ଅଛନ୍ତି। ଆଗରୁ ୩ଜଣ ଶିକ୍ଷକ ଥିଲେ । କିନ୍ତୁ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଥିଲା। ଶିକ୍ଷୟିତ୍ରୀ, ଶିକ୍ଷକ ଅଭାବ ଯୋଗୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏ ନେଇ ଅଭିଭାବକମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ କିଛି ସୁଫଳ ମିଳି ନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଫଳରେ ଅଭିଭାବକମାନେ ବିଦ୍ୟାଳୟରେ ତାଲା ମାରିବା ସହିତ ଛାତ୍ରୀଛାତ୍ରଙ୍କୁ ଧରି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ରଙ୍କ ସହିତ ଅଭିଭାବକମାନେ ଧାରଣା ଦେବା ସହିତ ବିଦ୍ୟାଳୟରେ ଅଧିକ ଶିକ୍ଷକ ନିଯୁକ୍ତି ଦାବି କରିଥିଲେ। ଏହା ସହିତ ଛାତ୍ରୀଛାତ୍ର ଆଣିଥିବା ବହି ଖୋଲି ସେଠାରେ ପଢ଼ିଥିଲେ। ସେହିପରି ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ସେଠାକୁ ପହଞ୍ଚିଥିଲେ। ଏହାପରେ ଜିଲା ଶିକ୍ଷା ଅଧିକାରୀଙ୍କ ସହିତ ପୂର୍ବତନ ବିଧାୟକ ଏବଂ ଅଭିଭାବକଙ୍କ ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଧାରଣାରେ ଦମ୍ପତିଙ୍କ ଝଗଡ଼ା ନେଲା ୩ ଜୀବନ, ବଞ୍ଚାଇବାକୁ ଯାଇ ଟ୍ରେନ୍‌ ଧକ୍କାରେ…

ଜୟପୁର,୮ା୧୧: ରାଜସ୍ଥାନର ବିକାନେର ଜିଲାରେ ରବିବାର ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଛି । ରେଳ ଧାରଣାରେ ଝଗଡ଼ା କରୁଥିବା ଏକ ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ୍‌…

କର୍ମଚାରୀଙ୍କୁ ଲକ୍ଷେ ଟଙ୍କା ଦୀପାବଳି ବୋନସ ଦେଲେ ବ୍ୟବସାୟୀ, ଥାଳିରେ ସଜାଇ….

ନୂଆଦିଲ୍ଲୀ,୮ା୧୧: ଦୀପାବଳିରେ ସାଧାରଣତଃ କର୍ମଚାରୀଙ୍କୁ ଅତିରିକ୍ତ ଦରମା, ମିଠା କିମ୍ବା ଉପହାର ଆକାରରେ ବୋନସ୍‌ ମିଳିଥାଏ । କିନ୍ତୁ ଗୁଜରାଟର ସୁରଟରେ ଜଣେ କପଡ଼ା ବ୍ୟବସାୟୀ ନିଜର…

ଜିଲାସ୍ତରୀୟ ପିଏମ୍‌ଶ୍ରୀ କୁଇଜ୍‌ ପ୍ରତିଯୋଗିତା, ପୁରସ୍କୃତ ହେଲେ କୃତୀ ପ୍ରତିଯୋଗୀ

ବଲାଙ୍ଗୀର: ୮।୧୧(ସୁନିଲ କୁମାର ମହାନ୍ତି): ଛାତ୍ରୀଛାତ୍ରଙ୍କ ଜ୍ଞାନ, ମେଧା, ଉପସ୍ଥିତ ବୁଦ୍ଧି ଓ ପ୍ରତିଯୋଗିତାମୂଳକ ମନୋଭାବର ବିକାଶ ଲକ୍ଷ୍ୟରେ ଜିଲାସ୍ତରୀୟ ପିଏମ୍‌ଶୀ କୁଇଜ ପ୍ରତିଯୋଗିତା ୨୦୨୬ ବଲାଙ୍ଗୀରସ୍ଥିତ…

ଗୁଣିଗାରେଡ଼ି ସନ୍ଦେହରେ ୮୦ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ହତ୍ୟା ମାମଲା, ଦୁଇ ଭାଇ ଗିରଫ

ଭଞ୍ଜନଗର,୮ା୧୧(ବାବୁଲା ପ୍ରଧାନ): ଅନ୍ଧବିଶ୍ୱାସର କରୁଣ ପରିଣତି । ଗୁଣିଗାରେଡ଼ି ସନ୍ଦେହରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ଅଭିଯୋଗରେ ତାରସିଂ ଥାନା…

ବିହାରୀ ଯୁବକଙ୍କ ସହ ଫେରାର ହେଉଥିବା ଆଦିବାସୀ ୱାର୍ଡସଭ୍ୟାଙ୍କୁ ଅଟକ

ମହାକାଳପଡ଼ା, ୮।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ପେଟଛେଲା ପଞ୍ଚାୟତର ଜଙ୍ଗଲଘେରି ଶବରପଡ଼ାର ଆଦିବାସୀ ମହିଳା ୱାର୍ଡ ସଭ୍ୟାଙ୍କୁ ବିହାର ରାଜ୍ୟର…

ବାପାଙ୍କ ମୃତଦେହ ସହ ୫ ଦିନ ଧରି ଗୋଟିଏ ଘରେ ରହିଲେ ପୁଅ, ଧନତେରସ୍‌ରେ ଝିଅ ପହଞ୍ଚିବା ପରେ….

ଲକ୍ଷ୍ନୌ,୮ା୧୧: ଉତ୍ତରପ୍ରଦେଶର କାନପୁରର ପନକି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହ ତାଙ୍କ ଫ୍ଲାଟ୍‌ରେ ପ୍ରାୟ ୫ ଦିନ ଧରି…

ଦୀପାବଳିରେ ପୁଅ ବିହାନଙ୍କ ମୁହଁ ଦେଖାଇଲେ କ୍ୟାଟ୍ରିନା-ଭିକି, କ୍ୟୁଟ୍‌ ଲୁକ୍‌ରେ ଫ୍ୟାନ୍ସଙ୍କ ମନ ଜିଣିଲେ ଷ୍ଟାର୍‌କିଡ୍‌!

ମୁମ୍ବାଇ,୮ା୧୧: ବଲିଉଡ୍‌ର ଚର୍ଚ୍ଚିତ ଷ୍ଟାର୍‌ କପଲ୍‌ କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ଦୀପାବଳି ଅବସରରେ ନିଜ ପ୍ରଶଂସକଙ୍କୁ ଦେଇଛନ୍ତି ଏକ ବଡ଼ ସରପ୍ରାଇଜ୍‌ । ଦୀର୍ଘ…

ପୋଖରୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ: ଗାଁ ଶ୍ମଶାନରେ ଜଳିଲା ଜୁଇ, ବିଧାୟକ ପହଞ୍ଚି…

ଅତାବିରା,୮ା୧୧(ଯୁଧିଷ୍ଠିତ ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଞ୍ଚାୟତ ଅନ୍ତର୍ଗତ ଗମ୍ଭାଟିକ୍ରା ଗ୍ରାମରେ ଶନିବାର ପୋଖରୀରେ ମାଛ ମାରିବାକୁ ଯାଇଥିବାବେଳେ ଗ୍ରାମର ରମେଶ ମହାକୁର (୫୫)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?